ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୧୦ ମୃତ
ଚମୋଲୀ: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ବରଫ ଅତଡ଼ା ଖସିବାରୁ ଭୟଙ୍କର ବିପର୍ଯ୍ୟୟ ଘଟିଛି। ଚମୋଲୀ ଜିଲ୍ଲାରେ ଘଟିଥିବା ଏହି ଭୟଙ୍କର ହିମସ୍ଖଳନରେ ଶତାଧିକରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୧୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଆଟିବିପିର ଡିଜି କହିଛନ୍ତି। ଏହି ଦୁର୍ଘଟଣା ସମୟରେ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ।
ବରଫ ଅତଡ଼ା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଚମୋଲୀ ପୁଲିସ୍ କହିଛି ଯେ ପାଣିର ସୁଅ କର୍ଣ୍ଣପ୍ରୟାଗରେ ପହଞ୍ଚିଛି। ସେଠାରେ ନଦୀର ଜଳସ୍ଥର ସାମାନ୍ୟ ରହିଛି ଏବଂ ଜରୁରୀ ପ୍ରଭାବିତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ରହିଛି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏହି ଭୟଙ୍କର ଦୁର୍ଘଟଣାରେ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି।
#WATCH| Uttarakhand: ITBP personnel approach the tunnel near Tapovan dam in Chamoli to rescue 16-17 people who are trapped.
(Video Source: ITBP) pic.twitter.com/DZ09zaubhz
— ANI (@ANI) February 7, 2021
ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି। ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।
ଉତ୍ତରାଖଣ୍ଡରେ ପ୍ରକୃତିର ଏହି ତାଣ୍ଡବ ପରେ ପିଏମ୍ ମୋଦି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପିଏମ୍ ମୋଦି ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।