‘କବାଲୀ’ ଓ ‘ମଦାରୀ’ ରିଲିଜ୍‌

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ’ରେ ଆଜି ଦୁଇଟି ଫିଲ୍ମ ରିଲିଜ୍‌ ହୋଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କବାଲୀ’ ସାରା ଦେଶରେ ୪୦୦୦ ଥିଏଟରରେ ରିଲିଜ୍‌ ହୋଇଛି। ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ୍‌ ହୋଇଛି। ଫିଲ୍ମ ଦେଖିବା ପାଇଁ  ସିନେମା ହଲ୍‌ରେ ଦର୍ଶକଙ୍କ ଲମ୍ୱା ଲାଇନ୍‌ ଦେଖିବାକୁ ମିଳିଛି।

ସେହିପରି ‘କବାଲୀ’କୁ ଟକ୍କର ଦେବା ପାଇଁ  ଇରଫାନ୍‌ ଖାନ୍ ଷ୍ଟାରର ଫିଲ୍ମ ‘ମଦାରୀ’ ପରଦାକୁ ଆସିଛି। ଇରଫାନ୍‌ଙ୍କ ସହ  ଜିମି ସେରଗିଲଙ୍କୁ ମଧ୍ୟ ଏହି ଫିଲ୍ମରେ ଅଛନ୍ତି। ନିଶିକାନ୍ତ କାମତ ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।  ଦୁର୍ନୀତି ବିରୋଧରେ ସାଧାରଣ ମଣିଷର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି।