ଇସଲାମବାଦ: ପାକିସ୍ତାନ ସେନାର ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ରାଷ୍ଟ୍ରଦୂତଙ୍କ ସହିତ ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ରାଷ୍ଟ୍ରଦୂତ ଦ୍ୱୟ ମାଲେସିଆ ଓ ଇଣ୍ଡୋନେସିଆର। ଏହି ରାଷ୍ଟ୍ରଦୂତ ଦ୍ୱୟଙ୍କ ପତ୍ନୀମାନେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁଇ ଜଣ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଆହତଙ୍କ ମଧ୍ୟରେ ଅଛନ୍ତି ପୋଲାଣ୍ଡ ଓ ନେଦରଲ୍ୟାଣ୍ଡର ରାଷ୍ଟଦୂତ। ପାକିସ୍ତାନ ସେନାର ଏହି ଏମଆଇ-୧୭ ହେଲିକପ୍ଟରରେ ମୋଟ ୧୧ ଜଣ ସବାର ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ହୋଇ ହେଲିକପ୍ଟରଟି ଏକ ସ୍କୁଲ ଉପରେ ପଡ଼ିଯାଇଥିଲା।
ପାକିସ୍ତାନର ଉତ୍ତରରେ ଅବସ୍ଥିତ ଗିଲଗିଟଠାରେ ଦୁଇଟି ପ୍ରକଳ୍ପର ଉଦଘାଟନ କାର୍ଯ୍ୟରେ ଯୋଗ ଦେବାକୁ ଏହି ରାଷ୍ଟ୍ରଦୂତଙ୍କ ସହିତ ଅନ୍ୟମାନେ ଯାଉଥିଲେ। ଏହି ଦୁର୍ଘଟଣା ଘଟିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପୃଥକ ବିମାନରେ ଏହି କାର୍ଯ୍ୟକ୍ରମକୁ ଯାତ୍ରା କରୁଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ସେ ଇସଲାମବାଦ ଫେରି ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଲିକ୍ ହୋଇଥିବା ଜାତିଭିତ୍ତିକ ସର୍ଭେ ରିପୋର୍ଟରେ କ’ଣ ରହିଛି?
ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ୩୨%ରୁ ୫୧%କୁ ବୃଦ୍ଧି କରନ୍ତୁ।

National
ମେହୁଲ ଚୋକ୍ସିଙ୍କୁ ଫେରାଇ ଆଣି ପାରିବ ତ ଭାରତ?
ପିଏନବି ଠକେଇର ଅନ୍ୟତମ ମାଷ୍ଟରମାଇଣ୍ଡ ନୀରବ ମୋଦି ୨୦୧୯ରୁ ଲଣ୍ଡନରେ ଗିରଫ ହୋଇ ଜେଲରେ ରହିଛନ୍ତି। ଭାରତର ପ୍ରତ୍ୟର୍ପଣ ଦାବି ପରେ ନୀରବଙ୍କୁ ଗିରଫ କରାଯାଇଥିଲେ ହେଁ ଏଯାଏ ଭାରତ ସରକାର ତାଙ୍କୁ ଫେରାଇ ଆଣିବାକୁ ସକ୍ଷମ ହୋଇ ନାହାନ୍ତି।

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?

National
ତହବୁର ରାଣା: ପାକ୍ ଆର୍ମି ପୋଷାକ ପ୍ରତି ପ୍ରେମ ଓ ଆଇଏସଆଇ ସହ ବୈଠକ
କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି।