ସୈଫ ହେବ ଅଲକାଏଦାର ମୁଖ୍ୟ!

ୱାଶିଂଟନ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟମାନ ଅଲ ଜୱାହିରୀ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଆଖିବୁଜିଛି। ଓସାମା ବିନ ଲାଡେନ ପରେ ଜୱାହିରୀ ହିଁ ଅଲକାଏଦାର କମାଣ ସମ୍ଭାଳୁଥିଲା। ତେବେ ଲାଡେନ ଭଳି ଜୱାହିରୀର ଖେଳ ମଧ୍ୟ ଆମେରିକା ସୁରକ୍ଷାକର୍ମୀମାନେ ଶେଷ କରି ଦେଇଛନ୍ତି। ଜୱାହିରୀ ନିହତ ହୋଇଥିବାରୁ ଏବେ ଅଲକାଏଦାର ମୁଖ୍ୟ କିଏ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଜୱାହିରୀର ଉତ୍ତରାଧିକାରୀ ସୈଫ ଅଲ ଆଦେଲ ହେବ ବୋଲି […]

saif

saif

Hemant Lenka
  • Published: Tuesday, 02 August 2022
  • Updated: 02 August 2022, 04:41 PM IST

Sports

Latest News

ୱାଶିଂଟନ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟମାନ ଅଲ ଜୱାହିରୀ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଆଖିବୁଜିଛି। ଓସାମା ବିନ ଲାଡେନ ପରେ ଜୱାହିରୀ ହିଁ ଅଲକାଏଦାର କମାଣ ସମ୍ଭାଳୁଥିଲା। ତେବେ ଲାଡେନ ଭଳି ଜୱାହିରୀର ଖେଳ ମଧ୍ୟ ଆମେରିକା ସୁରକ୍ଷାକର୍ମୀମାନେ ଶେଷ କରି ଦେଇଛନ୍ତି।

ଜୱାହିରୀ ନିହତ ହୋଇଥିବାରୁ ଏବେ ଅଲକାଏଦାର ମୁଖ୍ୟ କିଏ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଜୱାହିରୀର ଉତ୍ତରାଧିକାରୀ ସୈଫ ଅଲ ଆଦେଲ ହେବ ବୋଲି ମିଡିଲ ଇଷ୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ ଖବର ମିଳିଛି। ଏହାର ଅର୍ଥ ସୈଫ ନେତୃତ୍ୱରେ ଅଲକାଏଦାର ଆତଙ୍କରାଜ ପୁଣି ଜାରି ରଖିବ।

ସୈଫ ହେଉଛି ଇଜିପ୍ଟର ପୂର୍ବତନ ଆର୍ମି ଅଫିସର ଓ ଅଲକାଏଦାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ୧୯୮୦ରେ ସେ ମକତବ ଅଲ ଖିଦମତ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲା। ଏହି ସମୟରେ ସେ ଲାଡେନ ଓ ଜୱାହିରୀକୁ ଭେଟିଥିଲା। ଏହାପରେ ସେମାନଙ୍କ ଆତଙ୍କୀ ସଂଗଠନ ଇଜିପ୍ଟିଆନ ଇସଲାମିକ ଜିହାଦରେ ସାମିଲ ହୋଇଥିଲା।

୧୯୮୦ରେ ସେ ଆଫିଗାନିସ୍ତାନରେ ରୁଷ ସେନା ସହ ଲଢ଼େଇ କରିଥିଲା। ଏକଦା ସୈଫ ଅଲକାଏଦାର ପ୍ରତିଷ୍ଠାତା ଲାଡେନର ମୁଖ୍ୟ ସୁରକ୍ଷା ଅଧିକାରୀ ଥିଲା। ୨୦୦୧ରୁ ଏଫବିଆଇର ମୋଷ୍ଟୱାଣ୍ଟେଡ ତାଲିକାରେ ସୈଫ ରହିଛି। ଏବେ ତା’ ବିଷୟରେ ସୂଚନା ଦେଲେ ପୁରସ୍କାର ରାଶିକୁ ଏଫବିଆଇ ୧୦ ମିଲିୟନ ଡଲାରକୁ ବୃଦ୍ଧି ମଧ୍ୟ କରିଛି।

ଆମେରିକା ନାଗରିକ ଓ ଆମେରିକା ସମ୍ପତ୍ତିକୁ ଧ୍ୱଂସ କରିବା ହିଁ ତା’ର ଏକମାତ୍ର ଲକ୍ଷ୍ୟ। ୧୯୯୩ରୁ ସୈଫକୁ ଧରିବା ପାଇଁ ଆମେରିକା ଗୁଇନ୍ଦା ସଂସ୍ଥା ଲାଗିଥିଲେ ମଧ୍ୟ ଏଯାଏ ସଫଳତା ମିଳିନି। ୧୯୯୩ରେ ତା’ର ବୟସ ୩୦ ଥିଲା। ସେ ସୋମାଲିଆର ମୋଗାଡିଶୁରେ ଆମେରିକାର ହେଲିକପ୍ଟର ଉପରେ ହୋଇଥିବା ଆମ୍ବୁସରେ ସାମିଲ ଥିଲା।

ଏହି ବ୍ଲାକ ହକ ଡାଉନ ଘଟଣାରେ ୧୮ ଜଣ ଆମେରିକା ସେନା ପ୍ରାଣ ହରାଇଥିଲେ। ଏହି ଘଟଣା ପରଠାରୁ ସୈଫ ସମ୍ପର୍କରେ କୌଣସି ସୂଚନା ମିଳିନି। ସେ ଇରାନରେ ଥିବା କିଛି ରିପୋର୍ଟ ପ୍ରକାଶ ପାଇଛି। ଏବେ ସେ ଅଲକାଏଦାର ମୁଖ୍ୟ ହେବାକୁ ଯାଉଥିବାରୁ ଆମେରିକା ତା’ ବିରୋଧରେ ଅପରେସନକୁ ଆହୁରି ଜୋରଦାର କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos