କୃତ୍ରିମ ବୁଦ୍ଧିର କୁପ୍ରଭାବ ସମ୍ପର୍କରେ ସତର୍କ କରାଇ ଗୁଗଲ ଛାଡ଼ିଲେ ଗଡ଼ଫାଦର ହିଣ୍ଟନ

କାରଣ ଏଆଇ ନିଜର କୋଡ୍‌ ଦ୍ୱାରା ଲେଖିବ ଓ ଏହାକୁ ପରିଚାଳନା କରିବ। ଲୋକଙ୍କଠାରୁ ଅଧିକ ସ୍ମାର୍ଟ ହେଉଛି ଏଆଇ।

Google

ବୈଜ୍ଞାନିକ ହିଣ୍ଟନ

Hemant Lenka
  • Published: Tuesday, 02 May 2023
  • Updated: 02 May 2023, 04:58 PM IST

Sports

Latest News

କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟଲଜେନ୍ସ(ଏଆଇ)ର ଜନକ ଜେଫ୍ରୀ ହିଣ୍ଟନ ଗୁଗୁଲ ଛାଡ଼ିଛନ୍ତି। ତାଙ୍କ ସହ ଏଆଇର ଆଉ ଦୁଇ ଜଣ ଗଡ଼ଫାଦର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ଏଆଇ ଟେକ୍ନୋଲୋଜିର ସଂପ୍ରସାରଣ କରାଯାଉଥିବା ବେଳେ ସେ ଏହା ବିରୋଧରେ ଚିନ୍ତା ପ୍ରକଟ କରି ଅଫିସ ଛାଡ଼ିଛନ୍ତି। ଏଆଇର କୁପ୍ରଭାବ କେମିତି ମାନବଜାତି ଓ ପୂରା ବିଶ୍ୱ ଉପରେ ପଡ଼ିବ, ସେବାବଦରେ ମଧ୍ୟ ସେ ସମସ୍ତଙ୍କୁ ସତର୍କ କରାଇଛନ୍ତି।

ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେଇ ହିଣ୍ଟନ କହିଛନ୍ତି ଯେ ବର୍ତ୍ତମାନ ବିଭ୍ରାନ୍ତ କରିବା ଭଳି ତଥ୍ୟ ପ୍ରଚାର କରାଯାଉଛି। ଆଗାମୀ ଭବିଷ୍ୟତରେ ଏଆଇର ପ୍ରଭାବ ମାନବଜାତିର ଅବସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇବ। ସେ ସମସ୍ତଙ୍କୁ ସତର୍କ କରାଇ କହିଛନ୍ତି ଯେ ଏଆଇ ନିଯୁକ୍ତିକୁ ସଂପୂର୍ଣ୍ଣ ଭାବେ ହଟାଇ ଦେବ। ଏଥିସହ ମାନବଜାତି ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

କାରଣ ଏଆଇ ନିଜର କୋଡ୍‌ ଦ୍ୱାରା ଲେଖିବ ଓ ଏହାକୁ ପରିଚାଳନା କରିବ। ଲୋକଙ୍କଠାରୁ ଅଧିକ ସ୍ମାର୍ଟ ହେଉଛି ଏଆଇ। ଏହାକୁ ଖୁବ କମ ଲୋକ ବିଶ୍ୱାସ କରୁଛନ୍ତି। ଲୋକମାନେ ଭାବୁଛନ୍ତି ଏଆଇ ସଂପୂର୍ଣ୍ଣ ଭାବେ ନିଜର ଉପସ୍ଥିତି ଜାହିରି କରିବାକୁ ଅଧିକ ସମୟ ନେବ। ମୁଁ ମଧ୍ୟ ସମାନ କଥା ଭାବୁଛି। ୩୦ରୁ ୫୦ ବର୍ଷ କିମ୍ବା ତା’ ଠାରୁ ଅଧିକ ସମୟ ଲାଗିପାରେ। ହଁ, ଏହାଠାରୁ ଅଧିକ ବର୍ଷ ମୁଁ ମଧ୍ୟ ଚିନ୍ତା କରିପାରିବି ନାହିଁ ବୋଲି ସେ କହିଛନ୍ତି।

Also Read

ନିକଟରେ ସେ ଗୁଗଲରୁ ଇସ୍ତଫା ଦେଇଛନ୍ତି। ଏଠାରେ ସେ ୧୦ ବର୍ଷରୁ ଅଧିକ ସମୟ ହେଲା କାର୍ଯ୍ୟ କରୁଥିଲେ। ଏଆଇ ଭଳି ଟେକ୍ନୋଲୋଜି ବାହାର କରି ସେ ଅନୁତପ୍ତ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ମୋ କାମ ପାଇଁ ମୁଁ ଅନୁତପ୍ତ। ଯଦି ଏହାକୁ ମୁଁ ବାହାର କରି ନଥାଆନ୍ତି, ତା’ହେଲେ ଆଉ କିଏ ଏହାକୁ ତିଆରି କରିଥାଆନ୍ତା। ଖରାପ ଲୋକ ଏହାକୁ ଖରାପ କାମରେ କେମିତି ବ୍ୟବହାର ନ କରିପାରିବେ, ତା’କୁ ନିଶ୍ଚିତ କରିବା କାଠିକର ପାଠ।”

ବର୍ତ୍ତମାନ ଏଆଇରେ ଥିବା ବୁମ ପାଇଁ ହିଣ୍ଟନଙ୍କୁ ୨୦୧୮ରେ ଟର୍ଣ୍ଣିଂ ପୁରସ୍କାର ମିଳିଥିଲା। ହିଣ୍ଟନ ଓ ତାଙ୍କର ଦୁଇ ଜଣ ଛାତ୍ର କାମ କରୁଥିବା ଗୋଟିଏ ଫାର୍ମକୁ ଗୁଗଲ ନିଜ ପାଖକୁ ଆଣିଥିଲା। ଏହାପରେ ହିଣ୍ଟନ ଗୁଗଲରେ ଯୋଗ ଦେଇଥିଲେ। ଓପନ ଏଆଇର ମୁଖ୍ୟ ବୈଜ୍ଞାନିକ ଭାବେ ତାଙ୍କର ଜଣେ ଛାତ୍ର କାମ କରୁଛନ୍ତି।

ମାଇକ୍ରୋସଫ୍ଟ ନୂଆ ଓପନ ଏଆଇ ଇନଫ୍ୟୁସଡ ବିଙ୍ଗ ଲଞ୍ଚ କରିବା ଯାଏ ଗୁଗଲରେ ହିଣ୍ଟନ ଖୁସି ଥିଲେ। ଏହି ଲଞ୍ଚ ଗୁଗଲର ମୁଖ୍ୟ ବ୍ୟବସାୟ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହାପରେ ଗୁଗଲ ଅଫିସରେ ଏହାକୁ ନେଇ ବେଶ ସତର୍କତା ପ୍ରକାଶ ପାଇଥିଲା। ହିଣ୍ଟନଙ୍କ ମତରେ ଏପରି ପ୍ରତିଯୋଗିତାକୁ ରୋକିବା ଆଦୌ ସମ୍ଭବ ନୁହେଁ। ଏହାଦ୍ୱାରା ନକଲି ଛବି ଓ ଲେଖାର ବିଶ୍ୱ ସୃଷ୍ଟି ହେବ। କେଉଁଟା ସତ ଓ କେଉଁଟା ମିଛ, ସେକଥା ଆଉ କେହି ବି ଭାବି ପାରିବେ ନାହିଁ।

ତେବେ ଗୁଗଲ କହିଛି ଯେ ଆଇଏକୁ ନେଇ ଆମେ ସବୁବେଳେ ଦାୟିତ୍ୱବାନ ହୋଇ ରହିବୁ। ଏହାଦ୍ୱାରା ସୃଷ୍ଟି ହେଉଥିବା ବିପଦ ପ୍ରତି ଆମେ ସତର୍କ ରହିଛୁ। ଗୁଗଲର ମୁଖ୍ୟ ବୈଜ୍ଞାନିକ ଜେଫ ଡିନ ସମସ୍ତଙ୍କୁ ନିଜେ ଏ ବିଷୟରେ ସତର୍କ କରାଇଛନ୍ତି।

କୃତ୍ରିମ ବୁଦ୍ଧର ଉଦହାରଣ ଭାବେ ଏବେ ଆପଣ ଗୋଟିଏ ଟେଲିଭିଜନରେ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମକୁ ନେଇ ପାରିବେ। ବିନା ଆଙ୍କରରେ ଏଆଇ ନ୍ୟୁଜ ଉପସ୍ଥାପନ କରିଥିଲା। ସେହିପରି ଆଲେକ୍ସା ମଧ୍ୟ କୃତ୍ରିମ ବୁଦ୍ଧିର ଗୋଟିଏ ଉଦାହରଣ। ଏବେ ଏହାକୁ ସଂପ୍ରସାରଣ କରାଯାଉଥିବାରୁ ଭବିଷ୍ୟତରେ ଖଳ ଲୋକମାନେ ଏହାକୁ ବ୍ୟବହାର କରି ବିନାଶ ଘଟାଇବାର ଆଶଙ୍କା ରହିଛି।

ପରମାଣୁ କିମ୍ବା କୌଣସି ଯୁଦ୍ଧାସ୍ତ୍ରକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଆଜି କାଲି କମ୍ପ୍ୟୁଟର ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ଏହାକୁ ଏଆଇ ଦ୍ୱାରା ଯଦି କେହି ହ୍ୟାକ କରି କୌଣସି କ୍ଷତି କରିବାକୁ ବ୍ୟବହାର କଲା, ତା’ହେଲେ ବିଶ୍ୱର ପରିସ୍ଥିତି କ’ଣ ହେବ, ସେକଥା ସମସ୍ତଙ୍କୁ ଘାରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story