ପିକଅପରେ ୧୫ କ୍ୱିଣ୍ଟାଲ ଭାଙ୍ଗ ଯାଉଥିଲା ପୁରୀ

ବ୍ରହ୍ମପୁର(ମନୋଜ ମୁନୀ): ଭାଙ୍ଗ ବସ୍ତାରେ ପୂରିଥିଲା ପିକଅପ ଡାଲା ଭିତର। ଗଜପତି ମୋହନାରୁ ପୁରୀକୁ ଏହି ବୃହତ ପରିମାଣର ଭାଙ୍ଗ ଚୋରାଚାଲାଣ ହେଉଥିଲା। ହେଲେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଅଧିକାରୀ ଏହି ଗାଡ଼ିକୁ ଜବତ କରିଛନ୍ତି। ଜବତ ଭାଙ୍ଗର ପରିମାଣ ୧୫ କ୍ୱିଣ୍ଟାଲରୁ ଅଧିକ ହେବ। ଗାଡ଼ିରେ ଭାଙ୍ଗ ବୋଝେଇ କରି ନେଇ ଯାଉଥିବା ୨ ଜଣଙ୍କୁ ଅଟକ ରଖଯାଇଛି। ଫଳରେ ଭାଙ୍ଗ ମାଫିଆଙ୍କ ଏହି ଚୋରାଚାଲାଣ ମସୁଧା ଫେଲ […]

ganja-jabat

ganja-jabat

Niranjan Mishra
  • Published: Sunday, 22 May 2022
  • Updated: 22 May 2022, 04:26 PM IST

Sports

Latest News

ବ୍ରହ୍ମପୁର(ମନୋଜ ମୁନୀ): ଭାଙ୍ଗ ବସ୍ତାରେ ପୂରିଥିଲା ପିକଅପ ଡାଲା ଭିତର। ଗଜପତି ମୋହନାରୁ ପୁରୀକୁ ଏହି ବୃହତ ପରିମାଣର ଭାଙ୍ଗ ଚୋରାଚାଲାଣ ହେଉଥିଲା। ହେଲେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଅଧିକାରୀ ଏହି ଗାଡ଼ିକୁ ଜବତ କରିଛନ୍ତି। ଜବତ ଭାଙ୍ଗର ପରିମାଣ ୧୫ କ୍ୱିଣ୍ଟାଲରୁ ଅଧିକ ହେବ। ଗାଡ଼ିରେ ଭାଙ୍ଗ ବୋଝେଇ କରି ନେଇ ଯାଉଥିବା ୨ ଜଣଙ୍କୁ ଅଟକ ରଖଯାଇଛି। ଫଳରେ ଭାଙ୍ଗ ମାଫିଆଙ୍କ ଏହି ଚୋରାଚାଲାଣ ମସୁଧା ଫେଲ ମାରିଛି।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଦେଇ ଏହି ପିକଅପ ଭାଙ୍ଗ ଚୋରା ଚାଲାଣ ହେଉଥିଲା। ପାଲ ଘୋଡାଯାଇ ଏହି ଗାଡ଼ି ଆସୁଥିବା ନେଇ ସ୍ଥାନୀୟ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବଳମ୍ବ ନ କରି ଏହି ଭାଙ୍ଗକୁ ଜବତ କରିବା ଲାଗି ବ୍ରହ୍ମପୁର ଅବକାରୀ ବିଭାଗ ଏକ ପାଞ୍ଚ ଜଣିଆ ଟିମ ଗଠନ କରି ଚଢ଼ଉ କରାଯାଇଥିଲା। ଦିଗପହଣ୍ଡି ଓ ଆସ୍କା ଦୁଇ ପାର୍ଶ୍ୱରୁ ଏହି ଗାଡ଼ିକୁ ଧରିବାକୁ ଟିମ୍ ଜଗି ରହିଥିଲା। ଶେଷରେ କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପ ସମ୍ନାରୁ ଏହି ପିକଅପ ଭେନ ଜବତ କରିବାରେ ସଫଳ ହୋଇଥିଲା। ଏହି ଚୋରାଚାଲାଣରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ବ୍ରହ୍ମପୁର ଅବକାରୀ ଆରକ୍ଷୀ ନିରୀକ୍ଷକ ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos