'ଆର୍ଟ ଅଫ୍‌ ୱାର୍‌' ରଣନୀତିରେ ତାଇୱାନ୍‌କୁ ଦଖଲ କରିବ ଚୀନ୍‌!

ବେଜିଂ: ତାଇୱାନ୍‌କୁ ଆମରିକାର ସମର୍ଥନକୁ ସହିପାରୁନି ଡ୍ରାଗନ୍‌। ଆମେରିକାର ସଂସଦର ବାଚସ୍ପତି ନ୍ୟାନ୍ସି ପେଲୋସି ତାଇୱାନ ଗସ୍ତକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିଛି। ରାଗରେ ଜଳୁଛି ଚାଇନା। ଲଗାତାର ଆମେରିକା ଓ ତାଇୱାନ୍‌କୁ ନାଲି ଆଖି ଦେଖାଉଛି ଡ୍ରାଗନ।  କେବଳ ସେତିକି ନୁହେଁ, ସେ ତାଇୱାନକୁ ଘେରି ରହିଥିବା ୬ଟି ସ୍ଥାନରେ ସମରାଭ୍ୟାସ ମଧ୍ୟ ଆରମ୍ଭ କରିଛି । ତାଇୱାନକୁ ପାନେ ଦେବା ପାଇଁ ଚୀନ୍ ଆକ୍ରମଣ କରିପାରେ ବୋଲି କଳ୍ପନାଜଳ୍ପନା ଚାଲିଛି […]

China and taiwan

China and taiwan

Madhupriya Mistry
  • Published: Wednesday, 03 August 2022
  • Updated: 03 August 2022, 01:45 PM IST

Sports

Latest News

ବେଜିଂ: ତାଇୱାନ୍‌କୁ ଆମରିକାର ସମର୍ଥନକୁ ସହିପାରୁନି ଡ୍ରାଗନ୍‌। ଆମେରିକାର ସଂସଦର ବାଚସ୍ପତି ନ୍ୟାନ୍ସି ପେଲୋସି ତାଇୱାନ ଗସ୍ତକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିଛି। ରାଗରେ ଜଳୁଛି ଚାଇନା। ଲଗାତାର ଆମେରିକା ଓ ତାଇୱାନ୍‌କୁ ନାଲି ଆଖି ଦେଖାଉଛି ଡ୍ରାଗନ।  କେବଳ ସେତିକି ନୁହେଁ, ସେ ତାଇୱାନକୁ ଘେରି ରହିଥିବା ୬ଟି ସ୍ଥାନରେ ସମରାଭ୍ୟାସ ମଧ୍ୟ ଆରମ୍ଭ କରିଛି । ତାଇୱାନକୁ ପାନେ ଦେବା ପାଇଁ ଚୀନ୍ ଆକ୍ରମଣ କରିପାରେ ବୋଲି କଳ୍ପନାଜଳ୍ପନା ଚାଲିଛି । ହେଲେ ଚୀନ୍‌ ବର୍ତ୍ତମାନ ଯୁଦ୍ଧ କରିବ ନାହିଁ ବୋଲି ଚୀନ୍‌ର ରଣନୀତି ବୁଝୁଥିବା ଲୋକେ ବିଶ୍ୱାସ କରନ୍ତି।

ଏବେ ତାଇୱାନ୍‌ ଉପରେ ଆକ୍ରମଣ କରି ସେ ଅଧିକ କିଛି ହାସଲ କରିପାରିବ ନାହିଁ। ଏଥିପାଇଁ ଚୀନ୍‌ 'ଆର୍ଟ ଅଫ୍‌ ୱାର୍‌' ରଣନୀତି ଆପଣାଇଛି। ବିନା ଯୁଦ୍ଧରେ ତାଇୱାନ୍‌କୁ ହାସଲ କରିବାକୁ ଉଦ୍ୟମ ଚଳାଇଛି ଡ୍ରାଗନ୍‌।

'ଆର୍ଟ ଅଫ୍‌ ୱାର୍‌' ରଣନୀତି କ'ଣ?

ବାସ୍ତବରେ ‘ଆର୍ଟ ଅଫ୍ ୱାର୍’ ହେଉଛି ସୁନ୍‌ ଝୁଙ୍କର ଏକ ସିଦ୍ଧାନ୍ତ। ଯାହାକୁ ଚାଇନାର ସାମରିକ ରଣନୀତିଜ୍ଞ ବୋଲି କୁହାଯାଏ । ୫୦୦ ଖ୍ରୀଷ୍ଟପୂର୍ବ ତଳେ ସେ ଏହି ନାଁରେ ଏକ ପୁସ୍ତକ ଲେଖିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଶତ୍ରୁ ସହିତ ମୁକାବିଲା କରିବା ପାଇଁ ଆମକୁ ଏତେ ପ୍ରସ୍ତୁତ ହେବା ଉଚିତ ଯେପରି ଆମକୁ ଯୁଦ୍ଧ କରିବାକୁ ପଡିବ ନାହିଁ। ଏହାର ଅର୍ଥ ପ୍ରତିପକ୍ଷ ଉପରେ ଏତେ ଚାପ ପକାଇବା ଏବଂ ତାଙ୍କୁ ଘେରି ରହିବା ଯେ, ଶେଷରେ ସେ ଯେପରି ଭାଙ୍ଗିପଡିବ ଓ  ନିଜକୁ ଆତ୍ମସମର୍ପଣ କରିବେ।

ଚାଇନାର ଯୁଦ୍ଧ ରଣନୀତିରେ ଏହି 'ଆର୍ଟ ଅଫ୍ ୱାର୍'ର ଛାପ ସବୁବେଳେ ଦୃଶ୍ୟମାନ ହୋଇଆସୁଛି। ଭାରତ ସହିତ ଡୋକଲାମ, ଲଦାଖ ପରି ଅଞ୍ଚଳରେ ସୀମା ଅତିକ୍ରମଣ କରି ମାସ ମାସ ଧରି ଅଶାନ୍ତ ପରିସ୍ଥିତି ବଜାୟ ରଖିବା ଓ ଚାପ ପାଇବାକୁ ଚେଷ୍ଟା କରିବା ମଧ୍ୟ ଏଭଳି ରଣନୀତିର ଏକ ଅଂଶ।

ଚୀନ୍ ଏବଂ ତାଇୱାନର ସମ୍ପର୍କକୁ ବୁଝୁଥିବା ବିଶେଷଜ୍ଞମାନେ କୁହନ୍ତି, ଯେ ଡ୍ରାଗନ୍ ପୁଣିଥରେ ସମାନ ରଣନୀତି ଆପଣାଇ ପାରେ। ବର୍ତ୍ତମାନ ତାଇୱାନ୍‌ ଉପରେ ଆମେରିକାର ହାତ ଅଛି। ଯଦି ଯୁଦ୍ଧ ହୁଏ ତେବେ ଚୀନ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇପାରେ ଆମେରିକା। ସେଥିପାଇଁ ଚାଇନା ତାଇୱାନ ଏବଂ ଆମେରିକାକୁ ଧମକ ଦେବା ଜାରି ରଖିପାରେ, କିନ୍ତୁ ଆକ୍ରମଣ କରିବ ନାହିଁ। ଏହା ବ୍ୟତୀତ ଆମେରିକା ସେନା ତୁଳନାରେ ଚୀନ୍ ମଧ୍ୟ ବହୁ ପଛରେ ଅଛି। ଏଭଳି ପରିସ୍ଥିତିରେ ଚୀନ୍ କିଛି ଦଶନ୍ଧି ଧରି ଦ୍ରୁତ ଗତିରେ ନିଜର ଅର୍ଥନୈତିକ ଏବଂ ସାମରିକ ଶକ୍ତି ବୃଦ୍ଧି କରିବ ବୋଲି ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story