୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନବରଙ୍ଗପୁର: ପୁଣି ଜଣେ ନାବାଳିକା କୁମାରୀ ମା’ ହୋଇଛନ୍ତି। ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ରୀ ଜଣକ ଏବ ୬ ମାସର ଗର୍ଭବତୀ। ଘଟଣାଟି ନବରଙ୍ଗପୁର ଜିଲା ରାଇଘର ବ୍ଲକ ଖୁଡୁକୁ ସେବାଶ୍ରମର। ଏଠାରେ ପାଠ ପଢୁଥିବା ଜଣେ ଛାତ୍ରୀ ୬ମାସର ଗର୍ଭବତୀ ହୋଇପଡିଛନ୍ତି।

ପୀଡିତା ଗତ ଖରା ଛୁଟିରେ ନିଜ ଘର ରାଇଘର ବ୍ଲକ କୁକୁରତୋଫା ଗାଁକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେଇଥିବା ଜଣେ ନାବାଳକ ତାଙ୍କୁ ଉଠାଇ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ୬ ମାସ ପରେ ପୀଡିତା ନିଜେ ପରିବାର ଲୋକଙ୍କୁ କହିବା ପରେ ପୂରା ଘଟଣା ଜଣାପଡିଥିଲା । ତେବେ ପରିବାର ଲୋକ ଘଟଣା ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ନାବାଳକ ସହ ବିବାହ କରାଇଦେବାକୁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି।  ତେବେ ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ସେହିପରି ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ପୋଲିସ ମଧ୍ୟ କିଛି କହିନାହିଁ ।

Previous ArticleNext Article

Send this to a friend