ସନ୍ଥ ଶିରୋମଣି ଶ୍ରୀ ବିଦ୍ୟାସାଗରଜୀଙ୍କୁ ଶ୍ରଦ୍ଧାଞ୍ଜଳି

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି। ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା। ଅନେକବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି।

Acharya Vidyasagar jee Maharaj

Acharya Vidyasagar jee Maharaj

Debendra Prusty
  • Published: Wednesday, 21 February 2024
  • Updated: 21 February 2024, 04:20 PM IST

Sports

Latest News

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି। ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା। ଅନେକବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି। ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ଆଗକୁ ଆଲୋକ ବର୍ତ୍ତିକା ଭଳି ପଥ ପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି। ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ। ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନଥିଲା। ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା। ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ ପ୍ରେରଣାକୁ ଅବଶ୍ୟ ଅନୁଭବ କରିଥିବେ।

ପୂଜ୍ୟ ଆଚାର୍ଯ୍ୟଜୀ ସଦାବେଳେ ଜ୍ଞାନ, ସମ୍ବେଦନା ଓ ସେବାର ତ୍ରିବେଣୀ ସଂଗମ ରୂପରେ ସମସ୍ତଙ୍କ ସ୍ମୃତିରେ ରହିଥିବେ। ପ୍ରକୃତରେ ସେ ଥିଲେ ଜଣେ ତପସ୍ୱୀ ଓ ତାଙ୍କ ଜୀବନ ଭଗବାନ ମହାବୀରଙ୍କ ଆଦର୍ଶର ଏକ ଅନୁକରଣୀୟ ଉଦାହରଣ ଥିଲା। ତାଙ୍କର ପ୍ରତିଟି କର୍ମରେ ଜୈନଧର୍ମର ମୂଳ ନୀତି ପ୍ରତିଫଳିତ ହେଉଥିଲା। ନିଜ ବଚନ ଓ ଜ୍ଞାନ ବିତରଣରେ ତାହା ପରିଲକ୍ଷିତ ହେଉଥିଲା। ସଂସାରର ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଜୈନଧର୍ମର ପ୍ରତିଟି ଜୀବଙ୍କ ପ୍ରତି ସମ୍ମାନର ପ୍ରତିଫଳନ ବୋଲି କୁହାଯାଇପାରେ। ସେ ସତ୍ୟର ଜୀବନ ବଞ୍ଚୁଥିଲେ- ଏହା ମଧ୍ୟ ଜୈନ ଧର୍ମର ଚିନ୍ତନ, କଥନ ଓ କାର୍ଯ୍ୟର ସାଧୁତାକୁ ପ୍ରମାଣିତ କରେ। ତାଙ୍କ ଜୀବନ ଶୈଳୀ ଥିଲା ସରଳ। ତାଙ୍କ ଭଳି ମହାନ ସନ୍ଥଙ୍କ ପାଇଁ ହିଁ ଜୈନ ଧର୍ମ ଓ ଭଗବାନ ମହାବୀରଙ୍କ ଭଳି ଦିବ୍ୟାତ୍ମାଙ୍କ ପ୍ରତି ସମଗ୍ର ବିଶ୍ୱର ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇଚାଲିଛି। ଜୈନବାଦ ଶୃଙ୍ଖଳାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ଥିଲେ ସତ, କିନ୍ତୁ ତାହା କେବଳ ସେହି ଗୋଷ୍ଠୀ ମଧ୍ୟରେ ସୀମିତ ନଥିଲା, ବରଂ ତାଙ୍କ ସତ୍ୟନିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ଓ ବ୍ୟାପ୍ତି ସମଗ୍ର ମାନବ ସମାଜ ଉପରେ ପଡ଼ିଥିଲା। ସବୁ ଧର୍ମ, ଆସ୍ଥା ଓ ସଂସ୍କୃତିର ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ ଏବଂ ସେମାନଙ୍କ ମନରେ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ସେ ଅବିଶ୍ରାନ୍ତ ଭାବେ ସଦାବେଳେ ତତ୍ପର ଥିଲେ।

