ନବୀନଙ୍କର ନୂଆ ବର୍ଷ ସଂକଳ୍ପ କ’ଣ?

ଦେବେନ୍ଦ୍ର ପୃଷ୍ଟି ଇଂରାଜୀ ନୂଆ ବର୍ଷ ପାଇଁ ଅନେକ ଲୋକ ଅନେକ ପ୍ରକାର ସଂକଳ୍ପ ଗ୍ରହଣ କରିଥାନ୍ତି। କେତେକ ଲୋକ ସେସବୁ ସଂକଳ୍ପ କାର୍ଯ୍ୟକାରୀ କରିବାକୁ ଭୁଲି ଯାଆନ୍ତି ବା କରିପାରନ୍ତି ନାହିଁ। ପୁଣି ଥରେ ନୂଆ ବର୍ଷ ଆସିଲେ ପୁରୁଣା ସଂକଳ୍ପ କଥା ମନେ ପଡ଼େ। ନୂଆ ପୁରୁଣା ମିଶେଇ ପୁଣି ନୂଆ ସଂକଳ୍ପ ନିଆଯାଏ। ବର୍ଷ ବିତି ଯାଏ। ସଂକଳ୍ପ କାର୍ଯ୍ୟକାରୀ ହୁଏ ନାହିଁ। ଲୋକମାନଙ୍କ ପରି ଅନେକ ସମୟରେ ଅନେକ ରାଜନୀତିକ ଦଳ […]

naveen-patnaik-1

naveen-patnaik-1

Debendra Prusty
  • Published: Thursday, 02 January 2020
  • Updated: 02 January 2020, 07:48 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଇଂରାଜୀ ନୂଆ ବର୍ଷ ପାଇଁ ଅନେକ ଲୋକ ଅନେକ ପ୍ରକାର ସଂକଳ୍ପ ଗ୍ରହଣ କରିଥାନ୍ତି। କେତେକ ଲୋକ ସେସବୁ ସଂକଳ୍ପ କାର୍ଯ୍ୟକାରୀ କରିବାକୁ ଭୁଲି ଯାଆନ୍ତି ବା କରିପାରନ୍ତି ନାହିଁ। ପୁଣି ଥରେ ନୂଆ ବର୍ଷ ଆସିଲେ ପୁରୁଣା ସଂକଳ୍ପ କଥା ମନେ ପଡ଼େ। ନୂଆ ପୁରୁଣା ମିଶେଇ ପୁଣି ନୂଆ ସଂକଳ୍ପ ନିଆଯାଏ। ବର୍ଷ ବିତି ଯାଏ। ସଂକଳ୍ପ କାର୍ଯ୍ୟକାରୀ ହୁଏ ନାହିଁ।

ଲୋକମାନଙ୍କ ପରି ଅନେକ ସମୟରେ ଅନେକ ରାଜନୀତିକ ଦଳ ଓ ସରକାର ମଧ୍ୟ ସଂକଳ୍ପ ଗ୍ରହଣ କରିଥାନ୍ତି। ନୂଆ ବର୍ଷରେ ହେଉ ନହେଉ ନୂଆ ପାଳି ଆରମ୍ଭ କିମ୍ବା ନୂଆ ନିର୍ବାଚନ ସମୟରେ ରାଜନୀତିକ ଦଳ ଓ ନେତାମାନେ ଏଭଳି ସଂକଳ୍ପ ଗ୍ରହଣ କରିଥାନ୍ତି। ଅନେକ ସମୟରେ ଏସବୁ ସଂକଳ୍ପକୁ ଇସ୍ତାହାର ନାମ ଦିଆଯାଏ। ତେବେ, ଇସ୍ତାହାର ଏକ ନିର୍ବାଚନୀ ପ୍ରତିଶ୍ରୁତି ହୋଇଥିବାବେଳେ ସଂକଳ୍ପ ହେଉଛି ପ୍ରତିଶ୍ରୁତି ପୂରଣ କରିବାର ମାନସିକ ପ୍ରତିବଦ୍ଧତା।

