ମୁଖ୍ୟମନ୍ତ୍ରୀତ୍ୱ ପାଇଁ ଅସ୍ମିତା କେତେ ପ୍ରାସଙ୍ଗିକ?

ଭାଷା ଭିତ୍ତିରେ ଗଠିତ ଅବିଭକ୍ତ ଭାରତର ପ୍ରଥମ ରାଜ୍ୟ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷା ଏବଂ ଓଡ଼ିଆଙ୍କ ଅସ୍ମିତା ଏକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଛି। ସ୍ୱୟଂ ପ୍ରଧାନମନ୍ତ୍ରୀ ନିର୍ବାଚନ ଭାଷଣରେ ଏହାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱାଭାବିକ ଭାବେ ଓଡ଼ିଶା ବାହାରେ ରହୁଥିବା ଭାରତୀୟଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅନ୍ୟ ରାଜ୍ୟରେ ବିକାଶ ଓ ଯୋଜନା ଗୁଡ଼ିକର ସଫଳତା, ମୋଦିଙ୍କ ଗ୍ୟାରେଣ୍ଟି ଇତ୍ୟାଦି ନିର୍ବାଚନ ପ୍ରସଙ୍ଗ ହୋଇଥିଲା ବେଳେ ଓଡ଼ିଶାରେ କାହିଁକି ଭାଷା ଓ ଅସ୍ମିତା ମଧ୍ୟ ପ୍ରସଙ୍ଗ ତାଲିକାରେ ପ୍ରମୁଖ ସ୍ଥାନ ପାଇଛି?

Odisha Map

Odisha Map

Debendra Prusty
  • Published: Thursday, 09 May 2024
  • Updated: 09 May 2024, 01:43 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଦେଶରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ସାତୋଟି ଥାକରେ ଅନୁଷ୍ଠିତ ହେଉଥିବା ଏଥି ସହିତ ଅରୁଣାଚଳ ପ୍ରଦେଶ, ସିକିମ, ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେଉଛି। ବିବିଧତା ଭରା ଭାରତବର୍ଷର ରହିଛି ଅଠେଇଶିଟି ରାଜ୍ୟ ଏବଂ ଆଠଟି କେନ୍ଦ୍ର ଶାସିତ ଅଞ୍ଚଳ। ଭାଷା ଭିତ୍ତିରେ ଗଠିତ ଅବିଭକ୍ତ ଭାରତର ପ୍ରଥମ ରାଜ୍ୟ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷା ଏବଂ ଓଡ଼ିଆଙ୍କ ଅସ୍ମିତା ଏକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଛି। ସ୍ୱୟଂ ପ୍ରଧାନମନ୍ତ୍ରୀ ନିର୍ବାଚନ ଭାଷଣରେ ଏହାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱାଭାବିକ ଭାବେ ଓଡ଼ିଶା ବାହାରେ ରହୁଥିବା ଭାରତୀୟଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅନ୍ୟ ରାଜ୍ୟରେ ବିକାଶ ଓ ଯୋଜନା ଗୁଡ଼ିକର ସଫଳତା, ମୋଦିଙ୍କ ଗ୍ୟାରେଣ୍ଟି ଇତ୍ୟାଦି ନିର୍ବାଚନ ପ୍ରସଙ୍ଗ ହୋଇଥିଲା ବେଳେ ଓଡ଼ିଶାରେ କାହିଁକି ଭାଷା ଓ ଅସ୍ମିତା ମଧ୍ୟ ପ୍ରସଙ୍ଗ ତାଲିକାରେ ପ୍ରମୁଖ ସ୍ଥାନ ପାଇଛି?

