ମା’ର ଶେଷ ଦର୍ଶନ ପାଇଁ ମିଳିଲାନି ସୁଯୋଗ; ଅଭିନୟ ଶିକୁଳିରେ ବନ୍ଧା ପଡ଼ିଥିଲେ ସୁରେଶ

ଆଧୁନିକ ଓଡ଼ିଆ ମୁକ୍ତାକାଶ ରଙ୍ଗମଞ୍ଚର ସେ ଅନ୍ୟଜଣେ ବେତାଜ୍ ବାଦଶା। ତିନି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଯଲିଉଡର ଏଭରଗ୍ରୀନ୍ ହ୍ୟାଣ୍ଡସମ୍। ଏକା ଏକା ନିଜ କାନ୍ଧରେ ବୋହି ଷ୍ଟୋରୀ ସୁପରହିଟ୍ କରୁଥିବା ମୋଷ୍ଟ ଡିମାଣ୍ଡେବଲ୍ ଆକ୍ସନ୍ ଷ୍ଟାର୍ ସୁରେଶ ପଣ୍ଡା। ଯାତ୍ରା ସୁପରଷ୍ଟାର ସୁରେଶ ପଣ୍ଡା। ଓଡ଼ିଆ ଯାତ୍ରାପ୍ରେମୀଙ୍କ ପାଇଁ ଏହି ନାଁ ହିଁ ଯଥେଷ୍ଟ। ଏହି ନାଁରେ ଭିଡ଼ି ହୋଇ ମଞ୍ଚ ପାଖକୁ ଛୁଟି ଆସନ୍ତି ଦର୍ଶକ, ବ୍ଲାକରେ ଟିକେଟ୍ କାଟନ୍ତି […]

suresh-panda

suresh-panda

Manoranjan Sial
  • Published: Friday, 08 January 2021
  • Updated: 08 January 2021, 10:59 PM IST

ଆଧୁନିକ ଓଡ଼ିଆ ମୁକ୍ତାକାଶ ରଙ୍ଗମଞ୍ଚର ସେ ଅନ୍ୟଜଣେ ବେତାଜ୍ ବାଦଶା। ତିନି ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଯଲିଉଡର ଏଭରଗ୍ରୀନ୍ ହ୍ୟାଣ୍ଡସମ୍। ଏକା ଏକା ନିଜ କାନ୍ଧରେ ବୋହି ଷ୍ଟୋରୀ ସୁପରହିଟ୍ କରୁଥିବା ମୋଷ୍ଟ ଡିମାଣ୍ଡେବଲ୍ ଆକ୍ସନ୍ ଷ୍ଟାର୍ ସୁରେଶ ପଣ୍ଡା।

ଯାତ୍ରା ସୁପରଷ୍ଟାର ସୁରେଶ ପଣ୍ଡା। ଓଡ଼ିଆ ଯାତ୍ରାପ୍ରେମୀଙ୍କ ପାଇଁ ଏହି ନାଁ ହିଁ ଯଥେଷ୍ଟ। ଏହି ନାଁରେ ଭିଡ଼ି ହୋଇ ମଞ୍ଚ ପାଖକୁ ଛୁଟି ଆସନ୍ତି ଦର୍ଶକ, ବ୍ଲାକରେ ଟିକେଟ୍ କାଟନ୍ତି ଆଉ ସେହି ଏକା ବହିକୁ ରାତି ପରେ ରାତି ଉଜାଗର ହୋଇ ଉପଭୋଗ ବି କରନ୍ତି ଠିକ୍ ପାଗଳପ୍ରେମୀଙ୍କ ଭଳି। ଅନର୍ଗଳ ଡାଏଲଗ୍ ଡେଲିଭରି ଆଉ ଭରପୂର ଆକ୍ସନରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ବରିଷ୍ଠ ଅଭିନେତା ଏମିତି ଜଣେ ସୁପରଷ୍ଟାର ଯାହାଙ୍କୁ ଯେତେବେଳେ ଦେଖିଲେ ସେହି ଏକା ଚେହେରା, ଯେଉଁଠି ବୟସର ଛାପ ଆଦୌ ନାହିଁ। ଏକାଧାରରେ ସେ ଜଣେ ଅଭିନେତା, ପରିଚାଳକ, ନିର୍ଦ୍ଦେଶକ ଓ ସଂଳାପକାର।

ମା’ଙ୍କ ମୃତ୍ୟୁ ଖବର ପାଇଲେ ସନ୍ଧ୍ୟାରେ ଯେତେବେଳେ ରାତିର ମଞ୍ଚ ପାଇଁ ପ୍ରସ୍ତୁତ ହେଉଥିଲେ। ଗାଁରେ ରାତିତମାମ୍ ପଡ଼ି ରହିଥିଲା ମାଙ୍କ ମରଶରୀର ଆଉ ଏପଟେ ମୁହଁରେ ରଙ୍ଗ ବୋଳି ଦର୍ଶକଙ୍କୁ ଯାବତୀୟ ସୁଖ ଦୁଃଖର ଫେଣ୍ଟାଫେଣ୍ଟି ସୂତ୍ରରେ ଭାବବିହ୍ୱଳ କରି ଚାଲିଥିଲେ ନିରୋଳା ପ୍ରଫେସନାଲ୍ ସୁରେଶ୍। ସକାଳ ହେଲା ପରେ ଘରକୁ ଯିବା ପାଇଁ ଅନୁମତି ମାଗିଲେ ହେଲେ କ୍ଷତି ଆଶଙ୍କାରେ ପରିଚାଳକଙ୍କ ଠାରୁ ନାସ୍ତି ବାଣୀ ମିଳିଲା। ଗର୍ଭଧାରିଣୀର ଶେଷ ଦର୍ଶନ ସୁଯୋଗ ବି ମିଳିଲାନି। ସେହି ସମାନ କାରଣରୁ ନିଜ ବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବାର ସୌଭାଗ୍ୟ ବି ତାଙ୍କୁ ଜୁଟିନାହିଁ।

ଅଭିନୟକୁ ନେଇ ବଂଚୁଥିବା, ହଜୁଥିବା, ଭିଜୁଥିବା ସୁରେଶ ପଣ୍ଡାଙ୍କ ଜନ୍ମକୁଣ୍ଡଳୀରେ ସତେଯେମିତି ଯୋଡ଼ି ହୋଇ ଆସିଥିଲା କଳାକାରର ଚ୍ୟାଲେଞ୍ଜିଂ ଜୀବନ। ସୁରେଶ ଏହି ଚ୍ୟାଲେଞ୍ଜ୍ ନେଇଥିଲେ ସପ୍ତମ ଶ୍ରେଣୀରେ ପଢ଼ିବା ସମୟରୁ। ସ୍କୁଲରେ ଚାଲିଥିଲା ନାଟକ ‘ପୃଥ୍ୱୀରାଜ’ର ରିହରସଲ୍। ‘ପୃଥ୍ୱୀରାଜ’ ଚରିତ୍ର ପାଇଁ ଚୟନ ହୋଇଥିବା ହୃଷ୍ଟପୁଷ୍ଟ ପିଲାଟି ଡାଏଲଗ୍ ଠିକ୍ ଭାବେ କହି ପାରୁ ନଥିବା ଦେଖି ସେଠାରେ ବସିଥିବା ଚପଳ ସୁରେଶ୍ ଫେଁ କରି ହସି ପକାଇଥିଲେ। ଏହି ଅଟ୍ଟହାସ୍ୟ ଦେଖି ଶିକ୍ଷକ ମହୋଦୟ ବହେ ତ ଛେଚିଲେ ତା ସହିତ ନିଜେ ଆସି ପୃଥ୍ୱୀରାଜ ଚରିତ୍ରରେ ଅଭିନୟ କରିବାକୁ ସୁରେଶଙ୍କ ପାଖରେ ଚ୍ୟାଲେଞ୍ଜ ରଖିଲେ। ତେବେ ସବୁ କଳ୍ପନା, ଉତ୍କଣ୍ଠା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ବାଳକ ସୁରେଶଙ୍କ ପୃଥ୍ୱୀରାଜ ଅବତାର। ସାଙ୍ଗ, ସାଥୀ, ପରିବାର ଓ ପରିଜନ, ସମସ୍ତେ ସୁରେଶଙ୍କ ପାଖରେ ପାଇଥିଲେ ଏକ ଚମତ୍କାର ଅଭିନୟ ପ୍ରତିଭାର ସନ୍ଧାନ।

