କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କରାଇ ନଦେବାକୁ ଷଡ଼ଯନ୍ତ୍ର କରିଛନ୍ତି ମୁଖ୍ୟମନ୍ତ୍ରୀ : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ୪୧୫ କିଲୋମିଟର ଲମ୍ବ କୋଷ୍ଟାଲ ହାଇୱେ ନିର୍ମାଣକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି। ୯ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ନିର୍ମାଣ ହେଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ ସେହି ଆଶଙ୍କାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ର କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଯେତେଶୀଘ୍ର ରାଜ୍ୟ ସରକାର ଅନୁମତି ଦେବେ ସେତେ ଶୀଘ୍ର ଏହି ପ୍ରକଳ୍ପର କାମ ଆରମ୍ଭ ହେବ […]

COASTAL-HIGHWAY-PROJECT

COASTAL-HIGHWAY-PROJECT

Rakesh Mallick
  • Published: Tuesday, 22 January 2019
  • Updated: 22 January 2019, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ୪୧୫ କିଲୋମିଟର ଲମ୍ବ କୋଷ୍ଟାଲ ହାଇୱେ ନିର୍ମାଣକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି। ୯ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ନିର୍ମାଣ ହେଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ ସେହି ଆଶଙ୍କାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ର କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଯେତେଶୀଘ୍ର ରାଜ୍ୟ ସରକାର ଅନୁମତି ଦେବେ ସେତେ ଶୀଘ୍ର ଏହି ପ୍ରକଳ୍ପର କାମ ଆରମ୍ଭ ହେବ ବୋଲି ଶ୍ରୀ ପ୍ରଧାନ କହିବା ସହ  ରାଜ୍ୟର ବିକାଶ ପାଇଁ ଭାରତ ସରକାରଙ୍କୁ ସହଯୋଗ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦେଇଛନ୍ତି। ବିଗତ କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ୨୦ ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାସ୍ତା, ପେଟ୍ରୋଲିୟମ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରେଳ, ପାସପୋର୍ଟ ଏ ସବୁ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଓଡ଼ିଶାରେ କାମ ଆରମ୍ଭ କରାଯାଇଛି। ମାତ୍ର ଓଡ଼ିଶା ସରକାର ଈର୍ଷା ପରାୟଣ ହୋଇ ମୋଦି ସରକାରଙ୍କ କାମକୁ କରେଇ ଦେଉନାହାନ୍ତିା ଓଡ଼ିଶାର ବିକାଶ ନହେଉ ପଛେ, ଯୁବକଙ୍କୁ ରୋଜଗାର ନମିଳୁ ପଛେ, ଭାରତ ସରକାରଙ୍କ ଟଙ୍କା ଓଡ଼ିଶାରେ ଖର୍ଚ୍ଚ ନହେଉ ପଛେ ସେମାନେ କିନ୍ତୁ ମୋଦିଙ୍କ ଉପରେ ଈର୍ଷା କରିଚାଲିବେ, ଏପରି କିଛି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ପ୍ରତିବଦ୍ଧ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ରାଜ୍ୟ ସରକାର ଅସହଯୋଗ କରିବା ସହ କାର୍ଯ୍ୟରେ ବାଧା ଦେଉଛନ୍ତି। କଳାପାହାଡ଼ଙ୍କ ଷଡ଼ଯନ୍ତ୍ର ଦ୍ୱାରା ଚାପଗ୍ରସ୍ତ ହୋଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ କାର୍ଯ୍ୟରେ ବାଧା ଦେଉଛନ୍ତି। ଓଡ଼ିଶାର ଭିତ୍ତିଭୂମି, ଅର୍ଥନୈତିକ ବିକାଶ, ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଥିବା ବେଳେ ଏହି କାମର କାର୍ଯାନ୍ୱୟନରେ ରାଜ୍ୟ ସରକାର ବାଧକ ସାଜିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ପତ୍ରରେ ଓଡ଼ିଶା ଐତିହାସିକ ଦୃଷ୍ଟିରେ ଭିତ୍ତିଭିମି କ୍ଷେତ୍ରରେ ପଛରେ ଅଛି ବୋଲି ଉଲ୍ଲେଖ କରିଛନ୍ତି। ତେବେ ଓଡ଼ିଶାରେ କେବଳ ଭାଷଣବାଜି, କୁମ୍ଭୀର କାନ୍ଦଣା କାନ୍ଦିଲେ ଓଡ଼ିଶାର ଭିତ୍ତିଭୂମି ବଢିବ ନାହିଁ। ସେଥିପାଇଁ ଦାୟିତ୍ୱ ନେବା ସହ ଷଡ଼ଯନ୍ତ୍ର ଓ ଅପଚେଷ୍ଟା ନକଲେ ଓଡ଼ିଶାର ଭିତ୍ତିଭୂମି ଆଗେଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ୪୧୫ କିମି ଉପକୂଳ ରାସ୍ତାକୁ ଭାରତମାଳା ପ୍ରକଳ୍ପରେ ସାମିଲ କରି ୨୦୧୬ ମସିହାରେ ଭାରତ ସରକାରଙ୍କର ସଡ଼କ ପରିବହନ ମନ୍ତ୍ରଣାଳୟ  ତା’ର କାମ ଆରମ୍ଭ କଲା। ୨୦୧୬ ପ୍ରାରମ୍ଭରେ ଏଥିପାଇଁ କନ୍ସଲଟାଣ୍ଟ ନିଯୁକ୍ତି କରାଗଲା ଏବଂ ପ୍ରସ୍ତାବିତ ଆଲାଇନମେଣ୍ଟ ମଧ୍ୟ ତିଆରି କରାଗଲା। ସେହି ଆଲାଇନମେଣ୍ଟର ପ୍ରଥମ ବୈଠକ ଓଡିଶାର ତତ୍କାଳୀନ ଉନ୍ନୟନ କମିଶନରଙ୍କ ସହ ବସିଲା। ଭଦ୍ରକ, ବାଲେଶ୍ୱର ଜିଲ୍ଲପାଳ, ଚିଲିକା ଡେଭଲପମେଣ୍ଟ ଅଥରିଟି ଏବଂ ଭାରତ ସରକାରଙ୍କ କର୍ମଚାରୀଙ୍କ ସହ ଏହାର ପ୍ରାଥମିକ ପ୍ରେଜେଣ୍ଟେସନ ରାଜ୍ୟ ସରକାରଙ୍କ ଆଗରେ କରାଗଲା। ଏହି ପ୍ରସ୍ତାବିତ ଆଲାଇନମେଣ୍ଟକୁ ଉକ୍ତ ବୈଠକରେ ପ୍ରଶଂସା କରାଗଲା।

