ନରେନ୍ଦ୍ରରେ ଚାପ ଖେଳିଲେ, ଜଳକୁଣ୍ଡରେ ବିରାଜିଲେ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବାହାର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରୁ ମଣିବିମାନରେ ବସି ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମ, କୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ନରେନ୍ଦ୍ର ସରୋବର ନିକଟରେ ପହଞ୍ଚି ଥିଲେ। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଠାକୁରମାନେ ନୌକାରେ ବସି ଚାପ ଖେଳିଥିଲେ। ଚନ୍ଦନ ଚାପ ଦେଖିବାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା। ଶ୍ରୀମନ୍ଦିରରେ ଏହି ଦିନଟି ଆତି ମହତ୍ତ୍ୱପୂର୍ଣ୍ଣ। ଯଥା ଦେହେ ତଥା […]

chandna-jatra

chandna-jatra

Niranjan Mishra
  • Published: Tuesday, 03 May 2022
  • Updated: 03 May 2022, 07:25 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବାହାର ଚନ୍ଦନ ଯାତ୍ରା। ଶ୍ରୀମନ୍ଦିରରୁ ମଣିବିମାନରେ ବସି ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମ, କୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ନରେନ୍ଦ୍ର ସରୋବର ନିକଟରେ ପହଞ୍ଚି ଥିଲେ। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଠାକୁରମାନେ ନୌକାରେ ବସି ଚାପ ଖେଳିଥିଲେ। ଚନ୍ଦନ ଚାପ ଦେଖିବାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା।

ଶ୍ରୀମନ୍ଦିରରେ ଏହି ଦିନଟି ଆତି ମହତ୍ତ୍ୱପୂର୍ଣ୍ଣ। ଯଥା ଦେହେ ତଥା ଦେବେ ନ୍ୟାୟରେ ଶ୍ରୀବିଗ୍ରହମାନଙ୍କୁ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ନିମନ୍ତେ ଅକ୍ଷୟ ତୃତୀୟା ଠାରୁ ଉପଚାର ଆରମ୍ଭ ହୋଇଛି। ଚନ୍ଦନଲାଗି, ଆଲଟଲାଗି, ଚାମରଲାଗି, ପଣାଭୋଗ ଆଦି ୪୨ ଦିନ ପର୍ଯ୍ୟନ୍ତ କରାଯିବ। ଏହା ମଧ୍ୟରୁ ୨୧ ଦିନ ବାହାର ଚନ୍ଦନ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ଏହି ସମୟରେ ଚାପ ଖେଳିବା ନିମନ୍ତେ ନରେନ୍ଦ୍ରକୁ ଆସିଥାନ୍ତି। ପରବର୍ତ୍ତି ଶ୍ରୀମନ୍ଦିରେ ୨୧ ଦିନ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଚନ୍ଦନ ଯାତ୍ରା ନିମନ୍ତେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ପୂର୍ବ ରାତ୍ରରୁ ରୂପା ପିଙ୍ଗଣରେ ଭୋଗ ମଣ୍ଡପରେ ସୁବାସିତ, ସୁଶୀତଳ ଚନ୍ଦନକୁ ରଖାଯାଇଥିଲା। ସକାଳ ହେବାରୁ ଠାକୁରଙ୍କ ନିକଟରେ ସକାଳ ଧୂପ, ମଇଲମ ଏବଂ ମହାସ୍ନାନ ସରିବା ସହ ଘଣ୍ଟ, ଛତା, କାହାଳୀ ସହ ପଟୁଆର ବାହାରି ଥିଲା। ଯାହା ଶ୍ରୀମନ୍ଦିରକୁ ତିନିଥର ପରିକ୍ରମଣ କରିଥିଲା। ପରେ ପିଙ୍ଗଣଗୁଡ଼ିକୁ ରତ୍ନ ସିଂହାସନ ଉପରେ ସ୍ଥାପନ କରାଯାଇଥିଲା। ପୂଜାପଣ୍ଡା, ପୁଷ୍ପାଳକ ଓ ପତିମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ପରେ ମଲିଫୁଲ ପ୍ରଭୃତି ଲାଗି କରାଯାଇଥିଲା। ଶୀତଳ ଚନ୍ଦନ ଉପଚାର ସହ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନିମିତ୍ତ ୨୧ ଦିନ ଚନ୍ଦନ ସରୋବର ନରେନ୍ଦ୍ରକୁ ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ପ୍ରତିନିଧି ବିଗ୍ରହମାନଙ୍କ ଯାତ୍ରାରମ୍ଭ ହୋଇଥିଲା।

ସେଠାରେ ଜଳକ୍ରୀଡ଼ା ପରେ ବିଗ୍ରହମାନଙ୍କୁ ଜଳକୁଣ୍ଡରେ ନିମଜ୍ଜିତ କରାଯାଇଥିଲା। ସେଠାରେ ଦିନ ଚାପ ଓ ରାତ୍ରି ଚାପରେ ଜଳକ୍ରୀଡ଼ା ହୋଇଥିଲା। ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ଆଗକୁ ପ୍ରତିଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଜାତଭୋଗ ପରେ ଚଳନ୍ତି ପ୍ରତିମାମାନେ ଚନ୍ଦନଯାତ୍ରା ନିମନ୍ତେ ବାହାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story