ଆଦିବାସୀ ନାବାଳିକାକୁ ବଳାତ୍କାର:ଅଭିଯୁକ୍ତ ଗିରଫ

ଉମରକୋଟ(୧୪।୦୫): ଜଣେ ୧୨ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଡାବୁଗାଁ ପୋଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି। ଘଟଣାରୁ ପ୍ରକାଶ ,ଡାବୁଗାଁ ଥାନାର ମୁଣ୍ଡିଗୁଡା ଗ୍ରାମର ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀକୁ ଗତବର୍ଷ ଗଣେଷ ପୂଜା ଦିନ ସେହି ଗ୍ରାମର ଗୋବିନ୍ଦ ବିନ୍ଧାଣୀ ନାମକ ଜଣେ ଯୁବକ ରାସ୍ତାରୁ ଟେକି  ନେଇ ବଳାତ୍କାର କରିଥିଲା। ଗତ କିଛି ଦିନ ଧରି ଏହି ଯୁବକ ସଂପୃକ୍ତ ଛାତ୍ରୀଙ୍କୁ ବଳାତ୍କାର କରୁଥିବା ଏବଂ ଏସମ୍ପର୍କରେ  କାହାକୁ କିଛି ନ କହିବାକୁ ଧମକ ଦେଇଥିଲା। ହେଲେ ଛାତ୍ରୀଙ୍କ ମାଆ ଝିଅ ଗର୍ଭବତୀ ହୋଇଥିବାର ଜାଣିବା ପରେ ସେ ଘଟଣା ସଂପର୍କରେ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଜି ଡାବୁଗାଁ ପୋଲିସ୍ ଅଭିଯୁକ୍ତ ଗୋବିନ୍ଦ ବିନ୍ଧାଣୀକୁ ଗିରଫ କରିଛି।