ଡବଲ୍ ଇଞ୍ଜିନ, ଟ୍ରିପଲ୍ ବିଜୟ

କେବଳ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ କାହିଁକି, ଛତିଶଗଡ଼ରେ ବି ସେହି ସମାନ ନିର୍ବାଚନ ନୀଳନକ୍ସା। ସବୁଠି ମୁଖ୍ୟ ପ୍ରଚାରର କେନ୍ଦ୍ର ସ୍ଥଳରେ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫଳ ଯାହା ହେଲା, ତାହା ନିଶ୍ଚୟ ଚକିତ କଲା ଦେଶବାସୀଙ୍କୁ। ମୋଦିଙ୍କ ପ୍ରବଳ ଓ ପ୍ରଚଣ୍ଡ ଲୋକପ୍ରିୟତା ଓ ଗ୍ରହଣୀୟତା ଆଧାରରେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନମତ ଆକଳନ ହୋଇଗଲା।

BJP Vs Congress

BJP Vs Congress

Debendra Prusty
  • Published: Wednesday, 06 December 2023
  • Updated: 06 December 2023, 12:35 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଗତ ରବିବାର ଡିସେମ୍ବର ମାସ ୩ ତାରିଖରେ ଗଣତି ହୋଇଥିବା ଚାରୋଟି ରାଜ୍ୟ - ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା - ନିର୍ବାଚନରେ ଆମନା ସାମନା ହୋଇଥିଲେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଓ କଂଗ୍ରେସ। ଏହି ଚାରୋଟି ରାଜ୍ୟ ମଧ୍ୟରୁ ତିନୋଟିର ଶାସନ କ୍ଷମତାକୁ ଫେରୁଥିଲା ଭାଜପା। ଖୁବ ସରଳ ଓ ସାବଲୀଳ ଭାବେ ବିଜୟ ଧ୍ୱଜ ଉଡ଼ାଇ ଭାଜପାର ବିଜୟ ଅଶ୍ୱ ଆଗେଇ ଚାଲିଥିଲା ଭୋଟଗଣତି ପ୍ରକ୍ରିୟାରେ। ଦେଇଥିଲା କଡ଼ା ଆହ୍ବାନ କଂଗ୍ରେସ ଦଳକୁ। ବୋଧହୁଏ, କଂଗ୍ରେସ ଦଳକୁ ମୁକାବିଲା କରି ବିଜୟୀ ହେବାର ସାହସ ସଂଚୟ କରିଥିଲା ବିଜେପି; କେବଳ ଜନତା ଜନାର୍ଦ୍ଦନଙ୍କ ଆସ୍ଥା ଓ ବିଶ୍ୱାସ କାରଣରୁ। କଂଗ୍ରେସ ଦଳର ଆହ୍ୱାନ ଅପେକ୍ଷା ଭାରି ପଡ଼ିଗଲା ଭାଜପା ପ୍ରତି ଭୋଟରଙ୍କ ସଦିଚ୍ଛା। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତାଙ୍କୁ ପ୍ରେରଣାଦାୟୀ ନିବେଦନ ତଥା ତାଙ୍କର ବିପୁଳ ଜନପ୍ରିୟତା ଏତେ ତୀବ୍ର ଓ ହୃଦୟଛୁଆଁ ହୋଇଥିଲା ଯେ, ପ୍ରତ୍ୟେକ ରାଜ୍ୟର ଭାଜପା ରାଜ୍ୟ କାର୍ଯ୍ୟାଳୟର ଟୁକୁଡ଼ା କାଗଜରେ ବି ଲେଖି ହୋଇ ଯାଇଥିଲା ମୋଦିଙ୍କ ବାର୍ତ୍ତା।

ମଧ୍ୟ ପ୍ରଦେଶରେ ଚାରିଥର ଶାସନ କ୍ଷମତା ଅକ୍ତିଆର କରିସାରିଥିବା ଭାଜପା ଚମତ୍କାର ପ୍ରଦର୍ଶନ ଓ ବିପୁଳ ଆସନ ସହିତ ଲଗାତାର ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିଲା। ଏଥର ନିର୍ବାଚନରେ କିନ୍ତୁ, ଗତ ତିନିଥର ମୁଖ୍ୟମନ୍ତ୍ରୀ ରହି ସାରିଥିବା ଶିବରାଜ ସିଂହ ଚୌହାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ନଥିଲା ଭାଜପା। ଭୋଟରମାନେ ନିଶ୍ଚିତ ଭାବେ ସଂଶୟରେ ଥିବେ ଯେ, ଭାଜପା ଜିଣିଲେ, କିଏ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ! ଏହି ନିର୍ବାଚନ ପ୍ରଚାର ସମୟରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ନିର୍ବାଚନ ପରିଚାଳନାର ଲଗାମ ରହିଲା ଭାଜପାର ଶୀର୍ଷ ନେତୃତ୍ୱ ପାଖରେ। ପୂର୍ବ ଭଳି, କାହାକୁ ବି ଭାବୀ-ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରାଗଲା ନାହିଁ। ରାଜ୍ୟର ଛାମୁଆ ନେତାମାନେ ପ୍ରାର୍ଥୀ ଓ ଦଳୀୟ ନେତା ଭାବେ କେନ୍ଦ୍ରୀୟ ରଣନୀତି ମୁତାବକ ନିର୍ବାଚନ ପ୍ରଚାର କଲେ। ରାଜସ୍ଥାନରେ ବି ସମାନ କଥା ଦେଖିବାକୁ ମିଳିଲା। ରାଜ୍ୟ ସ୍ତରୀୟ ନେତୃତ୍ୱ ମନପ୍ରାଣ ଦେଇ ପ୍ରଚାର କାର୍ଯ୍ୟରେ ଲାଗିଲେ ସିନା, ଉଚ୍ଚାରଣ ଓ ଆଚରଣରେ କେହି ବି ପ୍ରାଧାନ୍ୟ ପାଇବାର ଦେଖାଗଲାନି। କେବଳ ମଧ୍ୟ ପ୍ରଦେଶ ଓ ରାଜସ୍ଥାନ କାହିଁକି, ଛତିଶଗଡ଼ରେ ବି ସେହି ସମାନ ନିର୍ବାଚନ ନୀଳନକ୍ସା। ସବୁଠି ମୁଖ୍ୟ ପ୍ରଚାରର କେନ୍ଦ୍ର ସ୍ଥଳରେ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫଳ ଯାହା ହେଲା, ତାହା ନିଶ୍ଚୟ ଚକିତ କଲା ଦେଶବାସୀଙ୍କୁ। ମୋଦିଙ୍କ ପ୍ରବଳ ଓ ପ୍ରଚଣ୍ଡ ଲୋକପ୍ରିୟତା ଓ ଗ୍ରହଣୀୟତା ଆଧାରରେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନମତ ଆକଳନ ହୋଇଗଲା। ବହୁମତରେ କଂଗ୍ରେସ ହାତରୁ ଭାଜପା ଛଡ଼ାଇନେଲା ଦୁଇ ରାଜ୍ୟ - ରାଜସ୍ଥାନ ଓ ଛତିଶଗଡ଼। ମଧ୍ୟ ପ୍ରଦେଶରେ ପଞ୍ଚମ ଥର ପାଇଁ ସରକାର ଗଢ଼ିବାକୁ ଭାଜପା ଲୋକଙ୍କ ଅକୁଣ୍ଠ ସମର୍ଥନ ହାତେଇନେବାକୁ ସକ୍ଷମ ହେଲା।

କ୍ଷମତାର ବିକେନ୍ଦ୍ରୀକରଣ ସବୁବେଳେ ହିତସାଧନ କରେ। ତାହା ମଧ୍ୟ ଶ୍ରେଷ୍ଠ ଗାଣତାନ୍ତ୍ରିକ ପଦ୍ଧତି। ଏଣୁ, ଭାଜପାର କେନ୍ଦ୍ରୀକରଣ ଯୋଜନାକୁ ଆମେ ଭଲ କହିବାକୁ ଚାହୁଁନା। ଏହା ରାଜ୍ୟ ନେତୃତ୍ୱକୁ ଦୁର୍ବଳ କରେ। ରାଜ୍ୟ ସ୍ତରୀୟ ନେତୃତ୍ୱକୁ ଦୁର୍ବଳ କରୁଥିବା ନିର୍ବାଚନ ପରିଚାଳନା ନୀଳନକ୍ସା ଯେତେ ଲାଭପ୍ରଦାୟୀ ହେଉନା କାହିଁକି, ଏହାକୁ ବିଜୟ ଲାଭ ପାଇଁ ଛାଞ୍ଚ ବା ମଡେଲ ଭାବେ ବ୍ୟବହାର କରାଯିବା ଅନୁଚିତ। ତେବେ ମୋଦି ନେତୃତ୍ୱାଧୀନ ଭାଜପା ପକ୍ଷରୁ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ଦିଗରେ ସଫଳ ପ୍ରଚେଷ୍ଟା କରାଯାଇ ଭୋଟ ଗଣିତ, ବୁଥ ବାହୁଡା ଜନମତ ଆକଳନକୁ ଭୁଲ ପ୍ରମାଣିତ କରି ଦିଆଗଲା। ଯେଉଁସବୁ ରାଜ୍ୟରେ ଭାଜପା ସଙ୍ଗଠିତ ଥିଲା, ସେଠାରେ ମୋଦିଙ୍କ ସୁଶାସନ ଉପରେ ବିଶ୍ୱାସ ସ୍ଥାପନ କଲେ ଭୋଟର। ମୁଖ୍ୟତଃ ହିନ୍ଦୀଭାଷୀ ରାଜ୍ୟମାନଙ୍କରେ ମୋଦି ଲହରରେ ଭାସିଗଲା କଂଗ୍ରେସ ଦଳ। ଲକ୍ଷ୍ୟ କରିବାର କଥା ଯେ, ନିର୍ବାଚନରେ ଭାଗ ନେଇଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟି ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କୁ ଭୋଟରମାନେ ଆଉ ବିଶ୍ୱାସକୁ ନେଲେନି। ମିଜୋରାମରେ ଉଭୟ କଂଗ୍ରେସ ଓ ଭାଜପା ସଙ୍ଗଠନ ସୁଦୃଢ଼ ନଥିବାରୁ, ସରକାର ଗଢ଼ିବାକୁ ଭୋଟରମାନେ ଏକ ନୂତନ ଆଞ୍ଚଳିକ ଦଳ ଜୋରାମ ପିପୁଲସ୍ ମୁଭମେଣ୍ଟ ବା 'ଜେଡପିଏମ'କୁ ସମର୍ଥନ ଦେଲେ। ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଭାଜପା ଅପେକ୍ଷା କଂଗ୍ରେସ ଅଧିକ ସଙ୍ଗଠିତ ଥିବାରୁ ତେଲେଙ୍ଗାନାରେ ପରାଜିତ ହେଲା ଆଞ୍ଚଳିକ ଶାସକ ଦଳ – ଟିଆରଏସ। ଅନ୍ୟତ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ପାଇଁ ଆବେଦନ, ବିକାଶ ମଡେଲକୁ ଭୋଟର ଗ୍ରହଣ କଲେ। ଏବେ ସୁଶାସନ ପାଇବାକୁ ଲୋକଙ୍କ ଆଗ୍ରହକୁ ମୋଦି ସରକାର କିଭଳି ଚରିତାର୍ଥ କରିବେ, ତାହା ଦେଖିବାକୁ ସମସ୍ତେ ଆଗ୍ରହର ସହ ଅପେକ୍ଷା କରିଛନ୍ତିI

ଏକଥା ଲେଖିଲା ବେଳେ, ଏହା ବି ସ୍ୱୀକାର କରିବାରେ ଦ୍ଵିଧା ନାହିଁ ଯେ ୨୦୨୪ ଲୋକସଭା ନିର୍ବାଚନ ବେଳେ ମୋଦିଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଡାକରା ସହିତ ସମଗ୍ର ଦେଶ ଯେ 'ସବକା ପ୍ରୟାସ' ମଧ୍ୟ ଯୋଡ଼ିବ, ତାହା ଆଶା କରାଯାଇ ପାରେ। ଆଗାମୀ ଦିନରେ କେନ୍ଦ୍ରରେ ଯଦି ମୋଦି ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଆସନ୍ତି, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ସମସ୍ତ ଭାଜପା ଶାସିତ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲୋକଙ୍କ ବଢୁଥିବା ଆଶା ଓ ଆକାଂକ୍ଷାକୁ ସମ୍ମାନ ଦେଇ କିଭଳି ବିକାଶର ନନ୍ଦିଘୋଷକୁ ଆଗକୁ ନେଉଛନ୍ତି, ତାହା ସଭିଏଁ ଦେଖିବେ।

ପୂର୍ବରୁ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ ରାଜନୈତିକ ଦଳମାନଙ୍କର ରାଜ୍ୟ ସ୍ତରୀୟ ନେତୃତ୍ୱ ପ୍ରଚାରର ମଙ୍ଗ ଧରୁଥିଲେ ଓ କେନ୍ଦ୍ର ନେତୃତ୍ୱ ସହଯୋଗ କରୁଥିଲେ। ଲୋକସଭା ନିର୍ବାଚନ ବେଳେ, କେନ୍ଦ୍ରୀୟ ନେତୃତ୍ୱ ପ୍ରଚାର କଲାବେଳେ ଦଳର ସାଙ୍ଗଠନିକ କର୍ମକର୍ତ୍ତା ଓ କର୍ମୀମାନେ ସହଯୋଗ କରୁଥିଲେ। କିନ୍ତୁ ଏଥର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନରେ କିଛି ନୂତନ କୌଶଳ ଦେଖିବାକୁ ମିଳିଲା। ଏଥର ବିଧାନସଭା ନିର୍ବାଚନରେ କେନ୍ଦ୍ରୀୟ ନେତୃତ୍ୱ 'ମୋଦି-ଶହ-ନାଡା' ତ୍ରିଶକ୍ତିଙ୍କ ଆବିର୍ଭାବ ହେଲା, କେହି ବି ଜଣେ ରାଜ୍ୟର ପ୍ରମୁଖ ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼େଇ ହେଲାନାହିଁ। ନିର୍ବାଚନ ପ୍ରଚାର ମାଧ୍ୟମରେ ପ୍ରତ୍ୟେକ ପ୍ରଦେଶରେ ମୁଖ୍ୟ ଖେଳାଳି ଭାବେ ମୋଦିଙ୍କ ପ୍ରବେଶ, ନିର୍ବାଚନ ଫଳାଫଳକୁ ଭାଜପା ସପକ୍ଷରେ ପରିଣତ କରିବାର ସାମର୍ଥ୍ୟ ଦେଖିବାକୁ ମିଳିଲା। ଏହା ହୁଏତ ସୁଗଭୀର ଓ ଦିଗନ୍ତ ପରିବ୍ୟାପ୍ତ ଜଳରାଶି ଉପରେ ଭାସମାନ ପ୍ରତିବିମ୍ବ ହୋଇଥାଇପାରେ। ଏହି କୌଶଳଗତ ପରିବର୍ତ୍ତନ ଆଗାମୀ ଦିନରେ କ୍ଷମତା ଧୃବୀକରଣ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବାର କହିହେବ। ଗୋଟିକ ପରେ ଗୋଟିଏ ରାଜ୍ୟରେ ଭାଜପା କ୍ଷମତା ଦଖଲ କରିଚାଲିବାକୁ ଆମେ ମଧ୍ୟ କ୍ରମଶଃ ଶକ୍ତିଶାଳୀ ହୋଇଉଠୁଥିବା ସଙ୍ଗଠନ, ନିଜକୁ ଦୋଷତ୍ରୁଟିକୁ ସୁଧାରି ଲୋକଙ୍କ ସମସ୍ୟା ସହ ଯୋଡ଼ି ହେଉଥିବା ନେତୃତ୍ୱ, ବିଭିନ୍ନ ଗରିବ ଓ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ବିକାଶକୁ ଶ୍ରେୟ ଦେଇ ପାରିବା। ଏସବୁ ସମ୍ଭବ ହେବାର ମୂଳ କାରଣ ରୂପେ ଆମେ ମୋଦିଙ୍କ ଲଗାତାର ପ୍ରଚେଷ୍ଟା, ଦିଗଦର୍ଶନ, ସକାରାତ୍ମକ ତଥା ପ୍ରେରଣାଦାୟୀ କାର୍ଯ୍ୟଧାରା, ବିଭିନ୍ନ ଧର୍ମ ଓ ସଂସ୍କୃତି ତଥା ରାଷ୍ଟ୍ରୀୟ ବିଚାର ସହିତ 'ବସୁଧୈବ କୁଟୁମ୍ବକମ' ଭଳି ମହାନ ଭାରତୀୟ ବିଚାର ଆଧାରିତ ପରିକଳ୍ପନାକୁ ଶ୍ରେୟ ଦେଇ ପାରିବା। ଆଗକୁ ବଢ଼ିବାର ମାନସିକତା, ବିକାଶର ବାର୍ତ୍ତା ଓ ଏହାକୁ ହାସଲ କରିବା ପାଇଁ ନିରନ୍ତର କଠିନ ପରିଶ୍ରମ କରୁଥିବାରୁ ମୋଦିଙ୍କ ଉପରେ ମତଦାତାଙ୍କର ବିଶ୍ୱାସ ବଢ଼ିଛି।

ନିର୍ବାଚନ ଫଳାଫଳ ଯାହା ହେଲା, ତାହାକୁ କେବଳ ଭାଜପାର ସଫଳତା କହିଲେ ଅର୍ଦ୍ଧସତ୍ୟ ହେବ। ଆମେ ଏହାକୁ କଂଗ୍ରେସ ଦଳର ବିଫଳତା ମଧ୍ୟ କହି ପାରିବା। କ୍ଷମତାରେ ଥିବା ସତ୍ତ୍ୱେ ପରାଜୟ ବରଣ କରିଥିବା ଉଭୟ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ନିର୍ବାଚନ ପ୍ରଚାର ପ୍ରଭାବୀ ନଥିଲା। ଏପରିକି ଏଥର ବି କ୍ଷମତା