ମେହୁଲ ଚୋକ୍ସିଙ୍କୁ ଫେରାଇ ଆଣି ପାରିବ ତ ଭାରତ?

ପିଏନବି ଠକେଇର ଅନ୍ୟତମ ମାଷ୍ଟରମାଇଣ୍ଡ ନୀରବ ମୋଦି ୨୦୧୯ରୁ ଲଣ୍ଡନରେ ଗିରଫ ହୋଇ ଜେଲରେ ରହିଛନ୍ତି। ଭାରତର ପ୍ରତ୍ୟର୍ପଣ ଦାବି ପରେ ନୀରବଙ୍କୁ ଗିରଫ କରାଯାଇଥିଲେ ହେଁ ଏଯାଏ ଭାରତ ସରକାର ତାଙ୍କୁ ଫେରାଇ ଆଣିବାକୁ ସକ୍ଷମ ହୋଇ ନାହାନ୍ତି।

Mehul chokis

ମେହୁଲ ଚୋକ୍ସି (ଫାଇଲ ଫଟୋ)

Hemant Lenka
  • Published: Monday, 14 April 2025
  • Updated: 14 April 2025, 02:01 PM IST

Sports

Latest News

ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକା ଦୀର୍ଘ ୧୫ ବର୍ଷ ପରେ ପ୍ରତ୍ୟର୍ପିତ କରିବା ପରେ ଭାରତ ସରକାର ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନବିରେ ହୋଇଥିବା ୧୩ ହଜାର ୫୦୦ କୋଟି ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

ବେଲଜିୟମକୁ କ୍ୟାନସର ଚିକିତ୍ସା ପାଇଁ ଯାଇଥିବା ଚୋକ୍ସିଙ୍କୁ ଭାରତର ଅନୁରୋଧ କ୍ରମେ ସେଠାରେ ଶନିବାର ଗିରଫ କରାଯାଇଛି। ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ହୋଇଥିବାରୁ ଚୋକ୍ସିଙ୍କୁ ବେଶ ସହଜରେ ନୂଆଦିଲ୍ଲୀ ଅଣାଯାଇ ପାରିବ ବୋଲି ଗଣାମଧ୍ୟମଗୁଡ଼ିକ ଖବର ପ୍ରକାଶ କରିବାରେ ଲାଗିଛନ୍ତି। ଭାରତ ସରକାର ଆଉ ଜଣେ ପଳାତକକୁ ବାନ୍ଧିବାକୁ ସକ୍ଷମ ହୋଇଥିବା ପ୍ରଚାର କରାଯାଉଛି। 

କିନ୍ତୁ ଚୋକ୍ସିଙ୍କ ପ୍ରତ୍ୟର୍ପଣକୁ ଯେତେ ସହଜ ବୋଲି ଗଣମାଧ୍ୟମଗୁଡ଼ିକ ପ୍ରଚାର କରୁଛନ୍ତି, ବାସ୍ତବରେ ଏହା ସେମିତି ନୁହେଁ। ବେଲଜିୟମରେ ଗିରଫ ହୋଇଥିବା ଚୋକ୍ସିଙ୍କ ପ୍ରତ୍ୟର୍ପଣ ଏକପ୍ରକାରର ଅସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ହେଲେ ଭାରତୀୟ ଗଣମାଧ୍ୟମ ଓ ସରକାର ଏହାର ଆଇନଗତ ଦିଗଗୁଡ଼ିକ ଉପରେ କାହାକୁ ବି ଜଣାଉ ନାହାନ୍ତି। କେବଳ କେନ୍ଦ୍ର ସରକାର ଚୋକ୍ସିଙ୍କୁ ଫେରାଇ ଆଣିବେ ବୋଲି କହି ଚାଲିଛନ୍ତି। 