ଆଉ ମାତ୍ର ତିନି ମାସ ପରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦ ବର୍ଷ ପୂରଣ କରିବେ। ସେ ପ୍ରଥମ ଥର ପାଇଁ ୨୦୦୦ ମାର୍ଚ୍ଚ ୫ ତାରିଖରେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ପରେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଜିତି ସେ କ୍ରମାଗତ ପଞ୍ଚମ ଥର ପାଇଁ ଏହି ପଦ ଓ କାର୍ଯ୍ୟଭାର ସମ୍ଭାଳୁଛନ୍ତି। ଏହି ୨୦ ବର୍ଷ ଭିତରେ ତାଙ୍କ ଦଳ ଓଡ଼ିଶାବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି। ସେ ନିଜେ ମଧ୍ୟ ଅନେକ ଥର ଅନେକ ପ୍ରକାର ଘୋଷଣା କରିଛନ୍ତି। କିଛି କାର୍ଯ୍ୟକାରୀ ହୋଇଛି, କିଛି ହୋଇନାହିଁ। ତାଙ୍କର ପ୍ରଥମ ସଂକଳ୍ପ ଥିଲା ‘ବିଜୁବାବୁଙ୍କ ଅଧୁରା ସ୍ୱପ୍ନ ସାକାର କରିବା’। ତାଙ୍କର ଦୁଇ ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ସେହି ସ୍ୱପ୍ନ କେତେ ସାକାର ହୋଇଛି ତାହା ଅନୁଶୀଳନର ଅପେକ୍ଷା ରଖେ। କିନ୍ତୁ, ବିଜୁବାବୁ ଯେଉଁ ସ୍ଲୋଗାନ ବା ମନ୍ତ୍ର ଜପି ଓଡ଼ିଶାରେ ଏକ ଅଣକଂଗ୍ରେସ ରାଜନୀତିକ ବିକଳ୍ପ ସୃଷ୍ଟି କରିଥିଲେ ତାହା ଏବେ ବି ଅଧୁରା ରହିଛି। ବିଜୁବାବୁଙ୍କର ପ୍ରଥମ ସ୍ଲୋଗାନ ଥିଲା ଓଡ଼ିଶା ଓ ଓଡ଼ିଆଙ୍କର ସମୃଦ୍ଧି ଓ ସ୍ୱାଭିମାନ। ନବୀନବାବୁଙ୍କ ୨୦ ବର୍ଷ ଭିତରେ ଓଡ଼ିଆଏ କେତେ ସମୃଦ୍ଧ ହୋଇଛନ୍ତି ତାହା ତାଙ୍କ ସରକାରର ଗରୀବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ହିତାଧିକାରୀ ସଂଖ୍ୟାରୁ କଳଣା କରିହୁଏ। ଏହି ଦୁଇ ଦଶନ୍ଧିରେ ଓଡ଼ିଆ ଏତେ ସମୃଦ୍ଧ ହୋଇଯାଇଛନ୍ତି ଯେ ୪.୩ କୋଟି ଲୋକଙ୍କ ମଧ୍ୟରୁ ୩.୫ କୋଟି ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିକିଆ ଚାଉଳର ହିତାଧିକାରୀ ହୋଇଯାଇଛନ୍ତି। ଅନ୍ୟ ଯୋଜନାର ହିତାଧିକାରୀଙ୍କୁ ହିସାବ ନକରିବି ନବୀନଙ୍କ ଅମଳରେ ଓଡ଼ିଆ ଧନୀ ହୋଇଛନ୍ତି କି ଗରିବ ହିସାବ କରିହେବ। ସେହିପରି ଏଇ ୨୦ ବର୍ଷ ଭିତରେ ଓଡ଼ିଆଙ୍କ ଜାତୀୟ ପରିଚୟର ମୂଳ ପୁଞ୍ଜି ସ୍ୱାଭିମାନଟି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି, ଆଉ ନାହିଁ କହିଲେ ଚଳେ। ନହେଲେ ଓଡ଼ିଆ ଭାଷା ପାଇଁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିବା ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଭିତରେ ଓଡ଼ିଆରେ କଥାବାର୍ତ୍ତା ନକଲେ ମଧ୍ୟ ଲୋକେ ତାଙ୍କୁ ଭୋଟ୍‌ ଦେଇ ଜିତାଇବେ, ଏହା କ’ଣ ସଶକ୍ତ ସ୍ୱାଭିମାନର କଥା?

ତେବେ ନୂଆ ବର୍ଷରେ ନବୀନବାବୁଙ୍କ ନେତୃତ୍ୱ ଓ କର୍ତ୍ତୃତ୍ୱର ନକରାତ୍ମକ ଦିଗ ଉପରେ ଅଧିକ ଆଲୋଚନା ହେବା ସମୀଚିନ ନୁହେଁ। ଏହି ନୂଆ ବର୍ଷରେ ସେ ଓ ତାଙ୍କ ସରକାରଙ୍କ ପାଇଁ କେତେକ ସଂକଳ୍ପର ପ୍ରସ୍ତାବ ଦିଆଯାଇପାରେ। ସେ ଓ ତାଙ୍କ ଶାସନ କଳ ଏସବୁ ସଂକଳ୍ପକୁ କାର୍ଯ୍ୟକାରୀ କଲେ ଓଡ଼ିଶା ଓ ଓଡ଼ିଆଙ୍କର ସମୃଦ୍ଧି ଓ ସ୍ୱାଭିମାନର ପୁନଃ ପ୍ରତିଷ୍ଠା ହୋଇପାରିବ। ତା’ ସହିତ ନବୀନବାବୁଙ୍କ ନାଁ ମଧ୍ୟ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ସେ ୨୦ ବର୍ଷ ହରେଇ ସାରିଛନ୍ତି। ପଞ୍ଚମ ପାଳିର ବାକି ଥିବା ୪.୫ ବର୍ଷ ବି କିଛି କମ୍‌ ସମୟ ନୁହେଁ। ଏଇ ୪.୫ ବର୍ଷରେ ସେ ଓ ତାଙ୍କ ସରକାର ଅନେକ କିଛି କରିପାରିବେ ଯାହା ଓଡ଼ିଶାର ଆର୍ଥ-ସାମାଜିକ ସ୍ଥିତିରେ ବୈପ୍ଳବାତ୍ମକ ପରିବର୍ତ୍ତନ ଆଣିପାରିବ।

୧. କୃଷି ଓ ସେଚ ଭିତ୍ତିଭୂମି

ନବୀନ ସରକାର ଯଦି ତିନି ମାସ ଭିତରେ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ କପ୍‌ ହକି ଆୟୋଜନ କରି ବାହାବା ନେଇପାରନ୍ତି ଓଡ଼ିଶାର ନଦୀଗୁଡ଼ିରେ ୧୦୦ କ୍ଷୁଦ୍ର ନଦୀବନ୍ଧ ନିର୍ମାଣ କରି ସମୁଦ୍ରକୁ ବହି ଯାଉଥିବା ଉଦବୃତ୍ତ ବର୍ଷା ଜଳ ସଂରକ୍ଷଣ କରିବା ଆଦୌ କଷ୍ଟକର ହେବ ନାହିଁ। ଏହା ଫଳରେ ସହଜରେ ଅଳ୍ପ ଖର୍ଚ୍ଚରେ ଗ୍ରାମାଞ୍ଚଳ ଲୋକମାନଙ୍କର ଆର୍ଥ-ସାମାଜିକ ସଶକ୍ତିକରଣ ସମ୍ଭବ ହେବ। ଜମିକୁ ବର୍ଷ ସାରା ଜଳସେଚନ ସୁବିଧା ମିଳିଲେ ଲୋକେ ନିଜେ ନିଜର ହିତାଧିକାରୀ ହୋଇପାରିବେ। ସରକାରଙ୍କୁ ସେଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଖାଦ୍ୟଶସ୍ୟ, ତୈଳବୀଜ ଓ ପନିପରିବାରରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେଲେ ଓଡ଼ିଆ ଲୋକଙ୍କ ନିକଟରେ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ବଳିବ। ଏହା ଏବେ ଅନ୍ୟ ରାଜ୍ୟକୁ ଚାଲିଯାଉଛି। ସେହି ଅର୍ଥ ପୁଣି ଥରେ ଓଡ଼ିଶା ଭିତରେ ନିବେଶ ହେଲେ ସମୃଦ୍ଧି ଚକ୍ରବୃଦ୍ଧି ହାରରେ ବଢ଼ିବ।

୨. ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି

ଉଭୟ କେନ୍ଦ୍ର ଓ ରାଜ୍ୟ ଯୋଜନାରେ ପ୍ରତି ବର୍ଷ ପ୍ରତି ପଞ୍ଚାୟତକୁ ହାରାହାରି ୧ କୋଟି ଟଙ୍କା ଦିଆଯାଉଛି। ପ୍ରତି ପଞ୍ଚାୟତରେ ହାରାହାରି ୪-୫ଟି ଗାଁ। ଗାଁ ପିଛା ପ୍ରତି ବର୍ଷ ୨୦ ଲକ୍ଷ ଟଙ୍କା। ଏ ଟଙ୍କା ଯଦି ପ୍ରକୃତରେ ଗାଁର ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅର୍ଥାତ ସ୍କୁଲ ଓ ଡାକ୍ତରଖାନା ନିର୍ମାଣ ଓ ପରିଚାଳନାରେ ବିନିଯୋଗ ହୁଅନ୍ତା ତେବେ ଓଡ଼ିଶାର ପ୍ରାୟ ସବୁ ପଞ୍ଚାୟତରେ ଇଂରାଜୀ ମାଧ୍ୟମ କିମ୍ବା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ଉନ୍ନତ ମାନର ସ୍କୁଲ ଚାଲନ୍ତା। ପ୍ରତି ପଞ୍ଚାୟତରେ ଆଲୋପ୍ୟାଥି ଡାକ୍ତରଖାନା ନହେଲେ ମଧ୍ୟ ଆୟୁର୍ବେଦିକ ଓ ହୋମିଓପ୍ୟାଥି ଆଦି ଆୟୁଷ ଡାକ୍ତରଖାନା ଖୋଲନ୍ତା। ଗାଁରେ ଅନେକ ଲୋକ ଭଲ ହୋଇପାରନ୍ତା, ସେଥିପାଇଁ ସହରକୁ ଯାଇଁ ହଜାର ହଜାର ଟଙ୍କା ଖର୍ଚ୍ଚର ବାଧ୍ୟବାଧକତା ପଡ଼ନ୍ତା ନାହିଁ। ପ୍ରତି ପଞ୍ଚାୟତରେ ଉନ୍ନତ ମାନର ସ୍କୁଲ ଓ ସାଧାରଣ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ହୋଇଗଲେ ଲୋକଙ୍କର ଜୀବନ ଧାରଣର ମାନ ସ୍ୱତଃ ଉନ୍ନତ ହୋଇଯିବ। ସରକାରଙ୍କୁ ସେ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

୩. ନିଶା ନିବାରଣ/ନିୟନ୍ତ୍ରଣ

ପାରମ୍ପାରିକ ଭାବେ ଓଡ଼ିଶାର ଅଧିକାଂଶ ଲୋକ ନିଶା ସେବନରେ ଅଭ୍ୟସ୍ତ। ବିଶେଷ କରି ଓଡ଼ିଶା ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ଧୂମ ଓ ମଦ୍ୟପାନକୁ ନିଜ ସମାଜର ସଂସ୍କୃତି ଭାବେ ଭୁଲରେ ବିଶ୍ୱାସ କରିଚାଲିଛନ୍ତି। ଏହା ସେମାନଙ୍କ ଆର୍ଥିକ ଶୋଷଣ ଓ କଷଣର ଏକ ପ୍ରମୁଖ କାରଣ। ବିଜୁବାବୁ ଏହା ବୁଝିଥିଲେ। ନବୀନବାବୁ ବୁଝି ନାହାନ୍ତି। ସରକାର ଓଡ଼ିଶାରେ ମଦ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଏ ଯୁଗରେ ସମ୍ଭବ ନୁହେଁ। କିନ୍ତୁ ନବୀନବାବୁ ଚାହିଁଲେ ବ୍ଲକ୍‌ ପିଛା ସର୍ବାଧିକ ଗୋଟିଏ ମଦ ଦୋକାନକୁ ଲାଇସେନ୍ସ ଦେବାର ବ୍ୟବସ୍ଥା କରିପାରିବେ। ସେଭଳି ହେଲେ ରାଜ୍ୟ ସାରା ମାତ୍ର ୩୧୪ଟି ମଦ ଦୋକାନ ଖୋଲିବ। ଯାହାର ନିହାତି ପିଇବା ଦରକାର ସେ ବ୍ଲକ୍‌ ବଜାରରୁ ଯାଇଁ କିଣୁ। ଗାଁରେ ସବୁ ପ୍ରକାର ନିଶା ବେପାରକୁ ନିଷିଦ୍ଧ କରାଯାଉ। ଏହା ହେଲେ ଓଡ଼ିଶାବାସୀଙ୍କର ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ସଂଚୟ ହେବ ଓ ତାହା ଅନ୍ୟ ଆୟକାରୀ କ୍ଷେତ୍ରରେ ବିନିଯୋଗ ହୋଇ ଉଭୟ ସରକାର ଓ ଲୋକମାନଙ୍କର ଆୟବୃଦ୍ଧିରେ ସହାୟକ ହେବ।

୪. ଜମି, ଜଳ, ଜଙ୍ଗଲ ଓ ଜନତା

ଏକ ସୁସ୍ଥ ଓ ସମୃଦ୍ଧ ସମାଜ ପାଇଁ ଜମି, ଜଳ, ଜଙ୍ଗଲ ଓ ଜନ ସମ୍ବଳର ଚିରନ୍ତନ ବିକାଶ ନିହାତି ଜରୁରୀ। ମୃତ୍ତିକା ସଂରକ୍ଷଣ, ଜମିର କିସମ ଅନୁଯାୟୀ ଚାଷ, ଜଳ ଓ ଜଙ୍ଗଲ ସଂରକ୍ଷଣ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦିଅନ୍ତୁ। ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନରୁ ଓଡ଼ିଶା ବର୍ତ୍ତି ଯିବାର ବାଟ ମିଳିପାରେ। ରାଜ୍ୟବାସୀ ଶୁଦ୍ଧ ଜଳ ଓ ଶୁଦ୍ଧ ଅମ୍ଳଯାନ ପାଇବେ, ମାଗଣାରେ। ଖାଦ୍ୟ ନିରାପତ୍ତା ସୁଦୃଢ଼ ହେବ। ଜୈବ ବିବିଧତା ବଜାୟ ରହିବ। ଲୋକେ ଦକ୍ଷ ଓ ପ୍ରତିଯୋଗୀ ହେବେ। ରାଜ୍ୟର ଅଧିକରୁ ଅଧିକ ପ୍ରତିଭା ଦେଶ ଓ ଦେଶ ବାହାରେ ବିପୁଳ ରୋଜଗାର କରିବାର ସୁଯୋଗ ଓ ସାମର୍ଥ୍ୟ ହାସଲ କରିବେ। ପର ଗୋଡ଼ାଣିଆ ହେବାର ଆବଶ୍ୟକତା ପଡ଼ିବ ନାହିଁ।

୫. ଖଣିଜ ସଂପଦ ପରିଚାଳନା

ଓଡ଼ିଶା ସରକାର ଓଡ଼ିଶାର ସମସ୍ତ ଲଘୁ ଓ ଗୁରୁ ଖଣିଜ ସଂପଦ ସରକାରୀ ନିଗମ ଅଧୀନରେ ରଖନ୍ତୁ। ପ୍ରତି ପଞ୍ଚାୟତରେ ବାଲି, ବଜୁରୀ ଓ ମାଟିର ଭଣ୍ଡାର ଖୋଲୁ। ଲୋକେ ଆବଶ୍ୟକତା ଅନୁସାରେ ସୁଲଭ ମୂଲ୍ୟରେ ଏସବୁ ପାଇବେ। କୌଣସି ବାଲି ଓ ପଥର ମାଫିଆ ରାଜ୍ୟବାସୀଙ୍କ ସଂପଦ ଲୁଟ୍‌ କରିପାରିବେ ନାହିଁ। ଲୁହା ପଥର, ମାଙ୍ଗାନିଜ, କ୍ରୋମ ଓ ବକ୍ସାଇଟ୍‌ ଆଦି ଗୁରୁ ଖଣିଜ କ୍ଷେତ୍ରରେ ମଧ୍ୟ ଏହି ନୀତି ଗ୍ରହଣୀୟ। ଓଡ଼ିଶାରେ ଯିଏ ଫିନିଶ୍‌ ପ୍ରଡକ୍ଟର କାରଖାନା କରିବ ତାହାକୁ ରାଜ୍ୟ ସରକାରଙ୍କ ନିଗମ ଆବଶ୍ୟକ ପରିମାଣର ଖଣିଜ ଦ୍ରବ୍ୟ ବଜାର ଦରରେ ଯୋଗାଇଦେବ। ତା’ ଫଳରେ ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଉପାର୍ଜନ କରିବେ। ଏବେ ଓଡ଼ିଶା ସରକାରଙ୍କର ବଜେଟ ପରିମାଣ ହେଉଛି ୧.୨ ଲକ୍ଷ କୋଟି। ଏଥିରେ ଋଣ ପରିମାଣ ୨୦ ହଜାର କୋଟି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ପରିବର୍ତ୍ତେ ଏହି ୫-ପି ବା ୫ ପ୍ରସ୍ତାବ/ପ୍ଲାନ୍‌ କାର୍ଯ୍ୟକାରୀ କରନ୍ତୁ, ଦେଖିବେ ଓଡ଼ିଶାର ଚେହେରା ୫ ବର୍ଷ ଭିତରେ ବଦଳିଯିବ। କୃଷକ ଆତ୍ମହତ୍ୟା କରିବେ ନାହିଁ, ବେକାର କେହି ରହିବେ ନାହିଁ, ଭତ୍ତା ଓ ଚାଉଳ ପାଇଁ ପଞ୍ଚାୟତ ଅଫିସ ଆଗରେ ଧାଡ଼ି ଲାଗିବ ନାହିଁ, ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣାରେ କେହି ମୃତାହତ ହେବେ ନାହିଁ, ହତ୍ୟା ଓ ଧର୍ଷଣ ଆଦି ଅପରାଧ ଅଧାରୁ ଅଧିକ କମିଯିବ, ଲୋକଙ୍କର କ୍ରୟଶକ୍ତି ବହୁ ଗୁଣ ବୃଦ୍ଧି ପାଇବା ଫଳରେ ବଜାରରେ କାରବାର ବଢ଼ିବ ଓ କାରବାର ବଢ଼ିଲେ ରାଜ୍ୟ ସରକାରଙ୍କର ରାଜସ୍ୱ ଆୟ ବଢ଼ିବ। ଏହା ଫଳରେ ରାଜ୍ୟବାସୀଙ୍କ ମୁଣ୍ଡ ଉପରେ ରହିଥିବା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଋଣ ବୋଝ ୫ ବର୍ଷରେ ପରିଶୋଧ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story