‘ଚେୟାରମ୍ୟାନ୍’ ପଦରେ ରହିବେନି କିମ୍ ଜଙ୍ଗ୍ ଉନ୍, ନୂଆ ରାଷ୍ଟ୍ରପତି କିଏ?

ପ୍ୟାଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପାଖରେ ଚେୟାରମ୍ୟାନ୍ ପଦବୀ ରହିଛି। ହେଲେ ଏବେ ସେ ତାଙ୍କ ପଦବୀକୁ ରାଷ୍ଟ୍ରପତି ଭାବରେ ପରିବର୍ତ୍ତନ କରିଛନ୍ତି। ଅର୍ଥାତ୍ ଏବେ ଔପଚାରିକ ଭାବରେ କିମ୍ ଜଙ୍ଗ ଉନ୍ ଉତ୍ତର କୋରିଆର ଚେୟାରମ୍ୟାନ ବଦଳରେ ରାଷ୍ଟ୍ରପତି ଭାବରେ ପରିଚିତ ହେବେ। ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସିରୁ ଏହି ଖବର ଜଣାପଡ଼ିଛି। ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା ‘କୋରିଆନ୍ ସେଣ୍ଟ୍ରାଲ୍ ଏଜେନ୍ସି’ ବୁଧବାର ଏକ ରିପୋର୍ଟ […]

kim-jong-un

kim-jong-un

Subhransu Sekhar
  • Published: Sunday, 21 February 2021
  • Updated: 21 February 2021, 06:43 PM IST

ପ୍ୟାଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପାଖରେ ଚେୟାରମ୍ୟାନ୍ ପଦବୀ ରହିଛି। ହେଲେ ଏବେ ସେ ତାଙ୍କ ପଦବୀକୁ ରାଷ୍ଟ୍ରପତି ଭାବରେ ପରିବର୍ତ୍ତନ କରିଛନ୍ତି। ଅର୍ଥାତ୍ ଏବେ ଔପଚାରିକ ଭାବରେ କିମ୍ ଜଙ୍ଗ ଉନ୍ ଉତ୍ତର କୋରିଆର ଚେୟାରମ୍ୟାନ ବଦଳରେ ରାଷ୍ଟ୍ରପତି ଭାବରେ ପରିଚିତ ହେବେ। ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସିରୁ ଏହି ଖବର ଜଣାପଡ଼ିଛି।

ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା 'କୋରିଆନ୍ ସେଣ୍ଟ୍ରାଲ୍ ଏଜେନ୍ସି' ବୁଧବାର ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ବୁଧବାର କିମ୍ ଜଙ୍ଗ୍ ଉନ୍ ପ୍ୟୋଙ୍ଗୟଙ୍ଗ ବାହାରେ କୁମସୁସନ ପ୍ୟାଲେସ ଅଫ୍ ଦ ସନକୁ ବୁଲିବାକୁ ଯାଇଥିଲେ। କିମ୍ ତାଙ୍କ ବାପାଙ୍କ ଜୟନ୍ତୀ ପାଳନ କରିବାକୁ ସେଠାକୁ ଯାଇଥିଲେ। କୋରିଆନ୍ ସେଣ୍ଟ୍ରାଲ୍ ଏଜେନ୍ସି ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ସଂପୃକ୍ତ ସଂସ୍ଥା କିମଙ୍କୁ ‘ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆର ଷ୍ଟେଟ୍ ଆଫାୟର୍ସର ପ୍ରେସିଡେଣ୍ଟ’ ବୋଲି ସମ୍ୱୋଧିତ କରିଛି। ଏହା ପୂର୍ବରୁ ତାଙ୍କୁ ଷ୍ଟେଟ୍ ଆଫାୟର୍ସର ଚେୟାରମ୍ୟାନ କୁହାଯାଉଥିଲା।

ରିପୋର୍ଟ ଅନୁଯାୟୀ କିମଙ୍କ ପଦବୀ ଇଂରାଜୀରେ କେବଳ ପରିବର୍ତ୍ତନ ହୋଇଛି। କୋରିଆନ୍ ଭାଷାରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ପଡ଼ୋଶୀ ଦକ୍ଷିଣ କୋରିଆର ଖବର ସରବାରହ ସଂସ୍ଥା 'ୟୋହ୍ନାପର'ର ଏକ ରିପୋର୍ଟ ଅନୁଯାୟୀ, କିମ୍ ତାଙ୍କ ପଦବୀର ଇଂରାଜୀ ଅର୍ଥ ପରିବର୍ତ୍ତନ କରି ଉତ୍ତର କୋରିଆକୁ ଅନ୍ୟ ସମସ୍ତ ସାଧାରଣ ଦେଶ ଭଳି ପରିଚୟ କରିବାକୁ ପ୍ରୟାସ କରୁଛନ୍ତି। ତେଣୁ ଚେୟାରମ୍ୟାନ୍ ବଦଳରେ ରାଷ୍ଟ୍ରପତି ଲେଖିବାକୁ କୋରିଆର ତାନାଶାହ ସହମତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର କୋରିଆର ରାଷ୍ଟ୍ରପତି ପଦବୀ କିମଙ୍କ ଜେଜେ ବାପା ବା ଉତ୍ତର କୋରିଆର ସଂସ୍ଥାପକ କିମ୍ ଝଲ ସୁଙ୍ଗଙ୍କ ପାଖରେ ଥିଲା। କିମ୍ ତାଙ୍କ ଜେଜେ ବାପାଙ୍କ ଭଳି କ୍ଷମତାଶାଳୀ ନେତା ହେବାକୁ ଲକ୍ଷ୍ୟ ରଖିଛନ୍ତି। କିମଙ୍କ ବାପା ଉତ୍ତର କୋରିଆକୁ ୪୬ ବର୍ଷ ଶାସନ କରିଥିଲେ। ୧୯୯୪ରେ ତାଙ୍କର ବିୟୋଗ ହୋଇଥିଲା।

ନିକଟରେ କିମ୍ ଓ୍ୱାର୍କସ ପାର୍ଟି ଅଫ୍ କୋରିଆର ମହାସଚିବ ଭାବରେ ମନୋନୀତ ହୋଇଥିଲେ। କିମଙ୍କ ପୂର୍ବରୁ ଏହି ପଦବୀରେ ତାଙ୍କ ବାପା କିମ୍ ଜଙ୍ଗ୍ ଝଲ ଥିଲେ। ଯିଏକି ୧୭ ବର୍ଷ ଶାସନ କରିଥିଲେ। ୨୦୧୧ରେ ତାଙ୍କର ବିୟୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story