ରଥ ନିର୍ମାଣରେ କାଠ ଅଭାବ

ପୁରୀ(ଓଡ଼ିଶା ରିପୋର୍ଟର): ରଥ ନିର୍ମାଣ ପାଇଁ କାଠର ଅଭାବ ଦେଖାଦେଇଛି। ବିଶେଷ କରି ଫାସି କାଠ ମିଳିବା କଷ୍ଟକର ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ପୁନଶ୍ଚ କାର୍ଯ୍ୟକାରୀ କରାଯିବ। ରଥଯାତ୍ରା ପରେ ଏନେଇ ସମୀକ୍ଷା ବୈଠକ ହେବ। ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ସୁରେଶ ଚନ୍ଦ୍ର ଦଳାଇ ଅଧ୍ୟକ୍ଷତାରେ ବସିଥିବା ରଥଯାତ୍ରା ସମନ୍ୱୟ ବୈଠକରେ ଏନେଇ ଅଲୋଚନା ହୋଇଯାଇଛି। ଏଠାରେ ପୁରୀ ସହରରେ ଲାଗି ରହିଥିବା ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା […]

Puri-rathajatra

Puri-rathajatra

Niranjan Mishra
  • Published: Monday, 23 May 2022
  • Updated: 23 May 2022, 06:44 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ରଥ ନିର୍ମାଣ ପାଇଁ କାଠର ଅଭାବ ଦେଖାଦେଇଛି। ବିଶେଷ କରି ଫାସି କାଠ ମିଳିବା କଷ୍ଟକର ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ପୁନଶ୍ଚ କାର୍ଯ୍ୟକାରୀ କରାଯିବ। ରଥଯାତ୍ରା ପରେ ଏନେଇ ସମୀକ୍ଷା ବୈଠକ ହେବ। ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ସୁରେଶ ଚନ୍ଦ୍ର ଦଳାଇ ଅଧ୍ୟକ୍ଷତାରେ ବସିଥିବା ରଥଯାତ୍ରା ସମନ୍ୱୟ ବୈଠକରେ ଏନେଇ ଅଲୋଚନା ହୋଇଯାଇଛି। ଏଠାରେ ପୁରୀ ସହରରେ ଲାଗି ରହିଥିବା ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଓ ପରିମଳ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବୁଦ୍ଧିଜୀବୀଙ୍କୁ ଉତ୍ତର ରଖି ନିର୍ଦ୍ଧାରିତ ସମୟରେ ସମସ୍ତ ବ୍ୟବସ୍ଥାରେ ସୁଧାର ଅଣାଯିବ ବୋଲି ଆରଡିସି ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ୭୦ଟି ଡାକ୍ତରୀ ପଦବୀ ଖାଲି ପଡିଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଫଳରେ ସ୍ଥାନୀୟ ଲୋକ ଏବଂ ପୁରୀ ଆସୁଥିବା ଶ୍ରାଦ୍ଧାଳୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିପାରୁନି। ରଥଯାତ୍ରା ପୂର୍ବରୁ ଏହାକୁ ପୂରଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ସେହିପରି ଆବଶ୍ୟକ ୧୫୪୨ ମିଟର ରଥ କନା ମଧ୍ୟରୁ ୮ଶହ ମିଟର ନାଲି କନା ଗୁଜୁରାଟର ଅହମଦାବାଦରୁ ଆସନ୍ତା ୨୫ ସୁଦ୍ଧା ଆସି ପୁରୀରେ ପହଞ୍ଚିବ। ୨ଶହ କେଜି ଝୁଣା ଓ‌ ୪୫୦ ଫୁଟ ଲମ୍ବର ୬ଟି କର୍ଡନ ଦୈଡି ଆସିବ। ଆସନ୍ତା ୨୫ରେ ନୀତି ସବ କମିଟି ଓ ଛତିଶା ନିଯୋଗର ବୈଠକ ବସି ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ଚୁଡ଼ାନ୍ତ କରାଯିବ।

ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୪ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୨୯ଟି ଆମ୍ବୁଲାନ୍ସ ମୂତୟନ କରାଯିବ। ମହାମାରୀ ନିରାକରଣ, ପାନୀୟଜଳ ପରୀକ୍ଷା ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ୫ଜଣ ଫୁଡ ଇନ୍ସପେକ୍ଟର ମୃତୟନ ହେବେ। ସହରର ସବୁ ନାଳ ରଥଯାତ୍ରା ପୂର୍ବରୁ ସଫେଇ କରାଯିବ। ରଥଯାତ୍ରା ସମୟରେ ବ୍ୟାପକ ଅସ୍ଥାୟୀ ଟଏଲେଟର ବ୍ୟବସ୍ଥା ହେବ ଓ ଦୁଇଟି ଏନଫୋର୍ସ ମେଣ୍ଟ ଟିମ୍ କାର୍ଯ୍ୟ କରିବ। ସହରର ବିଭିନ୍ନ ସ୍ଥାନରେ ୪୮୧ଟି ଅସ୍ଥାୟୀ ଲାଇଟର ବ୍ୟବସ୍ଥା ହେବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ରଥଯାତ୍ରା ସମୟରେ ୧୨୦ଟି ଷ୍ଟାଣ୍ଡ ପୋଷ୍ଟ ଓ ୩୦ଟି ଟ୍ୟାଙ୍କର ବ୍ୟବସ୍ଥା କରାଯିବ।

ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ। ସମସ୍ୟାର ସମାଧାନ ପାଇଁ ଦୁଇଟି କୁଇକ ରେସପନ୍ସ ଟିମ୍ ଗଠନ କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ମୁକୁଳା ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ଓ ଦୁର୍ବଳ ଅବସ୍ଥାରେ ଥିବା ଖୁଣ୍ଟ ଗୁଡ଼ିକର ମରାମତି ଶେଷ କରିବା ପାଇଁ ଟାଟା ପାୱାରକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ ଗୁଡିକରେ ଭଡ଼ା ଦର ତାଲିକା ମରା ନ ଗଲେ ପରିବହନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ତାଗିଦ କରିଛନ୍ତି। ସେହିପରି ରଥଯାତ୍ରା ପୂର୍ବରୁ ଅଧିକ ବ୍ୟାଟେରୀ ଚାଳିତ ଅଟୋ ଚଳାଚଳ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜୁନ୍ ୨୦ ପୂର୍ବରୁ  ସହରରେ ଥିବା ପୂର୍ତ୍ତ ବିଭାଗର ୬୩ କିଲୋମିଟର ରାସ୍ତାର ଆବଶ୍ୟକୀୟ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୯ଟି ସ୍ଥାନରେ ପାର୍କିଂର‌ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ରଥ ଟାଣିବା ସମୟରେ, ଜନ ଗହଳି ନିୟନ୍ତ୍ରଣ, ଭିଆଇପି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ଓ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଦେବସ୍ନାନ ପୂର୍ଣ୍ଣିମାରେ ୬୫ ପ୍ଲାଟୁନ ପୁଲିସ ଫୋର୍ସ ସମେତ ୨୦୦ ଜଣ ଡିଏସପି, ୫୦ ଜଣ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ମୁତୟନ ହେବେ। ବଡ଼ଦାଣ୍ଡ ଓ ଏହାକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ସିସିଟିଭି କ୍ୟାମେରା ଅଚଳ ପଡ଼ିଛି। ରଥଯାତ୍ରା ପୂର୍ବରୁ ସମସ୍ତ ସ୍ଥାନରେ ସିସିଟିଭି ଲାଗିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୧୨ ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ପୂର୍ବାନୁମାନ କରିଛି ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନର ସବୁ ବିଭାଗ ନିଜ ନିଜର ପ୍ରସ୍ତୁତି କରୁଛନ୍ତି।

ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁଲିସ ଆଇ(ସିଡି) ନରସିଂହ ଭୋଳ, ଏସପି କନୱର ବିଶାଳ ସିଂ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଶକ୍ତି ବିଭାଗ ସ୍ୱତନ୍ତ୍ର ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story