ନିର୍ବାଚନ ରଣାଙ୍ଗନ ନୁହେଁ, ଏକ ସୁଯୋଗ

ନିର୍ବାଚନ ସମୟରେ ପ୍ରସଙ୍ଗଭିତ୍ତିକ, ଲୋକଙ୍କ ସମସ୍ୟା ଓ ସେସବୁର ସମାଧାନ ହେବାର ଆଶା ବିଷୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ, ଉଚ୍ଚକୋଟୀର ବିତର୍କ କିଛି ହୁଏ ନାହିଁ। କିନ୍ତୁ, କେବଳ 'କିଏ' ଶାସନ କରିବାକୁ ଯାଉଛନ୍ତି ନୁହେଁ ବରଂ ସେମାନେ 'କିପରି' ଆମକୁ ଶାସନ କରିବାକୁ ଯାଉଛନ୍ତି ତାହା ମଧ୍ୟ ଜାଣିବାକୁ ମତଦାତା ଆଶା କରନ୍ତି, ଏହା ଭୁଲିଗଲେ ଚଳିବନି।

Vote For The Country

Vote For The Country

Debendra Prusty
  • Published: Tuesday, 16 May 2023
  • Updated: 16 May 2023, 04:00 PM IST

News Highlights

  • ରାଜନୀତି ଏକ ପ୍ରତିଯୋଗିତା, ଏକ ଖେଳ। ଏହା ଆଦୌ ଏକ ଯୁଦ୍ଧ ନୁହେଁ।
  • ରାଜନୀତିରେ ରଣନୀତି ବୋଲି କିଛି ନଥାଏ। ତାହା ଅତି ବେଶିରେ ପ୍ରଚାର କୌଶଳ।
  • ରାଜନୀତିକ କୌଶଳ ଉଭୟ ସ୍ୱଚ୍ଛ ଓ ସୁସ୍ଥ ହେବା ବାଞ୍ଛନୀୟ।

Sports

Latest News

ସବୁବେଳେ ପ୍ରତିଯୋଗୀତା ସୁସ୍ଥ ଓ ମଙ୍ଗଳମୟ। ପ୍ରତିଯୋଗିତା କେବଳ ଭଲ ନୁହେଁ, ଏହା ମଧ୍ୟ ଏକ ସ୍ୱାଭାବିକ ପ୍ରକ୍ରିୟା। ଯୁଗଯୁଗ ଧରି ପ୍ରତିଯୋଗିତା ଓ ତାହାର ପରିଣାମ ଆମକୁ ଉନ୍ନତ, ଶକ୍ତିଶାଳୀ ଏବଂ ଅଧିକ ସଫଳ କରିବାରେ ସାହାଯ୍ୟ କରି ଆସିଛି। ବ୍ୟବସାୟ ଏବଂ ରାଜନୀତିରେ ପ୍ରତିଯୋଗିତା ଏକ ମନ୍ତ୍ର; ଯଦିଓ କେବଳ ପ୍ରତିଯୋଗିତା ଆଧାରରେ ମାନବ ସଭ୍ୟତା ବିକଶିତ ହୋଇନାହିଁ। ପାରସ୍ପରିକ ସହାନୁଭୂତି, ସାମାଜିକ ସମସ୍ୟାର ସମାଧାନ, ନୈତିକ ଶକ୍ତି ଆଧାରରେ ବିଚାରକରିବାର କ୍ଷମତା ମାନବ ପ୍ରଗତିର ମୂଳଦୁଆ ଭାବେ ରହିଆସିଛି। ପରସ୍ପରକୁ ଅନୁକରଣ କରିବା, ସହଯୋଗ କରିବା, ଶିଖିବା ଏବଂ ବୁଝିବା ପାଇଁ ଆମର ସାମର୍ଥ୍ୟକୁ ଆମେ ବିକଶିତ କରି ଆସିଛୁ।

ତଥାପି ଆମେ ସର୍ବସାଧାରଣରେ ପ୍ରଦାନ କରୁଥିବା ବକ୍ତବ୍ୟ କାରଣରୁ ଅଧିକାଂଶ ସମୟରେ ସହାନୁଭୂତି ଓ ସହଯୋଗ ବଦଳରେ ବିବାଦ ଓ ଘୃଣାର ସୂତ୍ରପାତ ହେଉଥିବାର ଦେଖାଯାଉଛି। ଏହାର ପ୍ରକୃଷ୍ଟ ଉଦାହରଣ ଖୋଜିବାକୁ ବେଶି ଦୂର ଯିବାକୁ ପଡ଼ିବନି। ଆମ ଦେଶରେ ଚାଲିଥିବା ଉପନିର୍ବାଚନ ଓ ବିଧାନସଭା ନିର୍ବାଚନ ପ୍ରଚାର ଓ ପ୍ରୟୋଗ କରାଯାଉଥିବା କୌଶଳ ଏହାର ଉଲ୍ଲେଖନୀୟ ଉଦାହରଣ। ଏବେ ନିର୍ବାଚନକୁ ଏକ ପ୍ରକାର ଯୁଦ୍ଧ ଭାବେ ସଭିଏଁ ଧରିନେଲା ଭଳି ମନେ ହେଉଛି। ନିର୍ବାଚନରେ ଜିଣିବା ପାଇଁ ଯେଉଁସବୁ ପନ୍ଥା ଆପଣେଇ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି ଓ ଲୋକଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ପ୍ରବର୍ତ୍ତାଉଛନ୍ତି ତାହାକୁ ସମସ୍ତେ କହୁଛନ୍ତି ରଣନୀତି! ନିର୍ବାଚନକୁ କୁହାଯାଉଛି ଯୁଦ୍ଧ ବା ରଣକ୍ଷେତ୍ର! ପ୍ରାର୍ଥୀମାନେ ନିଜକୁ ଭାବୁଛନ୍ତି ରଥୀ, ମହାରଥୀ। ଯୁଦ୍ଧ କୌଶଳ ପ୍ରସ୍ତୁତକର୍ତ୍ତାଙ୍କୁ କୁହାଯାଉଛି ରଣନୀତିକାର। ସତେ ଯେମିତି ରଣନୀତିକାରମାନେ ଭଗବାନ ଶ୍ରୀକୃଷ୍ଣ ଯେ କି ପ୍ରତ୍ୟକ୍ଷ ଭାବେ ନାହେଲେ ବି ପରୋକ୍ଷ ଭାବେ ଯୁଦ୍ଧରେ ଭାଗ ନେଇଛନ୍ତି। କୋଟି କୋଟି ଟଙ୍କା କୁରୁକ୍ଷେତ୍ରର ଧୂଳି ଭଳି ଆକାଶରେ ଉଡୁଛି। ଭୋଟ ପୂର୍ବରାତିରେ, ଅନ୍ଧାରି ବିଜେ, ବହୁ ପୂର୍ବ ରାତି ଗୁଡ଼ିକରେ ଭୋଜି, ମଦ୍ୟ ଓ ଅର୍ଥ ଆବଣ୍ଟନ ଏହି ରଣନୀତିର ନାନାଦି ବିଧ୍ଵଂସକାରୀ ବ୍ରହ୍ମାସ୍ତ୍ର ଓ ପାଶୁପତ ଅସ୍ତ୍ର ଭାବେ ପ୍ରୟୋଗ କରାଯାଉଛି, ସତେ ଯେମିତି ନିର୍ବାଚନ ଯୁଦ୍ଧରେ ବିଜୟ ହିଁ ଏକମାତ୍ର କାମ୍ୟ! କୁହାଯାଏ, ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ନ୍ୟାୟପୂର୍ଣ୍ଣ। ନିର୍ବାଚନକୁ ରଣକ୍ଷେତ୍ର ମନେକରି ଯେତେବେଳେ ରାଜନେତାମାନେ ପରସ୍ପର ଉପରେ ବାକ୍ୟବାଣ ପ୍ରୟୋଗ କରନ୍ତି, ସତ୍ୟକୁ ବଙ୍କେଇ ଦେଇ ନିଜକୁ ସୁହାଇଲା ଭଳି ଭୁଲ ଉପସ୍ଥାପନ କରନ୍ତି, କଞ୍ଚା ମିଛକୁ ସତ ବୋଲି ବାରମ୍ବାର କହି ମତଦାତାଙ୍କ ଆଗରେ ସେମାନଙ୍କର ନିର୍ମଳ ଭାବମୂର୍ତ୍ତୀ ପ୍ରଦର୍ଶନ କରିବାକୁ ଲଜ୍ଜ୍ୟାବୋଧ କରନ୍ତି ନାହିଁ, ସେତେବେଳେ ନିର୍ବାଚନ ହିଁ ଯୁଦ୍ଧ।

