ଦୋ'ଛକିରେ ବିଜେପି, ଇସ୍ତାହାର ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏବେ ରାଜ୍ୟର ଚାଷୀଙ୍କ ପରେ ତିନି ପ୍ରମୁଖ ରାଜନୀତିକ ଦଳ- ବିଜେଡି, ବିଜେପି ଓ  କଂଗ୍ରେସ୍‌ର ନଜର ରହିଛି। ଚାଷୀ ଭୋଟ ହାତେଇବାକୁ ୩ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରିଛି। କଂଗ୍ରେସ ଚାଷୀ ଋଣ ଛାଡ଼ରୁ ଆରମ୍ଭ କରି ଅନେକ ଲୋଭନୀୟ […]

farmer

farmer

Rakesh Mallick
  • Published: Sunday, 27 January 2019
  • Updated: 27 January 2019, 09:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏବେ ରାଜ୍ୟର ଚାଷୀଙ୍କ ପରେ ତିନି ପ୍ରମୁଖ ରାଜନୀତିକ ଦଳ- ବିଜେଡି, ବିଜେପି ଓ  କଂଗ୍ରେସ୍‌ର ନଜର ରହିଛି। ଚାଷୀ ଭୋଟ ହାତେଇବାକୁ ୩ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରିଛି। କଂଗ୍ରେସ ଚାଷୀ ଋଣ ଛାଡ଼ରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଛି। ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍‌ପି ୨୬ ଶହ ଟଙ୍କା କରିବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବିରରେ ହଇଚଇ ସୃଷ୍ଟି କରିଛନ୍ତି। ଏପରି ସ୍ଥିତିରେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରୁଥିବା ବିଜେପି କୃଷିଋଣ ଛାଡ଼କୁ ନେଇ ଦୋ'ଛକିରେ ରହିଛି।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା କଂଗ୍ରେସ୍। ତେଣୁ ଏଠି ବି ଏ ଫଣ୍ଡା କାମ କରିବ ବୋଲି ଆଶା ରଖିଛି। ଇସ୍ତାହାର ପ୍ରସ୍ତୁତ କରିବା ପୂର୍ବରୁ ଦଳ ଚାଷୀ ପାଇଁ ଅନେକ ପ୍ରତିଶ୍ରୁତି ଘୋଷଣା କରିସାରିଲାଣି। ଯେଉଁଥିରେ ଧାନରେ ୨୬ ଶହ ଟଙ୍କାର ଏମଏସପି ଦେବା କଥା ବି ଅଛି। ତେବେ ଏତିକିରେ ସରିନି କଂଗ୍ରେସର ଚାଷୀ କାର୍ଡ। ଆଉ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇଁ ଲୋକଙ୍କ ମତ ନେବାକୁ ନେତା ଏବେ ବୁଲୁଛନ୍ତି ଜିଲ୍ଲାରୁ ଜିଲ୍ଲା। ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ମତ ନେଇଛନ୍ତି। ଏହାସହ ଜନ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ସାଧାରଣ ସଭା କରି ଲୋକଙ୍କ ମତ ନେଇଛି ଦଳ।

ଏପଟେ  କୃଷିରୁଣ ଛାଡ଼ ପାଇଁ ପୂର୍ବରୁ ଘୋଷଣା କରିଥିବା ବିଜେପି କିନ୍ତୁ ଏବେ ଦୋ-ଛକିରେ ପଡ଼ିଛି। କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ସପକ୍ଷରେ ନାହାନ୍ତି। ଏପରି ସ୍ଥିତିରେ ରାଜ୍ୟ ବିଜେପି ନିଜ ଇସ୍ତାହାରରେ ଋଣ ଛାଡ଼ର ପ୍ରତିଶ୍ରୁତି ରଖିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ଆଜି ବସିଥିବା ଇସ୍ତାହାର କମିଟିର ଦ୍ୱିତୀୟ ବୈଠକରେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ୱେବସାଇଟ୍‌ ମାଧ୍ୟମରେ ଲୋକଙ୍କ ମତ ବି ନିଆଯାଉଛି।

ତେବେ କେନ୍ଦ୍ରୀୟ ନେତୃତ୍ୱ ନ ଚାହିଁଲେ, କୃଷିଋଣ ଛାଡ଼ ନେଇ ରାଜ୍ୟ ବିଜେପି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କହିଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ।

ସେପଟେ ଲଗାତାର ୪ ପାଳି ସରକାରରେ ରହିବା ପରେ ଏଥର ବି ଚାଷୀ ଭୋଟ୍ ହାତେଇବା ପାଇଁ ବିଜେଡି ନିର୍ବାଚନର ତିନିମାସ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଛି ବୋଲି କୁହାଯାଉଛି। ଯଦିଓ ଦଳ କୃଷିଋଣ ଛାଡ଼ ସପକ୍ଷରେ ନାହିଁ, ତଥାପି କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ଆଗୁଆ ଟଙ୍କା ବାଣ୍ଟି ଦଳ ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ପରି ପ୍ରମୁଖ ଦାବିରେ ରାଜ୍ୟରେ ଚାଷୀ ସଂଗଠନ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏହା ଭିତରେ ଚାଷୀଙ୍କୁ ଖୁସି କରିବା ପାଇଁ ସରକାରୀ ଦଳ ଦିଲ୍ଲୀରେ  ପ୍ରତିବାଦ ସଭା କରିଛି, ତଥାପି ଚାଷୀ ଅସନ୍ତୋଷ ଥମିନି। ଏବେ ପ୍ରଶ୍ନ: ଚାଷୀଙ୍କ ଅସନ୍ତୋଷ ପାଇଁ ହିନ୍ଦୀ ହାର୍ଟଲାଣ୍ଡରେ ବିଜେପି ଯେଉଁ ଦଶା ଭୋଗିଲା ଏଠି ତାର ପୁନରାବୃତ୍ତି ହେବନି ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story