କେତେ ଉପରେ ଓଡ଼ିଶା ସ୍କୁଲ ଶିକ୍ଷାର ମାନ?

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶାର ସ୍କୁଲ ଶିକ୍ଷା ମାନ ସର୍ବଭାରତୀୟ ସ୍ତରରେ ସପ୍ତମ ସ୍ଥାନରେ ରହିଥିବା ନେଇ ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସ ତରଫରୁ ଏହି ବାର୍ତ୍ତା ପ୍ରେରଣ କରାଯାଇଛି। ଏଥିନେଇ ସେ ଗଣମାଧ୍ୟମ ଜରିଆରେ ନିଜର ଖୁସି ପ୍ରକାଶ କରିଛନ୍ତି ଓ ଖୁବଶୀଘ୍ର ଓଡ଼ିଶା ତିନି ନମ୍ବର ସ୍ଥାନକୁ ଉଠିବ ବୋଲି ମଧ୍ୟ ଆଶା ପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ଏହି ପ୍ରସଙ୍ଗଟି ଯେଭଳି ଭାବରେ ଉପସ୍ଥାପିତ ହୋଇଛି ସେଥିରୁ ବୁଝାପଡ଼ୁଛି ଯେମିତି […]

school

school

Debendra Prusty
  • Published: Tuesday, 01 October 2019
  • Updated: 01 October 2019, 03:03 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶାର ସ୍କୁଲ ଶିକ୍ଷା ମାନ ସର୍ବଭାରତୀୟ ସ୍ତରରେ ସପ୍ତମ ସ୍ଥାନରେ ରହିଥିବା ନେଇ ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସ ତରଫରୁ ଏହି ବାର୍ତ୍ତା ପ୍ରେରଣ କରାଯାଇଛି। ଏଥିନେଇ ସେ ଗଣମାଧ୍ୟମ ଜରିଆରେ ନିଜର ଖୁସି ପ୍ରକାଶ କରିଛନ୍ତି ଓ ଖୁବଶୀଘ୍ର ଓଡ଼ିଶା ତିନି ନମ୍ବର ସ୍ଥାନକୁ ଉଠିବ ବୋଲି ମଧ୍ୟ ଆଶା ପ୍ରକାଶ କରିଛନ୍ତି। ଗଣମାଧ୍ୟମରେ ଏହି ପ୍ରସଙ୍ଗଟି ଯେଭଳି ଭାବରେ ଉପସ୍ଥାପିତ ହୋଇଛି ସେଥିରୁ ବୁଝାପଡ଼ୁଛି ଯେମିତି ଓଡ଼ିଶାରେ ସ୍କୁଲ ଶିକ୍ଷାର ମାନ ଅତ୍ୟନ୍ତ ଉଚ୍ଚକୋଟିର, ସର୍ବଭାରତୀୟ ସ୍ତରରେ ଓଡ଼ିଆ ସ୍କୁଲ ପିଲାଙ୍କ ମେଧା ମଧ୍ୟ ଉଚ୍ଚରେ।

ଯୋଜନା କମିଶନଙ୍କୁ ଲୋପ କରି କେନ୍ଦ୍ରର ମୋଦି ସରକାର ଗଠନ କରିଥିବା ନେସନାଲ ଇନିସିଏଟିଭ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନୀତି ଆୟୋଗର ଅମଲାତନ୍ତ୍ର ସ୍ତରରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ନେଇ ଓଡ଼ିଶା ଶାସନ ଓ ପ୍ରଶାସନ ସହିତ ଜଡ଼ିତ ଲୋକମାନେ ଆନନ୍ଦ ପ୍ରକାଶ କରିବା ସ୍ୱାଭାବିକ। କାରଣ ଏହା ସେମାନଙ୍କ ପାଇଁ ଏକ ସାର୍ଟିଫିକେଟ ସଦୃଶ କାମ ଦେଇଛି। ଆଉ ଏହାକୁ ପ୍ରଚାର କରି ଓଡ଼ିଆ ଗଣମାଧ୍ୟମ ରାଜ୍ୟବାସୀଙ୍କର କିଛି ସେବା କରୁ କି ନକରୁ ରାଜ୍ୟ ସରକାରଙ୍କର କିଂଚିତ ସେବା କରିବାର ଆନନ୍ଦ ଉପଲବ୍ଧ କରିଛି।

କିନ୍ତୁ, ସତରେ କ’ଣ ଓଡ଼ିଶାର ସ୍କୁଲ ଶିକ୍ଷାର ମାନରେ ଉନ୍ନତି ଘଟିଛି? ନୀତି ଆୟୋଗର ସ୍କୁଲ ଶିକ୍ଷା ମାନ ସୂଚକାଙ୍କ ୨୦୧୬-୧୭ ଅନୁସାରେ ଓଡ଼ିଶା ଦେଶର ବଡ଼ ରାଜ୍ୟଙ୍କ ମଧ୍ୟରେ ୨୦୧୫-୧୬ର ତ୍ରୟୋଦଶ ସ୍ଥାନରୁ ଉପରକୁ ଉଠି ସପ୍ତମ ସ୍ଥାନ ଅଧିକାର କରିଛି। ୨୦୧୫-୧୬ ବର୍ଷରେ ଓଡ଼ିଶା ମୋଟାମୋଟି ୪୭.୮ ପ୍ରତିଶତ ମାର୍କ ରଖି ତ୍ରୟୋଦଶ ସ୍ଥାନ ହାସଲ କରିଥିଲା। ୨୦୧୬-୧୭ ବର୍ଷରେ ଏହାର ମୋଟାମୋଟି ମାର୍କ ୬୦.୨ ପ୍ରତିଶତକୁ ଉଠିଛି। ଏହି ପରିସଂଖ୍ୟାନ ଦୃଷ୍ଟିରୁ ନିଶ୍ଚୟ ଏହା ଏକ ଆଖିଦୃଶିଆ ଉପଲବ୍ଧି।

