ଆରମ୍ଭ ହୋଇଯାଇଛି ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପଞ୍ଜାବର ଅଧିନାୟକ ଆର୍ ଅଶ୍ୱିନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟସ୍ ହାରି ବ୍ୟାଟିଂ କରିବାକୁ ଓହ୍ଲାଇଛି ମୁମ୍ବାଇ। ଶେଷ ଖବର ସୁଦ୍ଧା ମୁମ୍ବାଇ ପ୍ରଥମେ ବ୍ୟାଟିଂ ୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୫୭ ରନ୍ ସଂଗ୍ରହ କରିଛ। ଇଭିନ୍ ଲୁଇସ୍ ୯ ରନ୍ କରି ଆଉଟ୍ ହୋଇଥିଲେ। ଅଜିର ମ୍ୟାଚ୍ରେ ଯୁବରାଜ ସଂଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ମ୍ୟାଚ୍ ଉଭୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ରୁ ୬ଟିରେ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି। ସେହିପରି ମୁମ୍ବାଇ ୧୨ଟି ମ୍ୟାଚ୍ରୁ ୫ଟିରେ ଜିତି ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ଉଭୟ ଟିମ୍ ଆଜିର ମ୍ୟାଚ୍ ଜିତି ପ୍ଲେଅଫ୍ ନିକଟତର ହେବାକୁ ଚେଷ୍ଟା କରିବେ। ଯଦିଓ ମୁମ୍ବାଇର ପ୍ଲେଅଫ୍ ଖେଳିବା ସମ୍ଭାବନା ବୁହତ କମ ରହିଛି, ତଥାବି ମୁମ୍ବାଇ ପାଇଁ ସାମାନ୍ୟ ତମ ଆଶା ରହିଛି। ସେହିପରି ପଞ୍ଜାବ ଏବେ ୧୨ ପଏଣ୍ଟରେ ରହିଥିବା ବେଳେ ଆଜିର ମ୍ୟାଚ୍ ଜିତି ପ୍ଲେଅଫ୍ ନିକଟତର ହେବାକୁ ଚେଷ୍ଟା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।