‍ଭାରତରେ ସଂକ୍ରମଣ ବଢ଼ୁଛି, କିନ୍ତୁ ୟୁରୋପ ଓ ଆମେରିକା ତୁଳନାରେ ଭଲ ସ୍ଥିତିରେ ଅଛି

ନ୍ୟୁଜିଲ୍ୟାଣ୍ଡ, ଫ୍ରାନ୍ସ, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରିଟେନ ଭଲି ଦେଶ ଠାରୁ ଭାରତରେ ସଂକ୍ରମଣ ସଂଖ୍ୟା ବେଶ କମ। 

Corona PhotoTwitter

representational image

Hemant Lenka
  • Published: Sunday, 09 April 2023
  • Updated: 09 April 2023, 07:08 AM IST

Sports

Latest News

ବିଗତ କିଛି ସପ୍ତାହ ହେଲାଣି ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ହେଲେ ଆମେରିକା ଓ ୟୁରୋପ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ ରହିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସ୍ଥିତି ଆଦୌ ଚିନ୍ତାଜନକ ନାହିଁ। ନ୍ୟୁଜିଲ୍ୟାଣ୍ଡ, ଫ୍ରାନ୍ସ, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରିଟେନ ଭଲି ଦେଶ ଠାରୁ ଭାରତରେ ସଂକ୍ରମଣ ସଂଖ୍ୟା ବେଶ କମ। 

ଭାରତରେ ପ୍ରତି ୧ ମିଲିନୟ ଅର୍ଥାତ ୧୦ ଲକ୍ଷ ଲୋକରେ ମାତ୍ର ୨ ଜଣ କରୋନାରେ ସଂକ୍ରମିତ ହେଉଛି। ହେଲେ ଆମେରିକା ଓ ୟୁରୋପରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏପ୍ରିଲ ୬ ସୁଦ୍ଧା ourworldindata.orgର ତଥ୍ୟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ପ୍ରତି ୧୦ ଲକ୍ଷ ଲୋକରେ ୨୯୩ ଜଣ କରୋନାରେ ସଂକ୍ରମିତ ହେଉଥିବା ବେଳେ ଫ୍ରାନ୍ସରେ ୧୨୬, ଦକ୍ଷିଣ କୋରିଆରେ ୧୬୩, ବ୍ରିଟେନରେ ୪୬ ଓ ଆମେରିକାରେ ଏହି ସଂଖ୍ୟା ୭୫ ରହିଛି। ଏହାକୁ ଦେଖିଲେ ଭାରତର ସ୍ଥିତି ସବୁଠାରୁ ଭଲ ଥିବା କୁହାଯାଇ ପାରେ।

Also Read

କୋକିଲାବେନ ଅମ୍ବାନୀ ହସ୍ପିଟାଲର ଡାକ୍ତର ତନୁ ସିଙ୍ଘଲ କହିଛନ୍ତି, “ଆମେ ବର୍ତ୍ତମାନ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ପାଉଛେ। ହସ୍ପିଟାଲରେ ମଧ୍ୟ ଲୋକମାନେ ଭର୍ତ୍ତି ହେଉଛନ୍ତି। କିନ୍ତୁ ସଂଖ୍ୟାକୁ ଦେଖିଲେ, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ।” କିନ୍ତୁ ତାଙ୍କ ମତରେ ସଂଖ୍ୟା କମ ଆସିବା ପଛରେ ଟେଷ୍ଟିଂର ଭୂମିକା ମଧ୍ୟ ରହିଛି। ଏବେ ଭାରତରେ ଅପେକ୍ଷାକୃତ କମ ଟେଷ୍ଟିଂ ହେଉଛି। ସମ୍ଭବତଃ ଏହି କାରଣ ପାଇଁ ସଂଖ୍ୟା ମଧ୍ୟ କମ ଆସୁଥାଇ ପାରେ ବୋଲି ସେ ମତ ରଖିଛନ୍ତି।

ଲୋକମାନେ ଏବେ ନିଜ ଆଡ଼ୁ ଟେଷ୍ଟ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଯେଉଁମାନେ ଟେଷ୍ଟ କରୁଛନ୍ତି, ସେମାନଙ୍କ ଶରୀରରେ ମଧ୍ୟମ ଧରଣର ଲକ୍ଷ୍ୟଣ ଦେଖାଯାଉଛି। ତେଣୁ ପୂର୍ବଭଳି ଟେଷ୍ଟିଂ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ଡାକ୍ତର ରାହୁଲ ପଣ୍ଡିତ କହିଛନ୍ତି। ବିଭିନ୍ନ ରାଜ୍ୟରେ ଟେଷ୍ଟିଂ କମ ହେଉଥିବାରୁ କେନ୍ଦ୍ର ସରକାର ଏହାର ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି। ବିଶେଷ କରି ରାପିଡ ଆଣ୍ଟିଜେନ ଟେଷ୍ଟ ବଦଳରେ ଆରଟିପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞଙ୍କ ମତରେ ଏବେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ଆତଙ୍କିତ ହେଉଛନ୍ତି। ଏହାର କାରଣ ହେଲା କରୋନା ଏକପ୍ରକାରର ଚାଲି ଯାଇଥିବା ସେମାନେ ଭାବୁଥିଲେ। ପୂର୍ବରୁ ଅନେକ ଦେଶରେ କରୋନା ସଂକ୍ରମଣ ରେକର୍ଡ କରାଯାଉଥିବା ବେଳେ ଭାରତରେ ବହୁତ କମ ଲୋକ ଆକ୍ରାନ୍ତ ହେଉଥିଲେ।

୨୦୨୨ ଜୁଲାଇ ସ୍ଥିତିକୁ ଦେଖିଲେ ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ଅଧିକ ଲୋକ ସଂକ୍ରମିତ ହେଉଥିଲେ। କିନ୍ତୁ ଲୋକମାନେ ଅଧିକ ଅସୁସ୍ଥ ହେଉ ନଥିଲେ କିମ୍ବା ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ି ନଥିଲା। ଏହି କାରଣରୁ ଲୋକମାନେ କରୋନାର ଭୟକୁ ଏକପ୍ରକାରର ଭୁଲି ଯାଇଥିଲେ। କିନ୍ତୁ ଏବେ ହଠାତ୍‌ ସଂକ୍ରମଣ ବଢ଼ିବାରୁ ଲୋକମାନେ ଆତଙ୍କିତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story