ଗ୍ରୀକ ଦାର୍ଶନିକ ଆରିଷ୍ଟୋଟଲ୍ 'ଠିକଣା କାମ' କରିବାରେ ବିଶ୍ୱାସ କରୁଥିଲେ। ସେ ନିର୍ବୋଧଙ୍କ ଭଳି ଅନ୍ୟକୁ ଗାଳିଗୁଲଜ କରିବାର ଘୋର ବିରୋଧୀ ଥିଲେ। ନିର୍ବାଚନ ରାଜନୀତିକୁ ନିଜ ବ୍ୟକ୍ତିଗତ, ନିଜ ସମ୍ପ୍ରଦାୟ ଓ ଜନସାଧାରଣଙ୍କ ମଙ୍ଗଳ କରିବାର ରାସ୍ତା ବୋଲି ଭାବୁଥିଲେ। ରାଜନୀତିରେ ଥାଏ ପ୍ରାକୃତିକ ମହତ୍ତ୍ୱ। ଏପରି ଧାରଣା କିନ୍ତୁ ସମସାମୟିକ 'ରାଜନୀତି ବିଜ୍ଞାନ'ର ପରିଭାଷାଠାରୁ ଦୂରେଇ ଗଲାପରି ମନେ ହେଉଛି। ରାଜନୀତିରେ ନିର୍ବାଚନ ଏବେ ‘ଯୁଦ୍ଧ’ ପରି ଦୃଶ୍ୟମାନ। ଏହା ଆଉ ‘ପ୍ରାକୃତିକ’ ହୋଇ ରହିନାହିଁ। ଯଦି ରାଜନେତାମାନେ ନିଜ ମଧ୍ୟରେ ଅନୈତିକତାର ସର୍ବନିମ୍ନ ସ୍ଥାନ ଗ୍ରହଣ କରିନେବାକୁ ପ୍ରତିଯୋଗିତା କରିଚାଲିବେ; ରାଜନୈତିକ ଦୃଶ୍ୟପଟ ହିଁ ଏହିପରି ରହିବ, ପ୍ରାକୃତିକ ହେବାର ସମ୍ଭାବନା ମଉଳିଯିବ।

ନିର୍ବାଚନ ରାଜନୀତିରେ ରାଜନୈତିକ ଏବଂ ନୈତିକ ବିଚାରଗୁଡ଼ିକୁ ଅଭ୍ୟାସ କରିବାକୁ ପଡ଼େ। ନିର୍ବାଚନ କେବେ ହେଁ ଏକ ଯୁଦ୍ଧ ନୁହେଁ। ଗଣତନ୍ତ୍ରରେ ଦାୟିତ୍ୱ ନେବା, ନିଜର ନୀତିଗତ ସୀମା ସରହଦ ଜାଣିବା, ଜନସାଧାରଣଙ୍କ ଆବଶ୍ୟକତାକୁ ଭଲ ଭାବରେ ବୁଝିବା ଏବଂ ଜନସେବା କରି ସହାନୁଭୂତି ପାଇବା ପାଇଁ ଦକ୍ଷତା ଆଧାରରେ ନେତା ଚୟନ କରିବାର ଏକ ପ୍ରକ୍ରିୟା ହେଉଛି ନିର୍ବାଚନ।

ଯେତେବେଳେ ରାଜନୀତିକୁ ଯୁଦ୍ଧ ଭଳି ଚିନ୍ତା କରାଯାଏ, ବିରୋଧୀମାନେ ଶତ୍ରୁ ମନେହୁଅନ୍ତି। ସେମାନେ ଆଉ ସହକର୍ମୀ ହୋଇ ରହନ୍ତି ନାହିଁ କିମ୍ବା ଜନସାଧାରଣଙ୍କ ସେବା କରିବା ପାଇଁ ପ୍ରତିଯୋଗୀ ନରହି, ଉପଦ୍ରବକାରୀ କିମ୍ବା ଖରାପ ମଣିଷ ଭଳି ପ୍ରତୀୟମାନ ହୁଅନ୍ତି। ଲାଗେ, ସତେଯେମିତି ସେମାନଙ୍କୁ ଭାଙ୍ଗି ଧୂଳିସାତ କରିଦେବା ଦରକାର କିମ୍ବା ବିଲୋପ କରିଦେବା ଜରୁରୀ। ଏହା ହିଁ ବାସ୍ତବରେ ଯୁଦ୍ଧର ପ୍ରଥମ - ରଣ ଦୁନ୍ଦୁଭୀ ଓ ତୂର୍ଯ୍ୟନାଦ।

ନିର୍ବାଚନ ଅଭିଯାନ କେବଳ ନେତା ବାଛିବାରେ ସୀମିତ ନୁହେଁ। ମତଦାତା ଯେତେବେଳେ ଥାଟବାଟ, ହେଲିକପ୍ଟରରେ ମାରାଥନ ପ୍ରଚାର, ରୋଡ଼ ସୋ, ଷ୍ଟାର ପ୍ରଚାରକଙ୍କ ସଭା ଓ ରଙ୍ଗୀନ ପ୍ରଚାର ମାଧ୍ୟମରେ ନେତାମାନଙ୍କ ଘୋଡ଼ା ଦୌଡ଼ ଉପରେ ଧ୍ୟାନ କେନ୍ଦ୍ରିତ କରିବସନ୍ତି, ନେତା ଓ ତାଙ୍କର ଦଳର ନିର୍ବାଚନ ଇସ୍ତାହାରକୁ ଅଣଦେଖା କରନ୍ତି, ନିର୍ବାଚନ କମିଶନ, ଆଇନ, ନିୟମ, ଆଦର୍ଶ ଆଚରଣ ବିଧି ଭଳି ସୁଚିନ୍ତିତ ଅନୁଷ୍ଠାନଗୁଡ଼ିକ ଛାଏଁ ଦୁର୍ବଳ ହୋଇଯାଏ। ନିର୍ବାଚନ ସମୟରେ ପ୍ରସଙ୍ଗଭିତ୍ତିକ, ଲୋକଙ୍କ ସମସ୍ୟା ଓ ସେସବୁର ସମାଧାନ ହେବାର ଆଶା ବିଷୟରେ ବିଶେଷ ଗୁରୁତ୍ୱପୂର୍ଣ୍ଣ, ଉଚ୍ଚକୋଟୀର ବିତର୍କ କିଛି ହୁଏ ନାହିଁ। କିନ୍ତୁ, କେବଳ 'କିଏ' ଶାସନ କରିବାକୁ ଯାଉଛନ୍ତି ନୁହେଁ ବରଂ ସେମାନେ 'କିପରି' ଆମକୁ ଶାସନ କରିବାକୁ ଯାଉଛନ୍ତି ତାହା ମଧ୍ୟ ଜାଣିବାକୁ ମତଦାତା ଆଶା କରନ୍ତି, ଏହା ଭୁଲିଗଲେ ଚଳିବନି।

ନିର୍ବାଚନ ପ୍ରଚାର କାହିଁକି ଆବଶ୍ୟକ? ଏହାର ଅନ୍ୟତମ ପ୍ରମୁଖ ସରଳ ଉତ୍ତର ହେଉଛି ଯେ, କ୍ଷମତାସୀନ ସରକାରମାନେ ସଂସଦ ଓ ବିଧାନସଭା ପ୍ରତି ଚରମ ଅବମାନନା କରିଥିବାରୁ ସେମାନଙ୍କ ପ୍ରତି ଦଣ୍ଡବିଧାନ କରିବା ପାଇଁ ନିର୍ବାଚନ ଏକ ମହତ୍ତର ଗାଣତାନ୍ତ୍ରିକ ସୁଯୋଗ ପ୍ରଦାନ କରିଥାଏ। ସରକାରମାନେ ଭାବିନେଇଥାନ୍ତି ଯେ, ରାଜନୀତିରେ ସତ୍ୟ ଅଲୋଡ଼ା, ଅନାବଶ୍ୟକ ତଥା ନିରୁଦ୍ଦିଷ୍ଟ। ଆହୁରି ମଧ୍ୟ ସେମାନେ ଭାବିନେଇଥାନ୍ତି ଯେ, ସଂଖ୍ୟାଧିକ ସଦସ୍ୟ ଥିବାରୁ, ବିରୋଧୀଙ୍କ ମତାମତ ଅନାବଶ୍ୟକ। କ୍ଷମତା ଆହରଣ ସରକାରୀ ବ୍ୟବସ୍ଥାର ଏକ ଅନ୍ତର୍ନିହିତ ତଥା ଅପରିହାର୍ଯ୍ୟ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ସରକାରୀ କର୍ମଚାରୀଙ୍କୁ 'ହାତୀ ନେ, ଛତି ନେ, ମୋ ପେଁକାଳି ବଜେଇ ଦେ' କହି ମଣକରି ରଖିବାଠୁ ଆରମ୍ଭ କରି ହୁଇସିଲ ବଜାଇ ଦେଶବାସୀଙ୍କୁ ଆଗୁଆ ସତର୍କ କରୁଥିବା ସାମାଜିକ କର୍ମୀଙ୍କୁ ଦମନ କରିବା ଯାଏଁ ଏବଂ ଉତ୍ତରଦାୟିତ୍ୱ ନେବାର ସମୟ ଆସିଲେ, ଶୀତଳ ନିଦ୍ରାରେ ଶୋଇଯିବା ସରକାରଙ୍କ ପାଇଁ ଅତି ମାମୁଲି କଥା।

ସରକାର ଗଢିଥିବା ନେତାଙ୍କ ରାଜନୈତିକ ହଟଚମଟ ଦେଖି ଦେଖି ଓ ତାହାର ପରିଣାମ ଭୋଗି ଥକି ପଡ଼ିଥିବା ଜନସାଧାରଣ ନିଜର ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ନିର୍ବାଚନ ଏକ ଚମତ୍କାର ସୁଯୋଗ। ପାଟିରୁ ବାହାରି ଯାଇଥିବା ଶବ୍ଦ ଓ ବନ୍ଧୁକରୁ ବାହାରି ଯାଇଥିବା ଗୁଳି ଭଳି ଆକ୍ରମଣାତ୍ମକ ରାଜନୀତିର ଧାରା ପ୍ରତ୍ୟାବର୍ତ୍ତନଯୋଗ୍ୟ ନୁହେଁ। ଆମେ ଆମର ସାମୂହିକ ଯୋଗ୍ୟତା ଅନୁଯାୟୀ ରାଜନେତାମାନଙ୍କୁ ପାଇଥାଉ। ଅଧିକ ଯୋଗ୍ୟତା ସମ୍ପନ୍ନ ରାଜନେତା ନିର୍ବାଚିତ କରିବାକୁ ଯୋଗ୍ୟତା ଅର୍ଜନ କରିସାରିଛୁ ବୋଲି ଆମେ ଭାବୁଥିଲେ, ଏହି ନିର୍ବାଚନ ବେଳେ ହିଁ ଆମକୁ ରାଜନୈତିକ ଜୀବନର ଆଭିମୁଖ୍ୟ ବିଷୟରେ ଟିକିଏ ଅଧିକ ସମ୍ବେଦନଶୀଳ ଅଥଚ କଠୋର ଆଭିମୁଖ୍ୟ ପ୍ରକାଶ କରିବାକୁ ପଡ଼ିବ।