କିନ୍ତୁ ପେସାଦାର ନାଟୁଆର ବିଧିବଦ୍ଧ ପରିଚୟ ତାଙ୍କୁ ଦେଇଥିଲା ଏକ ମିଛ ଚିଠି। ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର ଗାଁ ବାଇଧର ପଣ୍ଡାଙ୍କ ପୁଅ ସୁରେଶଙ୍କ ବଡ଼ ବାପା ଯୁଧିଷ୍ଠିର ପଣ୍ଡା ଥିଲେ ଅଭିନେତା। ସେହି ବଡ଼ ବାପାଙ୍କ ନାଁରେ ଏକ ମିଛ ଚିଠି ନିଜ ହାତରେ ଲେଖି କିଛି ଗୋଟେ କରିବାର ଝୁଙ୍କରେ ଘରଠାରୁ ତିରିଶ କିମି ଦୂର ଭଦ୍ରକ ଆନନ୍ଦବଜାର ପହଞ୍ଚିଥିଲେ ଏହି ଏଭରଗ୍ରୀନ୍ ଆକ୍ସନ ମାଷ୍ଟର୍। ସେଠାରେ ଚାଲିଥିଲା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ନୀଳାଚଳ ଅପେରାର ଆଖଡ଼ା। ଲୁଚି ଛପି ଆଖଡ଼ା ଦେଖୁଥିବାବେଳେ ଆଖିପଡ଼ିଲା ନାଟ୍ୟାଚାର୍ଯ୍ୟଙ୍କର ଆଉ ପଚରାଗଲା ପରିଚୟ। ତତକ୍ଷଣାତ୍ ବଡ଼ ବାପାଙ୍କ ନାଁରେ ଆଣିଥିବା ଚିଠି, କିମ୍ବଦନ୍ତୀ ରଘୁନାଥ ପଣ୍ଡାଙ୍କ ହାତରେ ଧରାଇ ଦେଲେ ସୁରେଶ୍। ବାସ୍ ଏହିଠାରୁ ହିଁ ହୋଇଥିଲା ତାଙ୍କ ଯଲିଉଡ୍ ପ୍ରବେଶ। ୧୯୮୭ରେ ନିଜ ଜୀବନର ପ୍ରଥମ ନାଟକ‘ଗୋପୀ’ରେ ଅଭିନୟ କଲାବେଳକୁ ସୁରେଶଙ୍କୁ ହୋଇଥିଲା ମାତ୍ର ୧୭ ବର୍ଷ।

https://www.youtube.com/watch?v=bAshMZNP_ws&t=40s

ପାଖାପାଖି ତେତିଶ ବର୍ଷ ଧରି ବହୁ ଲୋକପ୍ରିୟ ନାଟ୍ୟାନୁଷ୍ଠାନରେ କାମ କରି ଯଲିଉଡରେ ନିଜ ନିଆରା ଛାପ ଛାଡ଼ିଥିବା ସୁରେଶ ପଣ୍ଡା ଉତ୍ତରକୂଳ, ମାଆ ତାରିଣୀ, ବୀଣାପାଣି କଳାକୁଞ୍ଜ ତାରାପୁର, ଅଷ୍ଟଶମ୍ଭୁ, ଗୌରୀ, ତୁଳସୀ, ପୃଥିବୀ, ଓମ୍‌ଶ୍ରୀ ଓ ସ୍ୱର୍ଣ୍ଣମହଲରେ ଅଭିନୟ କରିବା ପରେ ଏବେ କଳିଙ୍ଗ ଗଣନାଟ୍ୟରେ ନିଜ ଦବଦବା ଜାହିର ରଖିଛନ୍ତି। ଏଯାଏ କେବଳ ନାୟକ ଭୂମିକାରେ ଆସୁଥିବା ଏହି ଯାତ୍ରା ସେନସେସନ୍ ବହୁ ବାର ଜିତିଛନ୍ତି ରାଜ୍ୟସ୍ତରୀୟ ପୁରସ୍କାର। ଅଭିନୟର ପରିଧିକୁ ଅତିକ୍ରମ କରି ସାଜିଛନ୍ତି ନିର୍ଦ୍ଦେଶକ ତ ନିଜ ହାତରେ ଗଢ଼ିଛନ୍ତି ନାଟ୍ୟ ଅନୁଷ୍ଠାନ। ପୃଥିବୀ ଅପେରା’ ଗଢ଼ିବା ପରେ ତାଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଯନ୍ତ୍ରଣା’ରେ ସେ ନାୟକ ଭାବେ ଅଭିନୟ ବି କରିଥିଲେ। ଏହା ପୂର୍ବରୁ ସୁରେଶ ଓଁଶ୍ରୀ ଗଣନାଟ୍ୟ ପାଇଁ ନାଟକ ‘ଓଁ ନମଃ ଶିବାୟ’ ଲେଖି ଚର୍ଚ୍ଚା ସୃଷ୍ଟି କରିଥିଲେ। ଅଭିନୟର ଦୁନିଆକୁ ଆସିବା ପୂର୍ବରୁ ଜଣେ ଉଦୀୟମାନ ଫୁଟବଲର ଭାବେ ଜିଲ୍ଲାରେ ଖୁବ୍ ନାଁ କମାଇଥିଲେ ସୁରେଶ।