ଶ୍ରୀ ପ୍ରଧାନ କହିଛନ୍ତି ଏକ ଗେଜେଟ୍ ବା ଆକ୍ଟ ମାଧ୍ୟମରେ ଏହାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଗଲା। ଏହାବ୍ୟତୀତ ଏହାର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶରେ ୧୫ ଜଣ କମ୍ପିଟେଣ୍ଟ ଅଥରିଟିଙ୍କୁ ମଧ୍ୟ ନିଯୁକ୍ତ କରାଗଲା। ୨୦୧୭ ମସିହାରେ ଫିଲ୍ଡ ସ୍ତରରେ ଏହି କାମ ଚାଲିଲା। ୨୦୧୭ ମସିହା ତମାମ, ଏଡିଏମ ଗଞ୍ଜାମ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ତତ୍କାଳୀନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତିଙ୍କ ସହ ବିଭିନ୍ନ ସ୍ତରରେ ବୈଠକ ମଧ୍ୟ ବସିଲା।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ୨୦୧୮ ଏପ୍ରିଲ ୭ରେ ଭୁବନେଶ୍ୱରରେ ମୁଖ୍ୟ ସଚିବଙ୍କ ଉପସ୍ଥିତିରେ ସମସ୍ତ ତଥ୍ୟ ଉପସ୍ଥାପନ କରାଗଲା। ଓଡିଶାର ମୁଖ୍ୟ ସଚିବ ମଧ୍ୟ ଏହାକୁ ଏପ୍ରିଲ ୨୦୧୮ରେ ସହଯୋଗର ଦାୟିତ୍ୱ ନେବା ସହ ପ୍ରଶଂସା ମଧ୍ୟ କଲେ। ଭାରତ ସରକାର ମଧ୍ୟ ୨୦୧୮ ଜୁଲାଇ ୨୪ତାରିଖରେ ଏହାର ଚୂଡ଼ାନ୍ତ ଅନୁମୋଦନ ଦେଲେ। ରାଜ୍ୟ ସରକାରଙ୍କୁ ଉକ୍ତ ତଥ୍ୟ ବିଷୟରେ ଅବଗତ କରାଇଦିଆଗଲା। ଏବଂ ଏହି ପ୍ରକଳ୍ପ ଗୁଡିକ ପାଇଁ ଜମିଅଧିଗ୍ରହଣ, ଜଙ୍ଗଲ କ୍ଲିୟରାନ୍ସ, ସିଆରଜେଡ୍, ୟୁଟିଲିଟି ସିପିଙ୍ଗ ଆଦି ୪ଟି ସହାୟତା ରାଜ୍ୟ ସରକାରଙ୍କୁ ମଗାଗଲା। ଏନଏଚଏଆଇ ମଧ୍ୟ ଏକ ଚିଠି ଏଥିପାଇଁ ରାଜ୍ୟ ସରକାରଙ୍କୁ ଦେଲେ। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ହୋଇପାରିଲା ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ତେଣେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବା ସହ ତାଙ୍କ ଅଭିଯୋଗର ଉତ୍ତର ରଖିଛି ବିଜେଡି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଏଭଳି ଅଭିଯୋଗ ଠିକାଦାର ପ୍ରାୟୋଜିତ। ଓଡ଼ିଶା ସରକାର କୋଷ୍ଟାଲ ହାଇୱେ ନିର୍ମାଣ ଚାହୁଁଛନ୍ତି, ହେଲେ ପ୍ରକଳ୍ପ ନେଇ କେନ୍ଦ୍ର ରାଜ୍ୟକୁ ବିସ୍ତୃତ ତଥ୍ୟ ଦେଇନି କି ଆଲୋଚନା ବି କରିନି। ଆମେ ଚାହୁଁଛୁ ଉପକୂଳକୁ ଲାଗି ନୂଆ କରି ରାଜପଥ ନିର୍ମାଣ ହେଉ। ସେମାନେ ପୁରୁଣା ରାସ୍ତାକୁ ନୂଆ ଦେଖାଇବାକୁ  ଚେଷ୍ଟା କରୁଛନ୍ତି।  ଧର୍ମେନ୍ଦ୍ର ରାଜ୍ୟ ବିରୋଧରେ ମିଛ କହୁଛନ୍ତି, ସେ  ଅଭ୍ୟାସଗତ ମିଛୁଆ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story