Also Read

ଭାରତର ତଦନ୍ତକାରୀ ସଂସ୍ଥାଗୁଡ଼ିକ ଚୋକ୍ସିଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସୁନିଶ୍ଚିତ। ଚୋକ୍ସି କ୍ୟାନସରରେ ପୀଡ଼ିତ ଥିବାରୁ ଏହାକୁ କୋର୍ଟରେ ଦର୍ଶାଇ ଭାରତର ପ୍ରତ୍ୟର୍ପଣ ଉପରେ ରୋକ ଲଗାଇବାକୁ ପୂରା ଚେଷ୍ଟା କରିବେ। ୬୫ ବର୍ଷୀୟ ଚୋକ୍ସି ଅସୁସ୍ଥ ଥିବାରୁ ତାଙ୍କର ପ୍ରତ୍ୟର୍ପଣ ପାଇଁ କୋର୍ଟ ଅନୁମତି ମଧ୍ୟ ଦେଇ ନ ପାରନ୍ତି। ତଥାପି ଭାରତର ତଦନ୍ତକାରୀ ସଂସ୍ଥା ପଳାତକ ଘୋଷିତ ଚୋକ୍ସିଙ୍କ ପ୍ରତ୍ୟର୍ପଣ ପାଇଁ ସବୁ ପ୍ରକାରର ଉଦ୍ୟମ କରିବ।

ଶନିବାର ଠାରୁ ଗିରଫ ହୋଇ ବେଲଜିୟମ ଜେଲରେ ଥିବା ୬୫ ବର୍ଷୀୟ ଚୋକ୍ସି ଏବେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିସହ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଜାମିନ ପାଇଁ ମଧ୍ୟ ଆବେଦନ କରିପାରନ୍ତି। ୨୦୧୮ରୁ ଭାରତରୁ ଫେରାର ହୋଇଯାଇଥିବା ଚୋକ୍ସି ଆଣ୍ଟିଗୁଆରେ ରହୁଥିଲେ। ତେବେ ଗତବର୍ଷ ଠାରୁ କ୍ୟାନସରର ଚିକିତ୍ସା ପାଇଁ ସେ ବେଲଜିୟମ ଆସିଥିଲେ। ଏହାପୂର୍ବରୁ ଚୋକ୍ସିଙ୍କୁ ଡୋମିନିକାରେ ୨୦୨୧ରେ ଗିରଫ କରାଯାଇଥିଲା। ସେତେବେଳେ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଡୋମିନିକା କୋର୍ଟ ଶୁଣାଣି କରିଥିଲେ। ଏପରି କି ଭାରତ ଗୋଟିଏ ସ୍ୱତନ୍ତ୍ର ବିମାନ ମଧ୍ୟ ଡୋମିନିକା ପଠେଇଥିଲା। ହେଲେ କୋର୍ଟ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇ ନଥିଲେ। ଏଥିସହ ଚୋକ୍ସିଙ୍କୁ ଆଣ୍ଟିଗୁଆ ଯିବାକୁ ଅନୁମତି ଦେଇଥିଲେ। 

ଏବେ ବେଲଜିୟମରେ ଚୋକ୍ସିଙ୍କ ଗିରଫଦାରୀ ସମ୍ପର୍କରେ ତାଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି, “ମୋ କ୍ଲାଏଣ୍ଟଙ୍କୁ ଶନିବାର ହେପାଜତକୁ ନିଆଯାଇଛି। ଏବେ ସେ ଜେଲରେ ବନ୍ଦୀ ହୋଇ ରହିଛନ୍ତି। ଏହା ବିରୋଧରେ ଆମେ ଆବେଦନ କରିବୁ। ଜାମିନ ପାଇଁ ଆବେଦନ କରାଯିବ ଓ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ମଧ୍ୟ ବିରୋଧ କରାଯିବ। ସେ ଫେରାର ହେବାର କୌଣସି ଆଶଙ୍କା ନାହିଁ। କାରଣ ସେ ଗୁରୁତର ଅସୁସ୍ଥ। ବର୍ତ୍ତମାନ ତାଙ୍କର କ୍ୟାନସର ଚିକିତ୍ସା ଚାଲିଛି। ଆଣ୍ଟିଗୁଆରେ ଧରିବା ପରେ ଭାରତୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଡୋମିନିକା ନେଇ ଥିଲା। ଏହି ସମୟରେ ଅତ୍ୟନ୍ତ ନିର୍ଯାତନା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ମାନିସିକ ଅବସାଦ ମଧ୍ୟରେ ବି ରହିଛନ୍ତି। ଏନେଇ ସବୁ ପ୍ରମାଣ ରହିଛି। ଆମେ ଦୁଇଟି କାରଣ ଦର୍ଶାଇ ଏହାକୁ ବିରୋଧ କରିବୁ। ଗୋଟିଏ ହେଲା-ଏହା ରାଜନୀତିକ ମାମଲା ଓ ଦ୍ୱିତୀୟଟି ହେଲା ଭାରତୀୟ ଜେଲର ଅବସ୍ଥା। ଭାରତୀୟ ଜେଲରେ କଏଦୀଙ୍କୁ ଉପଯୁକ୍ତ ପରିବେଶରେ ରଖାଯାଉ ନାହିଁ। ଚୋକ୍ସି ଅସୁସ୍ଥ ଥିବାରୁ ଭାରତୀୟ ଜେଲକୁ ତାଙ୍କୁ ପଠାଇବା ସମ୍ଭବ ନୁହେଁ।”

ପିଏନବି ଠକେଇ ଉପରେ ନଜର ରଖିବା ସହ ଏହା ଉପରେ କାମ କରୁଥିବା ହରିପ୍ରସାଦ ଏସ୍‌ଭି ମଧ୍ୟ ଚୋକ୍ସିଙ୍କୁ ଭାରତକୁ ଫେରାଇ ଆଣିବା ଆଦୌ ସହଜ ହେବନି ବୋଲି କହି ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ କହିବା କଥା ଯେ ଚୋକ୍ସିଙ୍କ ପାଖରେ ଏବେ ବି ପ୍ରବଳ ଟଙ୍କା ରହିଛି। ତେଣୁ ସେ ଉଚ୍ଚସ୍ତରୀୟ ଆଇନ ସହାୟତା ପାଇ ପାରିବେ। ୟୁରୋପରେ ମଧ୍ୟ ତାଙ୍କୁ ଉପଯୁକ୍ତ ସୁବିଧା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

୨୦୧୮ରୁ ଫେରାର ହୋଇଥିବା ଚୋକ୍ସିଙ୍କ ବିରୋଧରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ୨୦୧୮ ଓ ୨୦୨୧ରେ ଦୁଇଟି ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଏହାର ଦସ୍ତାବିଜ ଭାରତର ତଦନ୍ତକାରୀ ସଂସ୍ଥା ବେଲଜିୟମ ଅଧିକାରୀଙ୍କ ସହ ଶେୟାର କରିଥିଲେ। ଏହାକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଚୋକ୍ସିଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଛି। କିନ୍ତୁ ଏହା ଆଦୌ ସହଜ ହେବନି। କାରଣ ପୂର୍ବରୁ ଇଣ୍ଟରପୋଲ ଚୋକ୍ସିଙ୍କ ନାଁରେ ଜାରି କରିଥିବା ରେଡ କର୍ଣ୍ଣନର ନୋଟିସଙ୍କୁ ଡିଲିଟ କରି ଦେଇଛି। ଏପରି କରି ଇଣ୍ଟର ପୋଲ ଭାରତକୁ କେବଳ ପ୍ରତ୍ୟର୍ପଣ ପ୍ରକ୍ରିୟା ଉପରେ ନିର୍ଭର କରିବାକୁ କହିଛି।

ମୁମ୍ବାଇ ସ୍ଥିତ ପିଏନବିର ବ୍ରାଡୀ ହାଉସ ବ୍ରାଞ୍ଚରେ ୧୩ ହଜାର ୫୦୦ କୋଟିର ଋଣ ଜାଲିଆତି ହୋଇଥିଲା। ‌ଏହି ମାମଲାରେ ଚୋକ୍ସିଙ୍କ ସହ ଭଣଜା ନୀରବ ମୋଦି, ସେମାନଙ୍କ କମ୍ପାନୀ, ପରିବାର ଲୋକ, ବ୍ୟାଙ୍କ କର୍ମଚାରୀ ଓ ଅନ୍ୟମାନଙ୍କୁ ସିବିଆଇ ଏବଂ ଇଡି ଅଭିଯୁକ୍ତ ଭାବେ ଦର୍ଶାଇ ମାମଲା ରୁଜୁ କରିଥିଲା। ଚୋକ୍ସିଙ୍କ ଗୀତାଞ୍ଜଳି ଜେମ୍ସର ପୂର୍ବତନ ଏମଡି ସନ୍ତୋଷ ଶ୍ରୀବାସ୍ତବ ପଳାତନ ଅଳଙ୍କାର ବ୍ୟବସାୟୀଙ୍କ ଗିରଫଦାରୀକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ମୋର ଆଶା ସରକାର ଚୋକ୍ସିଙ୍କୁ ଯଥାଶୀଘ୍ର ଫେରାଇ ଆଣିବେ। ଯେତେ ଟଙ୍କା ଠକେଇ ହୋଇଛି, ସେଗୁଡ଼ିକୁ ଆଦାୟ କରିବେ।”

ସିବିଆଇର ଚାର୍ଜଶିଟ ଅନୁସାରେ, ଚୋକ୍ସି ଓ ତାଙ୍କ କମ୍ପାନୀ ଗୀତାଞ୍ଜଳି ଜେମ୍ସ କିଛି ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ପିଏନବିକୁ ଚୂନା ଲଗାଇଥିଲେ। ନିୟମ ଉଲ୍ଲଙ୍ଘନ କରି ଅଧିକାରୀଙ୍କ ସହାୟତାରେ ଋଣ ହାସଲ କରାଯାଇଥିଲା। ପିଏନବି ନାଁରେ ବିଦେଶରେ ଥିବା ଏସବିଆଇ, ଆହ୍ଲାବାଦ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ କାନାରା ବ୍ୟାଙ୍କରୁ ଟଙ୍କା ଉଠାଣ କରାଯାଇଥିଲା। ଫେକ ଅଣ୍ଡର ଟେକିଂ ଲେଟର ଦ୍ୱାରା ଏପରି ହୋଇଥିଲା। ବିଦେଶରେ ଥିବା ବ୍ୟାଙ୍କରୁ ଟଙ୍କା ଆଣି ଚୋକ୍ସିଙ୍କ କମ୍ପାନୀ ଆଉ ପୈଠ କରି ନଥିଲା। ଏଥିପାଇଁ ପିଏନବିକୁ ୬,୩୪୪.୯୭ କୋଟି ଦେବାକୁ ପଡ଼ିଥିଲା।

ଘଟଣାର ତଦନ୍ତ କରି ଇଡି ଚୋକ୍ସିଙ୍କ ନାଁରେ ଥିବା ୨୫୬୫.୯୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହାକୁ ନିଲାମ କରି ଅର୍ଥ ହାସଲ ପାଇଁ କୋର୍ଟ ମଧ୍ୟ ଅନୁମତି ଦେଇ ସାରିଛନ୍ତି।

ଅନ୍ୟପକ୍ଷରେ ପିଏନବି ଠକେଇର ଅନ୍ୟତମ ମାଷ୍ଟରମାଇଣ୍ଡ ନୀରବ ମୋଦି ୨୦୧୯ରୁ ଲଣ୍ଡନରେ ଗିରଫ ହୋଇ ଜେଲରେ ରହିଛନ୍ତି। ଭାରତର ପ୍ରତ୍ୟର୍ପଣ ଦାବି ପରେ ନୀରବଙ୍କୁ ଗିରଫ କରାଯାଇଥିଲେ ହେଁ ଏଯାଏ ଭାରତ ସରକାର ତାଙ୍କୁ ଫେରାଇ ଆଣିବାକୁ ସକ୍ଷମ ହୋଇ ନାହାନ୍ତି। ଏବେ ବେଲଜିୟମରେ ଗିରଫ ହୋଇଥିବା ଚୋକ୍ସି ମଧ୍ୟ ଆଇନଗତ ପ୍ରକ୍ରିୟା ଦ୍ୱାରା ଭାରତର ପ୍ରତ୍ୟର୍ପଣ ଅନୁରୋଧକୁ ମାତ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story