ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦୀନେଶ ଗୁଣବର୍ଦ୍ଧନେ

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ରାଜନେତା ଦୀନେଶ ଗୁଣବର୍ଦ୍ଧନେ। ଗୁରୁବାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଆଜି ଗୁଣବର୍ଦ୍ଧନେ ଶପଥ ନେଇ ଦେଶର ସ୍ଥିତିକୁ ସ୍ୱାଭିବକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଶପଥ ପାଠ ଉତ୍ସବରେ ରାଷ୍ଟ୍ରପତି ବିକ୍ରମସିଂଘେ, ବିଭିନ୍ନ ଦଳର ସାଂସଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀଲଙ୍କା ରାଜନୀତିରେ ବେଶ […]

Srilanka

Srilanka

Hemant Lenka
  • Published: Friday, 22 July 2022
  • Updated: 22 July 2022, 02:21 PM IST

Sports

Latest News

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ରାଜନେତା ଦୀନେଶ ଗୁଣବର୍ଦ୍ଧନେ। ଗୁରୁବାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଆଜି ଗୁଣବର୍ଦ୍ଧନେ ଶପଥ ନେଇ ଦେଶର ସ୍ଥିତିକୁ ସ୍ୱାଭିବକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଶପଥ ପାଠ ଉତ୍ସବରେ ରାଷ୍ଟ୍ରପତି ବିକ୍ରମସିଂଘେ, ବିଭିନ୍ନ ଦଳର ସାଂସଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ରୀଲଙ୍କା ରାଜନୀତିରେ ବେଶ ଅଭିଜ୍ଞତା ରଖିଥିବା ୭୩ ବର୍ଷୀୟ ଗୁଣବର୍ଦ୍ଧନେ ପୂର୍ବରୁ ଦେଶର ବୈଦେଶିକ ଓ ଶିକ୍ଷା ମନ୍ତ୍ରୀ ଭାବେ କାମ କରିଛନ୍ତି। ଶ୍ରୀଲଙ୍କାର ସଙ୍କଟ ସମୟରେ ଅର୍ଥାତ ଚଳିତ ବର୍ଷ ଏପ୍ରିଲରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ହେଲେ ସେ ଦେଶରେ ଶାନ୍ତି ଫେରାଇ ଆଣିବାକୁ ସକ୍ଷମ ହୋଇ ନଥିଲେ।

ଗୁରୁବାର ବିକ୍ରମସିଙ୍ଘେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ତେଣୁ ଏହି ପଦରେ ଗୁଣବର୍ଦ୍ଧନେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷରେ ରାନିଲ ବିକ୍ରମସିଙ୍ଘେ ରାଷ୍ଟ୍ରପତି ହୋଇଥିବାରୁ ଏହାକୁ ପୁଣି ଲୋକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। କାଲି ରାତି ଠାରୁ ଶତାଧିକ ଲୋକ କଲମ୍ବୋରେ ଥିବା ସଚିବାଳୟ ବାହାରେ ବିକ୍ଷୋଭ କରୁଛନ୍ତି।

ବିକ୍ରମସିଂଘେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଘନିଷ୍ଠ ସହଯୋଗୀ। ତେଣୁ ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ କାମ କରିପାରିବେ ନାହିଁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରୋଶ ବଢ଼ୁଥିବାରୁ ଆଜି ସକାଳୁ ସୁରକ୍ଷାକର୍ମୀମାନେ ସେମାନଙ୍କ କ୍ୟାମ୍ପକୁ ଭାଙ୍ଗି ଦେଇଛନ୍ତି। ସେହିପରି ଲୋକଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଛନ୍ତି। ଏହାକୁ ନେଇ ପୁଣିଥରେ ଶ୍ରୀଲଙ୍କାରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story