ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ କୂଳରେ ଲାଗିଛି ବିଶାଳ ଶକ୍ତି କୁଣ୍ଡ। ଶିବ ଲିଙ୍ଗକୁ ଘେରି ରହୁଥିବା ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା ତାହାକୁ ନେଇ ଅଲୋଚନା ଆରମ୍ଭ ହୋଇଛି। ତେଣେ ପୁରୀ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଉଦ୍ଧାର କରି ସଂରକ୍ଷିତ କରାଯାଇଛି। ଏହା କେତେ ପୁରୁଣା ଓ କେଉଁଠୁ ଆସିଲା ତାହା ଜାଣିବାକୁ ସର୍ଭେ କରାଯିବ ବୋଲି ସଂସ୍କୃତି ଅଧିକାରୀ କହିଛନ୍ତି।
ଗତକାଲି ଲାଇଟ ହାଉସ ବେଳାଭୂମିରେ ଏହି ଶକ୍ତି କୁଣ୍ଡ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ବଢ଼ିବା ପରେ ଖବର ପାଇ ପ୍ରଶାସନ ପଦେକ୍ଷପ ନେଇଥିଲା। ଏହା ଗଙ୍ଗ ବଂଶ ସମୟ ଠାରୁ ଆହୁରି ପୁରୁଣା ହୋଇଥିବା ଅନୁମାନ କରାଯାଉଛି। ସୂଚନା ଥାଉକି, ନିକଟ ଅତୀତରେ ଯାଇଥିବା ବାତ୍ୟାରେ ଏକ ସ୍ୱର୍ଣ୍ଣ ରଥ ବିଶାଖାପାଟନମରେ ଲାଗିଥିଲା। ଯାହା ଉପରେ ବ୍ୟାପକ ସର୍ଭେ ହୋଇଥିଲା। ତେଣୁ ଏହା ଉପରେ ପ୍ରତ୍ନତତ୍ୱ ବିଭାଗର ପରୀକ୍ଷଣର ଆବଶ୍ୟକତା ରହିଥିବା ପ୍ରଶାସନ ନିକଟରେ ବିଭିନ୍ନ ବୁଦ୍ଧିଜୀବୀ ମତ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।