ତେବେ ସତରେ କ’ଣ ଓଡ଼ିଶାରେ ସ୍କୁଲ ଶିକ୍ଷାରମାନ ଉନ୍ନତ ହୋଇଛି? ଏହି ନୀତି ଆୟୋଗ ରିପୋର୍ଟକୁ ନିରିଖେଇ ଦେଖିଲେ ଉତ୍ତର ନୈରାଶ୍ୟଜନକ ହେବ। ନୀତି ଆୟୋଗ ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି ଯେ ପ୍ରାଶାସନିକ ପ୍ରକ୍ରିୟା ସୂଚକାଙ୍କରେ ଓଡ଼ିଶାର ମାର୍କ ପୂର୍ବ ରିପୋର୍ଟ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଥିବାରୁ ମୋଟାମୋଟି ଭାବେ ଓଡ଼ିଶାର ସ୍ଥାନ ସପ୍ତମ ସ୍ଥାନକୁ ଉଠିଛି। ୨୦୧୫-୧୬ ରିପୋର୍ଟରେ ପ୍ରାଶାସନିକ ପ୍ରକ୍ରିୟା କ୍ଷେତ୍ରରେ ଓଡ଼ିଶା ୪୩.୪ ପ୍ରତିଶତ ମାର୍କ ପାଇଥିଲା। ୨୦୧୬-୧୭ ରିପୋର୍ଟରେ ଏହା ୬୧.୯ ପ୍ରତିଶତକୁ ଉଠିଛି। ପ୍ରଶାସନିକ ପ୍ରକ୍ରିୟାର ମାନକଗୁଡ଼ିକ ହେଲା ଶିକ୍ଷାର୍ଥୀ-ଶିକ୍ଷକ ଅନୁପାତ, ପ୍ରାଶାସନିକ ପର୍ଯ୍ୟାପ୍ତତା, ତାଲିମ, ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା। ଏଥିରେ ଶିକ୍ଷାର ମାନ କୁଆଡ଼ୁ ଆସିଲା? ଶିକ୍ଷକ-ଶିକ୍ଷାର୍ଥୀ ଅନୁପାତ ବଢ଼ିଲେ ଶିକ୍ଷାର ମାନ ଉନ୍ନତ ହେବ ବୋଲି ବିଶ୍ୱାସ କରାଯାଇପାରେ। କିନ୍ତୁ ଓଡ଼ିଶାରେ ସେହି ଅନୁପାତ କେତେ ବଢ଼ିଛି? ଜାତୀୟ ମାନକ ଅନୁସାରେ ବିଦ୍ୟାଳୟ ସ୍ତରରେ ୩୦ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ରହିବା ନିହାତି ଜରୁରୀ। କିନ୍ତୁ ଓଡ଼ିଶାରେ ଏହି ଅନୁପାତ କେତେ? ସ୍ଥଳ ବିଶେଷରେ ଓଡ଼ିଶାରେ ଏହି ଅନୁପାତ ୫୦:୧ ହୋଇପାରେ। ରାଜ୍ୟର ଅନେକ ସ୍କୁଲରେ ପାଂଚଟି ଶ୍ରେଣୀକୁ ଜଣେ ଶିକ୍ଷକ। ରାଜ୍ୟରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଏବେ ବି ୫୦ ହଜାର ଉପରେ ଶିକ୍ଷକ ପଦବୀ ଖାଲି। ସରକାର ସର୍ବଶିକ୍ଷା ଅଭିଯାନ ଅଧୀନରେ ଶିକ୍ଷା ସହାୟକ ନିଯୁକ୍ତ କରି ଶିକ୍ଷକ ନିଯୁକ୍ତ କଲେ ବୋଲି ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିଛନ୍ତି। ପରେ ସେହି ଶିକ୍ଷା ସହାୟକମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ନିୟମିତ ଶିକ୍ଷକ ଭାବେ ଗ୍ରହଣ କରାଯାଇଛି। ଏହା ଶିକ୍ଷାର ମାନକୁ ଉନ୍ନତ କରିବା ପରିବର୍ତ୍ତେ ନିମ୍ନଗାମୀ କରୁଛି। କାରଣ ବିଦ୍ୟାଳୟ ସ୍ତରରେ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି। ଓଡ଼ିଶାର ଅନେକ ଶିକ୍ଷକ ଓଟିଇଟି ବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ରେ ଫେଲ୍‌ ହେବାର ନଜୀର ରହିଛି। ବହୁ ସଂଖ୍ୟକ ଶିକ୍ଷକ ବୃତ୍ତିରେ ଥାଇ ମଧ୍ୟ ଏହି ପରୀକ୍ଷାରେ ଫେଲ୍‌ ହେବା ଓଡ଼ିଶାର ସ୍କୁଲ ଶିକ୍ଷକଙ୍କ ଜ୍ଞାନଗରିମାର ପ୍ରମାଣ ଦେଉଛି। ଯେଉଁ ଶିକ୍ଷକମାନେ ନିଜର ଯୋଗ୍ୟତା ପରୀକ୍ଷାରେ ଫେଲ୍‌ ହେଉଛନ୍ତି ସେମାନେ ପିଲାମାନଙ୍କୁ ଯାହା ପଢ଼ାଉଥିବେ!

ନୀତି ଆୟୋଗର ସ୍କୁଲ ଶିକ୍ଷା ମାନକ ସୂଚକାଙ୍କ ତାଲିକା ପ୍ରକାଶ ପାଇବା ପୂର୍ବରୁ ଦିଲ୍ଲୀର ଏକ ବେସରକାରୀ ସଂସ୍ଥା ତରଫରୁ ପ୍ରକାଶ ପାଇଥିଲା ଆନୁଆଲ ଷ୍ଟାଟସ୍ ଅଫ୍‌ ଏଜୁକେସନ ରିପୋର୍ଟ ବା ଆସର୍‌-୨୦୧୮ ରିପୋର୍ଟ। ରାଜ୍ୟର ୩୦ଟି ଜିଲ୍ଲାରେ ସ୍କୁଲଶିକ୍ଷା ଉପରେ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସେହି ରିପୋର୍ଟ ଅନୁସାରେ ରାଜ୍ୟର ୪୧.୬ ପ୍ରତିଶତ ପଂଚମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରନ୍ତି ନାହିଁ। ପଂଚମ ଶ୍ରେଣୀର ୫୮.୪ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରନ୍ତି। ସେହିପରି ରାଜ୍ୟରେ ୭୨ ପ୍ରତିଶତ ଅଷ୍ଟମ ଶ୍ରେଣୀ ପିଲା ହରଣ କରିପାରନ୍ତି ନାହିଁ, ୫୬ ପ୍ରତିଶତ ଅଷ୍ଟମ ଶ୍ରେଣୀ ପିଲା ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏକ ବିଶିଷ୍ଟ ସଂଖ୍ୟାରେ ହରଣ କରିପାରନ୍ତି ନାହିଁ। ଅଷ୍ଟମ ଶ୍ରେଣୀର ୫୦ ପ୍ରତିଶତରୁ ଅଧିକ ପିଲାଙ୍କୁ ଦ୍ୱିତୀୟ ଶ୍ରେଣୀ ଅଙ୍କ ଆସେ ନାହିଁ। ଇଂରାଜୀ ଓ ବିଜ୍ଞାନ ବିଷୟରେ ମଧ୍ୟ ଓଡ଼ିଶାର ସ୍କୁଲ ପିଲାଙ୍କର ମେଧାର ସ୍ତର ଏହିପରି ନିମ୍ନରେ ଅଛି। ଏହି ରିପୋର୍ଟକୁ ନେଇ ତମ୍ଭିତୋଫାନ ହେବା ପରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ କ’ଣ ବୁଝିଲେ କେଜାଣି କହିଲେ, ଏଣିକି ସରକାରୀ ସ୍କୁଲଗୁଡ଼ିକରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ ପରିବର୍ତ୍ତେ ୯୦ ମିନିଟ ପଢ଼ା ହେବ। ଏ ବିଷୟ ସବୁ ପିଲାଙ୍କୁ ପଢ଼େଇବାକୁ କେତେ ଯୋଗ୍ୟ ଶିକ୍ଷକ ତାଙ୍କ ସରକାର ନିଯୁକ୍ତ କରିଛନ୍ତି ତାହା ବୁଝି ସେ କହିଥିଲେ ବୋଧହୁଏ ଭଲ ହୋଇଥାନ୍ତା। ପୁଣି ଏକ ସରକାରୀ ନିଷ୍ପତ୍ତି ହେଲା ରାଜ୍ୟର ଯେଉଁସବୁ ଜିଲ୍ଲାର ପିଲାମାନେ ଗଣିତରେ ଦୁର୍ବଳ ସେଭଳି ଜିଲ୍ଲାରେ ସରକାରଙ୍କ ତରଫରୁ ଗଣିତ କିଟ୍‌ ବଣ୍ଟାଯିବ। ଏଥିପାଇଁ ୩୫ ହଜାର ଗଣିତ କିଟ୍‌ କିଣାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

