ପ୍ରଥମ ଅଭିନେତ୍ରୀ ଭାବରେ ଟିକା ନେଲେ ଶିଳ୍ପା
ମୁମ୍ୱାଇ: ପ୍ରଥମ ଅଭିନେତ୍ରୀ ଭାବରେ ଶିଳ୍ପା ଶିରୋଦକର କରୋନା ଟିକା ନେଇଛନ୍ତି। ଟିକା ନେବା ପରେ ସେ ତାଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବାମ କାନ୍ଧରେ ଟିକା ନେଇଥିବା ଦେଖିବାକୁ ମିଳିଛି। ସେ ଦୁବାଇରେ ଥାଇ ଏହି ଟିକା ନେଇଥିବା ଜଣାପଡ଼ିଛି। ଟିକା ନେବା ପରେ ସେ ୟୁଏଇ ସରକାରକୁ ଧନ୍ୟବାଦ ଦେଇଛନ୍ତି।
View this post on Instagram
ଶିଳ୍ପା ଶିରୋଦକର ଅଭିନେତ୍ରୀ ସହିତ ଜଣେ ମଡେଲ। 1989 ରୁ 2010 ପର୍ଯ୍ୟନ୍ତ ସେ ବଲିଉଡରେ ସକ୍ରିୟ ଥିଲେ। ତେବେ 3 ବର୍ଷ ବ୍ୟବଧାନ ପରେ ସେ 2013ରେ ଜି ଟିଭିର ଏକ ଧାରାବାହିକରେ ସାମିଲ୍ ହୋଇଥିଲେ। ସେ ଏବେ ତାଙ୍କ ପରିବାର ସହିତ ଦୁବାଇରେ ରହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।