Advertisment

ସାଇକେଲରୁ ଆରମ୍ଭ ହୋଇଥିଲା ‘ସାହାରା ଶ୍ରୀ’ଙ୍କ ସଫର; ଛିଡ଼ା କରାଇଥିଲେ ସାମ୍ରାଜ୍ୟ

କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା । ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ଜୀବନ ଯେତେ ସଫଳ ସେତେ ବିବାଦୀୟ ମଧ୍ୟ ।

author-image
Niharika Rout
ଅଦ୍ୟତନ ହୋଇଛି
Subrat Roy

Subrat Roy

ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନିା ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା । କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା । ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଜୀବନ ଯେତେ ସଫଳ ସେତେ ବିବାଦୀୟ ମଧ୍ୟ ।

Advertisment

ସାଇକେଲରୁ ଆରମ୍ଭ ହୋଇଥିଲା ସାହାରାର ସଫର । ୧୦ ଜୁନ୍ ୧୯୪୮ରେ ବିହାର ଆରାରିଆରେ ଜନ୍ମ ହୋଇଥିବା ସୁବ୍ରତ ତ୍ତରପ୍ରଦେଶ ଗୋରଖପୁରରୁ ଆରମ୍ଭ କରିଥିଲେ ନିଜ ଚିଟ୍ ଫଣ୍ଡ ସଂସ୍ଥାର ପରିକଳ୍ପନା । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବା ଓ ତାକୁ ନିବେଶ କରି ଡବଲ୍ କରିବାର ସ୍ୱପ୍ନ ଦେଖାଇଥିଲେ ଆଉ ପୂରଣ ବି କରିଥିଲୋ

ଶ୍ରମିକଙ୍କଠୁ ମାତ୍ର ଦୁଇ ଟଙ୍କା କରି ଆଦାୟ କରୁଥିବା କମ୍ପାନି ଦିନେ ଦେଶର ସବୁଠୁ ବଡ଼ ଘରୋଇ କମ୍ପାନି ପାଲଟି ଯାଇଥିଲା । ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ସାହାରା ଦେଇଥିଲା ।

Advertisment

ଚିଟ୍ ଫଣ୍ଡରୁ ବୀମା, କ୍ରୀଡ଼ା, ଏୟାରଲାଇନସ୍, ହୋଟେଲ, ବିୟୁଟି ପ୍ରଡକ୍ଟ, ଗଣମାଧ୍ୟମ ସଂସ୍ଥା, କହିବାକୁ ଗଲେ ସବୁ ଶିଳ୍ପରେ ପ୍ରବେଶ କରିଥିଲା ସାହାରା। ସାହାରାର କର୍ମଚାରୀଙ୍କ ପାଇଁ ଥିଲା ସ୍ବତନ୍ତ୍ର ୟୁନିଫର୍ମ, ଆଉ ସେମାନେ ସୁବ୍ରତଙ୍କୁ ‘ସାହରା ଶ୍ରୀ’ ଭାବେ ସମ୍ବୋଧନ କରୁଥିଲୋ ବଡ଼ ରାଜନେତା, କ୍ରୀଡ଼ାବିତ, ଫିଲ୍ମ ଷ୍ଟାରଙ୍କ ସହ ଥିଲା ସୁବ୍ରତଙ୍କ ଅତି ଘନିଷ୍ଠତା।

କିନ୍ତୁ ୨୦୧୨ରୁ ସୁବ୍ରତ ରୟଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା । ବେଆଇନ ଅର୍ଥ କାରବାର, ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା SEBI । ଏପରିକି SEBI ତଦନ୍ତ ବେଳେ ୧୨୮ଟି ଟ୍ରକରେ ଭର୍ତ୍ତି ଡକ୍ୟୁମେଣ୍ଟ ଆଣି ଚର୍ଚ୍ଚାକୁ ଆସିଥିଲେ ସୁବ୍ରତ ରୟ ।

ଆଇନ ଜାଲରେ ଛନ୍ଦି ହେବା ପରେ ସାହାରାର ପ୍ରାୟ ସବୁ ବ୍ୟବସାୟ ବନ୍ଦ ହୋଇସାରିଛିା ସୁବ୍ରତ ରୟ ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗ ପରେ ଗିରଫ ହୋଇ ତିହାର ଜେଲ ବି ଯାଇଛନ୍ତି । ସାହାରା ଚିଟ୍ ଫଣ୍ଡର ପଇସା ଫେରି ପାଇବା ପାଇଁ କେନ୍ଦ୍ର ସରକାର କିଛି ମାସ ତଳେ ରିଫଣ୍ଡ୍ ୱେବସାଇଟ୍ ଆରମ୍ଭ କରିଥିଲେ । ଏବେ ତାଙ୍କ ଦେହାନ୍ତ ପରେ ଏ ପ୍ରକ୍ରିୟା କିପରି ପରିଚାଳନା ହେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

Delhi Sahara