ଆଖି ନାହିଁ ସାକ୍ଷୀ ନାହିଁ, ସମସ୍ତେ ଶୋଇଗଲା ପରେ, ଏମିତି ପୃଥିବୀ କେମିତି ହେଲା, ଏମିତି ଦଶା ବାପା ପୁଅକୁ ଡାକୁଛି ମଉସା, ଖଜୁରି ଗଛର କି ଗୁଣ ଗାଇବି, ଦାରୁ ଦାରୀ ଦାଦାଗିରି, ଏସ୍‌ପି ବଳଦେବ ସିଂ, ଆସ ଦେଖିଯିବା ଅଷ୍ଟଶମ୍ଭୁଙ୍କୁ, ବାପର ଚୌକା ପୁଅର ଛକା, ଆଖି ନାହିଁ ମୋ ସାକ୍ଷୀ ନାହିଁ, ସମସ୍ତେ ଶୋଇଗଲା ପରେ, ପ୍ରେମରେ ପଡ଼ିଲେ ଏମିତି ହୁଏ, ମୁଁ ନୁହେଁ ଅର୍ଦ୍ଧାଙ୍ଗିନୀ, ରଣପୁର ରାଣୀ ରଜନୀଗନ୍ଧା, କଣ କଲା ସେ, ଚାହାଣୀ ତୋର କାହାଣୀ କହେ, ଶହେ ଶହେରେ ଖେଳ, ଆଖି ତୁ କାନ୍ଦେନା, ରାଜା ଫସିଗଲା ରାଜଧାନୀରେ, ମାଳି ସାହି ମୀରା କାହାର ନୁହେଁ, ଖଳ ନାୟିକା, ବଦନାମ ବାଦ୍‌ସାହା, ବନ୍ଧା ପଡ଼ିଗଲା ସୁରେଶ ପଣ୍ଡା, ନିଜ ଶବ ପାଇଁ ନିଜେ କୋକେଇ, ମିଛୁଆ ସ୍ୱାମୀ, ପ୍ରେମରେ ଲାଗିଛି ନିଆଁ, ଠିକଣା ହଜିଛି ଜଗା ଭାଇର, ରାଧା ହଜିଗଲା ଅଧା ବାଟରେ, ସ୍ୱାମୀ ଆସିଥିଲା ରାତିକ ପାଇଁ, ମୋତେ ଭୁଲିଯିବୁ ତୋତେ ମୋ ରାଣ, ସଧବା ଓଢ଼ଣୀ ବିଧବା ବୋହୂ, ଶ୍ରାବଣ ମାସର ଶେଷ ରାତି, ମଶାଣୀ ଫୁଲ ଓ କାଳିଆ ଆଖିର ଲୁହ ଭଳି ହିଟ୍ ଷ୍ଟୋରୀରେ ସୁରେଶଙ୍କ ଅଭିନୟ ଏବେ ଦର୍ଶକଙ୍କ ହୃଦୟର କାନଭାସରେ ଅଭୁଲା ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story