ବାଧା ଦେଲା ବିବେକ: ନିଜେ ଉଠାଇଥିବା ଫଟୋ ପାଇଁ ଆତ୍ମହତ୍ୟା କରିଥିଲେ ଏହି ଫଟୋଗ୍ରାଫର

ଇଥିଓପିଆରେ ଖାଦ୍ୟ ଅଭାବରୁ କୁପୋଷଣର ଶିକାର ହୋଇଥିବା ଏକ ଛୋଟ ଶିଶୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଛି। ଆଉ ତା’ର ଠିକ୍‌ ପଛକୁ କିଛି ହାତ ଛାଡ଼ି ଏକ ଶାଗୁଣା ବସିଛି। ଏହି ଦୃଶ୍ୟକୁ ଦେଖି ଆପଣ ଶାଗୁଣାର ଉଦ୍ଦେଶ୍ୟ ବୁଝିସାରିଥିବେ। କିଛି ବର୍ଷ ପୂର୍ବେ ଏଭଳି ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ବିରଳ ଫଟୋକୁ ଏବେ ବି କୋଟି କୋଟି ଲୋକ ସୋସିଆଲ୍‌ ମିଡିଆରେ ସେୟାର ଓ ଟ୍ୟାଗ […]

vulture

vulture

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 10:51 PM IST

ଇଥିଓପିଆରେ ଖାଦ୍ୟ ଅଭାବରୁ କୁପୋଷଣର ଶିକାର ହୋଇଥିବା ଏକ ଛୋଟ ଶିଶୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଛି। ଆଉ ତା’ର ଠିକ୍‌ ପଛକୁ କିଛି ହାତ ଛାଡ଼ି ଏକ ଶାଗୁଣା ବସିଛି। ଏହି ଦୃଶ୍ୟକୁ ଦେଖି ଆପଣ ଶାଗୁଣାର ଉଦ୍ଦେଶ୍ୟ ବୁଝିସାରିଥିବେ। କିଛି ବର୍ଷ ପୂର୍ବେ ଏଭଳି ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ବିରଳ ଫଟୋକୁ ଏବେ ବି କୋଟି କୋଟି ଲୋକ ସୋସିଆଲ୍‌ ମିଡିଆରେ ସେୟାର ଓ ଟ୍ୟାଗ କରୁଛନ୍ତି।

ଏହି ଫଟୋ ଉଠାଇବାର ୩ ମାସ ପରେ ଫଟୋଗ୍ରାଫର ଜଣକ ପଶ୍ଚାତାପ କରି ଆତ୍ମହତ୍ୟା କରିଥିଲେ। ତେବେ କିଏ ଏହି ଫଟୋଗ୍ରାଫର ? କାହିଁକି ତାଙ୍କର ଏହି ଫଟୋଟି ଏତେ ଚର୍ଚ୍ଚିତ ହୋଇଥିଲା ? ଏ ବିଷୟରେ ଆପଣ ଉଣା ଅଧିକ ଜାଣିଥିବେ ନିଶ୍ଚୟ। କିନ୍ତୁ ଘଟଣାକୁ ଅନେକ ଦିନ ବିତିଯାଇଥିବାରୁ ଆପଣ ହୁଏତ ଏକଥା ଭୁଲି ଯିବେଣି। ତେଣୁ ଆମେ ଆଜି ଆପଣଙ୍କୁ ପୁଣିଥରେ ସେହି ଲୋମ ଟାଙ୍କୁରା ଦୃଶ୍ୟକୁ ମନେ ପକାଇ ଦେଉଛୁ।  ଏହି ଫଟୋଟି ୧୯୯୩ ମସିହାରେ ପ୍ରଖ୍ୟାତ ଫଟୋଗ୍ରଫର କେଭିନ୍‌ କାର୍ଟର  ଉଠାଇଥିଲେ। ଅନାହାରରେ ଜୁଝୁଥିବା ଦେଶ ଇଥିଓପିଆର ଆୟୋଦ ଗାଁରେ କେଭିନ୍‌ ଏହି ଫଟୋଟିକୁ ଉଠାଇଥିଲେ।