ଏହାର ଦୁଇଟି ନିଶ୍ଚିତ କାରଣ ରହିଛି। ପ୍ରଥମଟି ହେଲା - ରାଜ୍ୟକୁ ଦୀର୍ଘ ଚବିଶ ବର୍ଷକାଳ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଜାଣନ୍ତି ନାହିଁ ଏବଂ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ କାରଣଟି ହେଲା ଯେ, ତାମିଲନାଡ଼ୁରେ ଜନ୍ମିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଆସିଥିବା ତାମିଲଭାଷୀ ବ୍ୟକ୍ତି ଜଣକ ସରକାରୀ ଚାକିରୀ ଛାଡ଼ି ଏବେ ଜଣେ ମାହତ୍ୱାକାଂକ୍ଷୀ ରାଜନେତା ହୋଇଛନ୍ତି; ଯାହାଙ୍କୁ ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତି ଦେବାକୁ ଶାସକ ଦଳ ପ୍ରୟାସ କରୁଥିବାର ସନ୍ଦେହ କରୁଛନ୍ତି ରାଜ୍ୟବାସୀ। ନିର୍ବାଚନ ପରେ ଭାଜପାର ଜଣେ ଓଡ଼ିଆ ବିଧାୟକ ଜୁନ୍ ଦଶ ତାରିଖରେ ଶପଥ ନେବେ ବୋଲି ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କଲାବେଳେ ତ୍ୱରିତ ପ୍ରତିକ୍ରିୟାରେ ତାହାର ଦିନକ ପୁର୍ବରୁ ଅର୍ଥାତ୍ ନଅ ତାରିଖରେ ନବୀନ ବାବୁ ଶପଥ ନେବେ ବୋଲି ବିଜେଡି କହିଥିଲେ ବି ସନ୍ଦେହର ବାଦଲ ଭିତରୁ ମୁକ୍ତ ହୋଇପାରିନି। ଏଭଳି ପରିସ୍ଥିତିରେ, ପଡ଼ୋଶୀ ରାଜ୍ୟର ବ୍ୟକ୍ତିମାନେ କେଉଁ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି - ସେହି ବିଷୟରେ ଏକ ନିରାଶକ୍ତ ଆଲୋଚନା କରାଯିବା ପ୍ରାସଙ୍ଗିକ ମନେହୁଏ।

ଯେକୌଣସି ବ୍ୟକ୍ତିର ଅସ୍ମିତା - ନିଜର ମାତା, ପିତା, ପୂର୍ବସୂରୀ, ମାତୃଭାଷା, ସାହିତ୍ୟ, ଶିକ୍ଷା, ଇତିହାସ, ସଂସ୍କୃତି ଏବଂ ଧାର୍ମିକ ବିଚାରବୋଧକୁ ନେଇ ନିୟନ୍ତ୍ରିତ ତଥା ସମୃଦ୍ଧ ହୋଇଥାଏ। ବିଭିନ୍ନ ରାଜ୍ୟର ସୀମାରେଖା ମୁଖ୍ୟତଃ ଏହି ସବୁ ବିଚାର ଆଧାରରେ ନିର୍ଦ୍ଧାରିତ ହୋଇଆସିଛି। ପ୍ରତ୍ୟେକ ରାଜ୍ୟ ଗୋଟିଏ ଗୋଟିଏ ସୁନ୍ଦର ସୁବାସିତ ଫୁଲ; ଯାହାର ସମଷ୍ଟିରେ ଗୁନ୍ଥା ଫୁଲମାଳା ହେଉଛି ଭାରତବର୍ଷ। ରାଜ୍ୟମାନେ ଆମ ଶରୀରର ଗୋଟିଏ ଗୋଟିଏ ଅଙ୍ଗ ଭଳି। ପ୍ରତ୍ୟେକ ଅଙ୍ଗ ବିକଶିତ ନହେଲେ, ଭାରତ ଭିନ୍ନକ୍ଷମ ଶରୀର ଭଳି। ତଥାପି, ପ୍ରତ୍ୟେକ ରାଜ୍ୟ ନିଜର ଅସ୍ମିତାକୁ ନେଇ ଗର୍ବ କରେ, ନିଜକୁ ଅଧିକ ବିକଶିତ କରିବାକୁ ସୁସ୍ଥ ପ୍ରତିଯୋଗିତା କରେ, ଯାହାର ପରିଣାମରେ ଭାରତ ଆଜି ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି। ପ୍ରତ୍ୟେକ ରାଜ୍ୟରେ ଜନ୍ମ ନେଇଛନ୍ତି ଅନେକ ମନୀଷୀ; ଯେଉଁମାନଙ୍କ ଅବଦାନ ସମଗ୍ର ରାଷ୍ଟ୍ରକୁ ମହୀୟାନ କରିଛି ତଥା ବିଶ୍ୱ ମାନବ ଜାତିକୁ ଦେଇଛି ଦିଗଦର୍ଶନ। ତଥାପି ପ୍ରତ୍ୟେକ ରାଜ୍ୟ ନିଜ ରାଜ୍ୟର ମାଟି, ପାଣି ଓ ପବନରେ ଜନ୍ମିତ, ଲଳିତ ପାଳିତ ମଣିଷଙ୍କୁ ନେଇ ଗର୍ବକରେ, ବଙ୍ଗାଳୀ, ଓଡ଼ିଆ, ତେଲୁଗୁ, କନ୍ନଡ଼ କିମ୍ବା ତାମିଲ ଭାଷୀ ଭାବେ ନିଜକୁ ପରିଚିତ କରେ। ଭାରତୀୟ ସମ୍ବିଧାନରେ ବାଧା ନଥିଲେ ବି ସଭିଏଁ ନିଜ ଜନ୍ମିତ ରାଜ୍ୟରୁ ନିର୍ବାଚନ ଲଢ଼ନ୍ତି ବିଧାନସଭା ସଭ୍ୟ ପଦପାଇଁ। ଜାତି, ଉପଜାତି, ଧର୍ମ, ଭାଷା ଆଧାରରେ ନିର୍ବାଚନ ଲଢ଼ା ଯାଉଥିବା ନିର୍ବାଚନରେ, ବିଶେଷକରି ସରକାରର ମୁଖ୍ୟଭାବେ ଅନ୍ୟଭାଷା କହୁଥିବା ବ୍ୟକ୍ତିଙ୍କୁ ଗ୍ରହଣ କରି ହୁଏନାହିଁ। ନିଜର ଅସ୍ମିତା, ମାତୃଭାଷାପ୍ରତି ମମତ୍ୱବୋଧ ଏଥିରେ ସାଜେ ବାଧକ। ଭାରତର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ରାଜନେତାଙ୍କ ଲମ୍ବା ତାଲିକା ଭିତରୁ ଆମେ ଏମିତି କିଛି ନାଁ ପାଇଵା ଯେଉଁମାନେ ଗୋଟିଏ ରାଜ୍ୟରେ ଜନ୍ମଗ୍ରହଣ କରି ଅନ୍ୟ ଏକ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ଆଦୃତି ତଥା ଗ୍ରହଣୀୟତା ହାସଲ କରିଛନ୍ତି। ଏହି ତାଲିକାରେ ଅନେକ ନୂଆ ଓ ପୁରୁଣା ରାଜନେତା ରହିବେ, ଯେଉଁମାନଙ୍କ ମଧ୍ୟରେ ଯୋଗୀ ଆଦିତ୍ୟନାଥ, ଅରବିନ୍ଦ କେଜ୍ରିୱାଲ, ଏମଜି ରାମଚନ୍ଦ୍ରନ, କୈଳାଶନାଥ କାଟଜୁ, ସୁଚେତା କୃପାଳିନୀ, ଶୀଲା ଦୀକ୍ଷିତ, ଧରମ ସିଂହ, ସୁଷମା ସ୍ୱରାଜ, ଚନ୍ଦ୍ରବାବୁ ନାଇଡୁ, ନାରାୟଣ ଦତ୍ତ ତିୱାରୀ, ଏନ ସଂଜୀବ ରେଡ୍ଡୀଙ୍କ ନାମ ଉଲ୍ଲେଖଯୋଗ୍ୟ।

