ଭୂମିକାଙ୍କ ଭାଗ୍ୟ ବଦଳାଇବ ନୂଆବର୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନୋରଞ୍ଜନ ଦୁନିଆ ପାଇଁ ୨୦୨୦ ଥିଲା ବିଷାଦପୂର୍ଣ୍ଣ। ଚାହୁଁଛି ୨୦୨୧ ସେମିତି ନହେଉ। ସମସ୍ତଙ୍କ ପାଇଁ ଭଲ ଆଣିବ। ୨୦୨୦ ଅପେକ୍ଷା ୨୦୨୧ରେ ଭଲ କାମ କରିବି ବୋଲି ଆଶା ରଖିଛନ୍ତି ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। ମହାମାରୀ କରୋନା ପାଇଁ ସିନେମା ହଲ୍‌ ବନ୍ଦ ହୋଇଗଲା। ସିନେମା ସୁଟିଂ ମଧ୍ୟ ହୋଇପାରିଲା ନାହିଁ। ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌ରେ ଘରେ ସମୟ ବିତିଲା। ଧୀରେ ଧୀରେ ସ୍ଥିତି ସ୍ୱଭାବିକ ହେଉଛି। କୋଭିଡ୍‌ […]

bhumika

bhumika

Manoranjan Sial
  • Published: Wednesday, 30 December 2020
  • Updated: 30 December 2020, 10:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନୋରଞ୍ଜନ ଦୁନିଆ ପାଇଁ ୨୦୨୦ ଥିଲା ବିଷାଦପୂର୍ଣ୍ଣ। ଚାହୁଁଛି ୨୦୨୧ ସେମିତି ନହେଉ। ସମସ୍ତଙ୍କ ପାଇଁ ଭଲ ଆଣିବ। ୨୦୨୦ ଅପେକ୍ଷା ୨୦୨୧ରେ ଭଲ କାମ କରିବି ବୋଲି ଆଶା ରଖିଛନ୍ତି ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭୂମିକା ଦାଶ।

ମହାମାରୀ କରୋନା ପାଇଁ ସିନେମା ହଲ୍‌ ବନ୍ଦ ହୋଇଗଲା। ସିନେମା ସୁଟିଂ ମଧ୍ୟ ହୋଇପାରିଲା ନାହିଁ। ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌ରେ ଘରେ ସମୟ ବିତିଲା। ଧୀରେ ଧୀରେ ସ୍ଥିତି ସ୍ୱଭାବିକ ହେଉଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଫିଲ୍ମ ସୁଟିଂ ଆରମ୍ଭ ହୋଇଛି। ଏକଥା ଶୁଣିବା ପରେ ବହୁ ଖସି ଲାଗିଲା ବୋଲି ଭୂମିକା କହିଛନ୍ତି। କିନ୍ତୁ ମନ ଭିତରେ କେଉଁଠି ନା କେଉଁଠି ଭୟ ଲାଗୁଛି। ସେଥିପାଇଁ ଟିମ୍‌ ସହିତ କାମ କରିବା ବେଳେ ନିଜ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ୁଛି। ଯାହା ହେଉନା କାହିଁକି ସୁଟିଂ ଆରମ୍ଭ ହୋଇଛି। ସେଥିପାଇଁ ବହୁ ଖୁସି ଲାଗୁଛି ବୋଲି ଭୂମିକା କହିଛନ୍ତି।

୨୦୨୧ରେ ଭୂମିକାଙ୍କର ଆସୁଛି ୩ଟି ଫିଲ୍ମ। ‘ଚକ୍ଷୁବନ୍ଧନ’, ‘କାଗଜଗୁଡ଼ି’ ଓ ‘ଅଉ ଗୋଟିଏ ଲଭ୍‌ ଷ୍ଟୋରୀ’ ଫିଲ୍ମ। ଏଥିରେ ନୂଆ ନୂଆ ଭୂମିକାରେ ଆସୁଛନ୍ତି ଭୂମିକା ଦାଶ। ୨୦୨୧ରେ ଏହି ଫିଲ୍ମ ଗୁଡ଼ିକୁ ଦର୍ଶକ ଗ୍ରହଣ କରିବେ ଭୂମିକା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos