Advertisment

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩ କୋଟି ଟଙ୍କା

କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ କାରଣରୁ କୋଟି କୋଟି ଟଙ୍କା କ୍ଷତି ହେଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Man

Man

କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ମିଳିଚାଲିଛି ବୋମା ଧମକ। ବିମାନର ଜରୁରୀ ଅବତରଣ କରାଇ ଯାଞ୍ଚ ପରେ ଏହା ନକଲି ଫୋନ୍ କଲ୍ ବୋଲି ଜଣାପଡ଼ୁଛି। କିନ୍ତୁ ଗୋଟିଏ ଗୋଟିଏ ଏହି ଫେକ୍ କଲ୍ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କା କ୍ଷତିରେ ପକାଉଛି। ରିପୋର୍ଟ ଅନୁସାରେ, ଗୋଟିଏ ମିଛ ବୋମା ଧମକରେ ବିମାନ କମ୍ପାନୀଙ୍କୁ ତିନି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। 

Advertisment

ଜଣେ ବରିଷ୍ଠ ପାଇଲଟ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋଇଙ୍ଗ ୭୭୭ ବିମାନର ସର୍ବାଧିକ ଲୋଡ଼ିଂ ଓଜନ ୨୫୦ ଟନ୍ ହେବ। କିନ୍ତୁ ଉଡ଼ାଣ ସମୟରେ ଯାତ୍ରୀଙ୍କ ସାମଗ୍ରୀ ଏବଂ କାର୍ଗୋ ସହ ଓଜନ ୩୪୦-୩୫୦ ଟନ୍ ହୋଇଯାଏ। ଦୁଇ ଘଣ୍ଟା ମଧ୍ୟରେ ବିମାନର ଲ୍ୟାଣ୍ଡିଂ କରାଇବାର ଅର୍ଥ ପାଖାପାଖି ୧୦୦ ଟନ୍ ଇନ୍ଧନ ଶେଷ ହେବା। ଏହା ବାଦ୍ ବିମାନର ଲୋଡିଂ ଓଜନ ଇନ୍ଧନ ଖର୍ଚ୍ଚ ଉପରେ ନିର୍ଭର କରେ।

ଏହା ଦ୍ୱାରା ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ବାଦ୍ ଜରୁରୀ ଅବତରଣ କରିବା କାରଣରୁ ବିମାନକୁ ଅନ୍ୟ ଅନ୍ୟାନ୍ୟ ଖର୍ଚ୍ଚ ଭରିବାକୁ ପଡ଼ିଥାଏ। ବିମାନ କମ୍ପାନୀଙ୍କୁ ଏଥିପାଇଁ ଯେଉଁ ଜରୁରୀ ଅବତରଣ କରାଯାଇଥିବା ବିମାନବନ୍ଦରକୁ ପାର୍କିଂ ଶୁଳ୍କ ସାଙ୍ଗକୁ ଯାତ୍ରୀ ଏବଂ ପାଇଲଟ, କ୍ରୁ ସଦସ୍ୟଙ୍କ ହୋଟେଲ ରହଣୀ ଖର୍ଚ୍ଚ, ସେମାନଙ୍କ ଖାଦ୍ୟପେୟ ଖର୍ଚ୍ଚ ଆଦି ଭରିବାକୁ ପଡ଼େ। ଯଦି ଯାତ୍ରୀଙ୍କୁ ଅନ୍ୟ କୌଣସି ବିମାନରେ ଯିବାକୁ ଥାଏ, ତେବେ ତାଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଏ।

Advertisment

ଏହା ଦ୍ୱାରା କମ୍ପାନୀକୁ ପାଖାପାଖି ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ସହିବାକୁ ପଡ଼େ ବୋଲି ଜଣେ ବରିଷ୍ଠ ପାଇଲଟ୍ କହିଛନ୍ତି। ଗତ କିଛି ଦିନ ହେବ ଭାରତର ମୋଟ ୪୦ଟି ବିମାନକୁ ବୋମା ଧମକ ମିଳିବା ଦ୍ୱାରା ଜରୁରୀ ଅବତରଣ କରାଯାଇଥିବାରୁ ବିମାନ କମ୍ପାନୀଙ୍କୁ ୬୦-୮୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। 

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭ ବିମାନ ନ୍ୟୁୟର୍କ ଯାଉ ଥିବାବେଳେ ବୋମା ଧମକ ମିଳିଥିଲା। ଫଳରେ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏତବେଳକୁ ବିମାନ ଦୁଇ ଘଣ୍ଟାର ଉଡ଼ାଣ ଭରି ସାରିଥିଲା। କିନ୍ତୁ ଏକ୍ସ ପୋଷ୍ଟ୍ ଯୋଗେ ବୋମା ଧମକ ମିଳିବାରୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ ହୋଇଥିଲା। 

Airline Bomb Threat Bomb Hoax Call