ମାରୁଥୁର୍ ଗୋପାଲନ୍ ରାମଚନ୍ଦ୍ରନ୍ ବା ଏମଜିଆର୍ ତାମିଲନାଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ମାତ୍ର ଦଶବର୍ଷ। ୧୯୭୭ରୁ ୧୯୮୭ ଯାଏଁ ମୁଖ୍ୟମନ୍ତ୍ରୀ ପଦବୀ ମଣ୍ଡନ କରିଥିବା ଏହି ଦକ୍ଷିଣ ଭାରତୀୟ ଚଳଚିତ୍ର ତାରକା ଜଣକ କିନ୍ତୁ ଜନ୍ମ ଗ୍ରହଣ କରିଥିଲେ ଶ୍ରୀଲଙ୍କାର କାଣ୍ଡି ଜିଲ୍ଲାର ନବାଲାପିଟିୟାରେ। ତାଙ୍କର ମାଲାୟାଲୀ ପିତାମାତା ଭାରତର କେରଳ ରାଜ୍ୟରୁ ଯାଇ ସେଠାରେ ବସବାସ କରୁଥିଲେ ହେଁ ଏମଜିଆରଙ୍କ ଜେଜେବାପାଙ୍କ ପୂର୍ବପୁରୁଷ ଥିଲେ ତାମିଲ କୋଙ୍ଗୁ ଭେଲଲାର ସମ୍ପ୍ରଦାୟର ସଦସ୍ୟ। ସ୍ୱାମୀଙ୍କ ମୃତ୍ୟୁକାରଣରୁ ତାଙ୍କର ମାଆ ଅଢ଼େଇ ବର୍ଷର ଏମଜିଆରଙ୍କୁ ଧରି କେରଳ ଫେରିଆସିଥିଲେ। ପିଲାଦିନୁ ଅଭିନୟରେ ରୁଚି ରଖିଆସିଥିବା ଏମଜିଆର ହିନ୍ଦୁ ଦେବତା ମୁରୁଗାନଙ୍କ ଭକ୍ତ ଥିଲେ ବି ଦ୍ରାବିଡ଼ ମୁନେତ୍ରା କାଝଗାମ ବା ଡିଏମକେ ରାଜନୈତିକ ଦଳରେ ଯୋଗଦେବା ପରେ ନାସ୍ତିକ ହୋଇଯାଇ ଥିଲେ।

ସେ ଥିଲେ ନିଃସନ୍ତାନ, ଯଦିଓ ତିନି ଥର ବିବାହ କରିଥିଲେ। ତାଙ୍କର ତୃତୀୟ ପତ୍ନୀ ଥିଲେ ତାମିଲ ଅଭିନେତ୍ରୀ ଭି. ଏନ. ଜାନକୀ; ଯେ କି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ମୃତ୍ୟୁପରେ ବି ଅପୂର୍ବ ଲୋକପ୍ରିୟତା ହାସଲ କରିଥିବା ଏହି ନେତା ଜଣକ ତାମିଲନାଡ଼ୁକୁ ଉନ୍ନତ ରାଜ୍ୟରେ ପରିଣତ କରିବା ଅପେକ୍ଷା କିପରି ଭୋଟ ପାଇ କ୍ଷମତା ହାସଲ କରିହେବ, ସେଥିପାଇଁ ଅନେକ ମାଗଣା ଯୋଜନା ପ୍ରଣୟନ କରିବା କାରଣରୁ ଉନ୍ନୟନ ଯୋଜନା ପାଇଁ ଅର୍ଥ ବଳକା ରହୁ ନଥିଲା। ଫଳରେ ରାଜ୍ୟ ଶିଳ୍ପ ବିକାଶ କ୍ଷେତ୍ରରେ ପଛୁଆ ହୋଇଯାଇଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ ତାଙ୍କର ଆତ୍ମଜୀବନୀ 'ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ' (One Life is Not Enough)ରେ ଅଭିଯୋଗ କରିଛନ୍ତି ଯେ, ଏମଜିଆର ତାମିଲ ଅସ୍ମିତାକୁ ଏତେ ପ୍ରାଧାନ୍ୟ ଦେଉଥିଲେ ଯେ, 'ତାମିଲ ଇଲମ' ସପକ୍ଷରେ ସନ୍ତ୍ରାସବାଦୀ ସଂଗଠନ ଏଲଟିଟିଇ ଗରିଲାମାନଙ୍କୁ ନିଜ ରାଜ୍ୟରେ ସାମରିକ ତାଲିମ ପ୍ରଦାନ କରୁଥିଲେ ଏବଂ ଆର୍ଥିକ ସାହାଯ୍ୟ ପ୍ରଦାନ କରୁଥିଲେ। ତାଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।

