Advertisment

ସୁପ୍ରିମକୋର୍ଟ କହିଲେ: ଦୁଃଖ ଲାଗୁଛି, କେହି ବି ଖାତିର କରୁନାହାନ୍ତି

ଆପ୍‌ ଶାସିତ ଦିଲ୍ଲୀ ସରକାର ଓ କେନ୍ଦ୍ର ନିଯୁକ୍ତ ଉପ ରାଜ୍ୟପାଳ ବିଜୁଳି କମିଶନର ଅଧ୍ୟକ୍ଷ ପଦ ପାଇଁ ଜଣଙ୍କ ନାଁ ଉପରେ ସହମତି ହୋଇ ପାରି ନଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ଦିଲ୍ଲୀ ବିଜୁଳି ପ୍ରାଧିକରଣ କମିଶନ(DERC)ର ମୁଖ୍ୟ ପଦକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଚାଲିଛି।

author-image
Hemant Lenka
AAP

AAP

ଦିଲ୍ଲୀର ପ୍ରଶାସନିକ ଅଧ୍ୟାଦେଶ ଓ ସହରର ବଜୁଳି କମିଶନ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଓ ସ୍ଥାନୀୟ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ବଡ଼ ବୟାନ ଦେଇଉଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଶୁଣାଣି କରିବେ। ସେହିପରି ବିଜୁଳି କମିଶନ ମୁଖ୍ୟଙ୍କ ନିଯୁକ୍ତି ଉପରେ ନିଜେ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେବେ ବୋଲି ଆଜି କହିଛନ୍ତି।

Advertisment

ଆପ୍‌ ଶାସିତ ଦିଲ୍ଲୀ ସରକାର ଓ କେନ୍ଦ୍ର ନିଯୁକ୍ତ ଉପ ରାଜ୍ୟପାଳ ବିଜୁଳି କମିଶନର ଅଧ୍ୟକ୍ଷ ପଦ ପାଇଁ ଜଣଙ୍କ ନାଁ ଉପରେ ସହମତି ହୋଇ ପାରି ନଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ଦିଲ୍ଲୀ ବିଜୁଳି ପ୍ରାଧିକରଣ କମିଶନ(DERC)ର ମୁଖ୍ୟ ପଦକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଚାଲିଛି।

ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆପ୍‌ ସରକାର ଓ ଉପ ରାଜ୍ୟପାଳଙ୍କୁ ମିଳିତ ଭାବେ ଗୋଟିଏ ନାଁ ଉପରେ ସହମତି ପ୍ରକାଶ କରିବାକୁ କହିଥିଲେ। କିନ୍ତୁ ଏହା ବିଫଳ ହେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି, “ବହୁତ ଦୁଃଖ ଲାଗୁଛି। ପ୍ରତିଷ୍ଠାନ ପ୍ରତି କାହାର ବି ଖାତିର ନାହିଁ। ଆମେ ନିଜେ ନିଯୁକ୍ତି ଉପରେ ନିଷ୍ପତ୍ତି ନେବୁ।”

Advertisment

ଉପ ରାଜ୍ୟପାଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଯେ ରାଷ୍ଟ୍ରପତି DERC ଅଧ୍ୟକ୍ଷଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। କୋର୍ଟ ଏବେ ଏହା ଉପରେ ରୋକ ଲଗାନ୍ତୁ ନଚେତ ଅଧ୍ୟକ୍ଷଙ୍କୁ କାମ କରିବାକୁ ଅନୁମତି ଦିଅନ୍ତୁ।

ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବଳରେ ନିଯୁକ୍ତି ହୋଇଛି। ଅଧ୍ୟାଦେଶ ହିଁ ପ୍ରଶ୍ନ ଘେରରେ ରହିଛି। ତେଣୁ ଏହି ନିଯୁକ୍ତି ଗ୍ରହଣନୀୟ ନୁହେଁ। 

ଏକଥା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଥିଲେ ଯେ “ଅଧ୍ୟାଦେଶର ବୈଧତା ସାମ୍ବିଧାନିକ ଖଣ୍ଡପୀଠ କରିବେ। ଏହା ମାସେ କି ୨ ମାସ ଲାଗିବ। ଏତେ ଦିନ ଯାଏ DERC କେମିତି କାମ କରିବ ନାହିଁ?”

କୋର୍ଟ ଗୋଟିଏ ହାଡ ହକ୍‌ ନିଯୁକ୍ତି ଓ ପ୍ରାଧିକରଣ ମୁଖ୍ୟଙ୍କ ନାଁ ବାଛିବା ପାଇଁ ସମ୍ଭାବ୍ୟ ତାଲିକା ସଂକ୍ରାନ୍ତରେ ହୋଇଥିବା ଯୁକ୍ତିକୁ ବି ଶୁଣିଥିଲେ। ପ୍ରଧାନ ବିଚାରପତି ଏହା ଶୁଣି ସମସ୍ତ ଓକିଲ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ସଲିସିଟର ଜେନେରା ତୁଷାର ମେହେଟାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ।

ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି, “ଆମେ ନିଜ ଆଡ଼ୁ ନିଷ୍ପତ୍ତି ନେବୁ। ଆମେ କୌଣସି ପ୍ରକାରର ତାଲିକା ଦେଖିବୁ ନାହିଁ। ଏହାର ଶୁଣାଣି ଅଗଷ୍ଟ ୪ରେ ହେବ।”

DERC ମୁଖ୍ୟ ଭାବେ ସୁପ୍ରିମକୋର୍ଟ ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତି ଦେଇପାରନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ କିଛି ବିଚାରପତିଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସଙ୍କେତ ଦେଇଛନ୍ତି।

Delhi Supreme Court