ଏହି ଫଟୋରେ ଅନାହାରରେ ଥିବା ଏକ ଶିଶୁଟି ଅତି କ୍ଷୀଣ ଗତିରେ ମାଟିରେ ଘୁସୁରି ଘୁସୁରି ତା ଝୁମ୍ପୁଡ଼ିକୁ  ଫେରିବାକୁ ଚେଷ୍ଟା କରୁଛି। ଆଉ ତା ବାପା,ମା’ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲକୁ ଯାଇଛନ୍ତି। କିଛିଦିନ ହେବ ପିଲାଟି କିଛି ଖାଇ ନ ଥିବାରୁ ପେଟର ଭୋକ ତାକୁ ନାକେଦମ କରିପକାଉଛି। କେଇ ଖଣ୍ଡ ହାଡ଼ ଧରି ଧରି ପିଲାଟି ମାଟିରେ ଘୁସୁରୁଛି। ଆଉ ଏହି ସମୟରେ ତା’ର ମୃତ୍ୟୁକୁ ଅପେକ୍ଷା କରି ପଛରେ ଜଗିବସିଛି ମାଂସଲୋଭି ଶାଗୁଣା। ପିଲାଟି ମୃତ୍ୟୁ କବଳରେ ପଡ଼ିଲା ମାତ୍ରେ ତା’ର ନରମ ମାଂସକୁ ଝୁଣି ଖାଇବ ସେ। ଏହି ଦୃଶ୍ୟଟିକୁ ନିଜ କ୍ୟାମେରାରେ ତୋଳି ଧରିବା ପାଇଁ କେଭିନ ଅନେକ ସମୟ ଧରି ସେଠାରେ ଅପେକ୍ଷା କରି ରହିଥିଲେ। ଆଉ ଶେଷରେ ଫଟୋଟିକୁ ସଫଳତାର ସହ ଉଠାଇ ସାରିଲା ପରେ ଶାଗୁଣାଟିକୁ ଉଡ଼ାଇ ଦେଇଥିଲେ।

ଏହାପରେ ସେ ଫେରିଆସି ଫଟୋଟିକୁ ନ୍ୟୁୟର୍କ ଟାଇମ୍‌ସକୁ ବିକ୍ରି କରିଦେଇଥିଲେ। ଫଳରେ ପ୍ରଥମଥର ପାଇଁ ମାର୍ଚ୍ଚ ୨୬ ତାରିଖ ୧୯୯୩ରେ ଫଟୋଟି ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ହୋଇଥିଲା। ଏହାର କ୍ୟାପ୍‌ସନ ଥିଲା ‘metaphor for Africa’s despair’। ଅର୍ଥାତ୍ ଆଫ୍ରିକାର ନିରାଶ ରୂପ। ଏହି ଫଟୋ ପାଇଁ କେଭିନଙ୍କୁ  ବହୁ ପ୍ରତିଷ୍ଠିତ ପୁଲିତ୍‌ଜର ପୁରସ୍କାର ମିଳିଥିଲା। ଫଟୋ ପ୍ରକାଶିତ ହେବା ପରେ ହଜାର ହଜାର ଲୋକ କେଭିନଙ୍କୁ ଏହି ଶିଶୁଟି ବିଷୟରେ ପଚାରିଥିଲେ। ଅନେକ ଲୋକ ତାଙ୍କୁ ସାମାଲୋଚନା ମଧ୍ୟ କରିଥିଲେ। ଫଟୋଟି ଉଠାଇବା ଆଗ ନା ପିଲାଟିକୁ ବଞ୍ଚାଇବା ଆଗ ବୋଲି ପ୍ରଶ୍ନ ଉଠିଥିଲା।

