ବାହା ହେଲେ ଏହି ପପୁଲାର୍ ଟିଭି ଆକ୍ଟର

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।” ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ […]

deepesh

deepesh

Jitendra Garnayak
  • Published: Thursday, 09 May 2019
  • Updated: 09 May 2019, 10:53 AM IST

Sports

Latest News

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।”

ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ ଦେଖିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

deepesh2ଦୀପେଶଙ୍କ ବାହାଘର ଜାକଜମକରେ ହୋଇ ନଥିଲା। ଉଭୟଙ୍କ ପରିବାରର ସଦସ୍ୟଙ୍କ ସହିତ କିଛି ଖାସ୍ ବନ୍ଧୁମାନଙ୍କ ଉପସ୍ଥିତିରେ ଅତି ନିରାଡ଼ମ୍ବରରେ ଏହି ବାହାଘର ହୋଇଥିଲା।

‘ଭାବୀ ଜୀ ଘର ପର ହୈ’ରେ ଦୀପେଶ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଆଉ ଦର୍ଶକ ବି ତାଙ୍କର ପ୍ରତିଟି ଚରିତ୍ରକୁ ବହୁତ ଭଲ ପାଆନ୍ତି।

deepesh10କିଛି ଦିନ ତଳେ ଏକ ସାକ୍ଷାତକାରରେ ସେ କହିଥିଲେ,“ମଲଖାନ୍ ଭୂମିକାରେ ଅଭିନୟ କରି ମୁଁ ବହୁତ ଲାଭବାନ ହୋଇଛି। ଏହା ମୋ କ୍ୟାରିୟରକୁ ଏକ ଭିନ୍ନ ମୋଡ଼ ଦେଇଛି।”

ସେ ଆହୁରି କହିଥିଲେ,“ଭାବୀ ଜୀ ଘର ପର ହେଁ ପୂର୍ବରୁ ମୁଁ ୫ଟି ଶୋ’ରେ କାମ କରିଥିଲି। କିନ୍ତୁ ଏଥିରେ ମୋତେ ଅଭିନେତା ଭାବେ ପରିଚୟ ମିଳିଛି।”

ନେହା ପେଂଡ୍‌ସେଙ୍କ ଅଭିନୀତ ଶୋ’ ‘ମେ ଆଇ କମ୍ ଇନ୍ ମ୍ୟାଡମ୍‌’ରେ ବି ଦୀପେଶ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos