Advertisment

ଲୋକାର୍ପଣ ପୂର୍ବରୁ ଗଜପତି କହିଲେ- ଗୁଆ ଓ ଚାଉଳ ନିଷ୍ପତ୍ତି ଆମର ନୁହେଁ

କାମିୟା ଜାନି ପ୍ରସଙ୍ଗରେ ଗଜପତି କହିଛନ୍ତି, କୌଣସି ଅଣହିନ୍ଦୁ ଶ୍ରୀମନ୍ଦିର ପ୍ରବେଶ କରିପାରିବେ ନାହିଁ। ଯଦି ସେ ଗୋମାଂସ ଭକ୍ଷଣର ପ୍ରମୋସନ କରିଥିବେ ଓ ତାହା ସତ୍ୟ ହୋଇଥିବ, ତାହାହେଲେ ସେଭଳି ବ୍ୟକ୍ତିଙ୍କୁ ଆମେ କାହିଁକି ମନ୍ଦିରକୁ ନେବା ବୋଲି ଗଜପତି ପ୍ରଶ୍ନ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Gajapati

Gajapati

ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ତା’ ପୂର୍ବରୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା। ଅର୍ପଣ ରଥରେ ଗୁଆ ଓ ଚାଉଳ ସଂଗ୍ରହକୁ ନେଇ ଗଜପତି କହିଛନ୍ତି, ଗୁଆ ଓ ଚାଉଳ ସଂଗ୍ରହ ନେଇ ପରିଚାଳନା କମିଟି କହିନାହିଁ। ଏସବୁ କଥା ସରକାରଙ୍କ ସ୍ତରରେ ହେଉଛି। ଆମେ ଏ ବିଷୟରେ କୌଣସି ମତ ଦେଇନାହୁଁ ବୋଲି ଗଜପତି କହିଛନ୍ତି। ‘ଓଟିଭି’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। 

Advertisment

ରତ୍ନଭଣ୍ଡାର ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର କାର୍ଯ୍ୟ ହେବ। ବାହାର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଛି। ଏ ସଂପର୍କରେ ବିସ୍ତୃତ ରିପୋର୍ଟ ASI ଉପସ୍ଥାପନ କରିବ। ଆଗାମୀ ପରିଚାଳନା କମିଟି ମିଟିଂରେ ASI ରିପୋର୍ଟ ଦେବ। ମରାମତି ଓ ଅଳଙ୍କାର ଗଣତି ରଥଯାତ୍ରା ସମୟରେ କରାଯିବ। ଗଣତି ଅଧିକ ସମୟ ଲାଗିବ। ସେ ନେଇ ଯୋଜନା କରାଯିବ ବୋଲି ଗଜପତି କହିଛନ୍ତି।

କାମିୟା ଜାନି ପ୍ରସଙ୍ଗରେ ଗଜପତି କହିଛନ୍ତି, କୌଣସି ଅଣହିନ୍ଦୁ ଶ୍ରୀମନ୍ଦିର ପ୍ରବେଶ କରିପାରିବେ ନାହିଁ। ଯଦି ସେ ଗୋମାଂସ ଭକ୍ଷଣର ପ୍ରମୋସନ କରିଥିବେ ଓ ତାହା ସତ୍ୟ ହୋଇଥିବ, ତାହାହେଲେ ସେଭଳି ବ୍ୟକ୍ତିଙ୍କୁ ଆମେ କାହିଁକି ମନ୍ଦିରକୁ ନେବା ବୋଲି ଗଜପତି ପ୍ରଶ୍ନ କରିଛନ୍ତି।

Advertisment

ଶଙ୍କରାଚାର୍ଯ୍ୟଙ୍କ ‘ଭୋଗସ୍ଥଳୀ’ ମନ୍ତବ୍ୟକୁ ନେଇ ଗଜପତି କହିଛନ୍ତି, ଶ୍ରୀମନ୍ଦିର ଭୋଗସ୍ଥଳୀ ହେବାର ପ୍ରଶ୍ନ ହିଁ ନାହିଁ। ଗୁରୁଜୀ ସଂପୂର୍ଣ୍ଣ ପୁରୀକୁ ନେଇ ଭୋଗସ୍ଥଳୀ କଥା କହିଛନ୍ତି। ଋଷିକେଶ, ହରିଦ୍ୱାରରେ ଆମିଷ, ନିଶା ବାରଣ ଅଛି। ଗୁରୁଜୀଙ୍କ ପରାମର୍ଶ ମାନି ପୁରୀରେ ଏସବୁ ନିଷେଧ କରାଯାଉ। ଶ୍ରୀକ୍ଷେତ୍ର ଭିତରେ ପବିତ୍ରତା ରକ୍ଷା କରାଯାଉ ବୋଲି ସେ କହିଛନ୍ତି।

ଗଜପତି ଆହୁରି କହିଛନ୍ତି, ୪ ଯଜ୍ଞ ଯୋଜନା କାର୍ଯ୍ୟକାରୀ ପାଇଁ ସରକାରଙ୍କ ଉଦ୍ୟମ ଦରକାର। ୪ ଯଜ୍ଞ ହେଉଛି ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ। ଆଶା ସରକାର ଏ ବିଷୟରେ ଚିନ୍ତା କରିବେ। ପରିକ୍ରମା ପ୍ରକଳ୍ପରେ ଅଟକି ନଯାଉ ଶ୍ରୀମନ୍ଦିର ସଂସ୍କାର।

Puri Shreemandir Puri