ରାମରାଜ୍ୟ ଆସିବ କି ?

ତାପସ ରଞ୍ଜନ ବେହେରା ସନ୍ଥ ତୁଳସୀ ଦାସ ଲେଖିଲେ, ଏକ୍ ରାମ ଦଶରଥକା ବେଟା, ଏକ୍ ରାମ ଘଟ୍ ଘଟ୍ ମେଁ ବୈଠା, ଏକ୍ ରାମ୍ ଜଗତ ପସାରା, ଏକ ରାମ୍ ଜଗତ୍ସେ ନ୍ୟାରା । କାଶୀର ଜନ୍ମରୁ ମୁସଲିମ ଭକ୍ତ କବିର କହିଲେ, ଲୁଟ୍‌ ସକେତୋ ଲୁଟ୍‌ ଲେ ରାମ ନାମ କୀ ଲୁଟ୍‌ ପିଛେ ପଛତାଏଗେଁ ପ୍ରାଣ ଜାଏଗେଁ ଛୁଟ୍‌। ଆଉ ରାମ ରାଜ୍ୟର ସ୍ୱପ୍ନ ଦେଖିଥିବା ମହାତ୍ମା ଗାନ୍ଧି ଗାନ କଲେ ରଘୁପତି […]

700

700

Tapas Behera
  • Published: Monday, 11 November 2019
  • Updated: 12 November 2019, 11:20 AM IST

Sports

Latest News

  • ତାପସ ରଞ୍ଜନ ବେହେରା

ନ୍ଥ ତୁଳସୀ ଦାସ ଲେଖିଲେ, ଏକ୍ ରାମ ଦଶରଥକା ବେଟା, ଏକ୍ ରାମ ଘଟ୍ ଘଟ୍ ମେଁ ବୈଠା, ଏକ୍ ରାମ୍ ଜଗତ ପସାରା, ଏକ ରାମ୍ ଜଗତ୍ସେ ନ୍ୟାରା । କାଶୀର ଜନ୍ମରୁ ମୁସଲିମ ଭକ୍ତ କବିର କହିଲେ, ଲୁଟ୍‌ ସକେତୋ ଲୁଟ୍‌ ଲେ ରାମ ନାମ କୀ ଲୁଟ୍‌ ପିଛେ ପଛତାଏଗେଁ ପ୍ରାଣ ଜାଏଗେଁ ଛୁଟ୍‌। ଆଉ ରାମ ରାଜ୍ୟର ସ୍ୱପ୍ନ ଦେଖିଥିବା ମହାତ୍ମା ଗାନ୍ଧି ଗାନ କଲେ ରଘୁପତି ରାଘବ ରାଜା ରାମ୍‌ ସବକୋ ସନମତି ଦେ ଭଗବାନ। କେବଳ ଗାନ୍ଧି କୀ କବିର ନୁହନ୍ତି ଇଶ୍ୱରଙ୍କ ଉପରେ ବିଶ୍ୱାସ ରଖୁଥିବା ଅନେକ ଭାରତୀୟ ହିନ୍ଦୁଙ୍କର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ରାମ ଚନ୍ଦ୍ର। କେବଳ ଭାରତରେ ରାମ ସୀମିତ ନୁହନ୍ତି। ମୁସଲିମ୍‌ ବହୁଳ ରାଷ୍ଟ୍ର  ଇଣ୍ଡୋନେସିଆରେ ମଧ୍ୟ ରାମଙ୍କୁ ପୂଜା କରାଯାଏ।  ଥାଇଲାଣ୍ଡ, ତିବ୍ବତ , ବର୍ମା, କାମ୍ବୋଡ଼ିଆ, ଫିଲିପାଇନ୍ସ, ଜାପାନ, ଚାଇନା ଓ ମଙ୍ଗୋଲିଆରେ ରାମଙ୍କର ମହିମା ଗାନ କରାଯାଏ। ଅର୍ଥାତ ଜାତି ଓ ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ଯିଏ ସମସ୍ତଙ୍କର ପ୍ରିୟ, ଯାହାର ହୃଦୟ ବିଶାଳ, ଯିଏ ସବୁଠୁ ସୁନ୍ଦର, ଶାନ୍ତ ଓ ପରମପ୍ରେମମୟ ସେ ହେଉଛନ୍ତି ରାମ। ହେଲେ ରାମଙ୍କର ଜନ୍ମଭୂମି ଭାରତ କୁହାଯାଉଥିବା ରାମଙ୍କର ଅସ୍ତିତ୍ୱ ନେଇ ପ୍ରଶ୍ନ ଉଠେ। ରାମ କାଳ୍ପନିକ ନା ବାସ୍ତବିକ ତାକୁ ନେଇ ପ୍ରଶ୍ନ ଉଠେ। ଆଉ କେଉଁ ନିର୍ଦ୍ଦିଷ୍ଟ ସଙ୍ଗଠନର ଜୟ ଶ୍ରୀରାମ ନାରାରେ ଏମିତି କମ୍ପି ଉଠେ ଯେ, ସତେ ଯେମିତି ଲାଗେ ରାମ ହିଁ କେବଳ ତାଙ୍କର।

ତଥାପି ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌କୁ ନେଇ ସୁପ୍ରିମକୋର୍ଟ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା ରାମ ରାଜ୍ୟର ବିଚାର ତାହା ଅସ୍ୱୀକାର କରିହେବ ନାହିଁ। ନ୍ୟାୟ, ଶାନ୍ତି, ନିରପେକ୍ଷ ବିଚାର, ସୌହାର୍ଦ୍ଦ୍ୟ, ସଦ୍‌ଭାବନା ଓ ମାନବିକତା ହିଁ ରାମ ରାଜ୍ୟର ବିଚାର। ଯାହା ସୁପ୍ରିମକୋର୍ଟଙ୍କ ରାୟରୁ ହିଁ ପ୍ରମାଣିତ ହୋଇଛି।  ଉଭୟ ମୁସଲିମ ଏବଂ ହିନ୍ଦୁଙ୍କୁ କହାକୁ ବି ନିରାଶ କରିନାହାନ୍ତି ସୁପ୍ରିମକୋର୍ଟ। ଯଦିଓ  ଜମିର ମାଲିକାନାକୁ ନେଇ ବିବାଦ ଥିଲା ଏହାର ସମାଧାନ କରି ୫୦୦ ବର୍ଷର ବିବାଦର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରମି କୋର୍ଟ। ବିବାଦୀୟ ଜମି ୨.୭୭ ଏକରକୁ  ‘ରାମ ଜନ୍ମଭୂମି ନ୍ୟାସ’କୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଆଉ କେଉଁଠି ନୁହେଁ ସେଇ ଅଯୋଧ୍ୟାରେ ହିଁ ମସଜିଦ୍‌ ପାଇଁ ଜାଗା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସ୍ଥା ଓ ବିଶ୍ୱାସକୁ ନନେଇ ତଥ୍ୟ ଓ ପ୍ରାମାଣିକ ସିଦ୍ଧାନ୍ତ ବଳରେ ସର୍ବୋଚ୍ଚ ନ୍ୟାୟଳୟ ହିନ୍ଦୁ ପକ୍ଷଙ୍କୁ ମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିବା ବେଳେ ସେହି ଜମିର ମାଲିକାନା ଦାବିରୁ ବଞ୍ଚିତ ହୋଇଥିବା ମୁସଲିମଙ୍କ ପ୍ରତି ଆଖି ବୁଜିଦେଇ ନାହାନ୍ତି। ତଥାପି ରାୟ ଆସିବା ପରେ ପରେ ହିଁ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ କିଞ୍ଚିତ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ପରେ  ରାୟକୁ ସ୍ୱାଗତ କରିଛନ୍ତି।

ଏଠାରେ ଲକ୍ଷ୍ୟ କରାଯାଇପାରେ ଯେ,ସୁପ୍ରିମକୋର୍ଟଙ୍କ ଏହି ବହୁଚର୍ଚ୍ଚିତ ରାୟ ଆସିବା ପରେ ସାମ୍ପ୍ରଦାୟିକ ବିଭେଦ ସତ୍ତ୍ୱେ ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। କେଉଁଠି ହେଲେ ଅଶାନ୍ତି, ହିଂସା ଦେଖିବାକୁ ମିଳି ନାହିଁ। ସେପଟେ ବର୍ଷ ବର୍ଷ ଧରି ଚାଲିଥିବା ଏହି ମାଲିମକଦ୍ଦମାର ନିଣ୍ଣାୟକ ରାୟ ଦେଇ ନ୍ୟାୟାଳୟର ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ସହ ସ୍ୱାଧୀନତା, ସ୍ପଷ୍ଟତା ଓ ଦୂରଦର୍ଶିତାକୁ ପ୍ରମାଣିତ କରିଛନ୍ତି। ବିଶେଷ କରି ଭାରତୀୟ ଗଣତନ୍ତ୍ରର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ କାମ କରୁଥିବା ନ୍ୟାୟାଳୟର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଉଥିବା ଏବଂ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ତଥାକଥିତ ବିରୋଧୀଙ୍କ ମୁହଁ ଚୁପ୍‌ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। କାରଣ ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଦାୟିତ୍ୱ ନେବା ପୂର୍ବରୁ ଓଡ଼ିଶାରୁ ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ଜଷ୍ଟିସ ଦୀପକ ମିଶ୍ରଙ୍କ ସମୟରେ କେତେକ ଐତିହାସକ ରାୟ ନିଆଯାଇଥିଲା। ଧାରା ୩୭୭ ତଥା ସମଲିଙ୍ଗୀ ସମ୍ପର୍କକୁ ବୈଧ, ତିନତଲାକ୍‌, ସାବରୀମାଲା ଏବଂ ଆଧାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଥିଲା। ତେଣୁ ରାମ ମନ୍ଦିର ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ଆସିବ ବୋଲି ସେତେବେଳେ ଖୁବ୍‌ ଚର୍ଚ୍ଚା ଧରିଥିଲା। କିନ୍ତୁ ସେ ଅବସର ନେଇଗଲେ। ଯାହା ଅଶା କରାଯାଉଥିଲା ସେମିତି କିଛି ଘଟିଲା ନାହିଁ। ପରେ ଜଷ୍ଟିସ ରଞ୍ଜନ ଗୋଗୋଇ ଦାୟିତ୍ୱ ନେବା ପରେ ତରବରିଆ ଭାବେ ମାମଲାର କୌଣସି ଜରୁରୀ ଶୁଣାଣି ହୋଇପାରିବ ନାହିଁ କହି ୨୦୧୯କୁ ଶୁଣାରିକୁ ଘୁଞ୍ଚାଇ ଦେଇଥିଲେ। ଏମିତି ମାମଲା ଯେତେ ବିଳମ୍ବ ହେଉଥିଲା ସେତିକି ରାମ ମନ୍ଦିରର ପକ୍ଷ ଥିବା ହିନ୍ଦୁ ସଙ୍ଗଠନ ଗୁଡ଼ିକର ଧର୍ଯ୍ୟ ବିଚ୍ୟୁତି ଘଟୁଥିଲା। ତେଣୁ ତୁରନ୍ତ ମନ୍ଦିର ସ୍ଥାପନା ନେଇ ସରକାରଙ୍କ ଉପରେ ଚାପ ପଡ଼ିବା ସହ ବିଜେପି ସାଂସଦ ରାକେଶ ସିହ୍ନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାଇଭେଟ୍ ମେମ୍ବର ବିଲ୍ ଆଣିବେ ବୋଲି ଇସାରା ଦେଇଥିଲେ। ଏହା ପରେ ଭିଏଚପି ଡାକରାରେ ଦିଲ୍ଲୀରେ ଧର୍ମସଭା କରି ମନ୍ଦିର ସ୍ଥାପନା ପାଇଁ ଖୋଲା ଚେତାବନୀ ଦେବା ସହ  ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଧ୍ୟାଦେଶ ଆଣିବା ପାଇଁ ଦାବି କରିଥିଲେ।

ଏମାନଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ଆଶ୍ୱସ୍ଥ କରିଥିବ ନିଶ୍ଚୟ । ଆଉ ଏକ ବିଷମ ପରିସ୍ଥିତିରେ ନିଷ୍ପତି ନେବାକୁ ହେଲେ ଯେମିତି କୌଣସି ପକ୍ଷର କ୍ଷତି ସାଧନ ନହୁଏ ସେଥିନେଇ ଶ୍ରୀରାମଙ୍କର ଆଉ ଏକ ନୀତି ଧୈର୍ଯ୍ୟ ଓ ସଂଯମତାର ପାଠ ପଢ଼ାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଏତେ ସବୁ ଘଟଣା, ଚାପ ପରେ ମଧ୍ୟ ରାମ ମନ୍ଦିରର ଏଜେଣ୍ଡାକୁ ନେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ଏବଂ ସେହି ଦଳରୁ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି କୌଣସି ପରିସ୍ଥିତିରେ ବିଚଳିତ ନହୋଇ ନ୍ୟାୟର ମନ୍ଦିର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଅପେକ୍ଷା କରିବା ନିଶ୍ଚିତ ରାମ ରାଜ୍ୟ ବିଚାରର ଆଉ ଏକ ନିଦର୍ଶନ। ଏଠି ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ଆଉ ଏକ ସୁନ୍ଦର କଥା ମଧ୍ୟ ଅବତାରଣା କରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ କାହାର ଜିତ ବା ହାର ଭାବେ ଦେଖିବା ଉଚିତ ନୁହେଁ | ରାମଭକ୍ତି ହେଉ କି ରହିମ ଭକ୍ତି ଆମ ସମସ୍ତଙ୍କୁ ଭାରତଭକ୍ତି ଭାବନାକୁ ସଶକ୍ତ କରିବା ଆବଶ୍ୟକ। ଅର୍ଥାତ ଯଦି ଏହି ରାୟ ପରେ ଧର୍ମ ସ୍ଥାପନା ହୋଇଥାଏ ତାହା କୌଣସି ନିର୍ଦ୍ଦିଷ୍ଟ ଧର୍ମର ନୁହଁ ବରଂ ଏହା ଆମ ଗଣତାନ୍ତ୍ରିକ ସାମ୍ବିଧାନିକ ବ୍ୟବସ୍ଥାର।

ତେଣୁ ଏଥିରେ କାହାର ବିଜୟ ଉଲ୍ଲାସ ପାଳିବାର ଅବକାଶ ନାହିଁ। କାରଣ ଏହି ଧର୍ମୀୟ ଭାବନା ଆଘାତର ପରିଣାମ ଅଯୋଧ୍ୟା ଓ ଗୁଜରାଟ ଦଙ୍ଗା ବୋଲି କୁହାଯାଇପାରେ। ତେଣୁ ଇତିହାସର ଭୁଲଭଟକା ଧରି ତାକୁ ଉଖୁରା ନଯାଉ।  ଏହି ମାମଲାରେ ଏଣୁତେଣୁ ବୟାନବାଜି, ସୋଶାଲ ମିଡିଆରେ ଓ ଅଯୌକ୍ତିର ପୋଷ୍ଟ, ଟିଆରପି ପଛରେ ଧାଇଁଥିବା ଗଣମାଧମ ମଧ୍ୟ ଏଥିରୁ କ୍ଷାନ୍ତି ହେବା ଉଚିତ। ନଚେତ ମାର୍କ୍ସ ଯାହା କହିଥିଲେ ‘ଧର୍ମ ଏକ ଅଫିମ’ ତାହା ସତ ହୋଇପାରେ। ମଦ ନିଶା ମଧ୍ୟ ଶୀଘ୍ର ଉତୁରି ଯାଇପାରେ, ହେଲେ ଧର୍ମ ନିଶା ମଣିଷକୁ ପାଗଳ କରିଦିଏ।

ତେଣୁ ଏବେ ରାମ ମନ୍ଦିର-ବାବ୍ରି ମସଜିଦ୍‌ ଭଳି ସମ୍ବେଦନ ପ୍ରସଙ୍ଗରୁ କ୍ଷାନ୍ତ ରହି ଦେଶ ଦେଶର ପ୍ରଗତି ତଥା ରାଷ୍ଟ୍ର ନିର୍ମାଣ ଉପରେ ରାଜନୈତିକ ଫୋକସ ରହିବା ଉଚିତ୍‌। ଯେମିତି ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ,  କ୍ଷୁଧା ନିବାରଣରେ ଆମେ ବହୁ ପଛରେ ଅଛେ।  ନିକଟରେ ଏହା ପ୍ରମାଣିତ ହୋଇଛି। ବିଶ୍ୱ କ୍ଷୁଧା ନିବାରଣ ତାଲିକାରେ ୧୧୭ଟି ଦେଶରୁ ଭାରତର ସ୍ଥାନ ହେଉଛି ୧୦୨। ଏମିତିକି ୨୦୧୪ରୁ ପରିସ୍ଥିତି ଠାରୁ ଆହୁରି ଖରାପ। ୨୦୧୪ରେ ୭୭ଟି ଦେଶରୁ ଭାରତ  ୫୫ ସ୍ଥାନରେ ଥିଲା।  ୨୦୧୯ (ଜିଏଚଆଇ) ରିପୋର୍ଟ ଅନୁଯାୟୀ ପାକିସ୍ତାନ ୯୪, ବାଂଲାଦେଶ (୮୮), ଶ୍ରୀଲଙ୍କା(୬୬) ସ୍ଥାନରେ ଅଛନ୍ତି। ଅର୍ଥାତ ସବୁଠୁ ଗରିବ ରାଷ୍ଟ୍ର କୁହାଯାଉଥିବା ପଡ଼ୋଶୀ ପାକିସ୍ତାନଠାରୁ ଆମେ ପଛରେ ରହିଛେ। ସେହିପରି ମହିଳାଙ୍କ ସୁରକ୍ଷା ଓ ସ୍ୱାଧୀନତା କ୍ଷେତ୍ରରେ ଦି ଜର୍ଜ ଟାଉନ୍‌ ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଓମେନ୍‌, ପିସ୍‌ ଆଣ୍ଡ ସିକ୍ୟୁରିଟି(ଜିଆଇଡବ୍ୟୁପିଏସ୍‌) ପକ୍ଷରୁ କରାଯାଇଥିବା ସର୍ଭେରେ ମଧ୍ୟ ନିରାଶଜନକ ତଥ୍ୟ ଆସିଛି।  ଚଳିତ ବର୍ଷ ୧୬୭ଟି ଦେଶକୁ ନେଇ ହୋଇଥିବା ଏହି ଏହି ସର୍ଭେରେ ଭାରତର  ସ୍ଥାନ ୧୩୩ରେ  ରହିଛି।  ମହିଳାଙ୍କ ସ୍ୱାଧୀନତା ଏବଂ ସୁରକ୍ଷା କ୍ଷେତ୍ରରେ ସୁଇଜରଲାଣ୍ଡ ୧ ନମ୍ବରରେ ଥିବା ବେଳେ ଦକ୍ଷିଣ ଏସିଆରେ ନେପାଳ ଭାରତଠାରୁ ଉତ୍କୃଷ୍ଟ ସ୍ଥାନରେ ରହିଛି। ଭାରତରେ ୧୨.୨ ପ୍ରତିଶତ ମହିଳା ବିଧି ପ୍ରଣେତା ହୋଇଥିବା ବେଳେ ନେପାଳର ହାର ହେଉଛି ୩୩.୫ ପ୍ରତିଶତ।  ପ୍ରଦୂଷଣର ସ୍ଥିତି ନକହିବା ଭଲ। ରାଜଧାନୀ ଦିଲ୍ଲୀ ଗ୍ୟାସ ଚେମ୍ବରରେ ପରିଣତ ହୋଇଥିବା ବେଳେ ଏହି ମହାମାରୀ ଏବେ ସାରା ଦେଶକୁ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ ଓ) ୨୦୧୮ ରିପୋର୍ଟ ଅନୁଯାୟୀ ବିଷାକ୍ତ ଗ୍ୟାସ୍‌ ଯୋଗୁ ବର୍ଷକୁ  ୬ ଲକ୍ଷ ପିଲା ମରଣ ମୁଖରେ ପଡ଼ୁଛନ୍ତି। ତାହା ପୁଣି ୧୫ ବର୍ଷ ଭିତରେ। ତେଣୁ ରାଷ୍ଟ୍ର ଯୁଝୁଥିବା ଏ ସବୁ ଭୟଙ୍କର ସମସ୍ୟାର ମୁକାବିଲା ଉପରେ ଗୁରୁତ୍ୱ ଦେଇ ଭାରତକୁ ଏକ ପ୍ରଗତିଶୀଳ ଦିଗକୁ ଆଗେଇ ନେଲେ ତାହା ହିଁ ହେବ ରାମ ରାଜ୍ୟର ସାର୍ଥକତା। ନଚେତ ମନ୍ଦିର ଥିବ, ମସଜିଦ୍‌ ବି ଥିବ ହେଲେ ମଣିଷ ନଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story