ଲେମ୍ବୁ-ସୁରକ୍ଷା, ଲଙ୍କା-ଯୁଦ୍ଧ!

ଦେବେନ୍ଦ୍ର ପୃଷ୍ଟି ଏଇ ଅକ୍ଟୋବର ୮ ତାରିଖରେ ଭାରତବର୍ଷରେ ପାଳିତ ହେଲା ଦଶହରା ବା ବିଜୟା ଦଶମୀ। ରାବଣ ଉପରେ ରାମଙ୍କର, ମହିଷାସୁର ଉପରେ ଦୁର୍ଗାଙ୍କର, ସତ୍ୟ ଉପରେ ଅସତ୍ୟର, ଅନ୍ୟାୟ ଓ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ହିନ୍ଦୁମାନେ ଏହି ଧାର୍ମିକ-ସାଂସ୍କୃତିକ ପର୍ବ ପାଳନ କରି ଆସୁଛନ୍ତି। ଏହା ଏକ ଜାତୀୟ ପର୍ବର ମାନ୍ୟତା ପାଇ ନଥିଲେ ବି ଏଥିପାଇଁ ଜାତୀୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହି […]

rfl

rfl

Debendra Prusty
  • Published: Thursday, 10 October 2019
  • Updated: 10 October 2019, 07:50 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଏଇ ଅକ୍ଟୋବର ୮ ତାରିଖରେ ଭାରତବର୍ଷରେ ପାଳିତ ହେଲା ଦଶହରା ବା ବିଜୟା ଦଶମୀ। ରାବଣ ଉପରେ ରାମଙ୍କର, ମହିଷାସୁର ଉପରେ ଦୁର୍ଗାଙ୍କର, ସତ୍ୟ ଉପରେ ଅସତ୍ୟର, ଅନ୍ୟାୟ ଓ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ହିନ୍ଦୁମାନେ ଏହି ଧାର୍ମିକ-ସାଂସ୍କୃତିକ ପର୍ବ ପାଳନ କରି ଆସୁଛନ୍ତି। ଏହା ଏକ ଜାତୀୟ ପର୍ବର ମାନ୍ୟତା ପାଇ ନଥିଲେ ବି ଏଥିପାଇଁ ଜାତୀୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଦିନ ସାର୍ବଜନୀନ ଦୁର୍ଗା ମଣ୍ଡପରେ ଦେବୀଙ୍କ ପୂଜାବିଧି ଶେଷ ହୁଏ। ତାଙ୍କୁ ବିସର୍ଜନ କରାଯାଏ। କେଉଁଠି କେଉଁଠି ନେତାଙ୍କ କୁଶ ପୁତ୍ତଳିକା ଦାହ କଲା ପରି ବାଣରେ ତିଆରି ରାବଣର ପ୍ରତିମୂର୍ତ୍ତିକୁ ପୋଡ଼ି ଲୋକମାନେ ଆନନ୍ଦ ଗ୍ରହଣ କରନ୍ତି। ଆନନ୍ଦ ଅର୍ଥ ମଉଜ ମଜଲିସ। ସତରେ କିନ୍ତୁ ରାବଣମାନେ ଭାରତବର୍ଷରୁ ଏଯାଏଁ ହଟି ନାହାନ୍ତି। ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଇ ଦୁର୍ଗା ପୂଜା ଅବସରରେ ଜଣେ ନବମ ଶ୍ରେଣୀ ଛାତ୍ରୀ ପ୍ରତି ଦୁଷ୍କର୍ମ କରାଯାଇଛି। ଠିକ ଯେତେବେଳେ ମହାଷ୍ଟମୀରେ ଦୁର୍ଗାଙ୍କର ମହାପୂଜା ଚାଲିଥିଲା ଠିକ ସେତିକିବେଳେ ଆଧୁନିକ ରାବଣଟିଏ ନିରୀହା ଦୁର୍ଗାଙ୍କୁ ପୂଜା ମଣ୍ଡପ ପଛପଟେ ଦୁଷ୍କର୍ମ କରୁଥିଲା।

ଭାରତୀୟ ହିନ୍ଦୁ ସମାଜରେ ସାର୍ବଜନୀନ ମଣ୍ଡପ ଓ ଶକ୍ତିପୀଠଗୁଡ଼ିକ ସହିତ ବ୍ରାହ୍ମଣ ଓ କ୍ଷତ୍ରୀୟ ବା ଖଣ୍ଡାୟତ ଆଦି କେତେ ଜାତିର ଲୋକଙ୍କ ଘରେ ମଧ୍ୟ ଦୁର୍ଗା ପୂଜା ଅନୁଷ୍ଠିତ ହୁଏ। ଏହି ଅବସରରେ ସେମାନେ ଶସ୍ତ୍ର ପୂଜା କରିଥାନ୍ତି। ଭାରତର ବ୍ରାହ୍ମଣମାନେ ଆଉ ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଉନାହାନ୍ତି। ଏ ଦାୟିତ୍ୱ ବହନ କରୁଛି ସାମରିକ ଓ ଅର୍ଦ୍ଧସାମରିକ ବିଭାଗ। ସେଥିପାଇଁ ଗଢ଼ା ଯାଇଛି ଜାତୀୟ ପ୍ରତିରକ୍ଷା ଏକାଡେମୀ ବା ଏନ୍‌ଡିଏ ଆଦି ଅନୁଷ୍ଠାନ। ହିନ୍ଦୁ ପୁରାଣ ଅନୁସାରେ ଦିନେ ପର୍ଶୁରାମ, ଦ୍ରୋଣ ଓ କୃପାଚାର୍ଯ୍ୟଙ୍କ ପରି ବ୍ରାହ୍ମଣମାନେ ହିଁ ଥିଲେ ଅସ୍ତ୍ରବିଦ୍ୟାର ଅଧ୍ୟାପକ। ଏବେ ବ୍ରାହ୍ମଣମାନେ କୌଳିକ ଧନ୍ଦା ଛାଡ଼ି ଚାକିରିବାକିରି କଲେଣି। ତଥାପି ପରିବାରର ପୂର୍ବ ସଂସ୍କୃତିକୁ ଛାଡ଼ି ନାହାନ୍ତି। ଠିକ ସେହିପରି କ୍ଷତ୍ରୀୟ ଓ ଖଣ୍ଡାୟତମାନେ ମଧ୍ୟ ଆଉ ଦେଶରକ୍ଷା କାର୍ଯ୍ୟରେ ନିୟୋଜିତ ନାହାନ୍ତି। ଏବେ ବିଭିନ୍ନ ଜାତି ଓ ଧର୍ମର ଲୋକମାନେ ପ୍ରଚଣ୍ଡ ତାଲିମ ପାଇ ଏହି ଦାୟିତ୍ୱ ତୁଲାଇବାକୁ ନିଯୁକ୍ତ ଅଛନ୍ତି। ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ତିନି ସାମରିକ ବାହିନୀରେ ଯେଉଁମାନେ କାମ କରୁଛନ୍ତି ସମସ୍ତ ହିନ୍ଦୁ ନୁହନ୍ତି କି ଖଣ୍ଡାୟତ ବା କ୍ଷତ୍ରୀୟ ନୁହନ୍ତି। ତଥାପି ଏହି ଜାତିର ଲୋକମାନେ ଘରେ ଦୁର୍ଗାପୂଜା ପାଳନ କରନ୍ତି ଓ ଅତୀତର ସ୍ମୃତି ଉଜ୍ଜୀବୀତ ରଖିବା ପାଇଁ ଅତୀତର ସନ୍ତକ ଖଣ୍ଡା, ତରବାରୀ, ଛୁରୀ ଆଦି ଅସ୍ତ୍ରଶସ୍ତ୍ର ପୂଜା କରିଥାନ୍ତି।

ଏ ପରମ୍ପରା ଏବେକାର ନୁହେଁ। କାହିଁ କେଉଁ କାଳରୁ ଭାରତୀୟ ହିନ୍ଦୁ ସମାଜରେ ଏହା ଚଳି ଆସିଛି। କେହି ଏହାକୁ ବିରୋଧ କରନ୍ତି ନାହିଁ। ଭାରତୀୟ ସମ୍ବିଧାନ ଅନୁସାରେ କିଏ କାହାକୁ ଠାକୁର ମାନିଲା ବା ମାନିଲା ନାହିଁ ତା’ ସହିତ ସରକାରଙ୍କର କିଛି ଯାଏ ଆସେ ନାହିଁ। କିନ୍ତୁ ଏଇ ବର୍ଷ ବିଜୟା ଦଶମୀରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଯାଇଁ ସେଠାରେ ରାଫାଲେ ବିମାନର ପୂଜା କରିବା ଘଟଣାକୁ ନେଇ ଜାତୀୟ ସ୍ତରରେ ବିତର୍କର ସୂତ୍ରପାତ ହୋଇଛି। କଂଗ୍ରେସର ମଲ୍ଲିକାର୍ଜନ ଖଡ଼ଗେ ଓ ରସିଦ ଆଲଭି ଏବଂ ରାଷ୍ଟ୍ରବାଦୀ କଂଗ୍ରେସର ଶରଦ ପାୱାର ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ସେହିପରି ଫେସ୍‌ବୁକ୍‌ ଓ ଟୁଇଟର ପରି ସାମାଜିକ ଗଣମାଧ୍ୟମରେ ପ୍ରଶାନ୍ତ ଭୂଷଣଙ୍କ ପରି ବଡ଼ ବଡ଼ ଆଇନଜୀବୀ ଓ ପ୍ରଗତିଶୀଳ ବ୍ୟକ୍ତିତ୍ୱମାନେ ରାଜନାଥଙ୍କ ରାଫେଲ ପୂଜାକୁ ବ୍ୟଙ୍ଗ ଓ କଟାକ୍ଷ କରିଛନ୍ତି। ବିଭିନ୍ନ ଲୋକଙ୍କର ବିଭିନ୍ନ ଆକ୍ଷେପ ମଧ୍ୟରୁ ଗୋଟିଏ ହେଲା: ଭାରତକୁ ରକ୍ଷା କରିବ ରାଫେଲ୍‌, ରାଫେଲ୍‌କୁ ରକ୍ଷା କରିବ ଲେମ୍ବୁ, ଲେମ୍ବୁର ମର୍ଯ୍ୟାଦା ରଖିବ ସନ୍ତରା ଓ ସନ୍ତରାକୁ ରକ୍ଷା କରିବ ସନିଆ!

ଯେଉଁମାନ ଏଭଳି ସମାଲୋଚନା କରିଛନ୍ତି ସେମାନେ ମୁଖ୍ୟତଃ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏପରି କରିଥାଇପାରନ୍ତି। କାରଣ ଲେମ୍ପୁ, ଲଙ୍କା, ନଡ଼ିଆ, ସିନ୍ଦୁର ଆଦି ରାଫେଲ୍‌ ବିମାନକୁ ଅଧିକ ଶକ୍ତିଶାଳୀ କରିପାରିବ ନାହିଁ କି ଶତ୍ରୁ ଆକ୍ରମଣରୁ ଏହାକୁ ରକ୍ଷ କରିପାରିବ ନାହିଁ। ରାଫେଲ୍‌ ଚାଳକ ନିଜକୁ ଓ ରାଫେଲ ବିମାନକୁ ନିଜର ଜ୍ଞାନ, ଜ୍ଞାନକୌଶଳ, ତାଲିମ ଓ ଦକ୍ଷତା ବଳରେ ସୁରକ୍ଷିତ ରଖିବା ସଙ୍ଗେ ସଙ୍ଗେ ଶତ୍ରୁ ସଂହାର କରିବେ। ଯୁଦ୍ଧଭୂମିରେ ବା ଯୁଦ୍ଧାକାଶରେ ଲେମ୍ବୁ ଓ ଲଙ୍କାର ଆବଶ୍ୟକତା ପଡ଼େ ନାହିଁ। ସେଠି ଗୋଳାବାରୁଦ, ବୋମା ଓ କ୍ଷେପଣାସ୍ତ୍ରର ଲଢ଼େଇ ଚାଲେ। ରାଫେଲ ତିଆରି କରିଥିବା ଫ୍ରାନ୍ସ ଓ ଏହାର ବିମାନ ଇଂଜିନିଅର୍‌ମାନେ କଦାପି ସିନ୍ଦୁର ଲଗେଇ, ନଡ଼ିଆ ବାଡ଼େଇ, ଚକା ଚଳେ ଲେମ୍ବୁ ଚପେଇ ରାଫେଲ୍‌ ପରୀକ୍ଷା କରିନଥିବେ। କିନ୍ତୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ତାହା କଲେ ଓ ସେହି କାର୍ଯ୍ୟକ୍ରମର ଫଟୋ ଉଠିଲା, ଭିଡ଼ିଓ ରେକର୍ଡ ହେଲା ଏବଂ ତାହାକୁ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଗଲା। ଏହା ପରେ  ବିପକ୍ଷର ସମାଲୋଚନା।