ଦେଖାଯାଉଛି ଯେ, ଆମେ ଯେପରି ଘୃଣା ଓ ନିମ୍ନ ରୁଚିର ଆଚରଣ ଓ ଉଚ୍ଚାରଣକୁ ଉତ୍ସାହିତ କରୁଛେ। ଯେତେବେଳେ ଆମେ 'ନାଗରିକ ସମାଜ'ର ମାଙ୍ଗଳିକ ମାନଦଣ୍ଡରେ ନିଜର ବକ୍ତବ୍ୟକୁ ସମତୁଲ ରଖିବାରେ ବିଫଳ ହେଉ, ବୀଭତ୍ସତାକୁ ବଳ ମିଳେ। ଆପଣମାନଙ୍କର ମନେ ଥାଇପାରେ ଯେ କିଛି ବର୍ଷ ତଳେ, ବିଭିନ୍ନ ଦେଶର ଦୁର୍ନୀତି ପରାୟଣ ରାଜନେତାଙ୍କ କଳା କାରନାମାକୁ ପ୍ରଘଟ କରି ଦେଇଥିବା 'ୱିକି ଲିକ୍ସ'ର ପ୍ରତିଷ୍ଠାତା ଜୁଲିୟାନ୍ ଆସେଞ୍ଜଙ୍କ ହତ୍ୟା ପାଇଁ ଟେଲିଭିଜନ ମାଧ୍ୟମରେ ଆହ୍ୱାନ ଦିଆ ଯାଇଥିଲା। ଏହା ରାଜନୀତିରେ ଘୃଣା ଓ ନିମ୍ନ ରୁଚି ଉଚ୍ଚାରଣର ଛୋଟିଆ ଉଦାହରଣ ମାତ୍ର। ଏଠାରେ ପ୍ରଖ୍ୟାତ ଔପନ୍ୟାସିକ, ପୂର୍ବତନ ସାଂସଦ ତଥା ସାମ୍ବାଦିକ ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ନୀଳଶୈଳର କିଛି ପଂକ୍ତି ଉଦ୍ଧାର କରିବାର ଲୋଭ ସମ୍ବରଣ କରିପାରୁନାହିଁ। ପ୍ରଥମଟି ହେଲା: ‘ରାଜନୀତି ସୁବିଧାବାଦର ଏକ ମହାରଣ୍ୟ - ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ।’ ଦ୍ୱିତୀୟଟି ହେଲା, ‘ରାଜନୀତି ଅତି ପବିତ୍ର! ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ; ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରତ୍ୱ ଚଲାମେଘ ପରି ଅସ୍ଥିର!’

ଏମିତି ଏକ ଦାରୁଣ ଦିନ ଆସିଥିଲା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ। ଜୁଲିଅସ୍ ସିଜରଙ୍କୁ ରୋମ୍‌ର ସିନେଟ୍‌ରେ ସଭ୍ୟମାନଙ୍କ ସମ୍ମିଳିତ ଆକ୍ରମଣର ସାମ୍ନା କରିବାକୁ ପଡ଼ିଥିଲା। ସିଜର ଥିଲେ ଅନମନୀୟ ମହାବୀର। ତାଙ୍କର ଅନ୍ତିମ ମୁହୂର୍ତ୍ତ ଆସିଥିଲା ଠିକ୍ ସେତିକିବେଳେ, ଯେତେବେଳେ ତାଙ୍କ ପୃଷ୍ଠଭାଗ ସ୍ପର୍ଶ କରିଥିଲା ପ୍ରିୟତମ ବନ୍ଧୁର ଶାଣିତ ଛୁରିକା। ପ୍ରିୟବନ୍ଧୁଙ୍କୁ ଏଭଳି ଭୂମିକାରେ ଦେଖିଦେଇ ସେ ଗଭୀର ଦୁଃଖରେ ତଳେ ଥୋଇଦେଲେ ଅସ୍ତ୍ର। ଶେଷ ଦୁଇତିନୋଟି ଶବ୍ଦ ଥିଲା ସ୍ୱତଃସ୍ଫୂର୍ତ – ଓଃ! ୟୁ ‘ବ୍ରୁଟସ୍‌’ …ବ୍ରୁଟ୍‌..! ରାଜନୈତିକ ସଭ୍ୟତାର ଏଭଳି ସକରୁଣ ସ୍ମୃତି ସବୁ ଉତ୍ପୀଡ଼କ ଉପହାର। ଏ ଉପହାର ଆମ ମଣିଷ ସମାଜକୁ ଚକ୍ରବ୍ୟୂହର ଚରିତ୍ରମାନଙ୍କ ପକ୍ଷରୁ ଗୋଟିଏ ଗୋଟିଏ ପ୍ରଚଣ୍ଡ ପ୍ରହାର!

ତଥାପି, ଆଶାବାଦର ଜାଗ୍ରତ ପ୍ରହରୀ ହେଲେ ଆମର ରାଜନେତା। ନିର୍ବାଚନ ପ୍ରଚାର ଏକ ମୁକ୍ତ ଏବଂ ଖୋଲା ଆଲୋଚନା ପାଇଁ ସୁଯୋଗ; ଯେଉଁଠି, ପ୍ରତ୍ୟେକ ପ୍ରାର୍ଥୀ, ନିଜ ନିର୍ବାଚନ ମଣ୍ଡଳୀର ମତଦାତାଙ୍କ ଆଗରେ ବିଗତ ବର୍ଷର ସରକାର ନିଜର ନିର୍ବାଚନ ପ୍ରତିଶୃତି ପୂରଣ କରିବାରେ କେତେ ସଫଳ କିମ୍ବା ବିଫଳ, ତାହା ଦର୍ଶାଇବାର ସୁଯୋଗ ପାଆନ୍ତି। ତାହାଛଡ଼ା, ତାଙ୍କୁ ନିର୍ବାଚିତ କଲେ, ସେ କଣ ସବୁ ଜନମଙ୍ଗଳକର କାମ ସବୁ କରିବେ ଓ ଆବଶ୍ୟକୀୟ ଆଇନ ପ୍ରଣୟନ କରିବେ, ତାହା ବଖାଣିବାର ଏକ ସୁଯୋଗ ଦିଏ ନିର୍ବାଚନ ପ୍ରଚାର ଅଭିଯାନ। ଏଥିପାଇଁ ପ୍ରାର୍ଥୀମାନେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମର ସାହାରା ନେବା ସଙ୍ଗେ ସଙ୍ଗେ ସାଧାରଣ ସଭା, ରୋଡ଼ ସୋ, ପଥପ୍ରାନ୍ତ ସଭା, ବ୍ୟକ୍ତିଗତ ସମ୍ପର୍କ ମାଧ୍ୟମରେ ମତଦାତା ମାନଙ୍କୁ ପ୍ରଭାବିତ କରନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଭିତରେ ଆଦର୍ଶ ନିର୍ବାଚନ ଆଚରଣବିଧି ପାଳନ କରି ପ୍ରଚାର କରିବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ। କିନ୍ତୁ ତାହା ଦେଖିବାକୁ ମିଳୁନାହିଁ। ପ୍ରାର୍ଥୀ ନିଜର ଖର୍ଚ୍ଚକୁ ସୀମା ମଧ୍ୟରେ ରହିଥିବାର ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ଓ ତାଙ୍କର ଦଳ ପକ୍ଷରୁ ଅପରିସୀମ ଖର୍ଚ୍ଚ କଲେ, ତାହା ଆଇନତଃ ଠିକ ମନେକରାଯାଉଛି। କ୍ରମେ, ନିର୍ବାଚନ ପ୍ରଚାର କେବଳ ଅଧିକ ଖର୍ଚ୍ଚ ସାପେକ୍ଷ ହୋଇ ରହିନାହିଁ, ବରଂ ନିର୍ବାଚନ ହିଂସା ସଚରାଚର ଦେଖିବାକୁ ମିଳୁଛି।

ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହେଲା ସହନଶୀଳ ସରକାର ଓ ସଶକ୍ତ ବିରୋଧୀ ଦଳ। ସରକାର ଗଠନମୂଳକ ସମାଲୋଚନାକୁ ଗୁରୁତ୍ୱ ଦେଇ ନିଜର ତୃଟି ବିଚ୍ୟୁତିକୁ ସୁଧାରିନେଲେ ଗଣତନ୍ତ୍ର ପୁଷ୍ଟ ହୁଏ। ଆମେ ଏବେ ଯେଉଁ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଅଛେ, ତାହାକୁ ହଠାତ ବଦଳେଇଦେବା ଅତ୍ୟନ୍ତ କଠିନ। ନିର୍ବାଚନର ଠିକ ପୂର୍ବରୁ ନେତାଙ୍କ ଦଳ ବଦଳ, ସରକାରୀ କଳର ଖୋଲାଖୋଲି ଅପବ୍ୟବହାର, ନିର୍ବାଚନ କମିଶନଙ୍କ ପକ୍ଷରୁ ନିରପେକ୍ଷତାର ଅଭାବ, ମତଦାତାଙ୍କ ମତ କିଣିନେବାର ହୀନ ଚକ୍ରାନ୍ତ - ଏସବୁ କେବେ ବି ରଣନୀତି ନୁହେଁ। ଏସବୁକୁ ଆମେ କହିପାରିବା ସୁବିଧାବାଦର ମହାରଣ୍ୟ - ଯେଉଁଠି ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହିଁ ମୂଳ। ଯୁଦ୍ଧରେ ବିଜୟୀ ହେବା କିମ୍ବା ବୀରଗତି ପ୍ରାପ୍ତହେବା ଉଭୟେ ଶ୍ରେୟ ମନେକରାଯାଉଥିଲା ବେଳେ ନିର୍ବାଚନରେ କଳେ, ବଳେ, କୌଶଳେ ବିଜୟଲାଭ ଏକମାତ୍ର ଲକ୍ଷ୍ୟ। ତେବେ ଯିଏ ବି ସରକାର ଗଢ଼ନ୍ତୁନା କାହିଁକି, ସେହି ସରକାର ଉପରେ ସତର୍କ ପ୍ରହରୀ ଭାବେ ଗଠନମୂଳକ ନଜର ରଖିବା ନାଗରିକ ସମାଜର କାମ। ସରକାର ଯେପରି ସହନଶୀଳତାର ସହିତ ଭିନ୍ନ ମତକୁ ସମ୍ମାନ କରିବେ ଓ ଦେଶର ସମ୍ବିଧାନ ଓ ଆଇନ ମାନି ଶାସନ କରିବାକୁ ବାଧ୍ୟ ହେବେ, ତାହା ନିଶ୍ଚିତ କରିବା ବିରୋଧୀଦଳମାନଙ୍କ କାମ। ସେଥିପାଇଁ ନିର୍ବାଚନକୁ ଯୁଦ୍ଧ ନୁହେଁ, ଏକ ସୁଯୋଗ ଭାବେ ଗ୍ରହଣ କରିବାକୁ ଆଗାମୀ ଦିନର ଶିକ୍ଷିତ ଯୁବ ରାଜନେତାମାନେ ପ୍ରୟାସ କରିବାକୁ ପଣ କରନ୍ତୁ; ଯେପରି ଆମର ବହୁ ପରୀକ୍ଷିତ ସାମାଜିକ ସହାବସ୍ଥାନ ଓ ଜାତୀୟ ସଂହତିରେ ଛିଦ୍ର ସୃଷ୍ଟି ସୃଷ୍ଟି ହେବନାହିଁ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story