ଭଦ୍ରକ: ବନ୍ଧୁକ ଦେଖାଇ ଗହଣା ଦୋକାନରୁ ୩୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା କଚେରୀ ବଜାରରେ ଆଜି ଏକ ଗହଣା ଦୋକାନରେ ଲୁଟ ହୋଇଛି । ୫ଜଣ ଦୁର୍ବୃତ୍ତ ଏହି ଲୁଟ କରି ଫେରାର ହୋଇଛନ୍ତି । ଦୁର୍ବୃତ୍ତମାନେ ଦୋକାନରୁ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ କୌଣସି ସୁରାକ ମିଳିପାରି ନ ଥିବା ପୋଲିସ କହିଛି ।