ପ୍ରତିବର୍ଷ ପରି ଏଇ ଦୁର୍ଗାପୂଜା ଅବସରରେ ମଧ୍ୟ ଭାରତର ବହୁ ହିନ୍ଦୁ ଲୋକ ନିଜନିଜ ଗାଡ଼ିକୁ ପୂଜା କରିଛନ୍ତି। ସ୍କୁଟି, ସ୍କୁଟର, ବାଇକ୍‌, କାର୍‌, ଟେମ୍ପୁ, ବସ୍‌ ଓ ଟ୍ରକ୍‌ରୁ ଆରମ୍ଭ କରି ଟ୍ରାକ୍ଟର, ଡ୍ରୋଜର, ଟ୍ରଲର ଯାଏଁ ବିଭିନ୍ନ କିସମର ଗାଡ଼ିକୁ ଦୁର୍ଗା ପୂଜାର ଅବସରରେ ଭଲକରି ଧୁଆଧୋଇ କରି କୌଣସି ଦେବୀ ମନ୍ଦିର ପାଖରେ ପୂଜା କରାଯାଏ। ସେହି ପୂଜା ସମୟରେ ଗାଡ଼ିରେ ସିନ୍ଦୁର ଲାଗେ, ଫୁଲମାଳ ବନ୍ଧା ଯାଏ, ନାଲି କାଛ କିମ୍ବା କପଡ଼ାରେ ନାଲିଚୁଡ଼ି ଗଳେଇ ଗାଡ଼ିରେ ବନ୍ଧାଯାଏ, ନଡ଼ିଆ ବାଡ଼ାଯାଏ, ଧୂପ ଓ ଦୀପରେ ବନ୍ଦା ଯାଏ ଏବଂ ଶେଷରେ ଚକା ତଳେ ଲେମ୍ବୁ ରଖି ଗାଡ଼ି ଷ୍ଟାର୍ଟ କରି ଲେମ୍ବକୁ ଚପେଇ ଦିଆଯାଏ। ଯେଉଁ ହିନ୍ଦୁ ଲୋକମାନେ ଦୁର୍ଗପୂଜାରେ ଗାଡ଼ି ପୂଜା କରନ୍ତି ନାହିଁ ସେମାନେ କାଳୀପୂଜାରେ କରିଥାନ୍ତି। ଶିଳ୍ପ ଓ ଯନ୍ତ୍ର ସହିତ କାମ କରୁଥିବା ହିନ୍ଦୁ କର୍ମଚାରୀମାନେ ବିଶ୍ୱକର୍ମା ପୂଜାରେ ସେମାନଙ୍କର ଯନ୍ତ୍ରପାତିକୁ ପୂଜା କରିଥାନ୍ତି। ଏହା ହିନ୍ଦୁମାନଙ୍କର ଏକ ବିଶ୍ୱାସ। ପ୍ରାଚୀନ ଯୁଗର ହିନ୍ଦୁମାନେ ପ୍ରାଚୀନ ତନ୍ତ୍ର ଓ ମନ୍ତ୍ର ଛାଡ଼ି ଆଧୁନିକ ଯନ୍ତ୍ର ଯୁଗରେ ପ୍ରବେଶ କରିଥିଲେ ମଧ୍ୟ ନିଜ ବିଶ୍ୱାସକୁ ଛାଡ଼ି ପାରିନାହାନ୍ତି। ସେମାନେ ନିଜ ଗାଡ଼ି ଓ ଯନ୍ତ୍ରପାତିକୁ ମଧ୍ୟ ଦେବୀ ତୁଲ୍ୟ ମାନ୍ୟତା ଦେଇଥାନ୍ତି। ଅବଶ୍ୟ ସେଇ ଦେବୀ ତୁଲ୍ୟ ଗାଡ଼ି କେବେ ଖରାପ ହେଲେ, ବାରମ୍ବାର କିକ୍‌ ମାରିବା ସତ୍ତ୍ୱେ ଗାଡ଼ି ଷ୍ଟାର୍ଟ ନହେଲେ ଗାଡ଼ି-ଦେବୀଙ୍କୁ ଗୋଇଠା ମଧ୍ୟ ମାରିଥାନ୍ତି!

ଲୋକମାନଙ୍କର ଏଭଳି ବିଶ୍ୱାସ ଓ ଆଚରଣ ପଛରେ ବିଜ୍ଞାନ ସମ୍ମତ କାରଣ ନଥାଇପାରେ। ତଥାପି ଏହାକୁ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଦୃଷ୍ଟିକୋଣରୁ ସମାଲୋଚନା କରାଯିବା ଧାର୍ମିକ ଓ ସାଂସ୍କୃତିକ ସ୍ୱାଧୀନତାର ପରିପନ୍ଥୀ। ଧର୍ମ ଓ ସଂସ୍କୃତି ପାଳନ କରିବାକୁ ଯାଇଁ ଯଦି କୌଣସି ଲୋକ ବା ଗୋଷ୍ଠୀ ଅନ୍ୟ କାହାର ଅଧିକାର ଓ ସ୍ୱାଧୀନତା ଉପରେ ଆଞ୍ଚ ଆଣନ୍ତି, ସମାଜର ଶାନ୍ତିଭଙ୍ଗ କରନ୍ତି ବା କରିବାର ଆଶଙ୍କା ସୃଷ୍ଟି କରନ୍ତି, ପ୍ରଦୂଷଣ ସୃଷ୍ଟି କରି ସାମୂହିକ ଅହିତ ସାଧନ କରନ୍ତି ତେବେ ସରକାରଙ୍କ ତରଫରୁ ତାହା ବିରୋଧରେ କଟକଣା ଜାରି କରାଯାଇପାରେ। ଅନ୍ୟଥା, ଭାରତବର୍ଷରେ ସମସ୍ତେ ନିଜନିଜ ବିଶ୍ୱାସ ଓ ପନ୍ଥା ଅନୁଯାୟୀ ଧର୍ମ ଓ ସଂସ୍କୃତି ମାନି ଚଳିବାରେ କୌଣସି ବାଧା ନାହିଁ। ଭାରତୀୟ ସମ୍ବିଧାନ ଭାରତର ସମସ୍ତ ଲୋକଙ୍କୁ ଧର୍ମ ଓ ବିଶ୍ୱାସର ଅଧିକାର ସହିତ ସ୍ୱାଧୀନତା ଦେଇଛି।

ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମ ନିରପେକ୍ଷ ଦେଶ। ଏହାର ସରକାର ହିନ୍ଦୁ ସରକାର ନୁହନ୍ତି କି ମୁସଲମାନ ସରକାର ନୁହନ୍ତି, ଖୀରସ୍ତାନ ସରକାର ନୁହନ୍ତି କି ବୌଦ୍ଧ ସରକାର ନୁହନ୍ତି, ଏହା କେବଳ ଭାରତ ସରକାର। ଭାରତ ସରକାର ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରନ୍ତି ତାହାକୁ ସମାଲୋଚନା କରାଯାଏ। କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ବିଶ୍ୱାସ ଅନୁସାରେ ଭାରତ ସରକାର ପରିଚାଳିତ ହେବା ଉଚିତ ନୁହେଁ। ସେହି ଦୃଷ୍ଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯାହା କଲେ ତାହା କିଛି ଲୋକଙ୍କ ପାଇଁ ଗ୍ରହଣୀୟ ହୋଇନପାରେ। ମନେ କରନ୍ତୁ ଜଣେ ମୁସଲିମ୍‌ ଲୋକ ଭାରତର ପ୍ରତିରକ୍ଷା ମନ୍ତ୍ରୀ ହୋଇଥାନ୍ତେ ବା ରାଫେଲ୍‌ ବିମାନର ଚାଳକ, ସେ କ’ଣ ସିନ୍ଦୁର ଲଗେଇ, ନଡ଼ିଆ ବାଡ଼େଇ ବା ଚକା ତଳେ ଲେମ୍ବୁ ଚପେଇ ‘ଶସ୍ତ୍ର ପୂଜା’ କରିଥାନ୍ତେ? ଭାରତର ସେନା ବାହିନୀ ଧର୍ମନିରପେକ୍ଷ। ସେନାର ସୈନିକମାନେ ଯୁଦ୍ଧଭୂମିକୁ ଗଲାବେଳେ ବା ଯୁଦ୍ଧାସ୍ତ୍ର ବ୍ୟବହାର କଲାବେଳେ ନିଜ ନିଜ ବିଶ୍ୱାସ ଅନୁସାରେ ହୁଏତ ନିଜନିଜ ଅସ୍ତ୍ରଶସ୍ତ୍ର ଓ ଯାନବାହାନକୁ ପୂଜା କରୁଥିବେ ବା ସମ୍ମାନ ଦେଉଥିବେ କିନ୍ତୁ ତାହା ସେନା ବାହିନୀର ନୀତି ଓ ନିୟମ ହୋଇପାରିବ ନାହିଁ। ଠିକ ସେହିପରି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବା ମନ୍ତ୍ରୀମାନେ ବ୍ୟକ୍ତିଗତ ଜୀବନରେ ନିଜନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଗାଡ଼ି ଓ ଅସ୍ତ୍ରଶସ୍ତ୍ରର ପୂଜା କରିପାରନ୍ତି ମାତ୍ର ସରକାରୀ କାର୍ଯ୍ୟକ୍ରମରେ ନିଜ ଧର୍ମ ଓ ବିଶ୍ୱାସକୁ ରୋପଣ କରିବା ଧର୍ମନିରପେକ୍ଷତାର ପରିପନ୍ଥୀ ଭାବେ ବିବେଚିତ ହେବ। ଏଭଳି ହେଲେ ବ୍ରିଟିଶ ଶାସନ ସମୟରେ ଯେଉଁ କାରଣ ପାଇଁ ସିପାହୀ ବିଦ୍ରୋହ ହୋଇଥିଲା ସେହିପରି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏବେ ଯଦି ଭାରତ ସରକାର କହିବେ ଭାରତର ସବୁ ସୈନିକ ସିନ୍ଦୁର ଲଗେଇ ନଡ଼ିଆ ବାଡ଼େଇ ବନ୍ଧୁକ ପୂଜା କରିବେ ତେବେ ତାହାକୁ ସବୁ ସୈନିକ ମାନିବେ କି? ମାନିବେ ବୋଲି ଆଶା କରାଯିବ କି?