କିନ୍ତୁ ସେତେବେଳେ ଇଥିଓପିଆରେ ବ୍ୟାପିଥିଲା ଭୟଙ୍କର ସଂକ୍ରାମକ ରୋଗ। ସେଥିପାଇଁ ଫଟୋଗ୍ରାଫର କିମ୍ବା ସାମ୍ବାଦିକମାନଙ୍କୁ ଇଥିଓପିଆ ଅଧିବାସୀଙ୍କଠାରୁ ଦୂରେଇ ରହିବାକୁ ଜାତିସଙ୍ଘ ନିର୍ଦ୍ଦେଶ ଦେଇଥିଲା। ଏହି କାରଣରୁ କେଭିନ ସେହି ମୃତପ୍ରାୟ ଶିଶୁଟିକୁ ଉଠାଇ ପାରି ନ ଥିଲେ। କିନ୍ତୁ ଲୋକମାନେ ଏହା ଜାଣି ନ ଥିବାରୁ କେଭିନଙ୍କୁ ନିର୍ଦ୍ଦୟୀର ଆଖ୍ୟା ଦେଇ ସମାଲୋଚନା କରିଥିଲେ।

ପ୍ରତିଷ୍ଠିତ ପୁଲିତ୍‌ଜର ପୁରଷ୍କାର ଜିତି ମଧ୍ୟ ଖୁସି ନ ଥିଲେ କେଭିନ୍‌। ତାଙ୍କୁ ଲାଗୁଥିଲା ସେ ଯେମିତି ନିଜ ବିବେକ ଆଗରେ ହାରି ଯାଇଛନ୍ତି। ବାରମ୍ବାର ସେହି ଅସହାୟ ଶିଶୁର ଦୟନୀୟ ଚେହେରା ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା।  ଶିଶୁ ବିଷୟରେ ଲୋକମାନଙ୍କର ନାନା ପ୍ରଶ୍ନ ପ୍ରତିଦିନ ତାଙ୍କ ନିଦ ହଜେଇ ଦେଉଥିଲା। ଲୋକମାନଙ୍କ କଟାକ୍ଷ ଓ ସାମାଲୋଚନା ମନେ ମନେ ଗୁଣି ହେଉଥିଲେ ସେ। କ’ଣ ହେଲା ସେହି ଘଟଣାର ଶେଷ ଦୃଶ୍ୟ ? ଶିଶୁଟି ବଞ୍ଚିଲା ନା ମରିଗଲା ? ଏହିସବୁ ପ୍ରଶ୍ନ ତାଙ୍କ ମନକୁ ବ୍ୟଥିତ କରୁଥିଲା। ସେ ପିଲାଟିକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ ନାହିଁ ବୋଲି ନିଜକୁ ସବୁବେଳେ ଦୋଷୀ ମନେକଲେ । ଏହି ଦୁଃଖରେ ଚାପରେ ଧୀରେ ଧୀରେ ଏକା ହେଇଯାଉଥିଲେ କେଭିନ।  ଆଉ ନ୍ୟୁୟର୍କ ଟାଇମ୍‌ସରେ ଫଟୋ ପ୍ରକାଶିତ ହେବାର ୩ ମାସ ପରେ ଯୁବା  ଅବସ୍ଥାରେ ସେ ଆତ୍ମହତ୍ୟା କରି ସବୁଦିନ ପାଇଁ ନିଜକୁ ସମାପ୍ତ କରିଦେଇଥିଲେ। ଆଜିବି ଏହି ଫଟୋକୁ ଦେଖିଲେ ଘଟଣା ବିଷୟରେ ଅବଗତ ନ ଥିବା ବ୍ୟକ୍ତି ଘଡ଼ିଏ ଚାହିଁ ରହେ। ଫଟୋ ପଛରେ ଲୁଚି ରହିଥିବା କରୁଣ କାହାଣୀକୁ ଜାଣିବାକୁ ଚେଷ୍ଟା କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story