ହାସଲ କରିବାକୁ ଅକୃତକାର୍ଯ୍ୟ ହୋଇଥିବା ମଧ୍ୟ ପ୍ରଦେଶରେ ବି ସେହି ଦୁର୍ବଳତା ଲକ୍ଷ୍ୟଣୀୟ ଥିଲା। ତିନୋଟି ଯାକ ରାଜ୍ୟରେ ସତେ ଯେମିତି ଦଳଗତ ପ୍ରଚେଷ୍ଟା ନଥିଲା। ପ୍ରାର୍ଥୀମାନେ ନିଜର ବିଜୟ ପାଇଁ ହିଁ ଲଢୁଥିଲେ! ଦଳ ପକ୍ଷରୁ ପ୍ରସ୍ତୁତ ରଣନୀତିରେ ସ୍ଥାନୀୟ ପ୍ରସଙ୍ଗ ଓ ସେମାନଙ୍କ ସରକାରଙ୍କ ଉପଲବ୍ଧି ତଥା ଲୋଭନୀୟ ନିର୍ବାଚନ ପ୍ରତିଶୃତି ଥିଲେ ବି ପ୍ରଚାର କାର୍ଯ୍ୟକୁ କିଭଳି ଆରମ୍ଭ କରି ଆଗକୁ ବଢ଼ାଇବେ, ସେଥିରେ ସଂଶୟ ଥିଲା ସ୍ଥାନୀୟ ନେତୃବର୍ଗଙ୍କର। ଅନୁଶାସନ ବିହୀନ ନୀତିହୀନତା ଗ୍ରାସ କରିଥିଲା ବହୁଧାବିଭକ୍ତ ଦଳୀୟ କର୍ମୀ ଓ ନେତାଙ୍କ ଗୋଷ୍ଠୀମାନଙ୍କୁ। ସମସ୍ତଙ୍କୁ ଏକାଠି ଧରି ରଖିବାର ମନ୍ତ୍ର ନଥିଲା। କେନ୍ଦ୍ରୀୟ ନେତୃତ୍ୱ ଜାତିଭିତ୍ତିକ ଜନଗଣନାକୁ ପ୍ରାଧାନ୍ୟ ଦେଉଥିଲା ବେଳେ କର୍ମୀମାନେ ଜାଣି ନଥିଲେ ଏହାର ଲାଭକ୍ଷତିର ଅଙ୍କ। ଯେତେବେଳେ, ଭୋଟରମାନେ, ପ୍ରଶ୍ନ କରୁଥିଲେ, କଂଗ୍ରେସ କର୍ମୀ ଓ ସ୍ଥାନୀୟ ନେତା ନିରୁତ୍ତର ରହିବାକୁ ବାଧ୍ୟ ହେଉଥିଲେ। ଏହାର ଭରପୂର ଫାଇଦା ନେଇଗଲେ, ଅଧିକ ସଂଗଠିତ, କୌଶଳଗତ ତାଲିମ ପାଇଥିବା ଭାଜପାର କର୍ମୀ ଓ ନେତା। ବିଶେଷ ଭାବେ ସର୍ବାଧିକ ଆଦିବାସୀ ବାସ କରୁଥିବା ଅଞ୍ଚଳମାନଙ୍କରେ ଏହା ଥିଲା ଦିବାଲୋକ ପରି ସ୍ପଷ୍ଟ। ଆଉ କିଛି ମାସ ପରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ସମୟରେ ଅସଙ୍ଗଠିତ ତଥା ଭଗ୍ନ-ମନୋବଳ କଂଗ୍ରେସ ଦଳ ଯେ 'ଇଣ୍ଡିଆ ଗଠବନ୍ଧନ'ର ନେତୃତ୍ୱ ନେଇ ଭାଜପାର ବିଜୟୀ ଅଶ୍ଵର ଗତିରୋଧ କରିବାକୁ ସମର୍ଥ ହେବ, ତାହା ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲାଗିଯାଇଛି।

ଆନ୍ଧ୍ର ପ୍ରଦେଶରୁ ବିଭାଜିତ ହୋଇ ସ୍ୱତନ୍ତ୍ର ପ୍ରଦେଶ ଭାବେ ଦକ୍ଷିଣାତ୍ୟ ରାଜ୍ୟ ତେଲେଙ୍ଗାନା'ର କାହାଣୀ ଦେଶର ଯେ କୌଣସି ଆଞ୍ଚଳିକ ରାଜନୈତିକ ଦଳପାଇଁ ନିଶ୍ଚୟ ଅନେକ ବିପଦ ଓ ସତର୍କ ରହିବାକୁ ଶିକ୍ଷା ଦେଇଛି। ୨୦୧୪ ମସିହା ଜୁନ ମାସ ୨ ତାରିଖରେ ଗଠିତ ଏହି ରାଜ୍ୟରେ ସେହିବର୍ଷ ପ୍ରଥମ ନିର୍ବାଚନ ହୋଇଥିଲା ଏବଂ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଗଠିତ 'ତେଲେଙ୍ଗାନା ରାଷ୍ଟ୍ର ସମିତି' ଶାସନଭାର ଗ୍ରହଣ କରିଥିଲା। ତାହାର ଚାରିବର୍ଷ ପରେ ୨୦୧୮ ମସିହାରେ ଆଗୁଆ ନିର୍ବାଚନ ହେଲା ଓ ପୁଣି ଥରେ କେସିଆରଙ୍କ ନେତୃତ୍ୱରେ ସରକାର ଗଢ଼ାଗଲା ସେଠାରେ। ୨୦୨୦ ମସିହାରେ ଅତ୍ୟୁତ୍ସାହୀ କେସିଆର ନିଜ ଦଳର ନାମକୁ ତେଲେଙ୍ଗାନା ରାଷ୍ଟ୍ର ସମିତି ବଦଳରେ ଭାରତ ରାଷ୍ଟ୍ର ସମିତି କରିଦେଲେ। ନିଜର ଦଳକୁ ରାଷ୍ଟ୍ରୀୟ ଦଳରେ ପରିଣତ କରି ସର୍ବଭାରତୀୟ ଦଳର ମାନ୍ୟତା ପାଇଁ ତାଙ୍କର ମହତ୍ୱାକାଂକ୍ଷା ଉପରେ ପ୍ରଚଣ୍ଡ ପ୍ରହାର ପଡ଼ିଲା ୨୦୨୩ ବିଧାନସଭା ନିର୍ବାଚନରେ। ଜାତୀୟ ରାଜନୀତିରେ କେସିଆରଙ୍କ ଅଣ-ଭାଜପା ଭାବମୂର୍ତ୍ତୀ ଭାଙ୍ଗି ଚୁରମାର ହୋଇଗଲା। ତାଙ୍କର ଦୁର୍ନୀତିପୂର୍ଣ୍ଣ, ପରିବାରବାଦୀ ତଥା ତୁଷ୍ଟିକରଣ ରାଜନୀତିର ପାଦତଳୁ ମାଟି ଖସିଗଲା। ମାତ୍ର ଆଠ ବର୍ଷର ଶାସନରୁ ମୁହଁ ମୋଡ଼ିନେଲେ ତେଲେଙ୍ଗାନାବାସୀ। ଦଳ ନିଜର କୈଶୋରାବସ୍ଥାରେ ଆଣ୍ଠେଇ ପଡ଼ିଲା ଓ ମତଦାତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଆତ୍ମସମର୍ପଣ କରିଗଲା ଭଳି ମନେହେଲା। ଆଜି କେସିଆର ଜାତୀୟ ରାଜନୀତିରେ ମୁଣ୍ଡ ଟେକିବାର ସମ୍ଭାବନା ବିଲୁପ୍ତ ପ୍ରାୟ।

କେବଳ ଜନମଙ୍ଗଳକାରୀ ଯୋଜନା - ଯେମିତି କି କେସିଆର ସରକାରଙ୍କ 'ରୟତ ବନ୍ଧୁ' କାର୍ଯ୍ୟକ୍ରମ ସମେତ ମାଳମାଳ ଲୋକପ୍ରିୟ ଯୋଜନା ମାଧ୍ୟମରେ ଲୋକଙ୍କ ସତର୍କ ଦୃଷ୍ଟିରୁ କୁଶାସନ ଓ ତାଳିପକା ରାଜନୈତିକ କନ୍ଦଳକୁ ସବୁଦିନ କାର୍ପେଟ ତଳେ ଲୁଚାଇ ରଖିହେବ ନାହିଁ। ଯେଉଁ ଆଞ୍ଚଳିକ ଦଳ ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଦୁର୍ବାର ଆନ୍ଦୋଳନରୁ ଜନ୍ମ ନେଇଥିଲା, ତାହା ଯେ ଦିନେ ଶାସନ କ୍ଷମତାରେ ଅନ୍ଧ ହୋଇ ବିରୋଧୀଙ୍କୁ ଦମନ କରିବାକୁ ଅତ୍ୟାଚାର କରିପାରେ, ତାହାର ଉଦାହରଣ ପାଲଟିଥିଲେ କେସିଆର ସରକାର। ନିଜର ଦୋଷ ଦୁର୍ବଳତାକୁ ଘୋଡ଼ାଇ ରଖିବାକୁ ସେହି ଦଳର ଆଞ୍ଚଳିକତାବାଦୀ ପ୍ରୟାସ କାମ କଲାନି। ତେଲେଙ୍ଗାନାର ବିକାଶ ଓ ଅସ୍ମିତା କଥା କହୁଥିବା 'ଟିଆରଏସ'କୁ 'ବିଆରଏସ'ରେ ରୂପାନ୍ତରୀକରଣ କରି ଦଳ ନିଜକୁ ପ୍ରମାଣିତ କରିଦେଲା ଯେ, ତାହା ଆଉ ଲୋକଙ୍କର ଦଳ ନୁହେଁ; 'କେସିଆର'ଙ୍କ ପାଖରେ ବନ୍ଧା ପଡ଼ିଥିବା ଏକ କ୍ଷମତା ପିପାସୁ ପାରିବାରିକ ଦଳ ମାତ୍ର।

ତେଲେଙ୍ଗାନାରେ କେସିଆର ବିରୋଧୀ ଭୋଟରଙ୍କ ଆକ୍ରୋଶର ଲାଭ ଉଠାଇଲା ପୂର୍ବରୁ ପଡ଼ୋଶୀ କର୍ଣ୍ଣାଟକରେ ସରକାର ଗଢ଼ିଥିବା ଭାରତୀୟ ଜାତୀୟ କଂଗ୍ରେସ। ରାଜ୍ୟରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ସମୟରୁ କଂଗ୍ରେସ ଦଳର ଉପସ୍ଥିତି ତେଲେଙ୍ଗାନାର ପ୍ରତ୍ୟେକ ଜିଲ୍ଲାରେ ରହିଥିଲା ଏବଂ ଭାରତୀୟ ଜନତା ପାର୍ଟିର ସଙ୍ଗଠନ ତୁଳନାତ୍ମକ ଭାବେ ସୁଦୃଢ଼ ନଥିଲା। ଅନ୍ୟ ଭାଷାରେ କହିଲେ, ତେଲେଙ୍ଗାନାରେ କଂଗ୍ରେସ ହିଁ ମତଦାତାଙ୍କ ପାଖରେ ଏକମାତ୍ର ବିକଳ୍ପ ଭାବେ ରହିଥିଲା। ତୃତୀୟ ବିକଳ୍ପ ଶକ୍ତି ନଥିବାରୁ, ଲୋକମାନେ ସେଠାରେ ବିଆରଏସକୁ ହଟେଇବା ପାଇଁ କଂଗ୍ରେସକୁ କ୍ଷମତାକୁ ଆଣିଲେ। ଏଥିରେ ଭାଜପା ଯେ ଲାଭବାନ ହୋଇନି, ତାହା ନୁହେଁ। ନିଜର ଭୋଟକୁ ୧୪ ପ୍ରତିଶତ ଯାଏଁ ବଢ଼େଇ ରାଜ୍ୟର ତୃତୀୟ ଶକ୍ତି ଭାବେ ଉଭା ହେବା କିଛି ଛୋଟିଆ ଉପଲବ୍ଧି ନୁହେଁ। ଏବେ କଂଗ୍ରେସ ପାଇଁ ବହୁତ ବଡ଼ ଆହ୍ୱାନ ଆସିଛି। ସେମାନଙ୍କୁ ଏକ ଦାୟିତ୍ୱବାନ ତଥା ଯୋଗ୍ୟ ସୁଶାସକ ଭାବେ ନିଜକୁ ପ୍ରତିପାଦିତ କରିବାକୁ ହେବ। ନହେଲେ, ଅନ୍ୟ ରାଜ୍ୟରେ ଯେପରି ଭାଜପା କଂଗ୍ରେସ ହାତରୁ କ୍ଷମତା ଛଡ଼େଇ ନେବାକୁ ସମର୍ଥ ହେଲା, ଆଗାମୀ ଦିନରେ ଯେ ତେଲେଙ୍ଗାନାରେ ତାହା ଦେଖିବାକୁ ମିଳିବନି, ଏହା ଆଜିଠୁ କହି ହେବନି।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story