ଭଦ୍ରକ: ଭଦ୍ରକରେ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ର ଶିକାର ହୋଇଛନ୍ତି। ଧୁଷୁରି ଥାନା ଖପରାପଦା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲକୁ ଯିବାବାଟରେ ଶିକ୍ଷୟିତ୍ରୀଙ୍କୁ ଜଣେ ଅଜଣା ଯୁବକ ଛୁରାମାଡ଼ କରି ଫେରାର୍ ହୋଇଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପଛରେ ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପୂର୍ବ ଶତୃତା କିମ୍ୱା ପ୍ରେମଜନିତ ହୋଇଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।