ଶିକ୍ଷା ଥିଲା ସନ୍ଥ ମହାରାଜଙ୍କର ସବୁଠାରୁ ପ୍ରିୟ ଏବଂ ହୃଦୟର ନିକଟତର। ବିଦ୍ୟାଧର (ତାଙ୍କର ବାଲ୍ୟକାଳର ନାମ) ଠାରୁ ବିଦ୍ୟାସାଗର ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ଜ୍ଞାନ ଆହରଣ ଓ ଜ୍ଞାନ ବିତରଣ ସକାଶେ ହିଁ ସମର୍ପିତ ଥିଲା। ତାଙ୍କର ଅତୁଟ ବିଶ୍ୱାସ ଥିଲା ଯେ କେବଳ ଶିକ୍ଷା ଦ୍ୱାରା ହିଁ ଏକ ଉଚିତ ଏବଂ ପ୍ରଜ୍ଞାଦୀପ୍ତ ସମାଜ ଗଠନ କରାଯାଇପାରିବ। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ନିମନ୍ତେ ସେ ଜ୍ଞାନକୁ ସାଧନ ରୂପେ ଉପଯୋଗ କରିବା ଉପରେ ପ୍ରାଧାନ୍ୟ ଦେଉଥିଲେ। ଏହାଦ୍ଵାରା ସେ ସମସ୍ତଙ୍କୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଓ ସମାଜ ପ୍ରତି ସମର୍ପିତ ଜୀବନ ବଞ୍ଚିବାକୁ ପ୍ରେରଣା ଯୋଗାଉଥିଲେ। ତାଙ୍କ ଶିକ୍ଷାରେ ସ୍ଵା-ଧ୍ୟାୟ ଓ ଆତ୍ମ-ସଚେତନତାକୁ ବାସ୍ତବ ପ୍ରଜ୍ଞା ପ୍ରାପ୍ତିର ମାର୍ଗ ରୂପେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଉଥିଲେ। ତେଣୁ ସେ ନିଜର ଅନୁଗାମୀମାନଙ୍କୁ ଆଜୀବନ ଜ୍ଞାନାନୁସନ୍ଧାନୀ ଏବଂ ଆଧ୍ୟାତ୍ମିକ ବିକାଶ ମାର୍ଗରେ ପଥିକ ହେବା ଲାଗି ଉପଦେଶ ଦେଉଥିଲେ।

ଏହା ସହିତ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜ ଆମର ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରାପ୍ତି ନିମନ୍ତେ ପ୍ରବର୍ତ୍ତାଉଥିଲେ। ବାସ୍ତବ ଶିକ୍ଷା ଆମର ସାଂସ୍କୃତିକ ଚିନ୍ତାଧାରାରେ ନିହିତ ରହିଛି ବୋଲି ମତ ପୋଷଣ କରୁଥିଲେ। ଆମେ ଅତୀତର ସାଂସ୍କୃତିକ ବୈଠକ ଏବଂ ଶିକ୍ଷାଠାରୁ ଦୂରେଇ ଯାଉଥିବା ହେତୁ ଏବେ ଜଳସଂକଟର ସମାଧାନ ସୂତ୍ର ଖୋଜି ପାଇବାକୁ ଅସମର୍ଥ ହୋଇଛୁ। ସାମଗ୍ରିକ ଶିକ୍ଷା ଜଣେ ବିଦ୍ୟାର୍ଥୀକୁ କୁଶଳୀ ଓ ସୃଜନଶୀଳ କରିଥାଏ ବୋଲି ତାଙ୍କର ଦୃଢ଼ ଯୁକ୍ତି ଥିଲା। ଭାରତର ଭାଷାଭିଭିକ ବିବିଧତାକୁ ନେଇ ସେ ସଦାସର୍ବଦା ଗର୍ବ ଓ ଗୌରବ ଅନୁଭବ କରୁଥିଲେ ଏବଂ ଭାରତୀୟ ଭାଷା ଅଧ୍ୟୟନ ସକାଶେ ଯୁବବର୍ଗଙ୍କୁ ପରାମର୍ଶ ଦେଉଥିଲେ।

ପୂଜ୍ୟ ଆଚାର୍ଯ୍ୟଜୀ ନିଜେ ସଂସ୍କୃତ, ପ୍ରାକୃତ ଓ ହିନ୍ଦୀରେ ବ୍ୟାପକ ରଚନା କରିଛନ୍ତି। ଜଣେ ମୁନି ଭାବେ ସେ ସୁଉଚ୍ଚ ଶିଖରରେ ପହଞ୍ଚିଥିଲେ, ତଥାପି ସଦାବେଳେ ସେ ଥିଲେ ଆଭୂମ। ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ମୂକମାଟି’ରୁ ଏହା ସୁସ୍ପଷ୍ଟ। ନିଜର କାର୍ଯ୍ୟାବଳୀ ମାଧ୍ୟମରେ ସେ ଅବହେଳିତ ଲୋକମାନଙ୍କୁ ସ୍ୱର ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପୂଜ୍ୟ ଆଚାର୍ଯ୍ୟଜୀଙ୍କ ଅବଦାନ ଥିଲା ଯୁଗାନ୍ତକାରୀ ଓ ପଟ୍ଟପରିବର୍ତ୍ତନକାରୀ। ସେ ଅନେକ ଲୋକହିତକର କାର୍ଯ୍ୟକ୍ରମ ସହିତ ଏକାଧାରରେ ସଂଶ୍ଳିଷ୍ଟ ଥିଲେ। ବିଶେଷକରି ଅବହେଳିତ କ୍ଷେତ୍ରର ବିକାଶ କର୍ମରେ ସେ ଓତଃପ୍ରୋତ ଭାବରେ ଜଡ଼ିତ ରହିଥିଲେ। ସ୍ୱସ୍ଥ୍ୟସେବା ପ୍ରତି ତାଙ୍କର ଆଭିମୁଖ୍ୟ ଥିଲା ସାମଗ୍ରିକ। ସମନ୍ୱିତ ଶାରୀରିକ ନିରାମୟତା ସହିତ ଆଧ୍ୟାତ୍ମିକ କଲ୍ୟାଣ ଏଥିରେ ସାମିଲ ଥିଲା। ତେଣୁ ଜଣେ ବ୍ୟକ୍ତିର ସକଳ ପ୍ରକାର ଆବଶ୍ୟକତା ପୂରଣ ଦିଗରେ ସେ ପ୍ରୟାସୀ ଥିଲେ।

ଆଗାମୀ ପିଢ଼ିଙ୍କୁ ମୁଁ ବିଶେଷ ଭାବରେ ନିବେଦନ କରିବି ଯେ, ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ବ୍ୟାପକ ମାତ୍ରାରେ ଅଧ୍ୟୟନ କରନ୍ତୁ। ସନ୍ଥଜୀ ସଦାସର୍ବଦା ନିବେଦନ କରୁଥିଲେ ଯେ ପକ୍ଷପାତପୂର୍ଣ୍ଣ ବିଚାରଧାରାଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ଜାତୀୟ ସ୍ୱାର୍ଥ ପାଇଁ ଧ୍ୟାନକେନ୍ଦ୍ରିତ କରିବା ଉଚିତ। ଭୋଟଦାନର ସେ ଥିଲେ ଜଣେ ଦୃଢ଼ ପ୍ରବକ୍ତା, କାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ଓ ମତପୋଷଣ କରିବାର ଏହା ହେଉଛି ସବୁଠାରୁ ବଡ଼ ସାଧନ। ଏକ ସୁସ୍ଥ ଓ ସ୍ଵଚ୍ଛ ରାଜନୈତିକ ବ୍ୟବସ୍ଥା ପାଇଁ ମଧ୍ୟ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ। ଏହି ବ୍ୟବସ୍ଥା ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ହେବା ଉଚିତ ବୋଲି ତାଙ୍କର ବଳିଷ୍ଠ ମତ ଥିଲା। ଏହା କୌଣସି ଆତ୍ମସ୍ୱାର୍ଥ ପାଇଁ ନୁହେଁ। ଲୋକନୀତି ହେଉଛି ଲୋକସଂଗ୍ରହ ପାଇଁ, ଲୋକସଂଗ୍ରହ ପାଇଁ ନୁହେଁ।

ସେ ବିଶ୍ଵାସୀ ଥିଲେ ଯେ, ନାଗରିକମାନେ ସମାଜ ଓ ରାଷ୍ଟ୍ର ପାଇଁ ନିଷ୍ଠାବାନ ଓ ସମର୍ପିତ ରହିଲେ ରାଷ୍ଟ୍ରର ଭିତ୍ତି ସୁଦୃଢ଼ ହୋଇପାରିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସାଧୁତା, ନିଷ୍ଠାବାନ ଓ ଆତ୍ମନିର୍ଭରଶୀଳ ହେବା ସକାଶେ ସେ ପରାମର୍ଶ ଦେଉଥିଲେ। ତାହା ଏକ ଉଚିତ, ସମ୍ବେଦନଶୀଳ ତଥା ପ୍ରଗତିଶୀଳ ସମାଜ ଗଠନରେ ସହାୟକ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ଵାସ ଥିଲା। ଆମେ ଏବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଥିବାବେଳେ ସନ୍ଥ ଶିରୋମଣି ଶ୍ରୀ ବିଦ୍ୟାସାଗରଜୀଙ୍କର ଏଭଳି ଉପଦେଶ ବିଶେଷ ଗୁରୁତ୍ୱ ବହନ କରେ।

ସାରା ବିଶ୍ଵରେ ଅଧୁନା ଯେତେବେଳେ ଜଳସଂକଟ ଭଳି ସମସ୍ୟା ବ୍ୟାପକ ମାତ୍ରାରେ ଘଟିଚାଲିଛି, ସେତେବେଳେ ପୂଜ୍ୟ ଆଚାର୍ଯ୍ୟଜୀ ପ୍ରକୃତି ପ୍ରତି ସଂବେଦନା ଅନୁକରଣୀୟ। ଆମେ ସଭିଏଁ ଯେପରି ପ୍ରକୃତିକୁ ସାମାନ୍ୟତମ କ୍ଷତି ନ ପହଞ୍ଚାଇବା ସେଥିପ୍ରତି ସଦାସର୍ବଦା ସଚେତନ ରହିବା ସେଥ୍ ନିମନ୍ତେ ସେ ପରାମର୍ଶ ଦେଉଥିଲେ। ଆମ ଅର୍ଥନୀତିରେ କୃଷିର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରୁଥିଲେ ଏବଂ ଏଥିସହିତ କୃଷିକୁ ଆଧୁନିକ ଓ ପୋଷଣୀୟ କରିବା ନିମନ୍ତେ ପରାମର୍ଶ ଦେଉଥିଲେ। ଜେଲ୍‌ର ଅନ୍ତେବାସୀଙ୍କ ପାଇଁ ତାଙ୍କ ସଂସ୍କାର ପରାମର୍ଶ ମଧ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ।

ଆମ ଭୂମିର ସୌନ୍ଦର୍ଯ୍ୟ ଅତୁଲ୍ୟ ଏବଂ ତାହା ହଜାର ହଜାର ବର୍ଷ ଧରି ଅତୁଟ ରହିଆସିଛି। ଆମ ଭୂମି ଅସଂଖ୍ୟ ମହାପୁରୁଷଙ୍କୁ ଜନ୍ମ ଦେଇଛି, ଯେଉଁମାନେ ସମାଜକୁ ଉତ୍ତମ ରୂପେ ଗଢ଼ିବା ସହ ଆଲୋକବର୍ତ୍ତିକା ସାଜିଛନ୍ତି। ସେହିଭଳି ସନ୍ଥ ଓ ସମାଜ ସଂସ୍କାରକଙ୍କ ସୂଚୀରେ ପୂଜ୍ୟ ଆଚାର୍ଯ୍ୟଜୀ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ରୂପେ ବିଦ୍ୟମାନ। ସେ ଯାହାକିଛି କରୁଥିଲେ ତାହା କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ଅଭିପ୍ରେତ ଥିଲା। ଗତବର୍ଷ ନଭେମ୍ବର ମାସରେ, ଛତିଶଗଡ଼ର ଡୋଙ୍ଗରଗଡ଼ ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନର ସୌଭାଗ୍ୟ ମୋତେ ମିଳିଥିଲା। ସେତେବେଳେ କିନ୍ତୁ ମୁଁ ସାମାନ୍ୟତମ ଆଭାସ ସୁଦ୍ଧା ପାଇନଥିଲି ଯେ, ପୂଜ୍ୟ ଗୁରୁଜୀଙ୍କ ସହ ତାହା ଥିଲା ମୋର ଅନ୍ତିମ ସାକ୍ଷାତ। ସେ ମୁହୂର୍ତ୍ତ, ବିଶେଷ ମହତ୍ୱ ବହନ କରିଥିଲା। ଦୀର୍ଘ ସମୟ ଧରି ସେ ମୋ ସହ ବାର୍ତ୍ତାଳାପ କରିଥିଲେ। ରାଷ୍ଟ୍ର ନିର୍ମାଣ ପାଇଁ ମୋର ପ୍ରୟାସକୁ ଆଶୀର୍ବାଦ ଦେଉଥିଲେ। ଆମ ଦେଶର ପ୍ରଗତି ଓ ସମଗ୍ର ବିଶ୍ଵରେ ଏହା ପାଉଥିବା ସମ୍ମାନ ପାଇଁ ସେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ।

