ଭୟଙ୍କର ସୁନାମି: ସହର ଭିତରକୁ ମାଡ଼ି ଆସିଲା ସମୁଦ୍ର, ୭ ମୃତ

ଅଙ୍କାରା: ବଡ଼ ଧରଣର ଭୂକମ୍ପ ପରେ ତୁର୍କୀରେ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ସୁନାମି ଯୋଗୁ ତୁର୍କୀର ଇସମିର୍ ସହର ଭିତରକୁ ଘୁଘୁ ଗର୍ଜନ କରି ସମୁଦ୍ର ପାଣି ମାଡ଼ି ଆସିଛି। ପାଣି ମାଡ଼ି ଆସିବାରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ସମୁଦ୍ର ପାଣି ସହର ଭିତରେ ପ୍ରବେଶ […]

t

t

Hemant Lenka
  • Published: Friday, 30 October 2020
  • Updated: 31 October 2020, 12:44 PM IST

ଅଙ୍କାରା: ବଡ଼ ଧରଣର ଭୂକମ୍ପ ପରେ ତୁର୍କୀରେ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ସୁନାମି ଯୋଗୁ ତୁର୍କୀର ଇସମିର୍ ସହର ଭିତରକୁ ଘୁଘୁ ଗର୍ଜନ କରି ସମୁଦ୍ର ପାଣି ମାଡ଼ି ଆସିଛି। ପାଣି ମାଡ଼ି ଆସିବାରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ସମୁଦ୍ର ପାଣି ସହର ଭିତରେ ପ୍ରବେଶ କରିବାରୁ ବହୁ ଘର ଦ୍ୱାରା ଭାଙ୍ଗି ଯାଇଛି। ଲୋକଙ୍କ ଜିନିଷ ପତ୍ର ଜୁଆରରେ ଭାସି ଯାଉଥିବା ଦେଖିବାକୁ ମିଳିଛି। ଗ୍ରୀସର ଜାତୀୟ ଟେଲିଭିଜନର ରିପୋର୍ଟ ଅନୁସାରେ ଦେଶର ପୂର୍ବଭାଗରେ ଥିବା ସାମୋସୋରରେ ସୁନାମି ସୃଷ୍ଟି ହୋଇଛି।

ଆଜି ଅପରାହ୍ନରେ ଗ୍ରୀସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଲୋଭାସି ସହର ନିକଟରେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। କିନ୍ତୁ ତୁର୍କୀ ପକ୍ଷରୁ କୁହାଯାଇଛି ଯେ ଭୂକମ୍ପର ତୀବ୍ରତା ୬.୭ ଥିଲା। ତଥାପି ଭୂକମ୍ପରେ ବହୁ ଘରଦ୍ୱାର ଭାଙ୍ଗି ଯାଇଛି।
https://twitter.com/i/status/1322165562424872960

ଭୂକମ୍ପର କିଛି ସମୟରେ ହଠାତ୍‌ ଇସମିର୍ ସହରକୁ ସମୁଦ୍ର ମାଡ଼ି ଯାଇଥିଲା। ଲୋକେ ପ୍ରାଣ ବିକଳରେ ଡହଳ ବିକଳ ହେଉଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଉଦ୍ଧାରକାରୀ ଦଳ କିଛି ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଆହୁରି ଅନେକ ଲୋକେ ଭଗ୍ନାବଶେଷ ଓ ପାଣି ଘେରରେ ଫସି ରହିଥିବା ସନ୍ଦେହ କରାଯାଉଛି। ଗୋଟିଏ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ୨୦ରୁ ଅଧିକ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି।
https://twitter.com/i/status/1322158575729414146

ଏହା ପୂର୍ବରୁ ୧୯୯୯ରେ ତୁର୍କୀରେ ହୋଇଥିବା ଭୂକମ୍ପରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
https://twitter.com/i/status/1322174670980976641

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos