ଆଦିବାସୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର: ମନ୍ତ୍ରୀ-ସଚିବଙ୍କର ନାହିଁ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିବାର କ୍ଷମତା

ନଭେମ୍ବର ୧୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରେଗୁଲେସନ-୨,୧୯୫୬ର ସଂଶୋଧନ ପ୍ରସ୍ତାବ(ଆଦିବାସୀଙ୍କ ଜମିକୁ କିଣିପାରିବେ ଅଣଆଦିବାସୀ)କୁ ମଞ୍ଜୁରୀ ମିଳିଥିଲା ।

Loka Seva Bhavan

ଲୋକସେବା ଭବନ

Ordigital Desk
  • Published: Friday, 17 November 2023
  • Updated: 17 November 2023, 07:58 PM IST

Sports

Latest News

ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପାଇଁ ରାଜ୍ୟ କ୍ୟାବିନେଟ୍‌ଙ୍କ ନିଷ୍ପତ୍ତିକୁ ନେଇ ଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଖୋଦ୍ ରାଜ୍ୟ ସରକାର ନିରୀହ ଆଦିବାସୀଙ୍କ ଜମିକୁ ହଡ଼ପ କରିବା ନିମନ୍ତେ ଏଭଳି ଗୋଳିଆ ପରିସ୍ଥିତି ସୃଷ୍ଟି କରି ତା’ର ଫାଇଦା ନେବାକୁ ଉଦ୍ୟମ କରିଛନ୍ତି । ଏହା ଆମେ କହୁନୁ ବରଂ ସରକାରଙ୍କ ପଦକ୍ଷେପ ଓ ବିରୋଧୀ ଦଳଙ୍କ ଅଭିଯୋଗରୁ ଏଭଳି ଚିତ୍ର ପଦାକୁ ଆସିଛି । ଏହାସହିତ ରାଜ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତ୍ତିକୁ କିଭଳି ଜଣେ ମନ୍ତ୍ରୀ ଓ ସଚିବ ସ୍ଥଗିତ ରଖିପାରିବେ ତଥା ଏହା କ’ଣ ସେମାନଙ୍କ କ୍ଷମତା ପରିସରଭୁକ୍ତ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ନିର୍ବାଚନରେ ଆଦିବାସୀଙ୍କ ରୋଷ ଓ ଭୋଟ ହାତଛଡ଼ା ହେବା ଭୟରେ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ମାତ୍ର ୪୮ଘଣ୍ଟା ମଧ୍ୟରେ ସ୍ଥଗିତ ରଖିବାର ପ୍ରହେଳିକା ମନ୍ତ୍ରୀ ଓ ସଚିବ ଭିଆଇଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ନଭେମ୍ବର ୧୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରେଗୁଲେସନ-୨,୧୯୫୬ର ସଂଶୋଧନ ପ୍ରସ୍ତାବ(ଆଦିବାସୀଙ୍କ ଜମିକୁ କିଣିପାରିବେ ଅଣଆଦିବାସୀ)କୁ ମଞ୍ଜୁରୀ ମିଳିଥିଲା । ମାତ୍ର ଗତ ଦୁଇଦିନ ଧରି ବିରୋଧୀ ଦଳଗୁଡ଼ିକର ତୀବ୍ର ବିରୋଧ ପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଗତକାଲି ନିଜ ସୋସିଆଲ ମିଡିଆରେ “ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ନଭେମ୍ବର ୧୪ତାରିଖର କ୍ୟାବିନେଟ୍ ନିଷ୍ପତ୍ତି(ରେଗୁଲେସନ-୨,୧୯୫୬ରେ ସଂଶୋଧନ)କୁ ସ୍ଥଗିତ ରଖାଗଲା ବୋଲି ଦର୍ଶାଇଛନ୍ତି ।”

ସେପଟେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ରୂପାରୋଶନ ସାହୁ ମଧ୍ୟ ଗତକାଲି(ନଭେମ୍ବର ୧୬)ରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି “ରେଗୁଲେସନ-୨,୧୯୫୬”ର ପ୍ରସ୍ତାବିତ ସଂଶୋଧନ ପାଇଁ ୧୪ତାରିଖର କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିବା ଓ ଏହି ପ୍ରସଙ୍ଗରେ ପରବର୍ତ୍ତୀ ଆଦିବାସୀ ଉପଦେଷ୍ଟା ପରିଷଦର ସମାଧାନ ନଆସିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଅନୁରୋଧ କରିଛନ୍ତି । ଆଦିବାସୀ ଉପଦେଷ୍ଟା ପରିଷଦର ୨୦୨୩ ଜୁଲାଇ ୧୧ ତାରିଖ ବୈଠକରେ ରେଗୁଲେସନ-୨,୧୯୫୬ର ସଂଶୋଧନ ନିମନ୍ତେ ସୁପାରିଶ କରାଯାଇଥିଲା । କ୍ୟାବିନେଟ୍ ଏହି ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ବିଭିନ୍ନ ଭାଗରୁ ସ୍ୱର ଉଠିଛି । ତେଣୁ ପରବର୍ତ୍ତୀ ପଦକ୍ଷେପ ପର୍ଯ୍ୟନ୍ତ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଯେଉଁ ନିଷ୍ପତ୍ତି ନେଇଛି ତାକୁ ସ୍ଥଗିତ ରଖିବାର ଅଧିକାର ବା କ୍ଷମତା କ’ଣ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଓ ଜଣେ କମିଶନର ପାହ୍ୟାର ଅଧିକାରୀଙ୍କ ଅଛି କି? କ୍ୟାବିନେଟ୍ ନିଷ୍ପତ୍ତିକୁ କେବଳ କ୍ୟାବିନେଟ୍ ହିଁ ସଂଶୋଧନ ଅବା ସ୍ଥଗିତ ରଖିପାରିବେ ।

Also Read

ଏ ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଏ ସରକାର ସମ୍ବିଧାନପ୍ରଦତ୍ତ ଆଇନକାନୁନ କିଛି ମାନିବା ସ୍ଥିତିରେ ନାହାନ୍ତି । ସବୁ ମନମୁଖୀ ଚାଲିଛି । ଗଣତନ୍ତ୍ର ଭୁଶୁଡ଼ି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ନିଷ୍ପତ୍ତି ଯାହା ହୁଏ ସେଥିରେ ସଂଶୋଧନ ଅବା ସ୍ଥଗିତ ଅବା ସମ୍ପୂର୍ଣ୍ଣ ପ୍ରତ୍ୟାହାର ନିଷ୍ପତ୍ତି କେବଳ ସେହି କ୍ୟାବିନେଟ୍ ହିଁ ନେଇପାରିବେ । କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ରଖିବାର କ୍ଷମତା ମନ୍ତ୍ରୀ ଓ ସଚିବଙ୍କ ଆସିଲା କେଉଁଠୁ? ସେମାନେ କ’ଣ ନିଜକୁ କ୍ୟାବିନେଟଠୁ ବଡ଼ ଭାବୁଛନ୍ତି କି? ମୋତେ ଲାଗୁଛି ମନ୍ତ୍ରୀ-ସଚିବଙ୍କ ମାଧ୍ୟମରେ ନିଷ୍ପତ୍ତି ସ୍ଥଗିତ ରଖିବାର କେବଳ ଗୋଟିଏ ପ୍ରହେଳିକା ସୃଷ୍ଟି କରାଯାଉଛି । ବାସ୍ତବରେ କିନ୍ତୁ କ୍ୟାବିନେଟ୍ ନିଷ୍ପତ୍ତି ଏବେବି କାଏମ ରହିଛି । ମୋ’ ପାଖେ ଯାହା ଖବର ଅଛି ‘ଭାରତମାଳା ପରିଯୋଜନା’ରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ଦେଇ ରାଜପଥ ନିର୍ମାଣ ହେବ । ଏହି ରାସ୍ତାର ଉଭୟ କଡ଼ରେ ଆଦିବାସୀମାନଙ୍କ ଜମି ରହିଛି । ସେହି ଜମିଗୁଡ଼ିକ ଉପରେ ଦକ୍ଷିଣ ଭାରତୀୟଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ସେମାନଙ୍କ ହାତରେ ନିରୀହ ଆଦିବାସୀମାନଙ୍କ ଜମିକୁ ଟେକି ଦେବାକୁ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି । ଜାଣିଶୁଣି ଏଭଳି ଗୋଳିଆ ପରିସ୍ଥିତି ସୃଷ୍ଟି କରାଯାଇଛି । ନିର୍ବାଚନ ସରିବା ପରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ରାଜ୍ୟ ସରକାର ନିଶ୍ଚିତ କାର୍ଯ୍ୟକାରୀ କରିବେ । ଆସନ୍ତା ୨୦ତାରିଖରୁ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ କାଳେ କୌଣସି ସଂଗଠନ ଏହା ତାଙ୍କ ଦୃଷ୍ଟିକୁ ଆଣିବ ସେଥିପାଇଁ ଏ ସରକାର ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ସ୍ଥଗିତ ରଖାଗଲା ବୋଲି କହି ଗୋଳିଆ ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ରେଗୁଲେସନ-୨, ୧୯୫୬ ଓ ଓଡ଼ିଶା ଭୂବନ୍ଦୋବସ୍ତ ଆଇନ-୧୯୬୦ରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । ଆଦିବାସୀଙ୍କ ଜମି କେବଳ ଚାଷ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ନିମନ୍ତେ ବ୍ୟାଙ୍କ ଅବା କୌଣସି ଆର୍ଥିକ ସଂସ୍ଥା ପାଖରେ ବନ୍ଧକ ରଖାଯାଇ ପାରିବ ନାହିଁ । ସିଡ୍ୟୁଲ ଏରିଆରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଟେକି ଦେବା ନିମନ୍ତେ ପୂର୍ବରୁ ଝାଡ଼ଖଣ୍ଡ ସରକାର ଉଦ୍ୟମ କରି ଫେଲ୍ ମାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story