ପ୍ରମିଳା ମଲ୍ଲିକ ବିଜୁ ମହିଳା ଦଳର ସଭାନେତ୍ରୀ

ଭୁବନେଶ୍ୱର: ବିଜୁ ମହିଳା ଦଳର ବିଭିନ୍ନ ପଦପଦବୀ ପାଇଁ ଶନିବାର ନୂଆ ନିଯୁକ୍ତି ଦିଆଯାଇଛି। ବିଜୁ ମହିଳା ଦଳର ସଭାନେତ୍ରୀ ହୋଇଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ସେହିପରି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ବାସନ୍ତି ମଲ୍ଲିକ ଓ ସୀମା ନାୟକଙ୍କ  ସମେତ ୯ ଜଣଙ୍କୁ ଉପ-ସଭାନେତ୍ରୀ ମନୋନୀତ କରାଯାଇଛି। ସେହିଭଳି ୧୨ ଜଣଙ୍କୁ ସାଧାରଣ ସଂପାଦକ ଓ ୧୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।