ସେ ଯେଉଁସବୁ କାର୍ଯ୍ୟ କରୁଥିଲେ ସେକଥା କହିଲାବେଳେ ଆନନ୍ଦରେ ଗଦ୍‌ଗଦ୍ ହୋଇ ଉଠୁଥିଲେ। ସେତେବେଳେ ଓ ସଦାବେଳେ ତାଙ୍କର ସେଇ ନିରୀହ ଦୃଷ୍ଟି ଓ ପ୍ରଶାନ୍ତ ସ୍ମିତହାସ୍ୟ ପ୍ରତ୍ୟେକଙ୍କ ମନରେ ଶାନ୍ତି ଓ ଉତ୍ସାହ ଭରିଦେବା ପାଇଁ ପର୍ଯ୍ୟାପ୍ତ। ତାଙ୍କ ଆଶୀର୍ବାଦ ଥିଲା ଆତ୍ମାକୁ ପ୍ରଶାନ୍ତି ପ୍ରଦାନ କରିବା ଭଳି ଅଞ୍ଜନ ସଦୃଶ, ଯାହାକି ତାଙ୍କ ଭିତରେ ଓ ଚତୁଃପାର୍ଶ୍ୱରେ ଏକ ଦିବ୍ୟ ବାତାବରଣକୁ ପ୍ରତିପାଦିତ କରୁଥିଲା।

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଙ୍କ ଅବର୍ତ୍ତମାନରେ ସ୍ପଷ୍ଟ ଶୂନ୍ୟତା ସଭିଏଁ ଗଭୀର ଭାବେ ଅନୁଭବ କରୁଛନ୍ତି। ଯେଉଁମାନେ ତାଙ୍କୁ ଜାଣିଥିଲେ ସେମାନେ ତାଙ୍କର ଶିକ୍ଷା ଓ ଜୀବନ ଦ୍ୱାରା ଅନୁପ୍ରାଣିତ। ଯେଉଁ ଅସଂଖ୍ୟ ଲୋକଙ୍କୁ ସେ ପ୍ରଭାବିତ କରିଥିଲେ ସେମାନଙ୍କ ହୃଦୟରେ ସନ୍ଥ ଶିରୋମଣି ଆଚାର୍ଯ୍ୟଜୀ ସଦାସର୍ବଦା ବିରାଜମାନ ରହିଛନ୍ତି। ତାଙ୍କ ସ୍ମୃତିକୁ ସମ୍ମାନ ପ୍ରଦର୍ଶନପୂର୍ବକ, ସେ ଯେଉଁ ଆଦର୍ଶରେ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ, ତା’କୁ ସଭିଏଁ ଆହରଣ ପାଇଁ ସଂକଳ୍ପବଦ୍ଧ ହେବା। ତଦ୍ୱାରା କେବଳ ଏହି ମହାନ ଆତ୍ମାଙ୍କ ପ୍ରତି ଆମର ଉପଯୁକ୍ତ ଓ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବନାହିଁ, ଅପରପକ୍ଷେ ଆମ ରାଷ୍ଟ୍ର ଓ ଲୋକମାନଙ୍କୁ ଆଗକୁ ଆଗେଇ ନେବା ସକାଶେ ତାଙ୍କ ଅଭିଯାନ ମଧ୍ୟ ସାକାରିତ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story