Advertisment

କପିଲ୍ ସିବଲ କହିଲେ ଏସବୁ 'ହାଉଡି ମୋଦି'ର ଫଳ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରେସିଡେନ୍ସିଆଲ୍ ଡିବେଟ୍ ସରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଜଳବାୟୁକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଭାରତର ବାୟୁ ପ୍ରଦୂଷିତ ତଥା ଅପରିଷ୍କାର। ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଟ୍ରମ୍ପଙ୍କ ବୟାନ ପରେ ଭାରତରେ ମଧ୍ୟ ରାଜନୀତି ଜୋର୍ ଧରିଛି। ଟ୍ରମ୍ପଙ୍କ ବୟାନ ପରେ ପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି […]

author-image
Pragnya Choudhury
ଅଦ୍ୟତନ ହୋଇଛି
କଂଗ୍ରେସକୁ ଲୋକେ ଏବେ ବିକଳ୍ପ ଭାବରେ ଦେଖୁ ନାହାନ୍ତି: କପିଲ ସିବଲ

Kapil Sibal

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରେସିଡେନ୍ସିଆଲ୍ ଡିବେଟ୍ ସରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଜଳବାୟୁକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଭାରତର ବାୟୁ ପ୍ରଦୂଷିତ ତଥା ଅପରିଷ୍କାର। ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଟ୍ରମ୍ପଙ୍କ ବୟାନ ପରେ ଭାରତରେ ମଧ୍ୟ ରାଜନୀତି ଜୋର୍ ଧରିଛି।

Advertisment

ଟ୍ରମ୍ପଙ୍କ ବୟାନ ପରେ ପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କଟାକ୍ଷ କରିଛନ୍ତି। କପିଲ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ କହିଲେ ଭାରତୀୟ ବାୟୁ ଅପରିଷ୍କାର, ଯାହା 'ହାଉଡି ମୋଦି' କାର୍ଯ୍ୟକ୍ରମର ଫଳ।

Advertisment

କପିଲ୍ ଟ୍ୱିଟରେ ଲେଖିଛନ୍ତି, "ଟ୍ରମ୍ପ: ବନ୍ଧୁତ୍ୱର ଫଳ- ଭାରତର କୋଭିଡ୍ ମୃତ୍ୟୁସଂଖ୍ୟା ଉପରେ ପ୍ରଶ୍ନ କଲେ। କହିଲେ ଭାରତ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ଆଉ ଭାରତର ବାୟୁ ଅପରିଷ୍କାର। ଭାରତକୁ ଟ୍ରାଫିକ୍ କିଙ୍ଗ୍ କହିଲେ। ଏସବୁ 'ହାଉଡି ମୋଦି'ର ଫଳ।" ଏଭଳି ଟ୍ୱିଟ୍ କରି କପିଲ୍ ସିବଲ ପ୍ରଧାନମନ୍ତ୍ରୀଙ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି।

Narendra Modi Donald Trump