ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଖରିବପଡିଆରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦାରୁଛେଦନ ହେବ। ଗତକାଲିଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞର ପୂର୍ଣ୍ଣହୁତି ପରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ହେବ। ମହାଯଜ୍ଞରେ ପୂର୍ଣ୍ଣାହୁତି ହେବା ପରେ ଦାରୁ ନିକଟରେ ସଂପନ୍ନ ହେବ କିଛି ଗୁପ୍ତପୂଜା। ଗୁପ୍ତପୂଜା ପରେ ଦାରୁଙ୍କୁ ପ୍ରଥମେ ସୁନା ଓ ରୁପା କୁରାଢ଼ି ସ୍ପର୍ଶ କରାଯିବ।ଏହାପରେ ମହାରଣା ସେବାୟତମାନେ ଲୁହା କୁରାଢ଼ି ଯୋଗେ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିବେ।
ଜଗନ୍ନାଥଙ୍କ ଦାରୁ ଭୂପତିତ ହେବା ପରେ ଚଉପଟ କରାଯିବ। ନୂଆ ଶଗଡି ନିର୍ମାଣ ପରେ ଦାରୁଙ୍କୁ ନେଇ ତାହା ପୁରୀ ଅଭିମୁଖେ ବାହାରିବ। ଗୁରୁବାର ଦିନ ଶ୍ରୀଜଗନ୍ନାଥଙ୍କ ଦାରୁରେ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା। ଏହି ସମୟରେ ହରିବୋଲ ଧ୍ୱନୀରେ ଫାଟି ପଡୁଥିଲା ଦାରୁସ୍ଥଳୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।