ଚାଲିଗଲେ ଫିଲ୍ମ ନିର୍ମାତା କେ. ବାଲୁ
ଚେନ୍ନାଇ: ନୂଆବର୍ଷର ପ୍ରଥମ ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ତାମିଲ୍ ଫିଲ୍ମ ନିର୍ମାତା କେ. ବାଲୁ। ତାମିଲନାଡୁର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। କେ. ବାଲୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଛି। ବାଲୁଙ୍କ ବିୟୋଗରେ ଅନେକ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।
Shocked & saddened by the sudden demise of #KBFilms #Balu today. He left too soon & created a void in film industry. May his soul rest in space. My deepest condolences to his family, friends & my colleagues from the industry.
— R Sarath Kumar (@realsarathkumar) January 2, 2021
କେ.ପି ଫିଲ୍ମ୍ସର ନିର୍ମାତା ହେଉଛନ୍ତି କେ. ବାଲୁ। ଗତକାଲି ରାତିରେ ତାଙ୍କର ବିୟୋଗ ହୋଇଥିଲା। ଆଜି ଦିନ ୧୧ଟା ୩୦ ସମୟରେ ଚେନ୍ନାଇ ସ୍ଥିତ ବେସନ୍ତ ନଗରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୂଚନା ରହିଛି। କେ.ପି ଫିଲ୍ମ୍ସର ବ୍ୟାନରରେ କେ. ବାଲୁ ମୋଟ୍ ୧୫ଟି ଫିଲ୍ମ ତିଆରି କରିଥିବା ସୂଚନା ରହିଛି।
An amazing human being!! miss u uncle!! #kbfilms #balu #rip #chinnathambi my deepest condolences to the family pic.twitter.com/VphNQfdhtd
— venkat prabhu (@vp_offl) January 2, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।