ଧନୀ ମଠର ସନ୍ଥ ରାମାନୁଜଚାର୍ଯ୍ୟଙ୍କ ସୁନା ପ୍ରଭା ଚୋରି !

ପୁରୀ(ମଦୁସୂଦନ ମିଶ୍ର): ରାଜ୍ୟର ସବୁଠାରୁ ଧନୀ ମଠ ଏମାର ମଠର ପ୍ରତିଷ୍ଠାତା ତଥା ସନ୍ଥ ରାମାନୁଜଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ପଛରେ ରହୁଥିବା ସ୍ୱର୍ଣ୍ଣ ନିର୍ମିତ ମଙ୍ଗଳଗିରି ପ୍ରଭା ଚୋରି ହୋଇଯାଇଛି ! ଏହାକୁ ନେଇ ପୂଜକ ଓ ମଠ ଟ୍ରଷ୍ଟ ସଦସ୍ୟ କହିବା ପରେ ଚର୍ଚ୍ଚା ଜୋର ଧରିଛି। ତେଣେ ମଠ ଟ୍ରଷ୍ଟର ଅନ୍ୟଜଣେ ମୁଖିଆ ଏହା ପିତଳ ଥିବା କହିବା ପରେ ପ୍ରକୃତ କଥା କ’ଣ ତାହାକୁ  ଜାଣିବା ନିମନ୍ତେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ପ୍ରଭାଟି […]

Emara-Matha-prava

Emara-Matha-prava

Niranjan Mishra
  • Published: Friday, 06 May 2022
  • Updated: 06 May 2022, 09:09 PM IST

Sports

Latest News

ପୁରୀ(ମଦୁସୂଦନ ମିଶ୍ର): ରାଜ୍ୟର ସବୁଠାରୁ ଧନୀ ମଠ ଏମାର ମଠର ପ୍ରତିଷ୍ଠାତା ତଥା ସନ୍ଥ ରାମାନୁଜଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ପଛରେ ରହୁଥିବା ସ୍ୱର୍ଣ୍ଣ ନିର୍ମିତ ମଙ୍ଗଳଗିରି ପ୍ରଭା ଚୋରି ହୋଇଯାଇଛି ! ଏହାକୁ ନେଇ ପୂଜକ ଓ ମଠ ଟ୍ରଷ୍ଟ ସଦସ୍ୟ କହିବା ପରେ ଚର୍ଚ୍ଚା ଜୋର ଧରିଛି। ତେଣେ ମଠ ଟ୍ରଷ୍ଟର ଅନ୍ୟଜଣେ ମୁଖିଆ ଏହା ପିତଳ ଥିବା କହିବା ପରେ ପ୍ରକୃତ କଥା କ’ଣ ତାହାକୁ  ଜାଣିବା ନିମନ୍ତେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ପ୍ରଭାଟି ୧୦ ବର୍ଷ ତଳୁ ଚୋରି ହୋଇଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏମାର ମଠର ପୂଜକ ଦାମୋଦର ପାଣ୍ଡେ। ସେପଟେ ଏମାର ମଠର ପ୍ରଥମ ଟ୍ରଷ୍ଟବୋର୍ଡ ସଦସ୍ୟ ତଥା ପୂର୍ବତନ ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଜୟ ରାମାନୁଜ ଦାସ ମହାରାଜ ଗାଏବ ପ୍ରଭାଟି ସୁନାର ବୋଲି କହିଛନ୍ତି। ଯାହାକୁ ନେଇ ମଠ ପରିଚାଳନା ବ୍ୟବସ୍ଥା ଉପରେ ସନ୍ଦେହ ବଢ଼ିଛି।

ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଥିବା ବେଳେ ତାଙ୍କ ମୂର୍ତ୍ତି ସାମ୍ନାରେ ଥିବା ଏହି ପ୍ରଭାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏହା ସୁନାଭଳି ଦିଶୁଥିଲା, କିନ୍ତୁ ସୁନା ନଥିଲା। କାଠର ବେହରଣ ଉପରେ ସୁନେଲି ଜରିର ଛାଉଣୀ ଦିଆଯାଇଥିଲା।

ଏ କଥା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଏମାର ମଠରୁ ୫୨୨ଖଣ୍ଡ ରୁପା ଇଟା ଉଦ୍ଧାର ପରେ ଶେଷଥର ପାଇଁ ୨୦୧୨ ମସିହାରେ ସୁନାଛାଉଣୀ ପ୍ରଭା ଯୁକ୍ତ ଏଇଭଳି ସିଂହାସନରେ ରାମାନୁଜଙ୍କ ମୂର୍ତ୍ତି ବସାଇ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିବା କୁହାଯାଉଛି। ସେତେବଳର ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଜୟ ରାମାନୁଜ ଦାସ ବି କହିଛନ୍ତି ଏହା ସୁନାର ପ୍ରଭା ଥିଲା ବୋଲି ତାଙ୍କ ଧାରଣା।

ଏମାର ମଠର ପୂଜକ ଦାମୋଦର ପାଣ୍ଡେ କହିଛନ୍ତି ପ୍ରାୟ ୧୦-୧୧ ବର୍ଷ ତଳୁ କେହି ଦୁର୍ବୃତ୍ତ ପ୍ରଭା ରହୁଥିବା କୋଠରି ଭାଙ୍ଗି ତାହାକୁ ଚୋରି କରି ନେଇଯାଇଛି। ଏ ସଂପର୍କରେ ସେତେବେଳେ ସେ ମହନ୍ତ ମହାରାଜଙ୍କୁ ଜଣାଇଥିଲେ। ହେଲେ ଏହା ଗଲା ଗୁଆଡ଼େ ତାହାର ତଦନ୍ତ ହେବା ଆବଶ୍ୟକ।

ସେପଟେ ଅସଲ ପ୍ରଭା ଗାଏବ ସଂପର୍କରେ ବର୍ତ୍ତମାନ ଟ୍ରଷ୍ଟର ଅଧ୍ୟକ୍ଷ ନାରାୟଣ ରାମାନୁଜ ଦାସ ମହାରାଜଙ୍କ ପାଖରେ ବି ଖବର ନାହିଁ। ଏମିତିକି, ଦାୟିତ୍ୱ ହସ୍ତାନ୍ତର ବେଳେ ତାଙ୍କୁ ପ୍ରଭା ସଂପର୍କିତ ତାଲିକା ଦିଆଯାଇ ନଥିବା ଏବଂ କେବଳ କାଠର ପ୍ରଭାଟି ତାଙ୍କୁ ଦିଆଯାଇଥିବା ସେ କହିଛନ୍ତି। ସେହିପରି ଯେହେତୁ ସିଂହାସନଟି ପିତ୍ତଳର ଏବଂ ପୂର୍ବର ପ୍ରଭା ମଧ୍ୟ ସୁନା ନୁହେଁ, ତେଣୁ ପ୍ରଭା ପିତ୍ତଳ ଛାଉଣୀ ଥିବା ସେ ଅନୁମାନ କରି କହିଛନ୍ତି।

ତେଣୁ ଏଠି ପ୍ରଶ୍ନ ଉଠୁଛି ପିତ୍ତଳ ହେଉ କି ସୁନା ଛାଉଣୀ, ମଠ ପରିସରରୁ ସେ ପ୍ରଭା ଗଲା କୁଆଡ଼େ। ଯଦି ଚୋରି ହୋଇଛି ତାହାର ଖୋଜ ନେବାକୁ ପ୍ରଶାସନ ଚୁପ୍ ବସିଛି କାହିଁକି। ଏବାବଦରେ ସେ ସମୟରେ ଏତଲା ହୋଇଛି କି ନାହିଁ। ଯେଉଁ ସମୟରୁ ଏହା ଗାଏବ୍ ହୋଇଥିବା କୁହାଯାଉଛି, ସେ ସମୟରେ ମହନ୍ତ ମହାରାଜ ଦାୟିତ୍ୱରେ ଥିବା ମଠ ସୁନାରୁପା ସମ୍ପତ୍ତି ତାଲିକା ଯାଞ୍ଚ ହୋଇଛି କି ନାହିଁ। ଏ ରହସ୍ୟ ଉପରୁ କେବେ ପର୍ଦ୍ଦା ଉଠୁଛି ଓ ଦେବୋତ୍ତର କମିଶନ ଏନେଇ କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ସମସ୍ତ ନଜର ଆବଦ୍ଧ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story