କେବଳ ଏତିକି ନୁହେଁ, ଆସର୍‌ ରିପୋର୍ଟ ଅନୁସାରେ ରାଜ୍ୟର ୮୦ ପ୍ରତିଶତ ସ୍କୁଲରେ କଂପ୍ୟୁଟର ନାହିଁ, ୪୪ ପ୍ରତିଶତ ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ, ୨୫ ପ୍ରତିଶତ ସ୍କୁଲରେ ଖେଳ ଶିକ୍ଷକ ନାହାନ୍ତି, ୩୩ ପ୍ରତିଶତ ସ୍କୁଲରେ ଖେଳ ପଡ଼ିଆ ନାହିଁ, ୨୦ ପ୍ରତିଶତ ସ୍କୁଲରେ ପାଠାଗାର ନାହିଁ, ୩ ପ୍ରତିଶତ ସ୍କୁଲରେ ପାଇଖାନା ନାହିଁ, ୨୨ ପ୍ରତିଶତ ପାଇଖାନା ବ୍ୟବହାର ଉପଯୋଗୀ ନୁହେଁ, ୧୦ ପ୍ରତିଶତ ସ୍କୁଲରେ ଝିଅ ପିଲାଙ୍କ ପାଇଁ ଅଲଗା ପାଇଖାନା ନାହିଁ, ୮ ପ୍ରତିଶତ ସ୍କୁଲରେ ପାଣି ସୁବିଧା ନାହିଁ, ୯ ପ୍ରତିଶତ ସ୍କୁଲରେ ପାଣିସୁବିଧା ବା ନଳକୂଅ ଆଦି ଥିଲେ ବି ପାଣି ହିଁ ନାହିଁ। ରାଜ୍ୟର କେତେକ ଗଣମାଧ୍ୟମରେ ବିଭିନ୍ନ ସ୍କୁଲ ସଂପର୍କରେ ମଧ୍ୟ ଏଇଭଳି ଅନେକ ନୈରାଶ୍ୟଜନକ ରିପୋର୍ଟ ପ୍ରକାଶ ପାଇଥାଏ, ଭିତର ପୃଷ୍ଠାରେ ଅବଶ୍ୟ। ସେସବୁ ରିପୋର୍ଟ ଅନୁସାରେ ଅନେକ ସ୍କୁଲପିଲା ପରୀକ୍ଷା ପର୍ଯ୍ୟନ୍ତ ସରକାରୀ ବହି ପାଇନଥାନ୍ତି, ଅନେକ ସ୍କୁଲରେ ମାଷ୍ଟର ନଥାନ୍ତି, ଅନେକ ସ୍କୁଲରେ ପକ୍କା ଘର ନାହିଁ, ଅନେକ ସ୍ଥାନରେ ସ୍କୁଲପିଲାମାନେ ଗୁହାଳ ଘରେ କିମ୍ବା ଗଛମୂଳେ ପାଠ ପଢ଼ନ୍ତି, ଅଧିକାଂଶ ସ୍କୁଲରେ ପାଠପଢ଼ା ଲୋ ଡେସ୍କ କିମ୍ବା ଲଙ୍ଗ ବେଞ୍ଚ ଇତ୍ୟାଦି ନଥାଏ।

ଏଭଳି ଅବସ୍ଥାରେ ରାଜ୍ୟର ସ୍କୁଲ ଶିକ୍ଷାର ମାନ ତ୍ରୟୋଦଶ ସ୍ଥାନରୁ ସପ୍ତମ ସ୍ଥାନକୁ ଉନ୍ନୀତ ହେବା ଖବର ନିଶ୍ଚୟ ବିଭ୍ରାନ୍ତିକର। ଅଫିସରଙ୍କ ମଗଜରୁ ବାହାରିଥିବା ବୁଦ୍ଧିରେ ଏହିପରି ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ତାରିଫ କରାଯାଇପାରେ। ମାତ୍ର, ଏଭଳି ରିପୋର୍ଟ ରାଜ୍ୟରେ ଶିକ୍ଷାର ମାନ ଉନ୍ନତ କରିପାରିବ ନାହିଁ କି ପିଲାଙ୍କ ମେଧାବୃତ୍ତିରେ ସହାୟକ ହେବ ନାହିଁ। ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ଉପଯୁକ୍ତ ଶିକ୍ଷା ସେବା ଦିଆଯାଉ ନଥିବାରୁ ଖୋର୍ଦ୍ଧା, ପୁରୀ, କଟକ ଆଦି ଉନ୍ନତ ଜିଲ୍ଲାଗୁଡ଼ିକରେ ଘରୋଇ କ୍ଷେତ୍ରରେ ଛତୁ ଫୁଟିଲା ଭଳି ସ୍କୁଲ ଖୋଲି ଚାଲିଛି। ଏପରିକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରାୟୋଜିତ ସରସ୍ୱତୀ ଶିଶୁ ମନ୍ଦିର ଓ ସରସ୍ୱତୀ ବିଦ୍ୟା ମନ୍ଦିର ସ୍କୁଲ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story