ଆଉ ଜଣେ ରାଜନେତା ଥିଲେ କୈଳାଶନାଥ କାଟଜୁ। ସେ ଆମ ରାଜ୍ୟ ଓଡ଼ିଶାର ରାଜ୍ୟପାଳ ରୂପେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଜନନେତା କାଟଜୁ ସ୍ୱାଧୀନୋତ୍ତର ଭାରତର ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ। ମଧ୍ୟ ପ୍ରଦେଶରେ ଜନ୍ମିତ ଏହି ନେତାଙ୍କ ପୂର୍ବ ପୁରୁଷ ଥିଲେ କାଶ୍ମୀର ପଣ୍ଡିତ। ପିତା ଦେବାନ ଭାବେ ନିଯୁକ୍ତି ପାଇ ଜାଓରା ଆସିଥିଲେ ଓ ସେଠାରେ ରହିଯାଇଥିଲେ। ସିଧା କଥାରେ, କାଶ୍ମୀର ପଣ୍ଡିତ କାଟଜୁ ମଧ୍ୟ ପ୍ରଦେଶର ଅସ୍ମିତା ସହ ଯୋଡ଼ି ହୋଇ ଯାଇଥିଲେ I

ଅନ୍ୟତମ ମହିଳା ସ୍ୱାଧୀନତା ସଂଗ୍ରାମୀ ଶ୍ରୀମତୀ ସୁଚେତା କୃପାଳିନୀ ଥିଲେ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ୧୯୬୩ରୁ ୧୯୬୭ ଯାଏଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିବା ଏହି ମହିୟସୀ ମହିଳାଙ୍କ ଜନ୍ମସ୍ଥାନ ହରିୟାନାର ଅମ୍ବାଲା। ତାଙ୍କର ବ୍ରାହ୍ମ ଧର୍ମାବଲମ୍ବୀ ବଙ୍ଗାଳୀ ପିତା ଜଣେ ଡାକ୍ତର ହୋଇଥିବାରୁ ଦେଶର ବିଭିନ୍ନ ସହରକୁ ବଦଳି ହେଉଥିଲେ ଏବଂ ସୁଚେତା ସେଠାରେ ରହି ପାଠ ପଢୁଥିଲେ।

ଦିଲ୍ଲୀର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀମତୀ ଶୀଲା ଦୀକ୍ଷିତ ମଧ୍ୟ ଦେଶର ଯେ କୌଣସି ମହିଳା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ କାଳଧରି ମୁଖ୍ୟମନ୍ତ୍ରୀ ରହିଥିବାର ରେକର୍ଡର ଅଧିକାରିଣୀ। ୨୦୧୭ ମସିହାରେ ଅନୁଷ୍ଠିତ ଉତ୍ତର ପ୍ରଦେଶର ନିର୍ବାଚନ କାଳରେ ଶୀଲାଙ୍କୁ ଭାବୀ ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପନ କରାଯାଇଥିଲା, ଯଦିଓ ପରେ ଅଖିଲେଶ ଯାଦବଙ୍କ ସପକ୍ଷରେ ତାଙ୍କୁ ପ୍ରାର୍ଥୀପତ୍ର ଫେରସ୍ତ ଆଣିବାକୁ ପଡ଼ିଥିଲା।

ଶୀଲାଙ୍କ ଜନ୍ମ ପଞ୍ଜାବ ପ୍ରଦେଶର କପୁରତଲାର ପଞ୍ଜାବୀ କ୍ଷତ୍ରୀ ପରିବାରରେ। ତାଙ୍କର ମୂଳ ନାଁ ଥିଲା ଶୀଲା କପୁର। ପଞ୍ଜାବରେ ଜନ୍ମ, ଦିଲ୍ଲୀରେ ପାଠ ପଢ଼ିଥିବା ଶୀଲା ହୁଏତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ଥାଆନ୍ତେ, ଯାହା ସମାଜବାଦୀ ପାର୍ଟି ପାଇଁ ଗ୍ରହଣୀୟ ହୋଇ ନଥିଲା। କିନ୍ତୁ, ଶୀଲା ଥିଲେ ଉତ୍ତର ପ୍ରଦେଶର ବୋହୂ; ଉମାଶଙ୍କର ଦୀକ୍ଷିତଙ୍କର ପୁତ୍ରବଧୂ। ଉମାଶଙ୍କର ଦୀକ୍ଷିତ ଜଣେ ଆଇଏଏସ ଅଫିସର ଥିଲେ ଓ ପରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଉତ୍ତର ପ୍ରଦେଶ ଉନ୍ନାଓର ମୂଳବାସିନ୍ଦା।

ଅନେକେ ଜାଣି ଥିବେ ଯେ, ଧର୍ମ ନାରାୟଣ ସିଂହ କର୍ଣ୍ଣାଟକ ରାଜ୍ୟର ୧୧ଶ ମୁଖ୍ୟମନ୍ତ୍ରୀ ଭାବେ ୨୮.୦୫.୨୦୦୪ରୁ ୨୮.୦୧.୨୦୦୬ ଯାଏଁ କାର୍ଯ୍ୟ କରିଥିଲେ। ପରେ, ୨୦୦୯ରୁ ୨୦୧୪ ଯାଏଁ ସେ କର୍ଣ୍ଣାଟକର ବିଦାର ଆସନରୁ ଲୋକସଭାର ସାଂସଦ ରହିଥିଲେ। ତେବେ ଅନେକେ ହୁଏତ ଜାଣି ନଥିବେ ଯେ କର୍ଣ୍ଣାଟକରେ ୬ ଥର ବିଧାୟକ ରହିଥିବା ସିଂହ କିନ୍ତୁ କନ୍ନଡ଼ ଭାଷୀ ନଥିଲେ। ସେ ତତ୍କାଳୀନ ହାଇଦ୍ରାବାଦ ରାଜ୍ୟରେ ଜନ୍ମ ହୋଇଥିଲେ। ତାଙ୍କ ମୂଳ ନିବାସ କଳବର୍ଗୀର ନେଲୋଗୀ। ଏହା ଏବେ କର୍ଣ୍ଣାଟକରେ ରହିଛି। ତାଙ୍କ ପୂର୍ବପୁରୁଷ ରାଜସ୍ଥାନ ଅଞ୍ଚଳରୁ ଆସି ସେଠାରେ ବସବାସ କରୁଥିଲେ। ତେଣୁ ଧରମ ସିଂହଙ୍କ ପରିବାର କର୍ଣ୍ଣାଟକ ରାଜ୍ୟର ଲଂଖ୍ୟାଲଘୁ ରାଜପୁତ ସଂପ୍ରଦାୟର। ସେ ହାଇଦ୍ରାବାଦରେ ପାଠ ପଢ଼ିଥିଲେ।

ଶ୍ରୀମତୀ ସୁଷମା ସ୍ୱରାଜ ଜଣେ ଏଭଳି ରାଜନେତା ଯେ କି ଜବାହାରଲାଲ ନେହରୁଙ୍କ ପରେ ଲଗାତାର ପାଞ୍ଚ ବର୍ଷ କାଳ ଭାରତର ବୈଦେଶିକ ମନ୍ତ୍ରୀ ରହିଥିଲେ। ସେ ମାତ୍ର ୨୫ ବର୍ଷ ବୟସରେ ହରିୟାଣା ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଓ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ପଞ୍ଜାବୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମିତା ସୁଷମାଙ୍କର ଜନ୍ମସ୍ଥାନ ହରିୟାଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟ। ପିତା ହରଦେବ ଶର୍ମା ଥିଲେ ପାକିସ୍ଥାନ ଅନ୍ତର୍ଗତ ଲାହୋର ବାସିନ୍ଦା ଏବଂ ଦେଶ ବିଭାଜନ ବେଳେ ଭାରତକୁ ଚାଲିଆସିଥିଲେ।

ଏବେ ଆସନ୍ତୁ ଜାଣିବା, କିଛି ଅବିଭାଜିତ ତଥା ବିଭାଜନ ପରବର୍ତ୍ତୀ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ ବିଷୟରେ। ଅବିଭାଜିତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନର ଚନ୍ଦ୍ରବାବୁ ନାଇଡୁଙ୍କ ଜନ୍ମସ୍ଥାନ ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାରେ। ବିଭାଜନ ପରେ ନୂତନ ଭାବରେ ଗଠିତ ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କେ. ଚନ୍ଦ୍ରଶେଖର ରାଓ ବା କେସିଆର ଦାୟିତ୍ୱ ନେବା ପରେ ବିଭାଜିତ ଆନ୍ଧ୍ର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ଚନ୍ଦ୍ରବାବୁ। ସେହିପରି ଘଟଣା ଘଟିଥିଲା ନାରାୟଣ ଦତ୍ତ ତିୱାରୀଙ୍କ କ୍ଷେତ୍ରରେ। ସେ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ, ଯାହାକି ଅବିଭକ୍ତ ଉତ୍ତର ପ୍ରଦେଶର ଅଂଶ ଥିଲା। ଏଣୁ, ସେହି ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ନୂତନ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସୃଷ୍ଟି ହେବା ପରେ ତାହାର ତୃତୀୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ତାଙ୍କୁ ମିଳିଥିଲା। ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିବାର ସୌଭାଗ୍ୟ ପାଇଥିବା ରାଜନେତାଙ୍କ ମଧ୍ୟରେ ତିୱାରୀ ଥିଲେ ପ୍ରଥମ।

ଆମ ଦେଶର ଷଷ୍ଠ ରାଷ୍ଟ୍ରପତି ନୀଲମ ସଞ୍ଜିବା ରେଡ୍ଡୀଙ୍କର ଲମ୍ବା ରାଜନୈତିକ ଜୀବନ ଆରମ୍ଭ ହେଲା ବେଳକୁ ଆନ୍ଧ୍ର ପ୍ରଦେଶ ସ୍ୱତନ୍ତ୍ର ପ୍ରଦେଶ ହୋଇ ନଥିଲା। ତାହା ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଭୁକ୍ତ ଥିଲା। ସେ ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଗତ ଆନ୍ଧ୍ରର ଅନନ୍ତପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଓ ୧୯୫୬ ମସିହାରେ ମାନ୍ଦ୍ରାଜ ପ୍ରଦେଶରୁ ଆନ୍ଧ୍ର ପ୍ରଦେଶ ସ୍ୱତନ୍ତ୍ର ହେବା ସମୟରେ ଟି. ପ୍ରକାଶମ ଏହାର ମୁଖ୍ୟମନ୍ତ୍ରୀ ଓ ନୀଲମ ସଂଜୀବ ରେଡ୍ଡି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଟି. ପ୍ରକାଶମ ଥିଲେ ମୂଳତଃ ତେଲୁଗୁଭାଷୀ। ସେ ଏକଦା ମାନ୍ଦ୍ରା ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କରି ସମୟରେ ହିଁ ମାନ୍ଦ୍ରାଜରୁ ଆନ୍ଧ୍ର ଅଲଗା ହୋଇଥିଲା। ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶ ଗଠିତ ହେବା ପରେ ସଂଜୀବା ରେଡ୍ଡି ତାହାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପରେ ଆନ୍ଧ୍ର ପ୍ରଦେଶ ବିଭାଜିତ ହୋଇ ସୃଷ୍ଟି ହୋଇଥିଲା ସ୍ୱତନ୍ତ୍ର ତେଲେଙ୍ଗାନା ପ୍ରଦେଶ। ମୂଳ ତେଲୁଗୁ ଭାଷୀ ଏନ ସଞ୍ଜିବ ରେଡ୍ଡୀ ଉଭୟ ଅବିଭାଜିତ ଆନ୍ଧ୍ର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ରହିବାରେ କିଛି ହିଁ ଅସ୍ୱାଭାବିକତା ନଥିଲା I

ଏସବୁ ଉଦାହରଣ ଦେଇ ଆମେ କିଛି ସତ୍ୟ ଉତ୍ଥାପନ କରିଛୁ। ପାଠକ ସତ୍ୟ ଜାଣନ୍ତୁ ଓ ବିଚାର କରନ୍ତୁ। ବିଚାର କଲାବେଳେ ନିଶ୍ଚୟ ପାକିସ୍ଥାନରୁ ଅଲଗା ହୋଇ ବାଂଲାଦେଶ ଗଠନ କଥା ମନକୁ ଆସିବ। ଭାରତ ବିଭାଜନ କାଳରେ ପୂର୍ବ ପାକିସ୍ଥାନ ବୋଲାଉଥିବା ଭୂଖଣ୍ଡ ପରବର୍ତ୍ତୀ କାଳରେ ବାଂଲାଦେଶ ମୁକ୍ତି ସଂଗ୍ରାମ ମାଧ୍ୟମରେ ସ୍ୱାଧୀନ ରାଷ୍ଟ୍ର ହେବାର ମୁଖ୍ୟ କାରଣ ଥିଲା ବଙ୍ଗଳା ଭାଷା ଓ ଅସ୍ମିତା; ଯାହା ଆଗରେ ଧାର୍ମିକ ଆବେଦନ ଫିକା ପଡିଯାଇଥିଲା। ଧାର୍ମିକ ଆଧାରରେ ଗଠିତ ପାକିସ୍ଥାନରୁ ଭାଷା ଆଧାରରେ ଅଲଗା ହୋଇଗଲା ବାଂଲାଦେଶ। ଏଇଥିରୁ ଜଣାପଡ଼େ ଭାଷା ଓ ଅସ୍ମିତାର ପ୍ରଭାବ କେତେ ଅଧିକ। ଏଣୁ, ଓଡ଼ିଶାରେ ଭାଷା, ସଂସ୍କୃତି ଓ ଅସ୍ମିତା ଆହ୍ୱାନର ସମ୍ମୁଖୀନ ହେଉଥିବାରୁ ଚଳିତ ନିର୍ବାଚନରେ ଯେ, ଏହା ମଧ୍ୟ ପ୍ରସଙ୍ଗ ହେବ, ତାହା ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ। ତେବେ, କହ୍ନେଇ ପାଇଁ ଦୋଳ ଯାତ୍ରା ଭଳି, ଓଡ଼ିଆଙ୍କ ପାଇଁ ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା କେତେ ଗୁରୁତ୍ୱ ରଖେ ତାହା ଉପରେ ଏକ ଗଣଭୋଟ ନିଆଯିବାର ଆବଶ୍ୟକତା ଥିବା ମନେହୁଏ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story