ଜଗତସିଂହପୁର:ଜଗତସିଂହପୁର ଅଢ଼ଙ୍ଗଗଡରୁ ଆଜି ସନ୍ଧ୍ୟାରେ ମା ସୁଭଦ୍ରାଙ୍କ ଦାରୁ ଶଗଡି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ। ଦାରୁଛେଦନ ପରେ ଚଉପଟ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ।ଏପଟେ ଶଗଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତ ରାତିରେ ଦାରୁ ଶଗଡିର ପ୍ରତିଷ୍ଠା କରାଯାଇଛି।ଦିବ୍ୟଦାରୁଙ୍କ ଶଗଡିକୁ ଅଢ଼ଙ୍ଗଗଡରୁ କଟକ-ପାରାଦୀପ ରାଜ୍ୟ ରାଜପଥକୁ ଅଣାଯିବା ପରେ କଟକ-ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ନିଆଯିବ। ମିଳିଥିବା ସୂଚନା ଅନୁସାରେ ବଳଭ୍ରଦଙ୍କ ଶଗଡି ଯେଉଁ ବାଟ ଦେଇ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ସେହି ବାଟ ଦେଇ ସୁଭଦ୍ରାଙ୍କ ଶଗଡି ଯିବ।
ଅନ୍ୟପକ୍ଷରେ ରଘୁନାଥପୁର ଖରିପଡିଆରେ ଶ୍ରୀଜଗନ୍ନାଥଙ୍କ ଦିବ୍ୟଦାରୁଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ବଢିବାରରେ ଲାଗିଛି। ଦାରୁ ଛେଦନପୂର୍ବରୁ ସେଠାରେ ଶବରପଲ୍ଲୀ ଓ ଯଜ୍ଞମଣ୍ଡପ ଆଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ମହାଯଜ୍ଞ ଓ ଦାରୁ ଛେଦନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୯ କିମ୍ବା ୧୦ ତାରିଖରେ ଛେଦନ ପରେ ୧୮ ରୁ ୨୦ ତାରିଖ ସୁଦ୍ଧା ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଦାରୁ ପୁରୀ ପହଞ୍ଚିବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡି କାହାର: ପାଣ୍ଡିଆନ-ବବିଙ୍କ ପାଖରେ ଦଳୀୟ ପାଣ୍ଠି , ଆକ୍ସନ ନେବାକୁ ନବୀନ ଅକ୍ଷମ
ବିଜେଡି ଏବେ କାହାର ଓ କାହା ନିୟନ୍ତ୍ରଣରେ ଅଛି? ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ଆଭିମୁଖ୍ୟ ଓ ଅସହାୟତାକୁ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ ।

Politics
ବିଚରା ନବୀନ, ଅସହାୟତା ଜଳଜଳ: ପାଣ୍ଡିଆନଙ୍କ ପାଇଁ ମାମଲାତି କଲେ ୪ ସାଂସଦ, ଅସ୍ଥିରତା ପଛରେ ବବି
ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ।

Guest Column
ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାରେ ରହିଛି ଉତ୍କର୍ଷ ସମ୍ଭାବନା
୨୦୨୫-୨୬ ବଜେଟ ଅଧିବେଶନର ୨୫ଶ ଦିବସରେ ଦୀର୍ଘ ସାଢେ ୧୨ ଘଣ୍ଟାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହେବା ଯୁଗାନ୍ତକାରୀ। ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ସରଗରମ ଆଲୋଚନା କରାଗଲା। ଅପରାହ୍ନ ୪ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ଜୋରଦାର ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪ ପାରିତ ହେବା ଏକ ଭଲ ପଦକ୍ଷେପ।

Politics
ପାଣ୍ଡିଆନ ଚାହୁଁଛନ୍ତି କି ବିଜେଡି ବିଭାଜନ: ସୁଜାତାଙ୍କ ଏଣ୍ଟ୍ରି ପାଇଁ ‘ଡିଲ୍’ , ସସ୍ମିତ-ପ୍ରତାପ ମୋହରା
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସୁଚିନ୍ତିତ ଢଙ୍ଗରେ ସୁଜାତାଙ୍କୁ ଆଗକୁ ଆଣିବାର ବ୍ୟବସ୍ଥା ହୋଇଛି । ନବେ ଦଶକରେ ନବୀନଙ୍କ ରାଜନୀତିକ ଏଂଟ୍ରି ପାଇଁ ଯେଭଳି ‘ଡିଲ୍’ ହୋଇଥିଲା ଅନୁରୂପ ‘ଡିଲ୍’ ସୁଜାତାଙ୍କ ରାଜନୀତିକ ଏଂଟ୍ରି ନିମନ୍ତେ କରାଯାଇଥିବା ଚର୍ଚ୍ଚା ।

Guest Column
କ୍ରମଶଃ ବୟସ୍କ ଭୁବନେଶ୍ଵର
୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ଅଞ୍ଚଳର ଆନୁମାନିକ ଜନସଂଖ୍ୟା ପ୍ରାୟ ୧୨,୫୭,୦୦୦ ଥିଲା। ଏହି ତଥ୍ୟ ଆଧାରରେ, ଯଦି ଭୁବନେଶ୍ୱରରେ ବୟସ୍କ ଜନସଂଖ୍ୟା ରାଜ୍ୟ ଅନୁପାତ ସମାନ ଥାଏ (ପ୍ରାୟ ୧୩%), ତେବେ ଭୁବନେଶ୍ୱରର ବୃଦ୍ଧ ନାଗରିକଙ୍କ ସଂଖ୍ୟା ପ୍ରାୟ ୧,୬୩,୪୨୩ ହେବ ବୋଲି ଅନୁମାନ କରାଯାଏ। କେବଳ ଭୁବନେଶ୍ୱର ନୁହେଁ, ଅନେକ ସହର ଓ ଗ୍ରାମରେ ମଧ୍ୟ ଏହିପରି ସଙ୍କଟ ଦେଖା ଗଲାଣି।