ପ୍ରତିଦିନ ଦାସିଆ ବାଉରୀଙ୍କ ପୀଠରୁ ଶ୍ରୀମନ୍ଦିର ଯାଉଛି ତୁଳସୀ, ନଡ଼ିଆ, ପଦ୍ମ

ପ୍ରତି ଦିନ ତୁଳସୀ, ନଡ଼ିଆ ଓ ଫୁଲ ଧରି ଜଣେ ସାଧୁ ଶ୍ରୀକ୍ଷେତ୍ର ଯାଇଥାନ୍ତି। ସାଧୁଙ୍କ ଦ୍ୱାରା ଏହା କାଳିଆ ସାଆନ୍ତଙ୍କ ପାଇଁ ଯାଇଥିବା ବେଳେ ଜଗନ୍ନାଥ ଆଶ୍ରିତ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ ନାମ ସଂକୀର୍ତ୍ତନ କରିଥାଆନ୍ତି।

Pipili PhotoOR

ତୁଳସୀ ଉଦ୍ୟାନରୁ ତୁଳସୀ ତୋଳା ଯାଉଛି

Manoranjan Sial
  • Published: Thursday, 27 June 2024
  • Updated: 27 June 2024, 06:01 PM IST

ଚାଲିଛି ନାମ ସଂକୀର୍ତ୍ତନ। ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ ହରିନାମ। ନାମ ସଂକୀର୍ତ୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ। ତାହାରି ଭିତରେ ଚାଲିଛି ମାଆ ବୃନ୍ଦାବତୀଙ୍କ ଆରାଧନା ଓ ତୁଳସୀ ପତ୍ର ତୋଳା। ଏମିତିକା ଆଧ୍ୟାତ୍ମିକ ପରିବେଶ ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ସମାଧି ପୀଠରେ। ଏଠାରୁ ପ୍ରତିଦିନ ମହାପ୍ରଭୁଙ୍କ ସେବାରେ ଶ୍ରୀମନ୍ଦିର ଯାଉଛି ନଡ଼ିଆ, ତୁଳସୀ, ପଦ୍ମ ଓ ଗୁଆ।

ପିପିଲି ବାଲିଗାଁରେ ରହିଛି ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠ। ଏଇଠି ରହିଛି ଦାସିଆ ବାଉରୀଙ୍କ ସମାଧି। ପୀଠର ମୁଖ୍ୟ ସ୍ଥଳକୁ ଛାଡ଼ି ଦେଲେ ରହିଛି ଏକ ତୁଳସୀ ଉଦ୍ୟାନ। ଯେଉଁଠି ଦେଖିବେ, ସେଠାରେ ରହିଛି ଖାଲି ତୁଳସୀ ଉଦ୍ୟାନ। କୋଣ ଅନୁକୋଣ ତୁଳସୀରେ ପରିପୂର୍ଣ୍ଣ ହୋଇଛି। ତୁଳସୀ ବାସ୍ନାରେ ମହକି ଉଠୁଛି ସମଗ୍ର ପରିବେଶ। ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ଭରା ପରିବେଶ।

Also Read

ପୀଠରେ ଜୁଆଡେ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ। ସେଥିପାଇଁ ପ୍ରତି ଦିନ ଏଠାରେ ତୁଳସୀ ଠାକୁରଙ୍କ ଆରାଧନା କରାଯାଇଥାଏ। ମାଆଙ୍କୁ ଧୂପ ଓ ଝୁଣା ଲାଗି କରାଯାଇଥାଏ। ତା’ପରେ ମୁଣ୍ଡ ନୁଆଁଇ ମାଆ ବୃନ୍ଦାବତୀଙ୍କୁ ତୁଳସୀ ପତ୍ର ଛିଣ୍ଡାଇବା ପାଇଁ ଅନୁମତି ମାଗିଥାନ୍ତି ଭକ୍ତମାନେ। ଆଉ ତାହା ପରେ ତୋଳା ହୋଇଥାଏ ତୁଳସୀ। ଶୁଦ୍ଧ ପୂତ୍ତ ଭାବରେ ଗୋଟିଏ ପରେ ଗୋଟିଏ ତୁଳସୀ ପତ୍ର ତୋଳନ୍ତି। ଖାଲି ତୁଳସୀ ପତ୍ର ନୁହେଁ, ପୀଠରେ ଥିବା ପୋଖରୀରୁ ପଦ୍ମ ଫୁଲ ତୋଳା ହୋଇଥାଏ କାଳିଆ ଠାକୁରଙ୍କ ପାଇଁ। ଏଥି ସହିତ ଯାଏ ନଡ଼ିଆ ଓ ଗୁଆ।

ପ୍ରତି ଦିନ ତୁଳସୀ, ନଡ଼ିଆ ଓ ଫୁଲ ଧରି ଜଣେ ସାଧୁ ଶ୍ରୀକ୍ଷେତ୍ର ଯାଇଥାନ୍ତି। ସାଧୁଙ୍କ ଦ୍ୱାରା ଏହା କାଳିଆ ସାଆନ୍ତଙ୍କ ପାଇଁ ଯାଇଥିବା ବେଳେ ଜଗନ୍ନାଥ ଆଶ୍ରିତ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ ନାମ ସଂକୀର୍ତ୍ତନ କରିଥାଆନ୍ତି। ପ୍ରଭୁଙ୍କ ଦୟଣା ମାଳ ହେଉ କି ହୃଦ ପଦ୍ମ ଜଗନ୍ନାଥଙ୍କ ପୂଜାରେ ତୁଳସୀର ରହିଛି ମହତ୍ୱପୂର୍ଣ୍ଣ ଭୂମିକା। ଶାସ୍ତ୍ରରେ କୁହାଯାଇଛି ତୁଳସୀ ଗଛର ବିଭିନ୍ନ ଅଂଶରେ ଦେବାଦେବୀଙ୍କର ବାସ ଥାଏ।

ବୈଷ୍ଣବ ଧର୍ମରେ ତୁଳସୀ ମହାତ୍ମ୍ୟକୁ ନେଇ ରହିଛି ଅନେକ ପୌରାଣିକ ଗାଥା। ଆଉ ସେଇଥିପାଇଁ ତ କାଳିଆ ସାଆନ୍ତଙ୍କ ପୂଜାରେ ଖୋଜା ପଡ଼ିଥାଏ ତୁଳସୀ ଦୟଣା। ଯେ ପର୍ଯ୍ୟନ୍ତ ବଡ଼ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିବେ ସେ ପର୍ଯ୍ୟନ୍ତ ଭକ୍ତ ଦାସିଆ ବାଡ଼ିରୁ ତୁଳସୀ ଓ ନଡ଼ିଆ ଶ୍ରୀମନ୍ଦିର ଯାଉଥିବ।

ରିପୋର୍ଟ- ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story