ଯେଉଁମାନେ ଯନ୍ତ୍ରପାତି ଓ ଯୁଦ୍ଧାସ୍ତ୍ରକୁ ସିନ୍ଦୁର, ନଡ଼ିଆ ଓ ଲେମ୍ବୁ ଆଦିରେ ପୂଜା କରନ୍ତି ନାହିଁ ସେମାନଙ୍କ ମଧ୍ୟରୁ ଆମେରିକା ପରି ଦେଶ ଚନ୍ଦ୍ର, ମଙ୍ଗଳ, ବୃହସ୍ପତି ଭେଦ କରି ସୂର୍ଯ୍ୟଙ୍କ ପାଖକୁ ରକେଟ ପଠାଇଲାଣି। ଅତୀତର ଇଂଲଣ୍ଡ ପରି ଏବେକାର ଆମେରିକା ସାରା ବିଶ୍ୱରେ ରାଜ୍‌ କରୁଛି କହିଲେ ଚଳେ। ଏଇ ନିକଟରେ ଭାରତ ସବୁ ପ୍ରକାର ପୂଜାପାଠ କରି ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇ ଚନ୍ଦ୍ରକୁ ପଠେଇଥିବା ବିକ୍ରମ ଲାଣ୍ଡର କୁଆଡ଼େ ହଜିଗଲା ତା’ର ସନ୍ଧାନ ମିଳିଲା ନାହିଁ। ଯେଉଁଠି କ୍ରିକେଟ ମ୍ୟାଚ୍‌ ଜିତିବା ପାଇଁ, ବ୍ୟବସାୟରେ ଲାଭ ପାଇଁ, ନିର୍ବାଚନ ଜିତିବା ପାଇଁ, ପରୀକ୍ଷାରେ ପାସ୍‌ କରିବା ପାଇଁ, ଚାକିରି ଇଣ୍ଟରଭ୍ୟୁରେ ସିଲେକ୍ଟ ହେବାକୁ ଯଜ୍ଞ ଓ ପୂଜାପାଠର ଆୟୋଜନ ହୁଏ ସେଠି ଅବଶ୍ୟ ଏଭଳି ବିଶ୍ୱାସ ଓ ପରମ୍ପରା ବିରୋଧରେ ଯୁକ୍ତି ବିଶେଷ କିଛି ଗୁରୁତ୍ୱ ରଖେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story