ସୁଶାନ୍ତଙ୍କ ଜୀବନ ପ୍ରତି ରିୟା ବିପଦ ସୃଷ୍ଟି କରୁଥିବା ଫେବୃଆରୀରୁ କହିଥିଲେ ପରିବାର ଲୋକ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ବାପା ରିୟାଙ୍କ ନାଁରେ ଏଫଆଇଆର ଦେଇଥିବା ବେଳେ ଆଜି ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତ ସିଂହଙ୍କ ଜୀବନ ପ୍ରତି ରିୟା ଚକ୍ରବର୍ତ୍ତୀ ବିପଦ ସୃଷ୍ଟି କରୁଥିବା ଫେବୃଆରୀ ମାସରୁ ହିଁ ତାଙ୍କ ପରିବାର ଲୋକ ମୁମ୍ବାଇ ପୁଲିସ୍‌କୁ ଅବଗତ କରାଇଥିଲେ। ହେଲେ ପୁଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଆଜି […]

dt

dt

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 04:54 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ବାପା ରିୟାଙ୍କ ନାଁରେ ଏଫଆଇଆର ଦେଇଥିବା ବେଳେ ଆଜି ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତ ସିଂହଙ୍କ ଜୀବନ ପ୍ରତି ରିୟା ଚକ୍ରବର୍ତ୍ତୀ ବିପଦ ସୃଷ୍ଟି କରୁଥିବା ଫେବୃଆରୀ ମାସରୁ ହିଁ ତାଙ୍କ ପରିବାର ଲୋକ ମୁମ୍ବାଇ ପୁଲିସ୍‌କୁ ଅବଗତ କରାଇଥିଲେ। ହେଲେ ପୁଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଆଜି ସୁଶାନ୍ତଙ୍କ ପରିବାରର ଆଇନପରାମର୍ଶଦାତା ସୂଚନା ଦେଇଛନ୍ତି।

ବରିଷ୍ଠ ଆଇନଜୀବୀ ବିକାଶ ସିଂହ କହିଛନ୍ତି, ଫେବୃଆରୀ ୨୫ ତାରିଖରେ ଆମେ ବାନ୍ଦ୍ରା ପୁଲିସ୍‌କୁ ସୁଶାନ୍ତଙ୍କ ଆପପାଖରେ ଭଲ ଲୋକ ନାହାନ୍ତି ଓ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା କଥା ଜଣାଇଥିଲୁ। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଥିଲୁ।

ପୁଲିସ୍‌କୁ ଏହା ଉପରେ ନଜର ରଖିବା ସହ ସୁଶାନ୍ତଙ୍କର ଯେମିତି କିଛି କ୍ଷତି ନ ହେବ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରିଥିଲୁ। ଏହି ସମୟରେ ହିଁ ସୁଶାନ୍ତ ସଂପୂର୍ଣ୍ଣ ଭାବେ ରିୟା ଚକ୍ରବର୍ତ୍ତୀଙ୍କ ନିୟନ୍ତ୍ରଣରେ ରହିଥିଲେ।

ସେ ଆହୁରି କହିଛନ୍ତି ଯେ ରିୟାଙ୍କ ନାଁରେ ଏତଲା ରୁଜୁ କରିବାକୁ ବିହାର ପୁଲିସ୍‌ ଚାହୁଁ ନଥିଲା। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହସ୍ତକ୍ଷେପ ପରେ ପୁଲିସ୍‌ ଏତଲା ରଖିଥିଲା। ଆମେ ଯେତେବେଳେ ବିହାର ପୁଲିସ୍‌ ପାଖରେ ଏଫଆଇଆର ଦେବାକୁ ପହଞ୍ଚିଥିଲୁ ସେମାନେ ମାମଲାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ଦର୍ଶାଇ ଏତଲା ରଖି ନଥିଲେ। ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆମ ଅନୁରୋଧକୁ ରକ୍ଷା କରି ମନ୍ତ୍ରୀ ସଞ୍ଜୟ ଝାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ।

ସେ ପୁଲିସ୍‌କୁ ସବୁ କଥା କହିବା ପରେ ଯାଇ ଥାନାରେ ଆମର ଏତଲା ରୁଜୁ ହୋଇଥିଲା। ତେଣୁ ଏବେ ପୁଲିସ୍‌ ତୁରନ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ଦରକାର। ରିୟାଙ୍କୁ ହେପାଜତକୁ ଆଣି ଜେରା କଲେ, ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ। ରିୟା ଏତେ ଚତୁର ଥିଲେ ଯେ ସେ କୌଶଳ କ୍ରମେ ସୁଶାନ୍ତଙ୍କୁ ତାଙ୍କ ପରିବାର ଲୋକଙ୍କ ଠାରୁ ଦୂରରେ ରଖିବାକୁ ଚେଷ୍ଟା କରୁଥିଲେ।

ଏପରି କି ସୁଶାନ୍ତଙ୍କୁ ତାଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ କଥା ହେବାକୁ ଦେଉ ନଥିଲେ। ମୁମ୍ବାଇ ପୁଲିସ୍‌ ତଦନ୍ତକୁ ଭିନ୍ନ ଦିଗରେ ନେଉଛି। ତେଣୁ ଆମେ ବିହାର ପୁଲିସ୍‌ ଦ୍ୱାରସ୍ଥ ହୋଇ ରିୟାଙ୍କ ବିରୋଧରେ ଅବଗତ କରିଛୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ବାସଭବନରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story