ଆଇଫୋନ-୧୨ ବଦଳରେ ଆମାଜନରୁ ଆସିଲା ଭୀମ ବାର୍‌ ଓ ୫ ଟଙ୍କିଆ କଏନ

ଥିରୁଅନନ୍ତପୁରମ: ଇ-କର୍ମସ କମ୍ପାନୀ ଆମାଜନ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। କେରଳ ଜଣେ ବ୍ୟକ୍ତି ଆମାଜନରେ ଆଇଫୋନ ୧୨ ଅର୍ଡର ଦେଇଥିଲେ। ହେଲେ ତାଙ୍କ ପାଖକୁ କମ୍ପାନୀ ଗୋଟିଏ ଭୀମ ସାବୁନ ଓ ୫ ଟଙ୍କିଆ କଏନ ପଠାଇଛି। ଫୋନ ପାଇଁ ବ୍ୟକ୍ତି ଜଣଙ୍କ ୭୦ ହଜାର ଟଙ୍କା ମଧ୍ୟ କମ୍ପାନୀକୁ ଦେଇଥିଲେ। କେରଳର ଅଲୁଭାରେ ରହୁଥିବା ନୁରୁଲ ଅମୀନ ଅକ୍ଟୋବର ୧୨ରେ ଆମାଜନ ପ୍ଲାଟଫର୍ମରେ ଆଇଫୋନ ୧୨ ପାଇଁ ଅର୍ଡର ଦେଇଥିଲେ। ଏହି ସମୟରେ ସେ […]

Iphone

Iphone

Hemant Lenka
  • Published: Monday, 25 October 2021
  • Updated: 25 October 2021, 01:25 PM IST

Sports

Latest News

ଥିରୁଅନନ୍ତପୁରମ: ଇ-କର୍ମସ କମ୍ପାନୀ ଆମାଜନ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। କେରଳ ଜଣେ ବ୍ୟକ୍ତି ଆମାଜନରେ ଆଇଫୋନ ୧୨ ଅର୍ଡର ଦେଇଥିଲେ। ହେଲେ ତାଙ୍କ ପାଖକୁ କମ୍ପାନୀ ଗୋଟିଏ ଭୀମ ସାବୁନ ଓ ୫ ଟଙ୍କିଆ କଏନ ପଠାଇଛି। ଫୋନ ପାଇଁ ବ୍ୟକ୍ତି ଜଣଙ୍କ ୭୦ ହଜାର ଟଙ୍କା ମଧ୍ୟ କମ୍ପାନୀକୁ ଦେଇଥିଲେ।

କେରଳର ଅଲୁଭାରେ ରହୁଥିବା ନୁରୁଲ ଅମୀନ ଅକ୍ଟୋବର ୧୨ରେ ଆମାଜନ ପ୍ଲାଟଫର୍ମରେ ଆଇଫୋନ ୧୨ ପାଇଁ ଅର୍ଡର ଦେଇଥିଲେ। ଏହି ସମୟରେ ସେ ମୋବାଇଲ ବାବଦକୁ ଆମାଜନ ପେ’ କାର୍ଡରୁ ୭୦,୯୦୦ ଟଙ୍କା ପୈଠ କରିଥିଲେ। ଅର୍ଡରର ୨ ଦିନ ପରେ ଅର୍ଥାତ ଅକ୍ଟୋବର ୧୫ରେ ତାଙ୍କ ପାଖକୁ କମ୍ପାନୀ ଗୋଟିଏ ପାର୍ସଲ ପଠାଇଥିଲା। ପାର୍ସଲ ଭିତରେ ଆଇଫୋନ-୧୨ ଅଛି ବୋଲି ମଧ୍ୟ କୁହାଯାଉଥିଲା।

ଅମୀନ ଆମାଜନର ନିୟମିତ କଷ୍ଟମର। ସେ ଭଲ ଭାବେ ଜାଣିଥିଲେ ଯେ ହାଇଦ୍ରାବାଦରୁ କମ୍ପାନୀ ସିଧାସଳଖ ଜିନିଷ କୋଚିକୁ ପଠାଏ। ଅର୍ଡର ଦେବାର ଦିନକ ପରେ ଅର୍ଥାତ ୧୨ରେ ସେ ଅର୍ଡର ଦେଇଥିବାରୁ ୧୪ରେ ଏହା ଡେଲିଭରୀ ହେବା କଥା। କିନ୍ତୁ ଆଇଫୋନ-୧୨ ହାଇଦ୍ରାବାଦରୁ ଡିସପାଚ ହେବା ପରେ ସାଲେମରେ ଗୋଟିଏ ଦିନ ଅଟକି ଥିଲା। ତେଣୁ ସେ ଏହା ଉପରେ ସନ୍ଦେହ ପ୍ରକାଶ କରିଥିଲେ। ୧୫ ତାରିଖରେ ଯେତେବେଳେ ଡେଲିଭରୀ ବୟ ତାଙ୍କୁ ପାର୍ସଲ ଦେଇଥିଲେ ଅମୀନ ତାଙ୍କରି ଆଗରେ ଏହାକୁ ଖୋଲିଥିଲେ ଓ ଭିଡିଓ ଶୁଟିଂ ମଧ୍ୟ କରିଥିଲେ।

ପାର୍ସଲ ଖୋଲିବା କ୍ଷଣି ସେ ଏହା ଭିତରେ ଥିବା ଜିନିଷ ଦେଖି ସ୍ତବ୍ଧ ହୋଇଯାଇଥିଲେ। ସେ ଆଇଫୋନ ୧୨ ଅର୍ଡର କରିଥିବା ବେଳେ ପାର୍ସଲ ଭିତରେ ଗୋଟିଏ ଭୀମ ସାବୁନ ଓ ଗୋଟିଏ ୫ ଟଙ୍କିଆ କଏନ ରହିଥିଲା। ଉକ୍ତ ଜିନିଷର ଓଜନ ଅନୁରୂପ ଆଇଫୋନ-୧୨ର ଓଜନ ସହ ସମାନ ଥିଲା। ଅମୀନ ଏହାପରେ ତୁରନ୍ତ ଆମାଜନ କଷ୍ଟମର କେୟାରକୁ ଫୋନ କରିଥିଲେ ଓ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ସାଇବର ପୁଲିସ୍‌ ଷ୍ଟେସନ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ଅମୀନ ଯେଉଁ ଆଇଫୋନ ୧୨ର ଅର୍ଡର ଦେଇଥିଲେ ଉକ୍ତ ଫୋନଟିକୁ ଝାରଖଣ୍ଡର ଜଣେ ବ୍ୟକ୍ତି ସେପ୍ଟେମ୍ବର ୨୫ରୁ ବ୍ୟବହାର କରୁଛନ୍ତି। ତେବେ କେମିତି ଅକ୍ଟୋବର ୧୨ରେ ଅମୀନ ଏହାକୁ କିଣିବାକୁ ଅର୍ଡର ଦେଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପୁଲିସ୍‌ ଅଭିଯୋଗ ପାଇବା ପରେ ଆମାଜନ ଅଧିକାରୀ ଓ ତେଲେଙ୍ଗାନା ଭିତ୍ତିକ ବିକ୍ରେତାଙ୍କ ସହ ଯୋଗାଯୋଗ କରିଥିଲା। ଏହି ସମୟରେ ହିଁ ଫୋନଟି ଝାରଖଣ୍ଡରେ ସେପ୍ଟେମ୍ବର ୨୫ରୁ ବ୍ୟବହାର ହେଉଥିବା ଜଣାପଡ଼ିଥିଲା। ପୁଲିସ୍‌ର ହସ୍ତକ୍ଷେପ ପରେ ଅକ୍ଟୋବର ୨୨ ଗୁରୁବାର ଦିନ କମ୍ପାନୀ ପକ୍ଷରୁ ଅମୀନଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରାଯାଉଛି। ତଥାପି ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story