ବିଜେଡିର ୩୫୩ ଜଣିଆ ମହିଳା ଟିମ୍ , ୩ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଯୁବ ଓ ଛାତ୍ର ସଂଗଠନର ପୁର୍ନଗଠନ ପରେ ଆଜି ମହିଳା ସଂଗଠନର ପୁର୍ନଗଠନ ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ବିଜେଡିର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ୩ଜଣ ନେତ୍ରୀଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ମୋଟ ୩୫୩ ଜଣିଆ ଟିମ୍ ଗଠନ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ବିଜେଡିରେ ଅନେକ ନେତ୍ରୀଙ୍କୁ ଥଇଥାନ କରିବାକୁ ଉଦ୍ୟମ ହୋଇଛି । ଆଜି ଦଳ ପକ୍ଷରୁ ଜାରି ମହିଳା […]

bjd

bjd

Ordigital Desk
  • Published: Wednesday, 31 August 2022
  • Updated: 31 August 2022, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଯୁବ ଓ ଛାତ୍ର ସଂଗଠନର ପୁର୍ନଗଠନ ପରେ ଆଜି ମହିଳା ସଂଗଠନର ପୁର୍ନଗଠନ ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ବିଜେଡିର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ୩ଜଣ ନେତ୍ରୀଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ମୋଟ ୩୫୩ ଜଣିଆ ଟିମ୍ ଗଠନ ହୋଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ବିଜେଡିରେ ଅନେକ ନେତ୍ରୀଙ୍କୁ ଥଇଥାନ କରିବାକୁ ଉଦ୍ୟମ ହୋଇଛି ।

ଆଜି ଦଳ ପକ୍ଷରୁ ଜାରି ମହିଳା ବିଜେଡି ପୁର୍ନଗଠନ ତାଲିକା ଅନୁସାରେ, ଏହି ବିଶାଳକାୟ ଟିମରେ ୨୩ଜଣ ଉପଦେଷ୍ଟା, ୩ଜଣ କାର୍ଯ୍ୟକାରୀ ସଭାନେତ୍ରୀ, ଜଣେ ମହାସଚିବ, ୭ଟି ଜୋନ୍ ପାଇଁ ୧୩ଜଣ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ, ୧୬ଜଣ ବରିଷ୍ଠ ଉପସଭାନେତ୍ରୀ, ୪୫ଜଣ ଉପସଭାନେତ୍ରୀ, ୭୧ଜଣ ସାଧାରଣ ସମ୍ପାଦିକା, ୮୦ଜଣ ସମ୍ପାଦିକା, ୩୩ଜଣ ଯୁଗ୍ମ ସମ୍ପାଦିକା ଓ ୬୮ଜଣଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଏହାସହିତ ୩୪ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ମିଶାଇ ମୋଟ ୪୦ଜଣ ମହିଳାଙ୍କୁ ଥଇଥାନ କରାଯାଇଥିବାବେଳେ ଏହି ସଂଖ୍ୟା ୩୫୩ରୁ ୩୯୩କୁ ବୃଦ୍ଧି ପାଇବ ।

ତାଲିକା ଅନୁସାରେ , ଦଳର ୨୩ଜଣ ମହିଳା ବିଧାୟିକା ଓ ସାଂସଦଙ୍କୁ ମହିଳା ବିଜେଡିର ପରାମର୍ଶଦାତା ଭାବେ ଥଇଥାନ ହୋଇଛନ୍ତି । ସେହିପରି ୩ଜଣ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ବାଲେଶ୍ୱରର ସୁବାସିନୀ ଜେନା, ଯାଜପୁରର ସୁଲତା ଦେଓ ଓ ନବରଙ୍ଗପୁରର ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି । କସ୍ତୁରୀ ମହାପାତ୍ରଙ୍କୁ ମହିଳା ବିଜେଡିର ମହାସଚିବ ଭାବେ ପୁନର୍ବାର ଦାୟିତ୍ୱ ମିଳିଥିବାବେଳେ ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର, ଗଞ୍ଜାମ ଓ କୋରାପୁଟ ଜୋନ ମଧ୍ୟରୁ କେବଳ ଗଞ୍ଜାମ ଜୋନ୍ ପାଇଁ ସଭାନେତ୍ରୀ ଭାବେ ମମତା ବିଶୋୟୀଙ୍କୁ ଦାୟିତ୍ୱ ମିଳିଥିବାବେଳେ ଅନ୍ୟ ୬ଟି ଜୋନରେ ଉଭୟ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି । ଭୁବନେଶ୍ୱର ଜୋନ ସଭାନେତ୍ରୀ ଭାବେ ସଂଯୁକ୍ତା ମହଲ ଓ କାର୍ଯ୍ୟକାରୀ ସଭାନେତ୍ରୀ- ପୁଷ୍ପାଞ୍ଜଳି ରଣାଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ କଟକ ଜୋନର ସଭାନେତ୍ରୀ-ସୁଭଦ୍ରା ଦାସ, କାର୍ଯ୍ୟକାରୀ ସଭାନେତ୍ରୀ-ପ୍ରଭାସିନୀ ଷଡ଼ଙ୍ଗୀ, ବାଲେଶ୍ୱର ଜୋନ ସଭାନେତ୍ରୀ-ବୀଣାପାଣୀ ସାହୁ ଓ କାର୍ଯ୍ୟକାରୀ ସଭାନେତ୍ରୀ-ମୀନା ମାଝୀ,ସମ୍ବଲପୁର ଜୋନ ସଭାନେତ୍ରୀ-ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ-ସନ୍ଧ୍ୟାରାଣୀ ଲାକ୍ରା, ବଲାଙ୍ଗୀର ଜୋନ- କଲ୍ୟାଣୀ ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେ, କୋରାପୁଟ ଜୋନ ଲତା ରାୟ ଓ କାର୍ଯ୍ୟକାରୀ ସଭାନେତ୍ରୀ- ସୁକାନ୍ତ ବୁର୍ଦ୍ଦାଙ୍କୁ ଦାୟିତ୍ୱ ମିଳିଛି ।

୨୦୨୧ ମସିହା ଜୁନ୍ ମାସରେ ପୁନର୍ଗଠିତ ମହିଳା ବିଜେଡିରେ ସାମିଲ ଥିବା ଅଧିକାଂଶ କର୍ମକର୍ତ୍ତାଙ୍କୁ ଆଜିର ପୁର୍ନଗଠନ ତାଲିକାରେ ସ୍ଥାନ ମିଳିଛି । ତେବେ ମହିଳା ବିଜେଡିର ରାଜ୍ୟ ପରିଷଦ କମିଟିରେ ୬୮ଜଣଙ୍କୁ ସାମିଲ କରାଯାଇ ଅଧିକ ନେତ୍ରୀଙ୍କୁ ଥଇଥାନ ପାଇଁ ଉଦ୍ୟମ ହୋଇଛି । ତା’ଛଡ଼ା ଢେଙ୍କାନାଳ, ସମ୍ବଲପୁର, ମୟୂରଭଞ୍ଜ-୧,ମୟୂରଭଞ୍ଜ-୨, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ସଭାନେତ୍ରୀଙ୍କ ସହ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ଦଳର ଅନ୍ୟ ୨୮ଟି ସାଂଗଠନିକ ଜିଲ୍ଲାରେ କେବଳ ସଭାନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story